ବିବାହ କରିବେକି କିମ୍‌

ମୁମ୍ବାଇ: ବଲିଉଡ୍ ନାୟିକା କିମ୍ ଶର୍ମା ପ୍ରାୟ ଏକ ଦଶକ ହେବ ସିଲଭର ସ୍କ୍ରିନଠାରୁ ଦୂରେଇ ରହିଛନ୍ତି । ହେଲେ ଆଜିବି ସୋସିଆଲ ମିଡିଆରେ ସେ ବେଶ୍ ଆକ୍ଟିଭ । ବୁଲିବାକୁ ଭଲ ପାଉଥିବା କିମ୍ ଅନେକ ସମୟରେ ବିଭିନ୍ନ ସ୍ଥାନ ବୁଲିଯିବା ସହ ସେଠାକାର ଫଟୋ ସୋସିଆଲ ମିଡିଆରେ ଶେୟାର କରି ପ୍ରଶଂସକଙ୍କ ହୃଦୟକୁ ଛୁଇଁ ପାରନ୍ତି । ନିକଟରେ ଏହି ଅଭିନେତ୍ରୀ ସ୍ୱର୍ଣ୍ଣ ମନ୍ଦିର ପରିସରରୁ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଫଟୋ ଶେୟାର କରି ସେ ଲେଖିଛନ୍ତି ମୋତେ ଏମିତି କେବେ ଲାଗି ନ ଥିଲା ଯାହା ଏହି ସ୍ୱର୍ଣ୍ଣ ମନ୍ଦିରରେ ମୁଁ ଅନୁଭବ କରିଛି । ଏଠାରେ ମୋତେ ଆଶୀର୍ବାଦ ମିଳିବା ଭଳି ଅନୁଭବ ହେଉଛି । ଏବେ କିମଙ୍କ ଫଟୋରେ ସେ ଏକା ନୁହେଁ ସାଥିରେ ଅଛନ୍ତି ପୁରୁଷ ବନ୍ଧୁ ଟେନିସ ତାରକା ଲିୟଣ୍ଡର ପେସ୍ । ଉଭୟଙ୍କୁ ଟ୍ରାଡିଶନାଲ ଗେଟଅପରେ ଦେଖିବାକୁ ମିଳିଛି । କିମ୍ ସମ୍ପୂର୍ଣ୍ଣ ହ୍ୱାଇଟ କଲର ଡ୍ରେସ୍ ପିନ୍ଧିଥିବା ବେଳେ ଲିୟଣ୍ଡର ୟେଲୋ କଲର ଡ୍ରେସ ପିନ୍ଧିଥିବା ନଜର ଆସିଛି । ଏମାନଙ୍କୁ ଏକାଠି ଦେଖିବା ପରେ ଏବେ ଆଲୋଚନା ହେଉଛି କି କିମ୍ ନିକଟରେ ବିବାହ କରିବେକି । ହେଲ ଏହାକୁ ନେଇ କିମ କିମ୍ବା ଲିୟଣ୍ଡରଙ୍କର ସେମିତି କିଛି ପ୍ରତିକ୍ରିୟା ମିଳିନାହିଁ । ସୂଚନାଯୋଗ୍ୟ, ଶେଷଥର ପାଇଁ ୨୦୧୦ରେ ସିଲଭର ସ୍କ୍ରିନରେ ଦେଖା ଦେଇଥିବା କିମ୍ ଏବେ ପର୍ଯ୍ୟନ୍ତ ଆଉ କୌଣସି ପ୍ରୋଜେକ୍ଟ ପାଇଁ କୁଆଡେ ରାଜି ହେଉ ନାହାଁନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri