ଦ୍ୱନ୍ଦ୍ୱ ବଢ଼ାଇଲେ ରିଜିଜୁ

ଭୁବନେଶ୍ୱର,୫।୩(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ଧରି ହେଉଥିବା ଦାବି ଉପରେ ଗତ ଡିସେମ୍ବର ୧୪ତାରିଖରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲାରେ କୋର୍ଟର ଡିଜିଟାଇଜେଶନ କରାଗଲାଣି। ଟେକ୍ନୋଲୋଜିର ବହୁଳ ବ୍ୟବହାର ଆଇନଜୀବୀଙ୍କ ବେଞ୍ଚ ପ୍ରତିଷ୍ଠା ଦାବିକୁ ପୁରୁଣାକାଳିଆ କରିପକାଇଛି। ପ୍ରଯୁକ୍ତିର ବ୍ୟବହାର ଦିନକୁ ଦିନ ବିସ୍ତାର ହେବାରେ ଲାଗିଛି। ତେଣୁ ପଶ୍ଚିମ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଦୁର୍ବଳ ହୋଇଥିବାବେଳେ ଏବେ କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ବିଭ୍ରାନ୍ତିକର ମନ୍ତବ୍ୟ ଓଡ଼ିଶାରେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି କରିଛି। ଶନିବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ପୂର୍ବ ରାଜ୍ୟଗୁଡ଼ିକୁ ନେଇ ଗଠିତ ପରିଷଦର ପ୍ରଥମ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିଜିଜୁ କହିଛନ୍ତି ଯେ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ଓଡ଼ିଶା ହାଇକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତୁ। କେନ୍ଦ୍ର ସରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ। ଆମକୁ କେବଳ ଅନୁମୋଦନ କରିବାର ଅଛି। ଏହାର ଭିତ୍ତିଭୂମି ତିଆରି ଓ ସୁଦୃଢ କରିବାର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି। ଏ ନେଇ ଆମେ ପୂର୍ବରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସାରିଛୁ। ପାର୍ଲାମେଣ୍ଟରେ ଏହାକୁ ନେଇ ଓଡ଼ିଶା ଏମ୍‌ପିମାନେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ମଧ୍ୟ ପାର୍ଲାମେଣ୍ଟରେ ମୁଁ ଦେଇ ସାରିଛନ୍ତି ବୋଲି ରିଜିଜୁ କହିଛନ୍ତି।
ଶନିବାର ଭୁବନେଶ୍ୱର ନିକଟସ୍ଥ ପାହାଳସ୍ଥିତ ପାଲ ହାଇଟସ୍‌ ମନ୍ତ୍ରାରେ ଅନୁଷ୍ଠିତ ବୈଠକରେ ରିଜିଜୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ବି.ଭି. ନାଗରତ୍ନା, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର, ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ପୂର୍ବାଞ୍ଚଳର ୯ ଗୋଟି ରାଜ୍ୟର ଆଇନ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡିଶା, ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଅଣ୍ଡାମାନ ନିକୋବରରୁ ୩୦୦ରୁ ଅଧିକ ପ୍ରତିନିଧି ଯୋଗଦେଇଥିଲେ। ଏହି ଅବସରରେ କେନ୍ଦ୍ର ଆଇନମନ୍ତ୍ରୀ ରିଜିଜୁ କହିଛନ୍ତି ଯେ, ଦେଶର ବିଭିନ୍ନ ନ୍ୟାୟାଳୟରେ ୪ କୋଟି ୯୦ ଲକ୍ଷ ମାମଲା ପଡ଼ିରହିଛି। ତୁରନ୍ତ ଏହାର ସମାଧାନ ନ ହେଲେ ମାମଲା ସଂଖ୍ୟା ୫ କୋଟିକୁ ଅତିକ୍ରମ କରିଯିବ। ଏହାର ସମାଧାନ ପାଇଁ ଟେକ୍ନୋଲୋଜି ଜରୁରୀ। ସେଥିପାଇଁ ଚଳିତ ବଜେଟରେ ଇ-କୋର୍ଟ ଫେଜ୍‌-୩ କାର୍ଯ୍ୟକାରୀ କରିବା ପାଇଁ ୭ହଜାର କୋଟି ଟଙ୍କାକୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ଭାରତୀୟ ନ୍ୟାୟପାଳିକା ଡିଜିଟାଲ ଓ ପେପର୍‌ ଲେସ ହେବ। ଏହା କରା ନ ଗଲେ ବର୍ଷ ବର୍ଷ ପର୍ଯ୍ୟନ୍ତ ଗରିବଙ୍କୁ କୋର୍ଟର ଦ୍ୱାରସ୍ଥ ହେବାକୁ ପଡିବ। ଦେଶରେ କିଛି ଲୋକ ଅଛନ୍ତି ଯେଉଁମାନେ ସବୁବେଳେ ଦେଶ ବିରୋଧୀ ଓ ନ୍ୟାୟପାଳିକାର ଅପବ୍ୟବହାର ଭଳି କାର୍ଯ୍ୟ କରିଥାନ୍ତି। ଏହି ଅଧିବେଶନରେ ମୁଖ୍ୟତଃ ଆଇନଗତ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି। ଉଭୟ ପକ୍ଷଙ୍କ ମତାମତ ଦ୍ୱାରା ଅନେକ ସମସ୍ୟାର ସମାଧାନ ବାଟ ମଧ୍ୟ ବାହାରିପାରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଏନେଇ ପୂର୍ବତନ ଆଇନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ ମଧ୍ୟ ଏନେଇ ଉଭୟ କୌଣସି ନିଷ୍ପତ୍ତି ନେଉ ନାହାନ୍ତି। ଏପରି କି ଯଶୋବନ୍ତ ସିଂ କମିଶନ ରିପୋର୍ଟ ଆଧାରରେ ରାଜ୍ୟ ସରକାର ପଦକ୍ଷେପ ନେଉ ନାହାନ୍ତି। ସ୍ଥାୟୀ ବେଞ୍ଚ କେଉଁଠି ସ୍ଥାପନ ହେବ ସେ ନେଇ ରାଜ୍ୟ ସରକାର ପାଲ୍‌ କମିଶନ ଗଠନ କରିଥିଲେ। କମିଶନ ରିପୋର୍ଟ ଦେଇ ସାରିଥିଲେ ମଧ୍ୟ ତାହାକୁ ଗୋପନ ରଖାଯାଇଛି। ରାଜ୍ୟ ସରକାର ଏବଂ ହାଇକୋର୍ଟ ମଧ୍ୟ ଏ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚି ନାହାନ୍ତି ବୋଲି ମିଶ୍ର କହିଛନ୍ତି।
ପଶ୍ଚିମ ଓଡ଼ିଶା ଓକିଲ ସମୂହ କ୍ରିୟା ଅନୁଷ୍ଠାନ କମିଟି ଆବାହକ ଅଶୋକ ଦାସଙ୍କ କହିବା ହେଲା କେନ୍ଦ୍ର ଆଇନ ମନ୍ତ୍ରୀ ଓଡ଼ିଶା ଗସ୍ତରେ ଥିବାବେଳେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ କେନ୍ଦ୍ର ସମ୍ପୂର୍ଣ୍ଣ ସହଯୋଗ କରିବ, ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କହିଛନ୍ତି। ଏହା ନୂଆ କଥା ନୁହେଁ, ଚିରାଚରିତ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଥର ଏଭଳି କୁହାଯାଇଛି। ହେଲେ ଠୋସ କାର୍ଯ୍ୟପନ୍ଥା ଗହଣ କରୁ ନାହାନ୍ତି। ରାଜ୍ୟ ସରକାର ଉପରେ କେନ୍ଦ୍ର ଦୋଷ ଦେଉଥିବା ବେଳେ ରାଜ୍ୟ କେନ୍ଦ୍ର ଉପରକୁ ବଲ୍‌ ପିଙ୍ଗୁଛନ୍ତି। ଏଭଳି କରି ପଶ୍ଚିମ ଓଡ଼ିଶାବାସୀଙ୍କ ସହ ଖେଳ ଖେଳାଯାଉଛି। ପୂର୍ବରୁ କେନ୍ଦ୍ର ଆଇନ ବିଭାଗ ରାଜ୍ୟ ସହ ହାଇକୋର୍ଟଙ୍କୁ ଚିଠି କରି ମତ ଲୋଡ଼ିଥିଲେ। ରାଜ୍ୟ ସରକାର ମଧ୍ୟ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଯଦି କେନ୍ଦ୍ର ସରକାରଙ୍କ ସହଯୋଗ ରହିଛି, ରାଜ୍ୟ ସରକାରଙ୍କ ସହ ଅନ୍ୟ ବିଷୟ ଉପରେ ଆଲୋଚନା କରି ସମସ୍ୟା ସମାଧାନ କରୁଛନ୍ତି, ହାଇକୋର୍ଟ ବେଞ୍ଚ ଦାବି ନେଇ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ଦାସ କହିଛନ୍ତି। ବ୍ରହ୍ମପୁର ବାର୍‌ ଆସୋସିଏଶନ ବରିଷ୍ଠ ଆଇନଜୀବୀ ନିର୍ମଳ ସାହୁଙ୍କ କହିବା ହେଲା ରାଜ୍ୟ ସରକାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାକୁ ଚାହିଁଲେ ତାହା ସମ୍ଭବ ହୋଇପାରିବ। ୧୯୮୧ ମସିହାରେ ଯଶୋବନ୍ତ ସିଂ କମିଶନ ରିପୋର୍ଟ ଆଧାରରେ ରାଜ୍ୟର କେଉଁ ସ୍ଥାନରେ ଏହି ବେଞ୍ଚ ପ୍ରତିଷ୍ଠା କରିବାକୁ ସରକାର ଚାହୁଁଛନ୍ତି, ସେ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବାକୁ ପଡିଥାଏ। ପ୍ରସ୍ତାବ ଆଧାରରେ କେନ୍ଦ୍ର ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ। ସଂସଦରେ ରାଜ୍ୟର ଅନେକ ଏମ୍‌ପି ଉକ୍ତ ପ୍ରସଙ୍ଗ ଉପରେ ବହୁବାର ପ୍ରଶ୍ନ କରିଛନ୍ତି। ନ୍ୟାୟିକ ବ୍ୟବସ୍ଥାରେ ଲୋକଙ୍କ ପାଖରେ ନ୍ୟାୟ ପହଞ୍ଚାଇବା ପାଇଁ ବିଭିନ୍ନ ସରକାର ନିର୍ବାଚନ ସମୟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଘୋଷଣା କରିଥାନ୍ତି। କିନ୍ତୁ ନିର୍ବାଚନ ଜିତିବା ପରେ ସେହି ପ୍ରତିଶ୍ରୁତିକୁ ଭୁଲିଯାଉଛନ୍ତି, ଯାହାକି ବିଡ଼ମ୍ବନାର ବିଷୟ ା


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

ଘୁଞ୍ଚିଲା ଏସିଆନ ଗେମ୍ସ ରିଭ୍ୟୁ ବୈଠକ, କେବେ ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଦେଶର ପ୍ରଦର୍ଶନକୁ ରିଭ୍ୟୁ କରିବା ପାଇଁ ଜାତୀୟ କ୍ରୀଡ଼ା ଫେଡେରେଶନମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟର ଦିନିକିଆ ବୈଠକକୁ ଆସନ୍ତା…

ଶୀତଦିନେ ରୁମ୍‌ ହିଟର କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା, ନଚେତ୍‌ ପସ୍ତାଇବେ

ଶୀତଦିନେ ସକାଳୁ ବିଛଣାରୁ ଉଠିବା କଷ୍ଟକର ହୋଇପଡ଼େ। ଘର ଭିତରେ ଥଣ୍ଡା ଯୋଗୁଁ ହାତ ଓ ପାଦ ମଧ୍ୟ ବରଫ ଭଳି ଥଣ୍ଡା ହୋଇଯାଏ। ଏଭଳି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?