ଧନୁଷଙ୍କୁ ସମନ କଲେ ମାଡ୍ରାସ ହାଇକୋର୍ଟ

ମାଡ୍ରାସ,୩।୫: ମାଡ୍ରାସ ହାଇକୋର୍ଟରେ ଜାଲ୍‌ ପ୍ରମାଣପତ୍ର ଦାଖଲ କରିବା ଅଭିଯୋଗରେ ମଙ୍ଗଳବାର କୋର୍ଟଙ୍କ ପକ୍ଷରୁ ସାଉଥ୍‌ ସୁପରଷ୍ଟାର ଧନୁଷଙ୍କୁ ସମନ ଜାରି କରାଯାଇଛି। ମାଡ୍ରାସର ଏକ ଦମ୍ପତି ଧନୁଷ ତାଙ୍କ ପୁଅ ବୋଲି ଦାବି କରିଆସୁଥିବା ବେଳେ ଏନେଇ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୂଚନା ମୁତାବକ, କାଥିସେରନ ଓ ତାଙ୍କ ସ୍ତ୍ରୀ ନିମାକ୍ଷୀଙ୍କ ଅଭିଯୋଗକ୍ରମେ ଧନୁଷ ସେମାନଙ୍କ ତୃତୀୟ ସନ୍ତାନ। ୨୦୧୭ରେ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ୍‌ ପକ୍ଷରୁ ମାମଲା ଖାରଜ କରାଯାଇଥିଲା। ଧନୁଷ ଜନ୍ମଗତ ପ୍ରମାଣ ପତ୍ର କୋର୍ଟରେ ଦାଖଲ କରିବା ପରେ ସମସ୍ତ ଦସ୍ତାବିଜ ଜାଲ ବୋଲି କୋର୍ଟରେ ଦମ୍ପତି ଅଭିଯୋଗ କରିଥିଲେ। ଧନୁଷ କୋର୍ଟରେ ଜାଲ ପ୍ରମାଣପତ୍ର ଦାଖଲ କରିବା ନେଇ କୌଣସି ପ୍ରମାଣ ନ ଥିବା କହି ୨୦୨୦ରେ କୋର୍ଟ ଏହି ମାମଲାକୁ ଖାରଜ କରିଥିଲେ। ତେବେ ସଦ୍ୟ ରିପୋର୍ଟ ମୁତାବକ ୨୦୨୦ରେ କୋର୍ଟ ଦେଇଥିବା ରାୟକୁ ଧନୁଷଙ୍କ ପ୍ରକୃତ ବାପା ବୋଲି ଦାବି କରୁଥିବା କାଥିସେରନମ ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ଅଭିନୟ ଜଗତରେ ନିଜ କ୍ୟାରିୟର ଗଢ଼ିବା ପାଇଁ ଧନୁଷ ସ୍କୁଲରୁ ଲୁଚି ପଳାଇଥିଲେ। ଏଥିସହ ଧନୁଷ ତାଙ୍କ ନାଁ ପରିବର୍ତ୍ତନ କରିଥିବା ଉକ୍ତ ଦମ୍ପତି ଅଭିଯୋଗ କରିଛନ୍ତି। ବହୁବାର କାଥିସେରନ ଏବଂ ନିମାକ୍ଷୀ ଧନୁଷଙ୍କୁ ଦେଖାକରିବା ପାଇଁ ଚେନ୍ନାଇ ଆସିଥିଲେ ହେଁ ସେମାନେ ତାଙ୍କୁ ଭେଟି ପାରି ନ ଥିଲେ। ଉକ୍ତ ଦମ୍ପତି ନିଜ ଭରଣ ପୋଷଣ ବାବଦକୁ ୬୫ ହଜାର ଟଙ୍କା ମଧ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌: ପୁଣେରୁ ବାୟୋଲୋଜି ଅଧ୍ୟାପିକା ଗିରଫ

ନୂଆଦିଲ୍ଲୀ,୧୭ା୫(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ପୁଣେରୁ ଜଣେ ଜୀବବିଜ୍ଞାନ ଅଧ୍ୟାପିକାଙ୍କୁ ଗିରଫ କରିଛି। ଉକ୍ତ ଅଧ୍ୟାପିକା ମେ’…

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୨ଟି କୋଚ୍‌ରେ ଲାଗିଗଲା ନିଆଁ, ଭିତରେ ଥିଲେ…

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏହି ଟେନ ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା ଆଲୋଟ…

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଘରଭଡ଼ା ଦେଇ ନ ପାରି ସ୍ତ୍ରୀ, ଝିଅକୁ ବଳାତ୍କାର ପାଇଁ ଦେଲେ ଅନୁମତି

ମୋରବି (ଗୁଜରାଟ),୧୭ା୫: ଘରଭଡ଼ା ଶୁଝି ନ ପାରିବାରୁ ଜଣେ ଶ୍ରମିକ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଯୌନ ଶୋଷଣ ପାଇଁ ଘରମାଲିକ(୫୫)ଙ୍କୁ ଅନୁମତି ଦେବା ଭଳି…

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି।…

ଆଜି ଓଡ଼ିଶା ଗସ୍ତରେ ନୀତିନ୍‌ ନବୀନ

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନୀତିନ୍‌ ନବୀନ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri