ହସ୍ତାନ୍ତର ହୋଇପାରୁନି ଆଦର୍ଶ ବିଦ୍ୟାଳୟ

ଚଣ୍ଡିଖୋଲ,୨୭।୮(ଡି.ଏନ.ଏ.): ବଡ଼ଚଣା ଶିକ୍ଷାମଣ୍ଡଳ ଅଧୀନ ବଡ଼ଚଣାଠାରେ ଆଦର୍ଶ ବିଦ୍ୟାଳୟର ଗୃହ ଓ କ୍ୟାମ୍ପସ ନିର୍ମାଣ କରାଯାଇଛି। ଦୀର୍ଘ ୮ ମାସ ହେଲା ଏହି କାର୍ଯ୍ୟ ଶେଷ ହୋଇଛି। ହେଲେ ଏହା ଅଦ୍ୟାବଧି ଶିକ୍ଷା ବିଭାଗ ଅଧୀନକୁ ଯାଇ ପାରିନାହିଁ। ନିର୍ମାଣ କାର୍ଯ୍ୟ କରୁଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶିକ୍ଷା ଅଧିକାରୀଙ୍କୁ ତିନି ତିନିଥର ପତ୍ର ଲେଖିଥିଲେ ମଧ୍ୟ କେଉଁ କାରଣ ପାଇଁ ଶିକ୍ଷା ବିଭାଗ ନିଜ ଅଧୀନକୁ ନେଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଥାଉକି, ରାଜ୍ୟ ସରକାର ପ୍ରତ୍ୟକ ବ୍ଲକରେ ଗୋଟିଏ ଲେଖା ଆଦର୍ଶ ବିଦ୍ୟାଳୟ ସ୍ଥାପନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ୨୦୧୭ ଜାନୁୟାରୀରେ ବଡ଼ଚଣା ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ବିଦ୍ୟାଳୟ ଗୃହ, କାର୍ଯ୍ୟାଳୟ ଓ ଛାତ୍ରାବାସ ଇତ୍ୟାଦି ସମସ୍ତ କନଷ୍ଟ୍ରକଶନ କାମ ଏକ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଘୋଷଣା କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହାର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ କାର୍ଯ୍ୟ ଶେଷ ହେବାକୁ ୪ବର୍ଷ ସମୟ ଲାଗିଗଲା। ୨୦୨୦ ଡିସେମ୍ବର ୨୦ରେ କାର୍ଯ୍ୟ ଶେଷ କରାଯାଇ ହସ୍ତାନ୍ତର ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କୁ ବିଭାଗ ତରଫରୁ ଚିଠି କରାଯାଇଛି। ଏହା ମଧ୍ୟରେ ୮ମାସ ବିତିଯାଇଥିଲେ ବି ତାହା ହସ୍ତାନ୍ତର ହୋଇପାରିନି।
ଜାରକା ଗ୍ରାମ୍ୟ ଉନ୍ନୟନ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଅଗଷ୍ଟ ୭ରେ ପତ୍ର ସଂଖ୍ୟା ୨୬୪୫ରେ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି କି, ବାରମ୍ବାର ପତ୍ର ଦେବା ସତ୍ତ୍ୱେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବ୍ଲକ ଶିକ୍ଷାଧିକାରୀ ଏ ପର୍ଯ୍ୟନ୍ତ ବିଦ୍ୟାଳୟର ନୂତନ କୋଠାକୁ ଗ୍ରହଣ କରୁନାହାନ୍ତି। ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ଦ୍ୱିତୀୟବାର ୧୭ା୬ା୨୧ରେ ପତ୍ର ସଂଖ୍ୟା ୨୦୮୪ ଓ ୧୩ା୭ା୨୧ରେ ପତ୍ର ସଂଖ୍ୟା ୨୩୨୬ରେ ଅନୁରୋଧ କରାଯାଇଥିଲେ ମଧ୍ୟ ବ୍ଲକ ଶିକ୍ଷାଧିକାରୀ ଆଦର୍ଶ ବିଦ୍ୟାଳୟକୁ ତାଙ୍କ ଅଧୀନକୁ ନେଉନାହାନ୍ତି। ଯଦି ସେ ବିଦ୍ୟାଳୟ କ୍ୟାମ୍ପସକୁ ନ ନିଅନ୍ତି ଏହା ଦୀର୍ଘଦିନ ପଡ଼ି ରହିଲେ ଆମ୍ଭେ ମରାମତି କରିପାରିବୁ ନାହିଁ। ଗତ ମାସ ୩୦ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଚଣ୍ଡିଖୋଲ ସବଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଳସୀ ପାତ୍ର ଏବଂ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରିଥିଲେ। ଏଥିନେଇ ଜାରକା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଯାଜପୁର ଜିଲାପାଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖି ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ଲାଗି ବଡ଼ଚଣା ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri