ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ପୁଣି ବୋମାମାଡ଼, ସାମ୍ନାକୁ ଆସିଲା ସୁଟରଙ୍କ ସ୍କେଚ୍‌

ମୁମ୍ବାଇ,୧୪ା୯: ବରେଲିରେ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ତେବେ ୨୪ ଘଣ୍ଟା ଭିତରେ ତାଙ୍କ ଘର ଉପରକୁ ଦ୍ୱିତୀୟଥର ବୋମାମାଡ଼ ହୋଇଛି। ଇତିମଧ୍ୟରେ ଗୁଳିମାଡ଼ କରିଥିବା ସୁଟରଙ୍କ ସ୍କେଚ୍‌ ସାମ୍ନାକୁ ଆସିଛି। ସୁଟରକୁ ଧରିବା ପାଇଁ ନୋଏଡା ଓ ମିରଟ୍‌ରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ ଚାଲିଛି।

ଏହି ଘଟଣା ପରେ ଦିଶା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି। ସେ ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦିଶା ଏହି କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ବରେଲିରେ ଦିଶାଙ୍କ ଘର ବାହାରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୁଳିମାଡ଼ କରିଥିଲେ। ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ଏବଂ ରୋହିତ ଗୋଦାରା ଏହି ଆକ୍ରମଣର ଦାୟିତ୍ୱ ନେଇଛନ୍ତି। ସେମାନେ କହିଛନ୍ତି ଯେ, ଏହା ସନାତନ ଧର୍ମ ଏବଂ ସନ୍ଥମାନଙ୍କ ଅପମାନର ପ୍ରତିଶୋଧ।

କିଛି ସମୟ ପୂର୍ବରୁ କାହାଣୀକାର ଅନିରୁଦ୍ଧାଚାର୍ଯ୍ୟ ମହିଳାଙ୍କ ଉପରେ ଏକ ମନ୍ତବ୍ୟ ଦେଇଥିଲେ। ଏହା ପରେ ଦିଶାଙ୍କ ଭଉଣୀ ଖୁସ୍‌ବୁ ପଟାନୀ ତାଙ୍କ ବୟାନକୁ ବିରୋଧ କରିଥିଲେ। ଏହି କାରଣରୁ ଖୁସ୍‌ବୁଙ୍କ ଘର ବାହାରେ ଆକ୍ରମଣ ହୋଇଥିଲା।

ଦିଶା ନ୍ୟୁୟର୍କରେ ଏକ ପୋଷାକ ବ୍ରାଣ୍ଡ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ପୋଷାକ ବ୍ରାଣ୍ଡର ନୂଆ କଲେକ୍ସନ ସମ୍ପର୍କରେ ଏଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭିଡିଓରେ ଦିଶାଙ୍କୁ କଳା ବ୍ୟାକଲେସ୍‌ ଡ୍ରେସ୍‌ରେ ଦେଖିବାକୁ ମିଳିଥିଲା। ଦିଶା ଏକ ଡିପ୍‌ ନେକ୍‌ କଳା ଡ୍ରେସ ପିନ୍ଧିଥିଲେ। ହାଇ ହିଲ ମଧ୍ୟ ପିନ୍ଧିଥିଲେ। ସେ ରାସ୍ତାରେ ହସି ହସି ପୋଜ ଦେଇଥିଲେ। ଦିଶା ଏହି ଲୁକକୁ ନୋ ମେକଅପ ଲୁକ୍‌ ସହ ଶେଷ କରିଥିଲେ।

ଏ ତ ଗଲା ଦିଶାଙ୍କ ବ୍ୟକ୍ତିଗତ ଜୀବନ କଥା। ଯଦି ଦିଶାଙ୍କର  ଫିଲ୍ମ କାହାଣୀ କହିବା ତେବେ ଶେଷଥର ପାଇଁ ତାଙ୍କୁ କାଙ୍ଗୁଭାରେ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ସେ ‘କଳ୍‌କୀ ୨୮୯୮ ଏଡି’ରେ ମଧ୍ୟ ନଜର ଆସିଥିଲେ। ଦିଶାଙ୍କ ହାତରେ ଏବେ ଦୁଇଟି ବଡ଼ ପ୍ରୋଜେକ୍ଟ ଅଛି। ସେ ଫିଲ୍ମ ‘ଓ୍ବେଲକମ ଟୁ ଦି ଜଙ୍ଗଲ’ରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri