ମନ ଅଧୀନରେ କର୍ମ

ମୌସୁମୀ ପରିଡ଼ା

ଯେପରି କର୍ମ, ମଣିଷର ବର୍ତ୍ତମାନ ଓ ଭବିଷ୍ୟତକୁ ନିୟନ୍ତ୍ରଣ କରେ; ସେହିପରି ଚିନ୍ତା ଓ ଚେତନା କର୍ମକୁ ନିୟନ୍ତ୍ରଣ କରନ୍ତି। ଏହି ଚିନ୍ତା ଓ ଚେତନା ପାରିପାର୍ଶ୍ୱିକ ଅବସ୍ଥା, ସମାଜ, ଶିକ୍ଷା ଓ ବ୍ୟକ୍ତିର ବିବେକ ଦ୍ୱାରା ପ୍ରଭାବିତ ହୁଏ। କେବେକେବେ ମଣିଷର ବ୍ୟକ୍ତିସତ୍ତା ତା’ର ଚେତନାର ପରିସରକୁ ବ୍ୟାପକ ଓ ରୁଦ୍ଧିମନ୍ତ କରି ରଖିଥାଏ। ଫଳରେ ତା’ ଉପରେ ସ୍ଥିତିର ବିଶେଷ ପ୍ରଭାବ ପଡ଼େନାହିଁ। ପଡ଼ିିଲେ ମଧ୍ୟ ତାହା ବେଶି ସମୟ ଧରି ବ୍ୟକ୍ତିକୁ ଆକ୍ରାନ୍ତ କରିପାରେନାହିଁ। ଯାହାର ବ୍ୟକ୍ତିସତ୍ତା ଯେତେ ଉନ୍ନତ, ତା’ର ଚିନ୍ତା, ଚେତନା ସେତେ ସମୃଦ୍ଧ। ମୁନିଋଷି ଓ ମହାନ୍‌ ଲୋକମାନେ ସେଥିପାଇଁ ଦିଗ୍‌ଦ୍ରଷ୍ଟା ଓ ଦୂରଦୃଷ୍ଟିସମ୍ପନ୍ନ।
ଏହି ଚେତନାଟି ଖୁବ୍‌ ସୂକ୍ଷ୍ମ, କିନ୍ତୁ ମଣିଷକୁ କବଳିତ କରି ରଖିଥାଏ ଯାବଜ୍ଜୀବନ। ଏହା ମଣିଷର ଅନ୍ତର୍ନିହିତ ଗୁଣ ଦ୍ୱାରା ବିକଶିତ ହୁଏ। ସାଧାରଣ ମଣିଷ ପରି ଦୃଶ୍ୟମାନ ହେଉଥିବା ବ୍ୟକ୍ତିଙ୍କଠାରେ ଅସାଧାରଣ ଗୁଣ ଥାଏ। ଚିରାଚରିତ ଲୋଭ ମୋହ ମାୟାରେ ଜଡ଼ିତ ଥାଇ ସୁଦ୍ଧା ସେମାନେ ଭିନ୍ନ ମନେହୁଅନ୍ତି। ଯେପରି ରାଜା ଦଶରଥ ଓ ରାଜର୍ଷି ଜନକ ଉଭୟ ରାଜା ଥିଲେ ମଧ୍ୟ ବ୍ୟକ୍ତିସତ୍ତା ରାଜର୍ଷି ଜନକଙ୍କଠାରେ ଉନ୍ନତ ଓ ପରିପକ୍ୱ ପରିଲକ୍ଷିତ ହୁଏ। ରାଜଗାଦି ଏକ ଅତୁଟ ମୋହ, ସମ୍ମୋହନ। ଏହାକୁ ଅକ୍ତିଆର କରିବାକୁ କେତେ ରକ୍ତପାତ, ଅଭିସନ୍ଧି, ଉପତ୍ୀଡ଼ନ, ଅପହରଣ! ଅଥଚ ରାଜା ଦଶରଥ ଓ ଜନକ ଉଭୟ ନିଜ ନିଜ ଦୃଷ୍ଟିକୋଣରୁ ଭିନ୍ନ ତଥା ଅଭିଜ୍ଞ ଓ ପ୍ରଜାନୁରଞ୍ଜକ ଥିଲେ। ସେମାନଙ୍କ କାର୍ଯ୍ୟଶୈଳୀ ସେମାନଙ୍କୁ ଅମର କରି ରଖିଛି। ଦଶରଥଙ୍କଠାରେ ସାଂସାରିକ ମୋହ ରାଜା ଜନକଙ୍କଠାରୁ ଅଧିକ ଥିବାରୁ ସେ ମୋହାସକ୍ତ ହୋଇ କୈକେୟୀଙ୍କ ପାଖେ ପ୍ରତିଜ୍ଞା କରିଥିଲେ, ଯାହାକୁ ଭିତ୍ତି କରି ରାମ ବନବାସ, ସୀତା ଚୋରି ଓ ଅନ୍ୟାନ୍ୟ ପ୍ରସଙ୍ଗ ଯୋଡ଼ି ହୋଇଥିଲା। ରାଜା ଜନକ ପ୍ରଜାପାଳକ ଥିଲେ ମଧ୍ୟ ଋଷିସମ ଉଚ୍ଚ ଚେତନାଭିମୁଖୀ ହୋଇଥିବାରୁ ସେ ରାଜର୍ଷି ଥିଲେ। ସୀତା, ମାଣ୍ଡବୀ, ଉର୍ମିଳା ଓ ଶ୍ରୁତିକୀର୍ତ୍ତି ଏହି ଚାରିକନ୍ୟା ତାଙ୍କ ଶିକ୍ଷା ଓ ସଂସ୍କାରର ଦୃଷ୍ଟାନ୍ତ।
ମଣିଷ ନିଜ ଶିକ୍ଷା, ସଂସ୍କାର, ବୁଦ୍ଧି ଓ ବିବେକ ଅନୁଯାୟୀ ନିଜକୁ ଯେଉଁ ମାର୍ଗରେ ପରିଚାଳିତ କରେ, ସେହି ଦୃଷ୍ଟିଭଙ୍ଗୀ ତା’ ଭିତରେ ପ୍ରତିଫଳିତ ହୁଏ। ସେଥିପାଇଁ ଜଣେ ଚୋରି କରେ, ଜଣେ ଦାନ କରେ। ଜଣେ ହତ୍ୟାକାରୀ ଭାବେ କୁଖ୍ୟାତ ହୁଏ ତ ଆଉ ଜଣେ ସାଧୁ ଭାବେ ସୁଖ୍ୟାତି ଅର୍ଜନ କରେ। ମଣିଷଠାରେ ନାନା ଭାବ ପ୍ରକଟିତ ହୁଏ, କାରଣ ତା’ର ଜୀବନ ପ୍ରବାହ ବିଭିନ୍ନ ପରିବେଶ ମଧ୍ୟ ଦେଇ ଗତିକରେ ବୋଲି। ଉତ୍‌ଥାନ ପତନ ଦେଇ ସେ ବଞ୍ଚେ। ସେହି ଅନୁସାରେ ତା’ ମନ ମଧ୍ୟ ସଙ୍କୁଚିତ ଓ ବିକଶିତ ହୁଏ।
ଖୁବ୍‌ କମ୍‌ ବ୍ୟକ୍ତି ଥାଆନ୍ତି, ଯେଉଁମାନଙ୍କ ମନ ସହଜେ ପ୍ରଭାବିତ ହୁଏ ନାହିଁ। ସୁଖ ପରି ଦୁଃଖକଷ୍ଟ ଜୀବନର ଅକାଟ୍ୟ ଅଂଶ ଭାବି ସେମାନେ କାଳାତିପାତ କରନ୍ତି। କିନ୍ତୁ ସର୍ବାଧିକ ଲୋକ ସହଜେ ଆମତ୍ସଂଯମ ହରାଇଦିଅନ୍ତି ହତୋତ୍ସାହିତ ହୋଇ। ସେମାନଙ୍କ ଭିତରେ ଆବେଗ ସମୁଦ୍ରର ଲହରି ପରି ଅହରହ ଉଦ୍‌ବେଳିତ ହେଉଥାଏ। ସାମୟିକ ମୋହମାୟାରେ କବଳିତ ହୋଇ ହିତାହିତ ଜ୍ଞାନ ହରାଇଦିଅନ୍ତି ଏମାନେ। ସେଥିପାଇଁ ଠିକ୍‌ ଭୁଲ୍‌, କରଣୀୟ, ଅକରଣୀୟ ଭିତରେ ସେମାନେ ଝୁଲିରହନ୍ତି ସର୍ବଦା। ନା ଭଲ ଚିନ୍ତା କରିପାରନ୍ତି ନା ଭଲ କର୍ମ କରିବାକୁ ଇଚ୍ଛା କରନ୍ତି। ଫଳରେ ସେମାନଙ୍କ ମନର ରୁଗ୍‌ଣତା ବିକଶିତ ହୁଏ। ଫଳରେ ପରଶ୍ରୀକାତରତା, ହିଂସା, ଈର୍ଷା, ଅହଙ୍କାର ମନରେ ବସା ବାନ୍ଧି ବ୍ୟକ୍ତିର ଭଲଗୁଣକୁ ନୂ୍ୟନ କରିଦିଏ। ପ୍ରତ୍ୟେକ ମଣିଷ ଭିତରେ ସଦ୍ଭାବନା ସହିତ ସତ୍‌ମଣିଷଟିଏ ଲୁଚି ରହିଥାଏ। କିଛି ସମୟ ପାଇଁ ମନକୁ ଆସି ପୁଣି ଲିଭିଯାଏ। ପାରିପାର୍ଶ୍ୱିକ ସ୍ଥିତି ମଣିଷକୁ ପବନ ପରି ଉଡ଼ାଇନିଏ, ପାଣି ପରି ଚହଲାଇଦିଏ, ସମୁଦ୍ର ପରି ବି ବୁଡ଼ାଇଦିଏ। ମଣିଷକୁ ସବୁବେଳେ ଦୁର୍ବଳ ଓ ଅସହାୟ କରେ। ସ୍ଥିତିଠାରୁ ଊର୍ଦ୍ଧ୍ୱରେ ରହି ଚିନ୍ତା କରିବା ଜମାରୁ ସହଜ ନୁହେଁ, ଏହା ମଧ୍ୟ ଗୋଟେ ପ୍ରକାରର ସାଧନା। ମନକୁ ଆୟତ୍ତ କରି ନ ପାରିଲେ ବିଭିନ୍ନ ସମୟରେ ବିପର୍ଯ୍ୟସ୍ତ ହେବାକୁ ପଡ଼େ।
ମାଟିରେ ପାଣି ଓ ସୂର୍ଯ୍ୟକିରଣ ପଡ଼ିଲେ ବୀଜ ଅଙ୍କୁରିତ ହେବାର ସମ୍ଭାବନା ଥାଏ। ପ୍ରତିଟି ଆବଶ୍ୟକ ଜିନିଷ ସମତୁଲ ଭାବେ ନ ମିଳିଲେ ଗଛଟିଏ ଠିକ୍‌ରେ ବଢ଼ିପାରେନା। ବିଭିନ୍ନ ଜାଗାର ସମାନ ଫଳ ବିଭିନ୍ନ ଆକୃତି ଓ ପ୍ରକୃତିର ହୋଇଥାଏ। କିଛି ତ ଭିନ୍ନତା ଥାଏ। ଠିକ୍‌ ସେହିପରି ମଣିଷର ମନ, ଯାହା ସମସ୍ତଙ୍କଠାରେ ସମାନ ପରିଲକ୍ଷିତ ହୁଏ ନାହିଁ। ଗୋଟେ ମାଆର ପିଲାମାନେ ମଧ୍ୟ ବିଭିନ୍ନ ପ୍ରକୃତିର। ତେଣୁ ମଣିଷମାନେ ସ୍ଥୂଳ ଓ ସୂକ୍ଷ୍ମଭାବେ ପ୍ରତ୍ୟେକଙ୍କଠାରୁ ଭିନ୍ନ। ମଣିଷ ଭିତରର ଭିନ୍ନତା ଅଦ୍ଭୁତ ନୁହେଁ, ପ୍ରକୃତିର ସମସ୍ତ ଜୀବଙ୍କଠାରେ ଏହା ପ୍ରତିଫଳିତ। କିନ୍ତୁ ହିଂସ୍ରତା ବେଶି ପ୍ରକଟିତ ହେଲେ ତା’ ଭିତରେ ମାନବୀୟ ଗୁଣ ମରିଯାଏ। ମଣିଷପଣିଆ ପାଇଁ ମଣିଷ ଓ ପଶୁପକ୍ଷୀ ଭିନ୍ନ। ଯଦି ମଣିଷ, ମଣିଷ ପରି ନ ହୋଇ ପଶୁ ପରି ବ୍ୟବହାର କରେ, ତେବେ ତା’ ଭିତରର କମନୀୟତା ହଜିଯାଏ। କୌଣସି ସ୍ଥଳେ ସେ ନିଜର ସ୍ବାଭାବିକତା ହରାଇବା ଉଚିତ ନୁହେଁ। ମଣିଷଟିଏ ସାଧୁସନ୍ଥ ପରି ନ ହେଉ, କିନ୍ତୁ ମଣିଷ ପରି ହେଉ। କାହାକୁ କଷ୍ଟଦେବା ବା ପ୍ରତିଶୋଧପରାୟଣତାର ବଶବର୍ତ୍ତୀ ହୋଇ କାହାର କ୍ଷତି ଘଟାଇବା ମାନବିକତାର ପରିଚୟ ନୁହେଁ। ଜ୍ଞାନଶୂନ୍ୟ ହୋଇ କାହାକୁ ଖରାପ ବ୍ୟବହାର କରିବା ମଧ୍ୟ ଶୋଭନୀୟ ନୁହେଁ। ପଶୁ ମଧ୍ୟ ନିଜ ପେଟ ପାଇଁ ହିଂସ୍ର ହୋଇଥାଏ, ଅନ୍ୟଥା ନୁହେଁ। ଅନେକ ଲୋକ ନିଜ ଅହଙ୍କାରରେ ଭୁଲିଯାଆନ୍ତି ଯେ ସେମାନଙ୍କ ଉପରେ କିଛି ଅଦୃଶ୍ୟ ଶକ୍ତି ରହିଛି, ଯେ ନିରୀକ୍ଷଣ କରୁଛି ପ୍ରତିଟି କ୍ରିୟାକୁ। କେହି ସେ ଚକ୍ରରୁ ମୁକୁଳି ପାରିନାହାନ୍ତି କି ପାରିବେନି।
ଗଁା ଗହଳିରେ ପ୍ରବାଦଟିଏ ଅଛି- ଯେ ପର ପାଇଁ ଗାତ ଖୋଳିବ, ସେ ଆଗ ସେ ଗାତରେ ପଡ଼ିବ। ନିଉଟନ୍‌ଙ୍କ ଅନୁସାରେ, ପ୍ରତିଟି କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ଥାଏ। ବନ୍ଧୁକରୁ ଗୁଳି ଫୁଟେଇଲାବେଳେ ପଛକୁ ଧକ୍କା ଖାଇବାକୁ ହୁଏ। ସେହିପରି ଆମେ କରୁଥିବା ମନ୍ଦ କର୍ମ, ମନ୍ଦ ଚିନ୍ତାର ପୁଣି ସମାନ ଓ ବିପରୀତ କ୍ରିୟା ରହିବା ସ୍ବାଭାବିକ। ହୁଏତ ସେ ପ୍ରତିକ୍ରିୟା ଅନ୍ୟ ପ୍ରକାରେ ବା ଅନ୍ୟ ସମୟରେ ଆସିପାରେ। ଆସିବାଟା ନିଧାର୍ଯ୍ୟ। ନିଜକୁ ଖୁସି ଦେଉଥିବା କଥା ଯଦି ଅନ୍ୟକୁ କ୍ଷତି ଦେଉଥିବ, ତେବେ ତାହା ଖୁସି ନୁହେଁ। ଏହା କୌଣସି ପ୍ରତିଯୋଗିତା ପାଇଁ ପ୍ରଜୁଯ୍ୟ ନୁହେଁ।
ମଣିଷ ଜନ୍ମ ଅନେକ ତପସ୍ୟା ପରେ ମିଳେ ବୋଲି କଥିତ ଅଛି। ଏ ଦିବ୍ୟତାକୁ ନଷ୍ଟ କରି ହିଂସ୍ରତା, ନୃଶଂସତା ଭିତରେ ଛନ୍ଦି ପଶୁତୁଲ୍ୟ ହେବା ମଣିଷକୁ ଶୋଭାପାଏନି। ଅନ୍ୟର କ୍ଷତି କରି ମିଳୁଥିବା ଆନନ୍ଦ ପୈଶାଚିକ ଆନନ୍ଦ। ନିଜକୁ ବଡ଼ ବୋଲାଇବା ପାଇଁ ଅନ୍ୟକୁ ନୁଆଇଁବା ମଧ୍ୟ ନିର୍ମମତାର ଅନ୍ୟତମ ଝଲକ। ଏ ସବୁର ପ୍ରତିକ୍ରିୟା ଅଛି। ଆଜି ନ ହେଲେ କାଲି, କାଲି ନ ହେଲେ ଆଉ କୌଣସି ଦିନ ସେ ପ୍ରତିକ୍ରିୟା ନିଶ୍ଚିତ ଅନୁଭୂତ ହେବ। ପ୍ରକୃତିର ବିଧାନ ତ ସେହିପରି। ଏଣୁ ମଣିଷ କେବଳ ମଣିଷ ହୋଇ ରହୁ, ଯଦି ଦେବତା ହେବା ଅସମ୍ଭବ; କିନ୍ତୁ ପଶୁ ପାଲଟି ନ ଯାଉ। ଅନ୍ୟଥା ତା’ର ପ୍ରତିକ୍ରିୟା ଭୋଗ କରିବାକୁ ହେବ।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?