Posted inରାଜ୍ୟ

ଲୋଭ ଦେଖାଇ ଲୁଟିନେଲା

ଭୁବନେଶ୍ୱର,୨୬।୯: ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରିଠାରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଉତ୍କଳ ଆଲୁମିନା କମ୍ପାନୀ ରହିଛି। ଗତ ୧୬ ତାରିଖରେ ଏହି କମ୍ପାନୀର ଉତ୍ପାଦନ କ୍ଷମତା ୧.୫ ନିୟୁତ ଟନ୍‌ରୁ ୨ ନିୟୁତ ଟନ୍‌କୁ ବୃଦ୍ଧି କରାଯାଇଛି। ଆଉ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରି ଓଡ଼ିଶା ବିକାଶରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ ସକାରାତ୍ମକ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ଟିକିରିରେ ଅବସ୍ଥିତ ଏହି କମ୍ପାନୀ ଅଞ୍ଚଳର ଚାରିପାଖ ବୁଲି ଲୋକଙ୍କ ମତାମତ ନେବାପରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଅସତ୍ୟ କୁହାଇ ଉତ୍କଳ ଆଲୁମିନା କମ୍ପାନୀ ନିଜ ଲାଭ ବଢ଼ାଇବାକୁ ଯେଉଁ ମସୁଧା କରିଥିଲା ସେଥିରେ ସଫଳ ହୋଇଥିବା ସ୍ପଷ୍ଟ ହୋଇଛି। ବିର୍ଲା କମ୍ପାନୀର ଏହି ଷଡ଼ଯନ୍ତ୍ରକୁ ସଫଳ କରିବା ଲାଗି ରାୟଗଡ଼ା ଜିଲାର ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀମାନେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। ଉତ୍କଳ ଆଲୁମିନା କମ୍ପାନୀ ପ୍ରତିଷ୍ଠା ପାଇଁ ସର୍ବସ୍ବ ହରାଇଥିବା ସ୍ଥାନୀୟ ଲୋକଙ୍କୁ ଦୁଃଖ, ଦାରିଦ୍ର୍ୟ ଭିତରକୁ ଠେଲିଦେଇ ସେମାନଙ୍କ ସମସ୍ୟା ସମାଧାନ ପରିବର୍ତ୍ତେ ବିର୍ଲାର ଉତ୍ପାଦନ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ସଫଳ କରିବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ତତ୍ପରତା ହିଁ ଏ କଥାକୁ ପ୍ରମାଣ କରୁଛି। ଏ ସମ୍ପର୍କରେ ଧରିତ୍ରୀ ପକ୍ଷରୁ ଏକ ବିଶେଷ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ସ୍ଥାନୀୟ ସାମ୍ବାଦିକମାନେ ସାହସ ଜୁଟାଇ ବିର୍ଲା କମ୍ପାନୀ ସମ୍ପର୍କରେ କୌଣସି ତଥ୍ୟ ଦେଇପାରୁ ନାହାନ୍ତି। ସେଥିପାଇଁ ସ୍ଥାନୀୟ ଲୋକଙ୍କ ମନରେ ଗଣମାଧ୍ୟମ ପାଇଁ ଖୋଲାଖୋଲି କ୍ରୋଧ ପ୍ରକାଶ ପାଇଛି। ଏତେବଡ଼ ଏକ ପ୍ରକଳ୍ପ, ପ୍ରବଳ ମାତ୍ରାରେ ଜମି ଅଧିଗ୍ରହଣ ହେବାରେ ଲାଗିଛି, ଭୂତଳ ଜଳ ବ୍ୟବହାର କରାଯାଉଥିବା ଯୋଗୁ ପାନୀୟ ଜଳର ଅଭାବ ଭଳି ଅନେକ ବିଷୟକୁ ଜିଲା ପ୍ରଶାସନର ଉଚ୍ଚପଦସ୍ଥ ଅଫିସରମାନେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଥିବାର ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳେ। ସ୍ଥାନୀୟ ଲୋକେ ବିରକ୍ତି ପ୍ରକାଶ କରିବା ସହ କହୁଛନ୍ତି ନ୍ୟୁଜ ବାଲା ବିକ୍ରି ହୋଇଗଲେଣି।

ରାୟଗଡ଼ା ସହରଠାରୁ ଟିକିରି ୫୦ କି.ମି. ଦୂର ହେବ। ଟିକିରି ବଜାରଠାରୁ ନୂଆପଡ଼ା ଗଲେ ସେଠାରେ ହାଡିଗୁଡ଼ା ପଞ୍ଚାୟତର ଡିମିଣ୍ଡି ଗ୍ରାମ ପଡ଼ିବ। ଏହି ଗାଁରେ ପହଞ୍ଚିବା ପରେ ସୁରେଶ ନାଏକଙ୍କ ଘରକୁ ଯାଇଥିଲୁ। ସୁରେଶଙ୍କ ସହିତ ରୂପେନ ନାଏକ ବସି କଥା ହେଉଥିଲେ। ତାଙ୍କ ପାଖରେ ବସିପଡ଼ି ଭୁବନେଶ୍ୱରରୁ ଗଣମାଧ୍ୟମ ପ୍ରତିନିଧି ଆସିଛୁ, ଗାଁର କ’ଣ ସବୁ ସମସ୍ୟା ରହିଛି ବୋଲି ପଚାରିଥିଲୁ। ଏତିକିରେ ସୁରେଶ ତାଙ୍କ ଘର ଭିତରକୁ ଚାଲିଯାଇ ଏକ ନିଯୁକ୍ତିପତ୍ର ଧରି ବାହାରକୁ ଆସିଲେ। ସେ କହିଲେ, ଦେଖନ୍ତୁ ୨୦୦୯ ମସିହାରେ ଆଦିତ୍ୟ ବିର୍ଲା କମ୍ପାନୀ ଏହା ଦେଇଥିଲା।

ଆଉ ତା’ପରଠାରୁ ଏତେଦିନ ହେଲା ଚାକିରି କେବେ ଦେବ ବୋଲି କମ୍ପାନୀ ପାଖକୁ ଦଉଡୁଛି। ଜମି ନେବାବେଳେ କମ୍ପାନୀ ଦୁଇଟି କିସ୍ତିରେ ଟଙ୍କା ଦେଇଛି। ପ୍ରଥମ କିସ୍ତିରେ ୨୧ ହଜାର ଏବଂ ଦ୍ୱିତୀୟ କିସ୍ତିରେ ଲକ୍ଷେ ଟଙ୍କା ଦେଇଛି। ବର୍ତ୍ତମାନ ସେହି ଟଙ୍କାରେ କ’ଣ ଏଠି ଆଉ ଏକରେ ଜମି କିଣି ହେବ କି ବୋଲି ସେ କହିଥିଲେ। କମ୍ପାନୀକୁ ଜମି ଦେବାକୁ ଆମେ ରାଜି ନ ଥିଲୁ। ସର୍ବଦଳୀୟ ବୈଠକ ବସିଥିଲା। କମ୍ପାନୀ ହେଲେ ଏଠାରେ ସବୁକିଛି ସୁନା ହୋଇଯିବ ବୋଲି ସବୁ ଦଳର ନେତାମାନେ ଏକାଠି ହୋଇ ପ୍ରତିଶ୍ରୁତି ଦେଲେ। ଆମକୁ ପ୍ରତିଶ୍ରୁତି ଦେଲାବେଳେ ଜିଲାପାଳ, ତହସିଲଦାର ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବୈଠକ ବସିବା ପୂର୍ବରୁ କମ୍ପାନୀ ଏଠାକୁ ପଶିପାରୁ ନ ଥିଲା। ଏହାପରେ କମ୍ପାନୀକୁ ସେ କେବଳ ୩ ଏକର ଜମି ବିକ୍ରି କରିଛନ୍ତି ବୋଲି ସୁରେଶ କହିଛନ୍ତି।

ସେଇଠୁ ବ୍ୟାକୁଳ ହୋଇ ରୂପେନ ନାଏକ କହିଲେ, ଆଜ୍ଞା କେବଳ ଏହି ଗାଁରୁ ପ୍ରାୟ ୪୦୦-୫୦୦ ଏକରରୁ ଅଧିକ ଜମି କମ୍ପାନୀ ନେଇଛି। ନେବା ବେଳକୁ ଭଲ ସ୍କୁଲ କରିବୁ, ଗାଁର ଚାରିଆଡେ ଲାଇଟ୍‌ ଲଗେଇବୁ, ଭଲ ପିଇବା ପାଣିର ବ୍ୟବସ୍ଥା କରିବୁ। ଏମିତି ହାତୀ ଦେବୁ, ଘୋଡ଼ା ଦେବୁ ବୋଲି କମ୍ପାନୀ କହିଥିଲା। ଓ୍ବେଲ୍ଡିଂ କାମ, ଗ୍ୟାସ୍‌ କଟର କାମ ମୁଁ ଜାଣିଛି। ଏଠି ଏତେବଡ଼ କମ୍ପାନୀ ହୋଇଛି, କିଛି କାମଧନ୍ଦା ମିଳୁନାହିଁ। କାମଧନ୍ଦା କଥା କହିବାକୁ ଗଲେ ନେତା, ମନ୍ତ୍ରୀଙ୍କ ପାଖକୁ ଯାଅ ବୋଲି ଓଲଟି କହୁଛନ୍ତି। କମ୍ପାନୀ ଭିତରକୁ ପ୍ରବେଶ କରିହେଉ ନାହିଁ। ଏମିତି ବହୁତ ଅସୁବିଧାରେ ରହୁଛୁ। ଗାଁ ବାଲା ମିଟିଂ କଲୁଣି। ଗାଁ ସମାଜ ଭୁବନେଶ୍ୱର ଯାଇ ସେଠାରେ ବର୍ଷକ ତଳେ ଅନଶନରେ ବସିଥିଲୁ। ତା’ପରେ ରାୟଗଡ଼ା ଜିଲାପାଳ ଡାକିଲେ ଏବଂ ସବୁ ଦିଆଯିବ ବୋଲି ମିଛ କଥା କହି ନେଇଆସିଲେ। ଗାଁରେ ପାଠପଢ଼ା ପିଲା ଅଛନ୍ତି ତାଙ୍କୁ କାମ ମିଳୁନି। ଗାଁ ଲୋକମାନଙ୍କ ପାଖରେ କିଛି କାମ ନାହିଁ। ଯେତେବେଳେ ବି କାମ ପାଇଁ ଯାଇଛୁ କେସ୍‌ କରିଦେବୁ, ମାଡ଼ ମାରିବୁ, ପୋଲିସକୁ କହିଦେବୁ ବୋଲି କମ୍ପାନୀର ସିଇଓ(ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଏବଂ କମ୍ପାନୀ ବାଲା କହୁଛନ୍ତି। ଆମ ଗାଁର ଜମି ନେଇ ଉତ୍କଳ ଆଲୁମିନା ଫ୍ୟାକ୍ଟ୍ରି କରିଛି। ଜମି ନେଲା ବେଳେ ସବୁକିଛି ଦେବ ବୋଲି କହିଥିଲା, ହେଲେ କମ୍ପାନୀ ଏବେ କିଛି ଦେଉନି। ଗାଁକୁ ଅନ୍ୟତ୍ର ଉଠାଇ ନେବୁ ବୋଲି କହିଲା ତାକୁ ମଧ୍ୟ କରୁନାହିଁ। ଆମ ଗାଁ ସହ କମ୍ପାନୀ ବାଉଣ୍ଡାରୀ ଓ୍ବାଲ୍‌ ଲାଗିକି ଅଛି। ତଥାପି ଅନ୍ୟତ୍ର ସ୍ଥାନାନ୍ତର କରୁନାହାନ୍ତି। ନେତା, ମନ୍ତ୍ରୀ କେହି ଆମ କଥା ଶୁଣୁନାହାନ୍ତି ବୋଲି ରୂପେନ କ୍ଷୋଭର ସହ କହିଥିଲେ। ସୁରେଶଙ୍କ ଘରଠାରୁ ଉଠି ରାସ୍ତାରୁ ଚାହିଁଲା ବେଳକୁ ଦେଖିଲୁ ଗାଁଠାରୁ କମ୍ପାନୀ ମାତ୍ର ୧୫ ମିଟର ଦୂରରେ ରହିଛି।
ସେଇଠୁ ଚାଲିକି ଯାଇ ସେହି ଗାଁର ସରୋଜିନୀ ନାଏକଙ୍କ ଘରେ ପହଞ୍ଚିଲୁ। ସେମାନେ ତାଙ୍କ ଦାଣ୍ଡଦୁଆରେ ବସି କାକୁଡ଼ିରେ ଲୁଣ ଲଗାଇ ଖାଉଥିଲେ। ନିଜର ପରିଚୟ ରଖି ଗାଁର ସମସ୍ୟା କ’ଣ ବୋଲି ପଚାରିବା ମାତ୍ରେ ୫ରୁ ୬ଜଣ ମହିଳା ରୁଣ୍ଡହୋଇ ଉତ୍କଳ ଆଲୁମିନା ବିରୋଧରେ ଗର୍ଜିବା ଆରମ୍ଭ କରିଦେଲେ। ସେମାନଙ୍କୁ ପଚାରିଥିଲୁ କି ଆପଣଙ୍କ ଗାଁରୁ କମ୍ପାନୀ କିଛି ଜମି ନେଇଛି, ଆଉ ଯେତିକି ପଇସା ମିଳିବା କଥା ମିଳିଛି ନା ନାହିଁ। ସେଇଠୁ ସରୋଜିନୀ କହିଥିଲେ, ଆମ ନିଜ ଜମିରେ ତ ଫ୍ୟାକ୍ଟ୍ରି ହୋଇଛି। ଏକର ଏକର ଜମି ଉତ୍କଳ ଆଲୁମିନା ନେଇଛି। ଆମକୁ ଯାହା ଜମି ବଦଳରେ ଟଙ୍କା ମିଳିଥିଲା ସବୁ ଖାଇପିଇ ସରିଗଲା। ମାଟି ସିନା ଥିବ, ଟଙ୍କା ରହିବ କି। ଏବେ ଝାଡୁମରା, ପୋଛାମରା କଲେ ପିଲାମାନଙ୍କୁ ପାଠ ପଢ଼ାଇବୁ କି ପରିବାର ଚଳାଇବୁ, ଏବେ କେମିତି ଆଉ ଆମେ ବଞ୍ଚିବୁୁ? ଏନେଇ କାହାରିକୁ ଅଭିଯୋଗ କରିଥିଲେ କି ବୋଲି ପଚାରିବାରୁ ସେ କହିଛନ୍ତି, ଏ ନେଇ ବହୁ ଗଣମାଧ୍ୟମବାଲାଙ୍କୁ ବି କହିଛୁ। ୧୦-୨୦ଟା ନ୍ୟୁଜବାଲା ଆମକୁ ସବୁ ପଚାରିକି ଯାଇଛନ୍ତି।

ନ୍ୟୁଜବାଲା ଆମଠୁ ସବୁ କଥା ବୁଝି ଯାଉଛନ୍ତି ଆଉ ଉତ୍କଳ ଆଲୁମିନା ପାଖରେ ବିକ୍ରି ହୋଇଯାଉଛନ୍ତି। ନ୍ୟୁଜ ବାହାରୁନି କି କିଛି ସେମାନେ କରୁନାହାନ୍ତି। ଆମ ଗାଁ ଲୋକମାନେ ଧୂଳିମାଟି ଖାଇକି ଅଛନ୍ତି। ଆମ ଗାଁକୁ ଏଠାରୁ ସ୍ଥାନାନ୍ତର ବି କରୁନାହାନ୍ତି। ଆମେ ଜମି ଦେଲୁ ହେଲେ ବାହାରୁ ଲୋକ ଆସି କେତେ ଭଲରେ ଚଳି ପଇସା କମାଇକି ଅଛନ୍ତି। କମ୍ପାନୀ ଆମ ଜମିବାଡ଼ି ନେଲା ପୁଣି ଫ୍ୟାକ୍ଟ୍ରିର ଧୂଳିମଳି ଆସି ଘରେ ପଶି ଖାଇବା ପିଇବାରେ ପଡୁଛି। ଆମ ଗାଁକୁ ସାଇଡ୍‌ କରି ଉତ୍କଳ ରୋକିଦେଇଛି। ଗାଁ ସ୍ଥାନାନ୍ତର କରିବା ଲାଗି କେତେ ଲଢ଼ାଇ ଲାଗିଲାଣି ହେଲେ କିଛି ହେଉନି। ସରକାର ମଧ୍ୟ ଆମ କଥା ଶୁଣୁନାହାନ୍ତି। ଗାଁ ସ୍ଥାନାନ୍ତର କଥା କହିବାକୁ ଯାଇଥିଲୁ ଯେ, ସଙ୍ଗେସଙ୍ଗେ ପୋଲିସ୍‌ କୁ କହି କମ୍ପାନୀ ଲାଠିଚାର୍ଜ କରାଇଦେଲା। ଆମେ ସେ କମ୍ପାନୀର ଚୋରି କରି ନ ଥିଲୁ, ବରଂ ତା’ ପ୍ରତିଶ୍ରୁତି କେବେ ପୂରଣ କରିବ ପଚାରିବା ଲାଗି ଯାଇଥିଲୁ। ଗାଁରେ ଗେଟ୍‌ କରି ବନ୍ଦ କରିଦେଲା, ଶତାଧିକ ପୋଲିସ ଡାକିକି ଆଣି ମହିଳା, ପୁରୁଷ ସମସ୍ତଙ୍କୁ ମାଡ଼ ଖୁଆଇଲା। ଡିମିଣ୍ଡି ଗାଁରେ ଫ୍ୟାକ୍ଟ୍ରି ହୋଇଛି ବୋଲି ସମସ୍ତେ ଜାଣିଛନ୍ତି।

  • ସୁନୀତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri