ଦିଗହରା ଆଦି ସେବାକେନ୍ଦ୍ର: ଆରମ୍ଭରୁ ଯୋଜନାରେ ବିଭ୍ରାଟ

ଦାରିଙ୍ଗବାଡି, ୧୧।୧୦ (ଅରୁଣ ସାହୁ): ଜନଜାତି ସାମ୍ପ୍ରଦାୟର ଜୀବନଜୀବିକା ସ୍ବାବଲମ୍ବୀ କରାଇବା ସହ ନିଜ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସାମାଜିକ ସୁରକ୍ଷାକୁ ଶକ୍ତିଶାଳୀ କରିବା ଜନସଚେତନ କରି ନିଜ ଅଞ୍ଚଳକୁ ବିକାଶ ଦିଗରେ ଆଗଧାଡିରେ ରଖିବା ନିଜ ଅଞ୍ଚଳର ଉନ୍ନତି ପାଇଁ ନିଜେ ପ୍ରକଳ୍ପ ପ୍ରସ୍ତୁତ କରିବା ପାଇଁ ସରକାର ଆଦି କର୍ମଯୋଗୀ ଯୋଜନାରେ ଆଦି ସେବା କେନ୍ଦ୍ର ଖୋଲୁଛନ୍ତି।

ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ୪୪ଟି ଆଦି ସେବା କେନ୍ଦ୍ର ଖୋଲାଯିବାକୁ ରହିଥିବା ବେଳେ ୨୮ଟି କେନ୍ଦ୍ର ଖୋଲିବା ପ୍ରକ୍ରିୟା ସରିଲାଣି। ଉକ୍ତ କେନ୍ଦ୍ରରେ ଆଦି ସାଥିମାନଙ୍କୁ ଚୟନ କରାଯାଇ ସଭାପତି ଏବଂ ସଦସ୍ୟାସଦସ୍ୟଙ୍କୁ ଚୟନ କରି ଏକ ଶକ୍ତିଶାଳୀ କମିଟି ଗଠନ କରାଯାଉଛି। ସେମାନଙ୍କୁ ନେଇ ଆଦି କେନ୍ଦ୍ରରେ ବିଭିନ୍ନ ପ୍ରକଳ୍ପ ତଥା ନିଜ ଅଞ୍ଚଳର ଯାହା ଉନ୍ନୟନ ପାଇଁ ଆବଶ୍ୟକତା ରହିଛି ତାହାର ଖସଡ଼ା ପ୍ରସ୍ତୁତ କରିବେ। ଏଥିପାଇଁ ବ୍ଲକ ଅଧୀନରେ ରହିଥିବା ବିଭିନ୍ନ ବିଭାଗ ତାଙ୍କୁ ସହଯୋଗ କରିବେ। କିନ୍ତୁ ତାହା ହେଉ ନ ଥିବା ଜଣାପଡ଼ିଛି। କୌଣସି ସରକାରୀ ଅଧିକାରୀମାନେ ଆଦି କେନ୍ଦ୍ରକୁ ଆସି ତାଙ୍କ ଚୟନ କରିଥିବା ପ୍ରକଳ୍ପ କିମ୍ବା ଆବଶ୍ୟକ ଡକ୍ୟୁମେଣ୍ଟ ଗୁଡିକ ଅନଲାଇନ କରାଇଦେବାରେ ସାହାଯ୍ୟ କରୁ ନ ଥିବା ଡବେରୀ ଗ୍ରାମର ଆଦିସାଥି କମିଟିର ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ ଉଦବେଗର ସହ କହିଛନ୍ତି।
ତାଙ୍କ କମିଟିର ୨୦ ଜଣ ସଦସ୍ୟ ଶୁକ୍ରବାର ଜାଗୃତି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଏହି ଅନଲାଇନ କାର୍ଯ୍ୟରେ ସହାୟତା ପ୍ରଦାନ କରିଥିବା ସଭାପତି କହିଛନ୍ତି। କେବଳ ଡବେରୀ ନୂହେଁ, ୪୪ କେନ୍ଦ୍ର ୨୫ଟି ପଞ୍ଚାୟତ ଅଞ୍ଚଳରେ କରାଯାଇଥିବାବେଳେ ଏହି ଆଦିସେବା କେନ୍ଦ୍ରକୁ ନେଇ କୌଣସି ଲାଇନ ଡିପାର୍ଟମେଣ୍ଟ ତତ୍ପର ଦେଖାଉ ନ ଥିବା ଅଭିଯୋଗ ହୋଇଛି। ଏଥିରେ ସରକାରଙ୍କ ୧୭ଟି ବିଭାଗ ସହଯୋଗ କରିବା ଓ ତାଙ୍କର ଗୁରୁଦାୟିତ୍ୱ ରହିଥିବାବେଳେ କେବଳ ସରପଞ୍ଚ ମାନେ ହିଁ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରୁଥିବା କୁହାଯାଉଛି। ଏହି ଆଦିକେନ୍ଦ୍ରରେ
ଜନଜାତି ଯୁବତୀଯୁବକମାନଙ୍କର ସମାଜିକ ନେତୃତ୍ୱ, ଜୀବନ କୌଶଳ ଓ ବିଭିନ୍ନ କୌଶଳରେ ଦକ୍ଷ ଅର୍ଜନ କରିବା ଆଦି ମୁଖ୍ୟ ଲକ୍ଷ୍ୟ। ବିଶେଷ କରି ଗ୍ରାମାଞ୍ଚଳକୁ ଉନ୍ନୟନ ଓ ଶକ୍ତିଶାଳୀ କରିବାକୁ ହେଲେ ଗ୍ରାମପଞ୍ଚାୟତରେ ଶକ୍ତିଶାଳୀ ଶାସନ ପ୍ରଶିକ୍ଷିତ ‘ଆଦି କର୍ମଯୋଗୀ’ ମାଧ୍ୟମରେ ଯୋଜନା ପ୍ରସ୍ତୁତି, କାର୍ଯ୍ୟାନୁଷ୍ଠାନ ଓ ନିରୀକ୍ଷଣରେ ସହଯୋଗ କରିବା ଜରୁରୀ, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ସମାଜିକ ସୁରକ୍ଷା ଇତ୍ୟାଦି ସରକାରୀ ଯୋଜନା ବିଷୟରେ ଆଦିବାସୀ ଲୋକଙ୍କୁ ସଚେତନ ବା ଜନଜାଗରଣ କରିବା ଦିଗରେ ଗୁରୁତ୍ୱ ଦିଆଯିବା ପାଇଁ ପୂର୍ବରୁ ଲକ୍ଷ ରହିଥିଲେ ମଧ୍ୟ ଏହା କରାଯାଉ ନ ଥିବା ଆଦି ସାଥିମାନେ ଅଭିଯୋଗ କରୁଛନ୍ତି।
ଭାରତ ସରକାରଙ୍କ ଆଦିବାସୀ କଲ୍ୟାଣ ବ୍ୟାପାର ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଥିବାବେଳେ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଉଛି। ଯାହାକି
ଆଦି କର୍ମଯୋଗୀ ଅଭିଯାନର ଲକ୍ଷ୍ୟ ହେଉଛି, ଯୁବଶକ୍ତିଙ୍କୁ ସଶକ୍ତ କରିବା, ଲୋକଙ୍କୁ ଶାସନରେ ଅଂଶୀଦାର କରିବା ଓ ଆଦିବାସୀ ସମାଜର ସମଗ୍ର ଉନ୍ନତି କରିବା ଆଦି ରହିଛି ଏନେଇ ଦାୟିତ୍ୱରେ ରହିଥିବା ନୋଡାଲ ଅଫିସର ବିଶ୍ୱଜିତ ଜାଲିଙ୍କୁ ଯୋଗାଯୋଗ କରାଯାଇଥିଲା ତେବେ ତାଙ୍କ ମୋବାଇଲ ସୁଇଚ ଅଫ ରହିଥିବାରୁ ସମ୍ଭବ ହୋଇନାହିଁ। ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି, ଲାଇନ ଡିପାର୍ଟମେଣ୍ଟଙ୍କୁ ଚିଠି କରାଯାଇଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସଠିକ ଭାବେ ଯୋଗଦାନ କରୁନାହାନ୍ତି ଏହା ଜିଲ୍ଲାକୁ ଅବଗତ କରାଯିବ ବୋଲି ସେ କହିଛନ୍ତି।

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?