ହାଟଡିହୀ,୩୦।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବଲକ ସୁନ୍ଦରାପାଳଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଆଦର୍ଶ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ମଙ୍ଗଳବାର ପୋଖରୀରେ ବୁଡି ନିଖୋଜ ହୋଇଯାଇଛନ୍ତି। ଦମକଳ ବାହିନୀ ଦ୍ୱାରା ପୋଖରୀରେ ଖୋଜାଖୋଜି ଜାରି ରହିଛି। ଛାତ୍ର ଜଣଙ୍କ ଅଁରା ଗ୍ରାମର ଅଜୟ ଜେନାଙ୍କ ପୁଅ ସାଇ ପ୍ରସାଦ ଜେନା(୧୩)। ସେ ହାଟଡିହୀ ଜଳକଳଙ୍ଗ ବଜାରରେ ଏକ ଘରୋଇ ମେସ୍ରେ ଅନ୍ୟ ଛାତ୍ରମାନଙ୍କ ସହ ରହୁଥିଲେ। ମଙ୍ଗଳବାର ପୋଖରୀକୁ ଅନ୍ୟ ଦୁଇ ସାଙ୍ଗଙ୍କ ଯାଇଥିବାବେଳେ ସାଇପ୍ରସାଦ ପୋଖରୀରେ ବୁଡ଼ି ଯାଇଥିଲେ। ଖୋଜାଖୋଜି ଚାଲିଥିଲେ ବି ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।


