ଏନଡିଟିଭିର ଅଂଶଧନ କିଣିବ ଆଦାନୀ ଗ୍ରୁପ

ଭୁବନେଶ୍ୱର,୨୪।୮: ଆଦାନୀ ଗ୍ରୁପର ସହଯୋଗୀ କମ୍ପାନୀ ଏଏମ୍‌ଜି ମିଡିଆ ନେଟର୍ଓ୍‌କ ଲିମିଟେଡ୍‌ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏନ୍‌ଡିଟିଭିର ଅଂଶଧନ କିଣିବାକୁ ଘୋଷଣା କରିଛି। ଏପରି କି ଆଦାନୀ ଗ୍ରୁପ୍‌ ଏନ୍‌ଡିଟିଭି ଅର୍ଥାତ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡରେ ପରୋକ୍ଷ ଭାବେ ୨୯.୧୮% ଶେୟାର ଅଧିଗ୍ରହଣ କରିବ ବୋଲି କୁହାଯାଉଛି। ଅପରପକ୍ଷରେ ଏକ ଖୋଲା ପ୍ରସ୍ତାବ ଜରିଆରେ ଆଦାନୀ ଗ୍ରୁପ ଏନ୍‌ଡିଟିଭିର ଆଉ ୨୬% ଅଂଶଧନ ନିଜ ପାଖରେ ରଖିବାକୁ ଯୋଜନା କରିଛି। ଏହିପରି ଏନ୍‌ଡିଟିଭିରେ ଆଦାନୀ ଗ୍ରୁପର ମୋଟ୍‌ ଅଂଶଧନ ୫୫%ରୁ ଊର୍ଦ୍ଧ୍ୱ ହୋଇଯିବ। ଆଦାନୀ ଗ୍ରୁପ ଏବଂ ଏନ୍‌ଡିଟିଭି ମଧ୍ୟରେ ପାଖାପାଖି ୪୯୩ କୋଟି ଟଙ୍କାର ଚୁକ୍ତି ହେବା ଆଶା କରାଯାଉଛି। ଏଏମଏନଏଲ ଏବଂ ଆଦାନୀ ଏଣ୍ଟର ପ୍ରାଇଜେସ୍‌ ଲିମିଟେଡ୍‌ ସହ ଭିସିପିଏଲ ଏନଡିଟିଭିରେ ୨୬% ଅଂଶଧନ କିଣିବା ପାଇଁ ଏକ ଖୋଲା ଅଫର ଲଞ୍ଚ କରିବେ। ସେବିର ୨୦୧୧ ନିୟମ ପାଳନ ପାଇଁ ଏପରି କରାଯିବ। ସେହିଭଳି ତିନି କମ୍ପାନୀ ଏନଡିଟିଭିର ଶେୟାରକୁ ସାର୍ବଜନୀନ ଅଂଶଧାରୀଙ୍କଠୁ କିଣିବା ପାଇଁ ଶେୟାର ପିଛା ୨୯୪ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏଏମଜି ମିଡିଆ ନେଟର୍ଓ୍‌କ ଲିମିଟେଡ୍‌ ଅଦାନୀ ଗ୍ରୁପର ମିଡିଆ କମ୍ପାନୀ ହୋଇଥିବାବେଳେ ଆରଆରଆରଆର ଏନଡିଟିଭିର ପ୍ରମୋଟର ଗ୍ରୁପ କମ୍ପାନୀ । ଏହି କମ୍ପାନୀ ନିକଟରେ ଏନଡିଟିଭିର ୨୯.୧୮% ଅଂଶଧନ ରହିଛି। ବର୍ତ୍ତମାନ ଏଏମଏନଏଲ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ ସହିତ ଭିସିପିଏଲ ଏନଡିଟିଭିରେ ୨୬% ଅଂଶଧନ କିଣିବା ପାଇଁ ଏକ ଖୋଲା ଅଫର ଲଞ୍ଚ କରିବେ। ଶିଳ୍ପପତି ଗୌତମ ଅଦାନୀ ଭାରତର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏନଡିଟିଭିର ପ୍ରମୁଖ ଅଂଶଧନ କ୍ରୟ ସହ ନିବେଶ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri