ଅଭିନେତା ଦୈତାରୀ ପଣ୍ଡା ନିଖୋଜ

ବାଲେଶ୍ୱର ଅଫିସ, ୭ା୭: ଓଡ଼ିଶା ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା ନିଖୋଜ ଥିବା ନେଇ ବାଲେଶ୍ୱର ଜିଲା ଔପଦା ଥାନାରେ ଅଭିଯୋଗ ହୋଇଛି। ପାର୍ବତୀ ଗଣନାଟ୍ୟର ପରିଚାଳନା ଅଧିକାରୀ ହର ବାରିକ ବୁଧବାର ଅନଲାଇନ ଯୋଗେ ଏହି ଅଭିଯୋଗ ଆଣିଛନ୍ତି।
ଅଭିଯୋଗ ଅନୁଯାୟୀ, ପାର୍ବତୀ ଗଣନାଟ୍ୟ ସହ ୨୦୨୨-୨୩ ଯାତ୍ରା ସିଜିନ ପାଇଁ ଅଭିନେତା ଦୈତାରୀ ପଣ୍ଡା ଚୁକ୍ତି କରିଥିଲେ। ଆଉ ଅଗ୍ରୀମ ଆକାରରେ ସେ ନିଜ ପାରିଶ୍ରମିକର ୬୦% ଅର୍ଥାତ୍‌ ପ୍ରାୟ ୧୫ଲକ୍ଷ ଟଙ୍କା ନେଇସାରିଛନ୍ତି। ଚୁକ୍ତିନାମା ଅନୁସାରେ ସେ ଗତ ଜୁନ ୨୧ତାରିଖରୁ ଆସି ଆଖଡ଼ାରେ ଆଗାମୀ ଯାତ୍ରା ପାଇଁ ପ୍ରସ୍ତୁତି କରିବା କଥା। କିନ୍ତୁ ୧୫ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ସେ ଆସୁନାହାନ୍ତି କିମ୍ବା ଫୋନ୍‌ କଲେ ଉଠାଉନାହାନ୍ତି। ବିଭିନ୍ନ ଯାତ୍ରା କମିଟିଠାରୁ ପାର୍ବତୀ ଗଣନାଟ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ଅଗ୍ରିମ ନେଇସାରିଥିବାରୁ ଦୈତାରୀଙ୍କୁ ଖୋଜିବାରେ ପୋଲିସ ସାହାଯ୍ୟ କରୁ ବୋଲି ଏତଲାରେ ଦର୍ଶାଯାଇଛି। ଗଣନାଟ୍ୟ ପକ୍ଷରୁ ତାଙ୍କର ବାଲେଶ୍ୱର ଔପଦାସ୍ଥିତ ଘର ଓ ଭୁବନେଶ୍ୱରର ପଟିଆସ୍ଥିତ ଘରେ ବି ଖୋଜାଖୋଜି କରାଯାଇଥିଲେ ବି ସନ୍ଧାନ ମିଳିପାରିନାହିଁ। ଦୈତାରୀ ନ ଆସିଲେ ପାର୍ବତୀ ଗଣନାଟ୍ୟକୁ ଏକ ବଡ଼ ଆର୍ଥତ୍କ କ୍ଷତି ହେବ। ତେଣୁ ବାଧ୍ୟ ହୋଇ ପରିଚାଳନା ଅଧିକାରୀ ବାରିକ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏ ସମ୍ପର୍କରେ ଅଭିନେତା ଦୈତାରୀ ପଣ୍ଡାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?