Posted inଜାତୀୟ

୩ରୁ ୩୦କୁ ଖସିଲେ ଆଦାନୀ

ମୁମ୍ବାଇ/ନୂଆଦିଲ୍ଲୀ,୨୭ା୨:ମାସକ ପୂର୍ବରୁ ଆଦାନୀ ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନୀ ଏସିଆର ସବୁଠୁ ବିତ୍ତଶାଳୀ ଏବଂ ବିଶ୍ୱର ୩ ନମ୍ବର ଧନୀ ଥିଲେ। ୨୦୨୩ ଜାନୁୟାରୀ ୨୪ରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଦାନୀ ସମୂହ ବିରୋଧରେ ଷ୍ଟକ୍ସ ଓ ଆକାଉଣ୍ଟ୍ସରେ ଅନିୟମିତତା ଅଭିଯୋଗ ଆଣିବା ପରେ ଆଦାନୀଙ୍କ ସାମ୍ରାଜ୍ୟ ଦୋହଲିଯାଇଛି। ସେବେଠୁ ଏହି କଙ୍ଗ୍ଲୋମେରେଟ୍‌ର ଷ୍ଟକ୍ସ ମୂଲ୍ୟ ଲଗାତର ହ୍ରାସ ପାଇବାରେ ଲାଗିଛି। ଅଦ୍ୟାବଧି ଆଦାନୀ ଟ୍ରାନ୍ସମିଶନ୍‌ ୭୪.୨୧% ମାର୍କେଟ ଭାଲ୍ୟୁ ହରାଇଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୬୨% ତଳକୁ ଖସିଛି। ଆଦାନୀ ଟୋଟାଲ ଗ୍ୟାସ୍‌ ଲିଃ ୮୦.୬୮% ତଳକୁ ଖସିଥିବାବେଳେ ଆଦାନୀ ପାଓ୍ବାର, ଆଦାନୀ ଓ୍ବିଲମାର୍‌ ସମେତ ଏହାର ସିମେଣ୍ଟ ୟୁନିଟ୍‌, ମିଡିଆ କମ୍ପାନୀ ଏନ୍‌ଡିଟିଭି ଏବଂ ଆଦାନୀ ପୋଟର୍‌ସ ଆଣ୍ଡ୍‌ ଏସ୍‌ଇଜେଡ୍‌ ମଧ୍ୟ ବିପୁଳ ମାର୍କେଟ ଭାଲ୍ୟୁ ହରାଇଛି। ଏଭଳି ଭାବେ ଆଦାନୀ ଗ୍ରୁପ୍‌ର ମୋଟ କ୍ଷତି ୧୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଲାଣି। ଫଳରେ ୬୦ ବର୍ଷୀୟ ଆଦାନୀ ମାସକ ମଧ୍ୟରେ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ୩ରୁ ୩୦ ନମ୍ବରକୁ ଓହ୍ଲାଇଆସିଛନ୍ତି।
ବନ୍ଦରରୁ ବିମାନବନ୍ଦର, ଖାଇବା ତେଲରୁ ନେଇ କମୋଡିଟିଜ୍‌, ବିଦ୍ୟୁତ୍‌, ସିମେଣ୍ଟ ଏବଂ ଡାଟା ସେଣ୍ଟର ପର୍ଯ୍ୟନ୍ତ ବ୍ୟବସାୟ ପରିଚାଳନା କରୁଥିବା ଏହି ବିଜ୍‌ନେସ୍‌ ଗ୍ରୁପ୍‌ର ଶେୟାର ମାର୍କେଟରେ ତାଲିକାଭୁକ୍ତ ୧୦ କମ୍ପାନୀ ମାସକରେ ୧୨.୦୬ ଲକ୍ଷ କୋଟି ଟଙ୍କା କ୍ଷତି ସହିଲାଣି। ଏହି କ୍ଷତିର ପରିମାଣ ଭାରତର ଦ୍ୱିତୀୟ ମୂଲ୍ୟବାନ୍‌ କମ୍ପାନୀ ଟାଟା କନ୍‌ସଲ୍ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌)ର ମାର୍କେଟ କ୍ୟାପିଟାଲାଇଜେଶନ୍‌ ସହ ସମାନ। ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୨୦ ବିଲିୟନ ଡଲାର ଥିବାବେଳେ ୮୦.୬ ବିଲିୟନ ଡଲାର କ୍ଷତି ସହ ବର୍ତ୍ତମାନ ପ୍ରାୟ ୪୦ ବିଲିୟନ ଡଲାରରେ ସୀମିତ ରହିଛି। ଆଦାନୀଙ୍କ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃ ମୁଖ୍ୟ ମୁକେଶ ଅମ୍ବାନୀ ୮୧.୭ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ସହ ବର୍ତ୍ତମାନ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ଦଶମ ସ୍ଥାନ ଅଧିକାର କରିଛନ୍ତି।
ଆମେରିକାର ପୂର୍ବତନ ଟ୍ରେଜେରି ସେକ୍ରେଟାରି ତଥା ହାର୍ଭାର୍ଡ ୟୁନିଭର୍ସିଟିର ପ୍ରାକ୍ତନ ଅଧ୍ୟକ୍ଷ ଲାରି ସମର୍ସ ଆଦାନୀ ଗ୍ରୁପ୍‌ର ସଙ୍କଟକୁ ଏନ୍‌ରନ୍‌ କ୍ରାଇସିସ୍‌ ସହ ତୁଳନା କରିଛନ୍ତି। ୨୦୦୧ ଅକ୍ଟୋବରରେ ଆମେରିକୀୟ ଏନର୍ଜି ମେଜର ଏନ୍‌ରନ୍‌ କର୍ପୋରେଶନ୍‌ର ସ୍କାଣ୍ଡାଲ ପଦାକୁ ଆସିଥିଲା। ହ୍ୟୁଷ୍ଟନ୍‌ରେ ମୁଖ୍ୟାଳୟ ଥିବା ଏହି ବିଦ୍ୟୁତ୍‌ କମ୍ପାନୀର ଦୁର୍ନୀତି ପ୍ରଘଟ ହେବା ପରେ ଏହାକୁ ଦେବାଳିଆ ଘୋଷଣା କରାଯାଇଥିଲା। ତେଣୁ ଆଦାନୀ ଗ୍ରୁପ୍‌ର ଅଧଃପତନ ଭାରତରେ ‘ଏନ୍‌ରନ୍‌ ମୁମେଣ୍ଟ’ ଭଳି ସ୍ଥିତି ଉପୁଯାଇପାରେ ବୋଲି ବ୍ଲୁମ୍‌ବର୍ଗର ଓ୍ବାଲ୍‌ ଷ୍ଟ୍ରିଟ୍‌ ଓ୍ବିକ୍‌କୁ ସାକ୍ଷାତ୍‌କାର ବେଳେ ଲାରି ଆଶଙ୍କା ବ୍ୟକ୍ତ କରିଛନ୍ତି। ଲାରି ଆହୁରି କହିଛନ୍ତି, ଭାରତ ବିଶ୍ୱର ସବୁଠୁ ଦ୍ରୁତତମ ଅର୍ଥନୀତି ଭାବେ ଉଭା ହେବାରେ ଲାଗିଛି। ଜି୨୦ ସମ୍ମିଳନୀର ଅଧ୍ୟକ୍ଷତା କରୁଥିବା ଭାରତ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିବାବେଳେ ଆଦାନୀ ସଙ୍କଟ ସବୁକିଛିକୁ ପାଣିରେ ପକାଇଦେଇପାରେ।
ପ୍ରକାଶ ଯେ, ଆଦାନୀ ଏଣ୍ଟରପ୍ରାଇଜେସ୍‌ର ବହୁପ୍ରତୀକ୍ଷିତ (୨୦,୦୦୦ କୋଟି ଟଙ୍କାର) ଫଲୋ-ଅନ୍‌ ପବ୍ଲିକ ଅଫର୍‌ (ଏଫ୍‌ପିଓ) ଆସିବା ପୂର୍ବରୁ ଗତ ଜାନୁୟାରୀ ୨୪ରେ ନ୍ୟୁୟର୍କଭିତ୍ତିକ ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ୪୧୩ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରକାଶ କରିଥିଲା। ଆଦାନୀ ଗ୍ରୁପ୍‌ର ଷ୍ଟକ୍‌ଗୁଡ଼ିକରେ ଏବଂ ଆକାଉଣ୍ଟ୍ସରେ ବ୍ୟାପକ ହେରଫେର ହୋଇଥିବା ଦର୍ଶାଇ ନାଥନ୍‌ ଆଣ୍ଡର୍ସନଙ୍କ ଏହି ସଂସ୍ଥା ଶର୍ଟ ସେଲିଂ କରିଥିଲା। ଏପରି କି ଆଦାନୀ ଗ୍ରୁପ୍‌ର ୧୦ କମ୍ପାନୀର ଶେୟାର ମୂଲ୍ୟ ୮୫% ପର୍ଯ୍ୟନ୍ତ ଖସିବ ବୋଲି ଭବିଷ୍ୟବାଣୀ କରିଥିଲା, ଯାହାକି ଏବେ ସତ ହେବାକୁ ଯାଉଛି।

ସତ ପ୍ରଘଟ ହେବାଯାଏ ପ୍ରଶ୍ନ କରୁଥିବୁ: ରାହୁଲ

ଆଦାନୀ ଗ୍ରୁପ୍‌ ଉପରେ ଭାରତୀୟ ନିବେଶକମାନଙ୍କ ଆସ୍ଥା ତୁଟିସାରିଥିବାବେଳେ ବିଦେଶୀ ଇନ୍‌ଭେଷ୍ଟର୍ସ ମଧ୍ୟ ମୁହଁ ଫେରାଇବାରେ ଲାଗିଛନ୍ତି। ଏସବୁ ଭିତରେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ଅଭିଯୋଗର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିରେ ଅଡ଼ିବସିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କହିଛନ୍ତି, ସତ ପଦାକୁ ନ ଆସିବା ଯାଏ ଆଦାନୀ ଗ୍ରୁପ୍‌ ଉପରେ ସରକାରଙ୍କୁ ପ୍ରଶ୍ନ କରିବା ଛାଡ଼ିବୁ ନାହିଁ। କାରଣ ଭାଜପା ନେତାମାନେ ପାର୍ଲାମେଣ୍ଟ ଭିତରେ ମଧ୍ୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛନ୍ତି। ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କ କ’ଣ ବୋଲି ସଂସଦରେ ଆମେ ପ୍ରଶ୍ନ କରିଥିଲୁ। ଏହାର ଉତ୍ତର ମିଳିଲା ନାହିଁ। ଓଲଟା ଆମ ସମ୍ପୂର୍ଣ୍ଣ ଭାଷଣକୁ ସଂସଦୀୟ ରେକର୍ଡରୁ ବାଦ୍‌ ଦିଆଗଲା। ତେଣୁ ସତ ପ୍ରଘଟ ନ ହେବା ଯାଏ ଆମେ ନୀରବ ରହିବୁ ନାହିଁ ବୋଲି କଂଗ୍ରେସର ୮୫ତମ ମହାଅଧିବେଶନକୁ ସମ୍ବୋଧିତ କରି ରାହୁଲ କହିଛନ୍ତି। ଓ୍ବାୟନାଡ୍‌ ଏମ୍‌ପି ରାହୁଲ ଆହୁରି କହିଛନ୍ତି, ଏହି କମ୍ପାନୀ ଦେଶକୁ ନଷ୍ଟ କରିବାକୁ ବସିଲାଣି। ଆଦାନୀ ଗ୍ରୁପ୍‌ ଭାରତର ସମସ୍ତ ଭିତ୍ତିଭୂମିକୁ ଛଡ଼ାଇନେଇଛି। ସ୍ବାଧୀନତା ସଂଗ୍ରାମ ସବୁ ସମ୍ପତ୍ତି ଓ ବନ୍ଦରକୁ ଦଖଲ କରିନେଇଥିବା ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ବିରୋଧରେ ଲଢ଼ାଯାଇଥିଲା। ଏବେ ଇତିହାସର ପୁନରାବୃତ୍ତି ଘଟୁଛି। ଦେଶ ଭିତରର ଏକ କମ୍ପାନୀ ସବୁ ଲୁଟିନେଉଥିବାବେଳେ ଆମେ ଏହାକୁ ବିରୋଧ ଜାରି ରଖିବୁ। ମୋଦି-ଆଦାନୀଙ୍କ ସମ୍ପର୍କ ଉପରେ ପ୍ରଶ୍ନ କରୁଥିବୁ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri