ଦିନେ ବିକୁଥିଲେ ଚା’, ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏହି ଅଭିନେତା

ଅଭିନେତା ଅନୁ କପୁର ଆଜି ୬୬ ବର୍ଷରେ ପଦାର୍ପଣ କରିଛନ୍ତି। ମଧ୍ୟପ୍ରଦେଶର ଭୋପାଳରେ ଜନ୍ମ ହୋଇଥିବା ଅନ୍ନୁ କପୁରଙ୍କ ପ୍ରକୃତ ନାମ ଅନିଲ କପୁର। ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ୪୦ ବର୍ଷ ପୂରଣ କରିଥିବା ଅନ୍ନୁ ୨୩ ବର୍ଷ ବୟସରେ ତାଙ୍କର ପ୍ରଥମ ଭୂମିକା ଗ୍ରହଣ କରିଥିଲେ। ସେ ଏକ ନାଟକରେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିଥିଲେ। ତେବେ ଅନୁ ତାଙ୍କର ପ୍ରକୃତ ପରିଚୟ ଦୂରଦର୍ଶର ଶୋ’ ଅନ୍ତକ୍ଷରୀରୁ ପାଇଥିଲେ।
ଅନୁ କପୁରଙ୍କ ବାପା ଜଣେ ପଞ୍ଜାବୀ। ସେ ପଥପ୍ରାନ୍ତ ନାଟକରେ ଅଭିନୟ କରୁଥିଲେ। ତାଙ୍କ ମା’ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଥିଲେ ଏବଂ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ। କିନ୍ତୁ ଉଭୟଙ୍କ ରୋଜଗାର ସହିତ ପରିବାର ସଦସ୍ୟଙ୍କୁ ଖାଇବାକୁ ଦେବା କଷ୍ଟକର ହୋଇପଡୁଥିଲା। ସେଥିପାଇଁ ଅନୁ ଚା’ ବିକ୍ରି କରି ପେଟ ପୋଷୁ ଥିଲେ।
ଥରେ ମା’ଙ୍କ ଉପରେ ରାଗି ଘର ଛାଡି ଲକ୍ଷ୍ନୌ ପଳାଇ ଆସିଥିଲେ। ଏଠାରେ ପେଟ ପୋଷିବା ପାଇଁ ଷ୍ଟେଜ ଶୋ’ କରୁଥିଲେ। ପ୍ରତି ଶୋ’ରୁ ମାତ୍ର ପାଞ୍ଚ ଟଙ୍କା ପାଉଥିଲେ। ଆର୍ଥିକ ପ୍ରତିବନ୍ଧକ ହେତୁ ତାଙ୍କୁ ଅଧ୍ୟୟନ ମଝିରେ ଛାଡିବାକୁ ପଡିଲ। ତେବେ ପରେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଆଡମିଶନ ନେଇଥିଲେ। ଏଠାରେ ଏକ ନାଟକ ସମୟରେ ସେ ମହାନ ନିର୍ଦ୍ଦେଶକ ଶ୍ୟାମ ବେନେଗାଲଙ୍କୁ ଭେଟିଥିଲେ। ବେନେଗାଲଙ୍କ ଫିଲ୍ମ ମଣ୍ଡିରେ ଅଭିନୟ କରିବା ପରେ ଅନୁ ଅନେକ ଫିଲ୍ମ ପାଇଁ ଅଫର ପାଇଲେ।
ଏହାପରେ ସେ ଛୋଟ ପରଦାରେ ପାଦ ଦେଇଥିଲେ। ସେ ଟିଭି ଶୋ ‘ଅନ୍ତାକ୍ଷରୀ’ରେ ହୋଷ୍ଟ ଭାବରେ ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଆଜି ଅନୁ କପୁର ଗୋଟିଏ ଫିଲ୍ମ ପାଇଁ ତିନିରୁ ଚାରି କୋଟି ଟଙ୍କା ଆଦାୟ କରୁଛନ୍ତି। ମୁମ୍ବାଇରେ ତାଙ୍କର ନିଜସ୍ବ ଘର ଅଛି ଏବଂ ତାଙ୍କର ଦୁଇଟି ଗାଡି ମଧ୍ୟ ଅଛି। ସେ ଏବେ ହେଉଛି ୧୦୦ କୋଟି ମୂଲ୍ୟର ସମ୍ପତ୍ତିର ମାଲିକ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri