ପ୍ରକୃତ ବାଟ

ଆରତି ମହାନ୍ତି

ଆଚ୍ଛା, କେବେହେଲେ ବି ତମେ କ’ଣ ଏଇ ଗୋଟାଏ କଥା ଅର୍ଥାତ୍‌ କାହାରି ଉପରେ ନିର୍ଭର ନ କରି ଚଳିବା କ’ଣ ସେଇଟାକୁ ଭାବି ଦେଖିଛ? ତା’ମାନେ କ୍ଷୀରବାଲା କି ପରିବାବାଲା କି ଏମିତିକା ନିତିଦିନିଆ ଜୀବନ କଟାଇବା କଥା ଏଠି କୁହାଯାଉନାହିଁ। ଏମିତିକି ଡାକ୍ତର କି ଏମିତିକିଛି ଜିନିଷକୁ ଛାଡ଼ିବା କଥା ଏଠି ଜମାରୁ କୁହାଯାଉନାହିଁ। ଏଠି ଯେଉଁ ବିଷୟରେ କୁହାଯାଉଛି ସେଇଟା ହେଉଛି ନିତିଦିନିଆ ଜୀବନରେ ନିଜ ସ୍ତ୍ରୀ କି ସ୍ବାମୀ ହୁଅନ୍ତୁ କି ନିଜର ପୁଅଝିଅ କି ଏମିତିକେହି ବନ୍ଧୁ ବାନ୍ଧବଙ୍କ ଉପରେ ନିର୍ଭର କରି ଦିନ କଟାଇବା। ଯେମିତି ଧର ସେମାନଙ୍କୁ ନ ଦେଖିଲେ କି ତାଙ୍କ ସାଙ୍ଗରେ ଦି’ପଦ କଥା ହୋଇ ନ ପାରିଲେ ମନରେ ବିରସତା ଦେଖାଦିଏ। ଏମିତିକି ସେମାନେ ଯଦି ଦୂର ଜାଗାରେ ଚାକିରି କରୁଥାନ୍ତି କି ବେଶି ଦିନଧରି ଦେଖା ନ ହୁଏ ମନଟା ବିବସ ଲାଗେ। ମୁଁ ଦେଖିଛି ଏମିତି ମାଆମାନେ ଅଛନ୍ତି ଯେଉଁମାନଙ୍କର ପିଲା ଯଦି ଦୂରକୁ ଯାଇ ପଢ଼ାଶୁଣା କରନ୍ତିି କି ବିଦେଶକୁ ଚାଲିଯାଆନ୍ତି ସେମାନେ ଭଲ ପାଉଥିବା ଖାଇବା ଜିନିଷ ଛାଡ଼ିଦିଅନ୍ତିି। ପଚାରିଲେ କହନ୍ତି, ଆହାଃ ପିଲାଟା ଘରେ ଥିଲେ କେତେ ଖୁସିରେ ଖାଉଥିଲା, ଆଉ ମୁଁ ତା’ ମାଆ ହୋଇ ସେଇ ଦରବ ଖାଇବାକୁ କେମିତି ଜିଭ ଖୋଜିବ? ଏସବୁ କ’ଣ ନିହାତି ସ୍ନାୟୁ ବିକାରଗ୍ରସ୍ତ ଥିବାପରି ମନୋଭାବକୁ ଦେଖାଏ ନାହିଁ? ଯିଏ ନିଜ ଜୀବନକୁ ସହଜ ସ୍ବାଭାବିିକ ଭାବରେ ଚଳାଇବାରେ ସମର୍ଥ, ସେଇମାନେ ଏମିତି ଅନେକ ପ୍ରକାର ପରିସ୍ଥିତିରୁ ନିଜକୁ ବାହାର କରିଦେଇପାରନ୍ତି। ଏ ଜୀବନର କିଛି ବି ଠିକଣା ନାହିଁ। ଦିନ ମାସ ବର୍ଷ କେବେ ବି ଏମିତି କିଛି ଘଟଣା ଘଟିପାରେ, ଯାହା ଜଣକୁ ଆଗକୁ ବଢ଼ିବାକୁ ଦେବନାହିଁ। ସେଇ ସବୁ ପରିସ୍ଥିତି ମଣିଷକୁ ଅବସାଦଗ୍ରସ୍ତ କରିଥାଏ। ଏକାଟିଆ ଲାଗିଲେ ମନରେ ଅବସାଦ ଦେଖାଦିଏ, ଯାହା ଧୀରେ ଧୀରେ ଆମତ୍ହତ୍ୟା ଭଳି ନାନା ଦୁର୍ଘଟଣାର ରୂପ ନେଇପାରେ। ସେତେବେଳେ ଆମ ମନ ବି କିଛି ଗୋଟାଏ ଉପାୟ ବିଷୟରେ ଚିନ୍ତା କରେ। ଘର ସଂସାର ଭିତରେ ନିର୍ଭରତା ବଢ଼ିଚାଲେ।
କରୋନା ବେଳେ ଅନେକ ମାଆ ବାପା ତାଙ୍କର ଶିଶୁମାନଙ୍କୁ ହରାଇଛନ୍ତି, ଆଉ ତା’ପରେ କ’ଣହୁଏ- ଘରେ ତାର ଫଟୋ ରଖି ତାକୁ ଝୁରି ହେବାରେ ଲାଗନ୍ତି। ପୁଣି ଆସନ୍ତା ଜନ୍ମରେ ତାକୁ ନିଜ କୋଳରେ ଜନ୍ମ ନେବାକୁ ପୂଜା କରନ୍ତି, ମାନସିକ କରନ୍ତି। ଏସବୁ ଅନେକ ସମୟରେ ଆମ ଜୀବନରେ ଦେଖିବାକୁ ମିଳେ। ଏଇ ପରିସ୍ଥିତିରେ କ’ଣ କରିବା ଦରକାର। ଯଦି ସେଇ ପରିସ୍ଥିତିକୁ ଠିକ୍‌ ଭାବରେ ମୁକାବିଲା କରିବାକୁ ଚେଷ୍ଟା କରାଯାଏ ଅର୍ଥାତ୍‌ ଜୀବନର ଘଟଣାବଳୀରୁ ଉଦାହରଣ ଦେଖାଇବା ଦ୍ୱାରା କିବା ତାକୁ ଜୀବନର ସତ୍ୟକୁ ଠିକ୍‌ ଭାବରେ ଦେଖାଇପାରିଲେ ଅନେକ ଦୁର୍ବଳ ମନରେ ଶକ୍ତି ସଞ୍ଚାରିତ ହୋଇପାରିବ। କାହାରିକୁ କିଛି ଉପଦେଶ ଦେବା ଆଗରୁ ପ୍ରଥମେ ନିଜେ ସେ ବିଷୟରେ ଠିକ୍‌ ଭାବରେ ଅନୁସନ୍ଧାନ କରି ତାର ସତ୍ୟକୁ ଉପଲବ୍ଧି କରିବା ଦରକାର। ଏଠି ଖାଲି ଆମର ଘର କି ପରିବାର କି ସଂସାର ଚଳେଇବା କଥା କହୁନୁ। ତା’ ସଙ୍ଗେ ସଙ୍ଗେ ଯେତେ ଗୀତା, ଭାଗବତ, ପ୍ରଥା ପରମ୍ପରା, ଠାକୁର ବିଗ୍ରହ ଆଦି ମହାନ୍‌ ଶକ୍ତିଗୁଡ଼ିକର ମଧ୍ୟ ଆଲୋଚନା କରିବାକୁ ଯାଉଛୁ। ନିଜ ମନର ଶକ୍ତି ନାହିଁ ବୋଲି ଆମେ ବେଶି ବେଶି ଏଇ ବାହ୍ୟ ଜିନିଷଗୁଡ଼ିକ ଉପରେ ନିର୍ଭର କରି ଜୀବନ କଟାଇବାକୁ ଶ୍ରେୟ ମନେକରୁ। ଯଦି ଜଣେ ଖାଲି ଏଇସବୁ ଶକ୍ତି ଓ ବିଶ୍ୱାସ ଉପରେ ରହିବ, ତେବେ ନିଜ ଭିତରକୁ ଦେଖିଲେ ସେ ବୁଝିଯିବ ଯେ ତା’ ମନରେ କେମିତି ଗୋଟାଏ ନିଃସ୍ବ ଭାବ ଆସିଯାଉଛି। ତା’ମାନେ ସେଥିଲାଗି ନିଜ ଭିତରେ ଥିବା ଆମତ୍ବିଶ୍ୱାସ ତଥା ଅନ୍ତଃଶକ୍ତିର ଅଭାବ ଅନୁଭୂତ ହେଉଛି। ଅନ୍ୟ କଥାରେ କହିଲେ, ପ୍ରାୟ ଅଧିକାଂଶ ମଣିଷ ଭାବନ୍ତି ଦୁଃଖକଷ୍ଟ ଆମକୁ ଈଶ୍ୱର ଦେଇଛନ୍ତି, ତେଣୁ ସେ ତାକୁ ନାନା ପ୍ରକାରର ପୂଜା ଉପାସନା କରି ପ୍ରାର୍ଥନା କରି, ନାନା ରକମର ମାନସିକର ପ୍ରଲୋଭନ ଦେଖାଇ ସନ୍ତୁଷ୍ଟ କରିପାରିଲେ ସବୁ ଦୁଃଖ ବାଧା ପ୍ରତିରୋଧ ହଟିଯିବ। କିନ୍ତୁ ଈଶ୍ୱର କାହାରି କର୍ମ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ମଣିଷ ତା’ର ଆପଣା କର୍ମର ପରିଣାମ ଜୀବନ ସାରା ପାଇ ଚାଲିଥାଏ। ଆଉ ସେଥିପାଇଁ ମନ ଭିତରେ ଏକ ନିର୍ମଳ, ନିଃସ୍ବାର୍ଥପର ଦୟାଳୁ ତଥା ପ୍ରେମର ପ୍ରସ୍ଫୁଟନ ଘଟିବା ଦରକାର। ଆଉ ସେଥିପାଇଁ ନିଜକୁ, ନିଜର ମନ ତଥା ବ୍ୟବହାରରେ କ୍ଷଣକୁ କ୍ଷଣ ଧାର୍ମିକତା ରଖି ଚଳିବା ନିହାତି ଦରକାର। ସେଇଟା ହିଁ ଈଶ୍ୱରଙ୍କୁ ଉପଲବ୍ଧି କରିବାର ପ୍ରକୃତ ବାଟ।
ମୋ :୯୬୯୨୦୯୮୦୫୪


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri