ଦିନେ ବିକୁଥିଲେ ଚା’, ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏହି ଅଭିନେତା

ଅଭିନେତା ଅନୁ କପୁର ଆଜି ୬୬ ବର୍ଷରେ ପଦାର୍ପଣ କରିଛନ୍ତି। ମଧ୍ୟପ୍ରଦେଶର ଭୋପାଳରେ ଜନ୍ମ ହୋଇଥିବା ଅନ୍ନୁ କପୁରଙ୍କ ପ୍ରକୃତ ନାମ ଅନିଲ କପୁର। ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ୪୦ ବର୍ଷ ପୂରଣ କରିଥିବା ଅନ୍ନୁ ୨୩ ବର୍ଷ ବୟସରେ ତାଙ୍କର ପ୍ରଥମ ଭୂମିକା ଗ୍ରହଣ କରିଥିଲେ। ସେ ଏକ ନାଟକରେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିଥିଲେ। ତେବେ ଅନୁ ତାଙ୍କର ପ୍ରକୃତ ପରିଚୟ ଦୂରଦର୍ଶର ଶୋ’ ଅନ୍ତକ୍ଷରୀରୁ ପାଇଥିଲେ।
ଅନୁ କପୁରଙ୍କ ବାପା ଜଣେ ପଞ୍ଜାବୀ। ସେ ପଥପ୍ରାନ୍ତ ନାଟକରେ ଅଭିନୟ କରୁଥିଲେ। ତାଙ୍କ ମା’ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଥିଲେ ଏବଂ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ। କିନ୍ତୁ ଉଭୟଙ୍କ ରୋଜଗାର ସହିତ ପରିବାର ସଦସ୍ୟଙ୍କୁ ଖାଇବାକୁ ଦେବା କଷ୍ଟକର ହୋଇପଡୁଥିଲା। ସେଥିପାଇଁ ଅନୁ ଚା’ ବିକ୍ରି କରି ପେଟ ପୋଷୁ ଥିଲେ।
ଥରେ ମା’ଙ୍କ ଉପରେ ରାଗି ଘର ଛାଡି ଲକ୍ଷ୍ନୌ ପଳାଇ ଆସିଥିଲେ। ଏଠାରେ ପେଟ ପୋଷିବା ପାଇଁ ଷ୍ଟେଜ ଶୋ’ କରୁଥିଲେ। ପ୍ରତି ଶୋ’ରୁ ମାତ୍ର ପାଞ୍ଚ ଟଙ୍କା ପାଉଥିଲେ। ଆର୍ଥିକ ପ୍ରତିବନ୍ଧକ ହେତୁ ତାଙ୍କୁ ଅଧ୍ୟୟନ ମଝିରେ ଛାଡିବାକୁ ପଡିଲ। ତେବେ ପରେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଆଡମିଶନ ନେଇଥିଲେ। ଏଠାରେ ଏକ ନାଟକ ସମୟରେ ସେ ମହାନ ନିର୍ଦ୍ଦେଶକ ଶ୍ୟାମ ବେନେଗାଲଙ୍କୁ ଭେଟିଥିଲେ। ବେନେଗାଲଙ୍କ ଫିଲ୍ମ ମଣ୍ଡିରେ ଅଭିନୟ କରିବା ପରେ ଅନୁ ଅନେକ ଫିଲ୍ମ ପାଇଁ ଅଫର ପାଇଲେ।
ଏହାପରେ ସେ ଛୋଟ ପରଦାରେ ପାଦ ଦେଇଥିଲେ। ସେ ଟିଭି ଶୋ ‘ଅନ୍ତାକ୍ଷରୀ’ରେ ହୋଷ୍ଟ ଭାବରେ ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଆଜି ଅନୁ କପୁର ଗୋଟିଏ ଫିଲ୍ମ ପାଇଁ ତିନିରୁ ଚାରି କୋଟି ଟଙ୍କା ଆଦାୟ କରୁଛନ୍ତି। ମୁମ୍ବାଇରେ ତାଙ୍କର ନିଜସ୍ବ ଘର ଅଛି ଏବଂ ତାଙ୍କର ଦୁଇଟି ଗାଡି ମଧ୍ୟ ଅଛି। ସେ ଏବେ ହେଉଛି ୧୦୦ କୋଟି ମୂଲ୍ୟର ସମ୍ପତ୍ତିର ମାଲିକ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri