Posted inଜାତୀୟ

ଆଣ୍ଡାମାନ ସାଗରରେ ସକ୍ରିୟ ଆଗ୍ନେୟଗିରି: ଠାବକଲେ ଭାରତୀୟ ବୈଜ୍ଞାନିକ

ବେଙ୍ଗାଲୁରୁ,୩୦ା୯ : ଆଣ୍ଡାମାନ ସାଗରରେ ଏକ ସକ୍ରିୟ ଆଗ୍ନେୟଗିରି ପାଣିରେ ବୁଡ଼ି ରହିଛି। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସନୋଗ୍ରାଫି (ଏନ୍‌ଆଇଓ)ର ଦୁଇଜଣ ଭାରତୀୟ ବୈଜ୍ଞାନିକ ଏହି ଆଗ୍ନେୟଗିରିକୁ ଆବିଷ୍କାର କରିଛନ୍ତି। ୨୦୦୭ରେ ପ୍ରଥମେ ଦେଖାଯାଇଥିବା ସିସ୍‌ମିକ୍‌ ଜୋନ୍‌ର ଏହା କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି। ସମୁଦ୍ର ଗର୍ଭସ୍ଥ ଆଗ୍ନେୟଗିରି ବା କ୍ରାଟର ସିମାଉଣ୍ଟରୁ ଯେକୌଣସି ସମୟରେ ଲାଭା ଉଦ୍‌ଗିରଣ ହୋଇପାରେ, ଯାହା ଭୂକମ୍ପ କରାଇବା ସହ ଜାଭା-ସୁମାତ୍ରା ଅଞ୍ଚଳରେ ସୁନାମୀ ଘଟାଇପାରେ। ତେବେ ଉକ୍ତ ଆଗ୍ନେୟଗିରିରୁ କେବେ ଲାଭା ଉଦ୍‌ଗିରଣ ହେବା ତାହା ନିର୍ଦ୍ଦିଷ୍ଟ ଭାବେ କୁହାଯାଇପାରିବ ନାହିଁ। ଏନ୍‌ଆଇଓର ବରିଷ୍ଠ ବୈଜ୍ଞାନିକ ଶ୍ରୀରାମ ଗୁଲ୍ଲାପାଲ୍ଲୀ ଏବଂ ବରିଷ୍ଠ ପ୍ରମୁଖ ବୈଜ୍ଞାନିକ ପଓ୍ବନ ଦଓ୍ବେଙ୍ଗନ ୨୦୧୮ରେ ପ୍ରଥମେ ଆଣ୍ଡାମାନ-ନିକୋବର ଭଲ୍‌କାନିକ୍‌ ଆର୍କର ୫୦୦ ମିଟର ଗଭୀରରେ ବୁଡ଼ିରହିଥିବା ଆଗ୍ନେୟଗିରିରୁ ଗ୍ୟାସ୍‌ ଉପରକୁ ଉଠୁଥିବାର ଦେଖିବାକୁ ପାଇଥିଲେ। ସେମାନେ ୨୦୨୧ରେ ପୁନର୍ବାର ସେମାନଙ୍କ ଆବିଷ୍କାରକୁ ଅନୁଧ୍ୟାନ କରି ଆଣ୍ଡାମାନ୍‌-ନିକୋବର ଆର୍କରେ ସମୁଦ୍ର ଗର୍ଭରେ ଆଗ୍ନେୟଗିରି ଥିବା ସ୍ପଷ୍ଟ ହୋଇଥିଲେ। ସହକର୍ମୀମାନଙ୍କ ଦ୍ୱାରା ଏହାର ସମୀକ୍ଷା ପାଇଁ ପଠାଯାଇଥିଲା। ଗତ ଜୁଲାଇରେ ଉକ୍ତ ସନ୍ଦର୍ଭ ଜିଓ-ମେରାଇ୍‌ ଲେଟର୍ସ ନାମକ ପତ୍ରିକାରେ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri