ମଇଁଷି ଚୋରି ଅଭିଯୁକ୍ତ କୋର୍ଟ ଚାଲାଣ

ଲାଞ୍ଜିଗଡ଼, ୧୬ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ର ଗ୍ରାମରୁ ବୁଧବାର ରାତିରେ ଦୁଇଗୋଟି ମଇଁଷି ଚୋରି ଅଭିଯୋଗରେ ବୋଲେର ମେକ୍ସ ପିକଅପ ଓଡି ୦୮ ଭି ୧୦୩୮ ଗାଡିର ଡ୍ରାଇଭର ରାୟଗଡ଼ା ଜିଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ନିଆଳି ଗ୍ରାମର ମନୁ ନାଗ (୧୯)ଙ୍କୁ ଗିରଫ କରି ଶନିବାର ସନ୍ଧ୍ୟାବେଳେ କୋର୍ଟ ଚାଲାଣ କରିଛି ଲାଞ୍ଜିଗଡ଼ ପୋଲିସ I

ସୂଚନାନୁସାରେ ବଳଭଦ୍ର ଗ୍ରାମର ମକରନ୍ଦ ଚଣ୍ଡୀଙ୍କ ମଇଁଷି ବୁଧବାର ରାତିରେ ଗୁହାଳରେ ବନ୍ଧାଯାଇଥିଲା I ବିଳମ୍ୱିତ ରାତିରେ ମକରନ୍ଦ ଗୁହାଳରେ ମଇଁଷି ଥିବା ଦେଖିଥିଲେ I ଗୁରୁବାର ସକାଳୁ ଉଠି ଦେଖିଲାବେଳକୁ ଗୁହାଳରେ ମଇଁଷି ନଥିବା ବେଳେ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ I ମକରନ୍ଦ ଗ୍ରାମର କିଛି ବ୍ୟକ୍ତିଙ୍କୁ ନେଇ ଚୋରି ହୋଇଥିବା ମଇଁଷି ଖୋଜିବା ପାଇଁ ବାହାରିଥିଲେ I

ମଇଁଷି ମାଲିକ ସନ୍ଦେହରେ ଆନ୍ଧ୍ରକୁ ଚାଲାଣ ହେଉଥିବା ଭାବି ସେ ବଳଭଦ୍ରପୁର ଠାରୁ ରାୟଗଡା ଦେଇ ଆନ୍ଧ୍ରର ପାର୍ବତୀପୁରମ ରାସ୍ତାରେ ଯାଉଥିବା ବେଳେ ବାଟରେ ଖୋଜା ଖୋଜି କରି ଗୋଟିଏ ଜାଗାରେ ଚାହା ପିଇବାପାଇଁ ଅଟକିଥିଲେ ଏବଂ ସେହି ଜାଗାରେ ଏକ ବଲେର ମେକ୍ସ ପିକପ ଗାଡି ନମ୍ବର ଓଡି ୦୮ ଭି ୧୦୩୮ ଠିଆ ହୋଇଥିଲା ଏବଂ ସେଥିରେ ମଇଁଷି ତିନିଗୋଟି ଥିଲା ଏବଂ ସେଇ ମଇଁଷିକୁ ଦେଖିବାପରେ ତାଙ୍କର ବୋଲି ଜାଣିବାକୁ ପାଇଥିଲେ ମକରନ୍ଦ I

ମଇଁଷି ମାଲିକ ମକରନ୍ଦ ଏବଂ ଗ୍ରାମବାସୀ ମିଶି ଡ୍ରାଇଭରକୁ କାବୁ କରି ଗାଡି ଏବଂ ମଇଁଷି ସହିତ ଲାଞ୍ଜିଗଡ ଥାନାକୁ ଆଣି ହସ୍ତାନ୍ତର କରିଥିଲେ I ଜବତ ମଇଁଷିକୁ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି I ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳ ଗାଡି ସହିତ ମଇଁଷି ଜବତ କରି ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିଲେ I

ଲାଞ୍ଜିଗଡ ଥାନା କେଶ ନଂ ୨୧/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ଧାରା ୩୦୭/୩(୫) ଅନୁଯାୟୀ ଶନିବାର ସନ୍ଧ୍ୟାବେଳେ ଅଭିଯୁକ୍ତ ଡ୍ରାଇଭରକୁ କୋର୍ଟ ଚାଲାଣ କରିଥିବା ବେଳେ ଚୋରି ରାକେଟର ସାମିଲ ଅନ୍ୟ ଅପରାଧୀ ମାନଙ୍କୁ ଧରିବାପାଇଁ ଚେଷ୍ଟା କରୁଥିବା ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳ ପ୍ରକାଶ କରିଥିଲେI


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri