Odisha Elections 2024

ଶୂନ୍ୟ ନିର୍ଗମନ ଲକ୍ଷ୍ୟ ହାସଲକୁ ଗୁରୁତ୍ୱ

ନୂଆଦିଲ୍ଲୀ,୧୨।୩: ଦେଶର ପ୍ରମୁଖ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥା ଭାରତୀ ଏୟାରଟେଲ ବା ଏୟାରଟେଲ୍‌ ଏବଂ ଆଇଡିଇଏମ୍‌ଆଇଏ ଗ୍ରୁପର ସହଯୋଗୀ ସଂସ୍ଥା ଆଇଡିଇଏମ୍‌ଆଇଏ ସିକ୍ୟୁର ଟ୍ରାଞ୍ଜାକ୍ସନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଉକ୍ତ ବୁଝାମଣା ଅନୁଯାୟୀ ଉଭୟ କମ୍ପାନୀ ପରିବେଶ ଉପଯୋଗୀ ଏବଂ ଶୂନ୍ୟ ନିର୍ଗମନ (ନେଟ୍‌ ଜିରୋ) ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟ କରିବେ। ବିଶେଷକରି କମ୍ପାନୀ ଭର୍ଜିନୀ ପ୍ଲାଷ୍ଟିକରୁ ନିର୍ମିତ ସିମ୍‌ କାର୍ଡକୁ ପୁନଃବ୍ୟବହୃତ ପ୍ଲାଷ୍ଟିକକୁ ବଦଳାଇଛି। ଏଥିପାଇଁ ଆଇଡିଇଏମଆଇଏ ସିକ୍ୟୁର ଟ୍ରାଞ୍ଜାକ୍ସନ ସହିତ କମ୍ପାନୀ ସହଭାଗୀ ହୋଇଛି। ଅପରପକ୍ଷରେ ରିସାଇକ୍ଲିଡ୍‌ ପ୍ଲାଷ୍ଟିକରୁ ନିର୍ମିତ ସିମ୍‌ କାର୍ଡ ବ୍ୟବହାର କରୁଥିବା ଏୟାରଟେଲ୍‌ ଭାରତୀୟ ଟେଲିକମ୍‌ ଇଣ୍ଡଷ୍ଟ୍ରିର ପ୍ରଥମ ଟେଲିକମ୍‌ କମ୍ପାନୀ ହୋଇଥିବାବେଳେ ଭର୍ଜିନୀ ପ୍ଲାଷ୍ଟିକ୍‌ ବଦଳରେ ବର୍ତ୍ତମାନ ରିସାଇକ୍ଲିଡ୍‌ ପ୍ଲାଷ୍ଟିକ୍‌ ସିମ୍‌ କାର୍ଡ ତିଆରିରେ ବ୍ୟବହୃତ ହେବ। ଫଳରେ ପ୍ଲାଷ୍ଟିକ ବ୍ୟବହାର ବର୍ଷକୁ ୧୬୫ଟନରୁ ଅଧିକ ହ୍ରାସ ପାଇବ। ଏପରିକି ୬୯୦ଟନରୁ ଅଧିକ ଅଙ୍ଗାରକାମ୍ଳ, ଡାଇଅକ୍ସାଇଡ୍‌ ନିର୍ଗମନ ମଧ୍ୟ ହ୍ରାସ ପାଇବ। ଭାରତୀ ଏୟାରଟେଲର ନିର୍ଦ୍ଦେଶକ (ଯୋଗାଣ ଶୃଙ୍ଖଳା)ପଙ୍କଜ ମିଗଲାନି କହିଛନ୍ତି, ଆମେ ଆଇଡିଇଏମଆଇଏ ସିକ୍ୟୁର ଟ୍ରାଞ୍ଜାକ୍ସନ ସହ ସହଭାଗିତା ଘୋଷଣା କରି ବେଶ୍‌ ଉତ୍ସାହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ପରାମର୍ଶ ଯୋଗୁ ବଦଳିଯାଇଛି ଏୟାରଟେଲର ଭାଗ୍ୟ, ମାଲିକ କହିଲେ କିଭଳି…

ନୂଆଦିଲ୍ଲୀ,୩୦।୫: ଏସିଆର ପ୍ରମୁଖ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଜିଓ ଲଞ୍ଚ ହେବା ପରେ ଟେଲିକମ୍‌ ଦୁନିଆରେ ଝଡ଼ ସୃଷ୍ଟି ହୋଇଥିଲା। ଏହାଦ୍ୱାରା ଅନେକ ଟେଲିକମ୍‌ କମ୍ପାନୀ...

ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ‘ତତ୍କାଳ ଋଣ’ ସେବା,ପଲିସି ବଦଳରେ ଋଣ ନେଇପାରିବେ…

ଭୁବନେଶ୍ୱର,୩୦।୫: ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ବହୁ ପ୍ରତୀକ୍ଷିତ ‘ତତ୍କାଳ ଋଣ’ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପଲିସିଧାରକମାନେ ଜରୁରିକାଳୀନ ପାଣ୍ଠି ଆବଶ୍ୟକତା ଥିବା...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ନିଯୁକ୍ତି

ଭୁବନେଶ୍ୱର,୩୦।୫ (ଅଭୟ ଦାଶ): ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ଲିମିଟେଡ୍‌ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ‘ଦକ୍ଷ’ ଜରିଆରେ ନିଯୁକ୍ତି ସୁଯୋଗ...

ଆଇଆର୍‌ଡିଏଆଇ ସ୍ବାସ୍ଥ୍ୟବୀମା ସମ୍ପର୍କିତ ମାଷ୍ଟର ସର୍କୁଲାର ଜାରି,ବୀମାଧାରୀଙ୍କ ସ୍ବାର୍ଥ ପ୍ରତି ବିଶେଷ ଧ୍ୟାନ

ଭୁବନେଶ୍ୱର,୩୦।୫(ଅନୁରାଧା ମହାରଣା): ବୀମା ନିୟାମକ ଆଇଆର୍‌ଡିଏଆଇ ସ୍ବାସ୍ଥ୍ୟବୀମା ସମ୍ବନ୍ଧରେ ଏକ ମାଷ୍ଟର ସର୍କୁଲାର ଜାରି କରିଛି। ଏହି ସର୍କୁଲାରରେ ବୀମାଧାରୀଙ୍କ ସ୍ବାର୍ଥ ପ୍ରତି ବିଶେଷ ଧ୍ୟାନ...

ବଜାରରେ ମେଡ୍‌ ଇନ୍‌ ଇଣ୍ଡିଆ ରେଞ୍ଜ ରୋଭର ମଡେଲ୍‌

ଭୁବନେଶ୍ୱର,୩୦।୫: ଅନ୍ତରାଷ୍ଟ୍ରୀୟ ଅଟୋ ବ୍ରାଣ୍ଡ ରେଞ୍ଜ ରୋଭର ନୂତନ ରେଞ୍ଜଗୁଡିକୁ ଘରୋଇ ବଜାରରେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ନିକଟରେ...

ଏହି ୫୪ଟି ଷ୍ଟକ୍ ତାଲିକା କଲେ ପ୍ରସ୍ତୁତ କଲେ ବ୍ରୋକର, ଭାଜପା ଜିତିଲେ ମିଳିବ ଫାଇଦା

ନୂଆଦିଲ୍ଲୀ,୨୯।୫: କେନ୍ଦ୍ରରେ ମୋଦି ସରକାର ପୁଣିଥରେ କ୍ଷମତାକୁ ଫେରିଲେ କେଉଁ କମ୍ପାନୀ ସବୁ ଲାଭାନ୍ବିତ ହେବେ ଏବଂ ସେମାନଙ୍କର ଷ୍ଟକ ମୂଲ୍ୟ ବୃଦ୍ଧି ପାଇବ ତାହା...

ସାରା ଓଡ଼ିଶାରେ ବିଏର ୫ଜି ନେଟ୍‌ଓ୍ବର୍କ

ଭୁବନେଶ୍ୱର,୨୯।୫: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ(ବିଏ)ର ଓଡ଼ିଶା ୟୁନିଟ ନିକଟରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି...

ମେ’୩୧ ସୁଦ୍ଧା ଆଧାର-ପାନ୍‌ ଲିଙ୍କ୍‌ କରିବାକୁ ପରାମର୍ଶ

ଭୁବନେଶ୍ୱର,୨୯।୫(ଅନୁରାଧା ମହାରଣା): ମେ’ ୩୧ ତାରିଖ ସୁଦ୍ଧା ଲୋକଙ୍କୁ ସେମାନଙ୍କର ପ୍ୟାନ୍‌ ଏବଂ ଆଧାରକୁ ଲିଙ୍କ୍‌ କରିବାକୁ ପଡ଼ିବ। ଏନେଇ ଆୟକର(ଆଇଟି) ବିଭାଗ ପକ୍ଷରୁ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri