ପାତିସୁନାପୁରକୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ାଯାଉ

ବ୍ରହ୍ମପୁର,୧୮ା୧(ନରସିଂହ ସାହୁ)ଗଞ୍ଜାମ ଜିଲା ଉପକୂଳ ତଥା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମତ୍ସ୍ୟଜୀବୀ ବହୁଳ ସୁନାପୁର ଓ ପାତିସୁନାପୁର ନିକଟସ୍ଥ ବଙ୍ଗୋପସାଗରରେ ଅଞ୍ଚଳରେ ପ୍ରବାହିତ ବାହୁଦା ନଦୀ ମିଶୁଛି । ଏହି ମୁହାଣର ଦୃଶ୍ୟ ଦେଖାଣାହାରୀଙ୍କୁ ମନମୋହୁଛି। ଶୀତଦିନେ ବିରଳ ପ୍ରଜାତିର ଶତାଧିକ ପକ୍ଷୀ ନଦୀ ମୁହାଣକୁ ଆସୁଛନ୍ତି। ତେବେ ଏହି ମୁହାଣ ଅବହେଳିତ ହୋଇରହିଛି। ଏହାର ବିକାଶ ସହ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳିରେ ପରିଣତ କରିବାକୁ ଚିକିଟିର ପୂର୍ବତନ ବିଧାୟକ ତଥା ବିଧାନସଭାର ପ୍ରାକ୍ତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଦାବି କରିଛନ୍ତି। ଅନ୍ୟପକ୍ଷରେ ଆବଶ୍ୟକ କ୍ଷେତ୍ର ଥିବାରୁ ରାଜ୍ୟ ସରକାର ବାହୁଦା ମୁହାଣରେ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ହଜାର ହଜାର ମତ୍ସ୍ୟଜୀବୀଙ୍କ ଅର୍ଥନୈତିକ ବିକାଶ ଘଟିବ ଏବଂ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ିହେବ।
ବାହୁଦା ମୁହାଣରେ ନଦୀଭିତ୍ତିକ ଛୋଟିଆ ବନ୍ଦର ନିର୍ମାଣ ଦୀର୍ଘଦିନର ଦାବି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ପୀତବାସ ପଣ୍ଡା ଆଲୋଚନା ପ୍ରସଙ୍ଗରେ ସ୍ପଷ୍ଟ କରିଛନ୍ତି। ପାରାଦୀପ ଏବଂ ଆନ୍ଧ୍ରର ବିଶାଖାପାଟଣା ମଧ୍ୟରେ ଗୋପାଳପୁର ବନ୍ଦର ଅଛି। ଗୋପାଳପୁର ବନ୍ଦର ୧୯୯୯ ମହାବାତ୍ୟାରେ ଛାରଖାର ହୋଇଯାଇଥିଲା। ୫ରୁ ୬ ବର୍ଷ ପରେ ୨୦୦୬ରେ ବନ୍ଦରକୁ ସରକାର ଘରୋଇକରଣ କଲେ। ୧୯୮୦ ଦଶକର ଦ୍ୱିତୀୟ ଭାଗରେ ରାଜ୍ୟ ରାଜକୋଷରୁ ୧୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୋପାଳପୁର ସାମୟିକ କ୍ଷୁଦ୍ର ବନ୍ଦର ଓଡ଼ିଆ ଶିଳ୍ପପତିଙ୍କୁ ଘରୋଇକରଣ ନ୍ୟସ୍ତ କରାଯାଇଥିଲା। ବନ୍ଦରର ବିକାଶ ଓ ଏହାକୁ ସବୁଦିନିଆ ବୃହତ୍ତ ବନ୍ଦର କରାଯିବା ସର୍ତ୍ତ ଥିଲା। ଏହାର ୧୮ ବର୍ଷ ବିତିଛି ଏବଂ ବନ୍ଦର ଯଥାପୂର୍ବଂ ତଥା ପରଂ ଅବସ୍ଥାରେ ଥିବା ସେଠାର ଶ୍ରମିକ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ନୌ-ବାଣିଜ୍ୟ କାରବାର ମଧ୍ୟ ଆଶାନୁରୂପ ହୋଇ ନ ଥିବା କୁହାଯାଇଛି। ପାରାଦୀପ ବନ୍ଦରର ପଣ୍ୟ କାରବାର ଦିନକୁ ଦିନ ବଢ଼ୁଥିବାରୁ ସେଠାର ବଳକା ପଣ୍ୟ ବେଳେବେଳେ ଗୋପାଳପୁର ବନ୍ଦର ମାଧ୍ୟମରେ ରପ୍ତାନି କରାଯାଉଛି। ତେଣୁ ବଙ୍ଗୋପସାଗର ଉପକୂଳର ଆନ୍ଧ୍ରପ୍ରଦେଶର କଳିଙ୍ଗପାଟଣା ଓ ଗୋପାଳପୁର ମଧ୍ୟ ଭାଗରେ ସୁନାପୁର ବାହୁଦା ମୁହାଣରେ ରାଜ୍ୟ ସରକାର କ୍ଷୁଦ୍ର ନଦୀ ଭିତ୍ତିକ ବନ୍ଦର ନିର୍ମାଣ କରିବାର ଯଥାର୍ଥତା ଥିବା ମତ୍ସ୍ୟଜୀବୀଙ୍କ ପକ୍ଷରୁ ଦାବି କରାଯାଇଛି। ୨୦୧୨ରେ ବାହୁଦା ମୁହାଣରେ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିଲା। ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସହମତି ଦେଇଥିଲେ। ରାଜ୍ୟ ସରକାର ଚୁକ୍ତିନାମା ସ୍ବାକ୍ଷର କରିବାକୁ କହିଥିଲେ। ତେବେ ସରକାର ଚୁପ୍‌ ରହିବାରୁ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ମଉଳି ଯାଇଥିଲା ବୋଲି କଂଗ୍ରେସ ନେତା ତଥା ଓଡ଼ିଶା ବାର କାଉନସିଲ ସଦସ୍ୟ ପୀତବାସ ପଣ୍ଡା ଅଭିଯୋଗ କରିଛନ୍ତି। ବିଭିନ୍ନ ନୂଆ ଯୋଜନା ବାବଦରେ ସରକାର ବହୁ ଟଙ୍କା ମଞ୍ଜୁୁର କରୁଥିବା ବେଳେ ଗଞ୍ଜାମ ମତ୍ସ୍ୟଜୀବୀ ଅଞ୍ଚଳରେ ବାହୁଦା ମୁହାଣରେ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର ନିର୍ମାଣ ପ୍ରତି ଅବହେଳା ନ କରନ୍ତୁ ବୋଲି ପଣ୍ଡା ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ଭଞ୍ଜନଗର ଥାନା ଏସଆଇଙ୍କୁ ଡିଜିପି ଡିସ୍କ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀଙ୍କୁ ବୁଧବାର ଡିଜିପି ଡିସ୍କ ଆୱାର୍ଡ଼ ମିଳିଛି। କଟକ ଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri