Posted inଜାତୀୟ

ଆଦାନୀ ଗ୍ରୁପ୍‌ ବ୍ୟବସାୟ କାରବାର ବିରୋଧରେ ଟୁଲ୍‌କିଟ୍‌ର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୨୪ା୫:ବିଶେଷଜ୍ଞମାନେ ଆଦାନୀ ଗ୍ରୁପ୍‌ର ନିର୍ଦ୍ଦିଷ୍ଟ ବ୍ୟବସାୟିକ କାର୍ଯ୍ୟ ବିରୋଧରେ ଏକ ଟୁଲ୍‌କିଟ୍‌ର ପର୍ଦ୍ଦାଫାଶ କରିଛନ୍ତି। ଏଥିରେ କମ୍ୟୁନିଷ୍ଟ ନେତା, ପାକିସ୍ତାନୀ, ଇସ୍‌ଲାମୀୟ ମୌଳବାଦୀ, ବିଲିୟନେୟାର ଜର୍ଜ ସୋରୋସ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରର ମିଳିତ ସମ୍ପୃକ୍ତି ରହିଛି। ଫାଇନାନ୍ସିଆଲ ଟାଇମ୍ସ ଏବଂ ଜର୍ଜ ସୋରେସ୍‌ଙ୍କ ସମର୍ଥତ୍ତ ଅର୍ଗାନାଇଜ୍‌ଡ କ୍ରାଇମ୍‌ ଆଣ୍ଡ କରପ୍‌ଶନ ରିପୋର୍ଟିଂ ପ୍ରୋଜେକ୍ଟ (ଓସିସିଆର୍‌ପି) ସମେତ ଗୋଟିଏ ଗୋଷ୍ଠୀ ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଉକ୍ତ ଟୁଲ୍‌କିଟ୍‌କୁ ପଦାରେ ପକାଇଛି। ୧୦ ବର୍ଷ ତଳେ ଆଦାନୀ ଗ୍ରୁପ୍‌ ଭାରତରେ କମ୍‌ ଦାମରେ ଆମଦାନି ହୋଇଥିବା ନିମ୍ନମାନର କୋଇଲାକୁ ଉଚ୍ଚ ଦରରେ ବିକ୍ରି କରୁଥିବା ଅଭିଯୋଗ ସମ୍ପର୍କରେ ରିପୋର୍ଟ ଉପରୋକ୍ତ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସାମ୍ବାଦିକ ଆନନ୍ଦ ମାଙ୍ଗନାଲେ ଉକ୍ତ ପ୍ରଚାରଧର୍ମୀ ଲେଖା ଲେଖିବା ସହ ଏହାକୁ ସମର୍ଥନ କରିଥିଲେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହାକୁ ଅନେକେ ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରିପୋଷ୍ଟ କରିଥିଲେ। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ବ୍ରିଟେନ୍‌ର ଫାଇନାନ୍ସିଆଲ ଟାଇମ୍ସ ମଧ୍ୟ ଏହି ଟୁଲ୍‌କିଟ୍‌ରେ ସାମିଲ ରହିଛି ଏବଂ ଏହାଦ୍ୱାରା ଆଦାନୀ ଗ୍ରୁପ୍‌ ବିରୋଧରେ ପ୍ରଚାରଧର୍ମୀ ନିବନ୍ଧ ପ୍ରକାଶ ପାଇଥିଲା। ଆଦାନୀ ଗ୍ରୁପ୍‌ ବିରୋଧରେ ଦୁଇ ବିଦେଶୀ ମିଡିଆ ସଂଗଠନ ଦି ଫାଇନାନ୍ସିଆ ଟାଇମ୍ସ ଏବଂ ଓସିସିଆର୍‌ପି ଅତୀତରେ ବାରମ୍ବାର ସମାନ ଅଭିଯୋଗ ଆଣି ସମାଲୋଚନା କରିବାରୁ ମାର୍କେଟ ଏହାକୁ ଗମ୍ଭୀରତାର ସହ ନେବା ବନ୍ଦ କରିଦେଇଥିଲା। ଫାଇନାନ୍ସିଆ ଟାଇମ୍ସର ଦୀର୍ଘଦିନ ପୁରୁଣା ଲେଖା କେବଳ କୋଳାହଳ ବୋଲି ଆମେରିକାର ଗ୍ଲୋବାଲ ବ୍ରୋକେରେଜ କାଣ୍ଟର ଫିଜ୍‌ଗେରାଲ୍ଡ କହିଛନ୍ତି।
ଆଦାନୀ ଗ୍ରୁପ୍‌ ବିରୋଧରେ ଫାଇନାନ୍ସିଆ ଟାଇମ୍ସ ବୁଧବାର ଭୋର ୪ଟା ୩୪ରେ ପ୍ରଚାରଧର୍ମୀ ଲେଖା ପୋଷ୍ଟ କରିବା ପରେ ୭ଟା ୪୯ରେ ଜଣେ ଖ୍ୟାତନାମା ସାମ୍ବାଦିକ ପ୍ରଚାରସର୍ବସ୍ବ ଲେଖା ପୋଷ୍ଟ କରିବାରୁ ଟୁଲ୍‌କିଟ ତାହାକୁ ସୋସିଆଲ ମିଡିଆରେ ଶେୟାର କରିବା ଆରମ୍ଭ କରିଥିଲା। ସେଦିନ ରାତି ୯ଟା ୪୨ରେ ଅନ୍ୟ ଜଣେ କର୍ମୀ ଓ କେତେଜଣ ଖ୍ୟାତନାମା ବ୍ୟକ୍ତି ଏହାକୁ ପୋଷ୍ଟ କରିଥିଲେ। ତେବେ ଭାରତୀୟ ଶେୟାର ବଜାର ଏହି ରିପୋର୍ଟକୁ ଗ୍ରହଣ କରି ନ ଥିବା ଜଣାପଡ଼ିଛି। କାରଣ ଗୁରୁବାର ନିଫ୍ଟରେ ଆଦାନୀ ଏଣ୍ଟରପ୍ରାଇସ୍‌ ସବୁଠୁ ଅଧିକ ଲାଭବାନ ହୋଇଛି। ଏହାର ଶେୟାର ମୂଲ୍ୟ ୭.୮୪ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିପରି ୪.୭୩ ପ୍ରତିଶତ ବୃଦ୍ଧ ସହ ଆଦାନୀ ପୋର୍ଟସ ମଧ୍ୟ ଶୀର୍ଷ ୩ ଲାଭକାରୀ ସଂସ୍ଥା ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଛାଡ଼ିଲେ ଶତାଧିକ ଛାତ୍ର, ହାତରେ ବ୍ୟାଗ୍‌ ଧରି ୧୦ କିଲୋମିଟର ଚାଲିଲେ

ଝରିଗାଁ,୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ସରକାର କେଜିରୁ ପିଜି ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନଟେମରା…

ଭାରତର ଏହି ସ୍ଥାନରେ ଏଯାଏଁ ପହଞ୍ଚିନି କଳିଯୁଗ? ରହସ୍ୟ ଜାଣିଲେ କାବା ହୋଇଯିବେ…

ନୂଆଦିଲ୍ଲୀ,୬।୮: ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଚାରୋଟି ଯୁଗ— ତ୍ରେତାୟୁଗ, ସତ୍ୟଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗର ବର୍ଣ୍ଣନା କରାଯାଇଛି। ତିନୋଟି ଯୁଗ ଶେଷ ହୋଇସାରିଛି ଏବଂ ଏବେ ଶେଷ…

ବଳାତ୍କାର ମାମଲାରେ ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲଦଣ୍ଡ

ମୁମ୍ବାଇ,୬।୮: ବମ୍ବେ ହାଇକୋର୍ଟ ତେହେଲକା ପତ୍ରିକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଳାତ୍କାର ମାମଲାରେ ୧୦ ବର୍ଷ ଜେଲଦଣ୍ଡ ଦେଇଛନ୍ତି। ନିମ୍ନ ଅଦାଲତର ରାୟକୁ ପ୍ରତ୍ୟାଖ୍ୟାନ…

ସ୍ତ୍ରୀକୁ ପ୍ରେମିକ ସହ ବିବାହ କରାଇଲେ ସ୍ୱାମୀ, ଲୋକେ କହିଲେ ୫ଟା ଛୁଆ ପରେ…

ଉତ୍ତରପ୍ରଦେଶ,୬।୮ : ପ୍ରେମ ଦୁଇଟି ହୃଦୟର ମିଳନ ନୁହେଁ, ଏହା ବିଶ୍ୱାସ, ସମ୍ମାନ ଓ ତ୍ୟାଗର ଏକ ସୁନ୍ଦର ଅନୁଭୂତି । ପ୍ରେମରେ ଶବ୍ଦଠାରୁ ଅଧିକ ମୂଲ୍ୟବାନ…

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର…

ବୁମ୍‌ରାଙ୍କୁ ବର୍ଷେ ଯାଏ ବିଦା କରିଦିଅ….ପୂର୍ବତନ କ୍ରିକେଟର୍‌ଙ୍କ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ

ନୂଆଦିଲ୍ଲୀ,୬।୮: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରିତ ବୁମରା ନିଜ ବୋଲିଂ ଆକ୍ସନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ବୁମରା ଆଣ୍ଠୁ ଆଘାତ ସହିତ ସଂଘର୍ଷ କରୁଛନ୍ତି। ଫଳରେ…

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ସରକାର ଅନୁଧ୍ୟାନ କରି….

ଭୁବନେଶ୍ୱର,୬।୮: ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ଏନେଇ ସରକାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।…

ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ୨୪ ଘଣ୍ଟା ପରେ…

ଆଳି,୬ା୮(ବନମାଳୀ ସେନାପତି): ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri