Video: ପାକିସ୍ତାନ ସେନା ଉପରେ ଆକ୍ରମଣର ପ୍ରଥମ ଭିଡିଓ ଜାରି କଲା ବିଏଲଏ

ନୂଆଦିଲ୍ଲୀ, ୧୬ା୩: ବାଲୁଚ୍ ଲିବରେସନ୍ ଆର୍ମି (BLA) ଏକ କନଭଏ ଉପରେ ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସାମରିକ କର୍ମଚାରୀଙ୍କୁ ହତ୍ୟା କରିଥିବା ଦାବି କରିବାର କିଛି ଘଣ୍ଟା ପରେ, ଏହାର ସ୍ୱତନ୍ତ୍ର ବାହିନୀ ୟୁନିଟ୍, ମାଜିଦ୍ ବ୍ରିଗେଡ୍ ଆକ୍ରମଣର ପ୍ରଥମ ଦୃଶ୍ୟ ପ୍ରକାଶ କରିଛି। BLA ଏବଂ ପାକିସ୍ତାନୀ ସାମରିକ ବାହିନୀ ଉଭୟ ଦ୍ୱାରା ଜାରି କରାଯାଇଥିବା ଆକ୍ରମଣ ଫୁଟେଜ୍ ଦର୍ଶାଉଛି ଯେ କ୍ୱେଟାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ଦକ୍ଷିଣ-ପଶ୍ଚିମ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ନୋଶକିରେ ଯାନଗୁଡ଼ିକୁ କିପରି ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଥିଲା।

ରବିବାର ବେଲୁଚିସ୍ତାନର ନୋଶକିରେ ୭ ବସ ଏବଂ ସୁରକ୍ଷା ବାହିନୀର ୨ କାର ଉପରେ ଆକ୍ରମଣ ହୋଇଥିଲା। ପାକିସ୍ତାନୀ ଅଧିକାରୀଙ୍କ ଅନୁଯାୟୀ, ଏହି ଆକ୍ରମଣରେ ୫ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଯବାନ ଆହତ ହୋଇଛନ୍ତି। ଏହି ଆକ୍ରମଣ ବିଷୟରେ ସୂଚନା ଦେବା ସମୟରେ, BLA ଦାବି କରିଛି ଯେ ଏହି ଆକ୍ରମଣରେ ପ୍ରାୟ ୯୦ ଯବାନଙ୍କ ମୃତ୍ୟୁ ଘଟଛି।

ଜଣେ ଅଧିକାରୀ କହିଛନ୍ତି, ଗୋଟିଏ ବସ୍‌କୁ ଆଇଇଡି ଦ୍ୱାରା ଟାର୍ଗେଟ କରାଯାଇଥିଲା, ସମ୍ଭବତଃ ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା। ଯେତେବେଳେ ଅନ୍ୟ ବସ୍‌ଟି କ୍ୱେଟାରୁ ତାଫତାନ ଯାଉଥିବା ସମୟରେ ଏକ ରକେଟ ଚାଳିତ ଗ୍ରେନେଡ ଦ୍ୱାରା ଟାର୍ଗେଟ କରାଯାଇଥିଲା। ଆକ୍ରମଣରେ ଆହତମାନଙ୍କୁ ଚିକିତ୍ସା ପାଇଁ ନୋଶକି ଏବଂ ଏଫ୍‌ସି କ୍ୟାମ୍ପକୁ ନିଆଯାଇଛି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ନୋସ୍କିର ଏସ୍‌ଏଚ୍‌ଓ ସୁମନାଲି ଆଶଙ୍କା କରିଛନ୍ତି।

ଆକ୍ରମଣ ପରେ ବାଲୁଚ ଲିବରେଶନ ଆର୍ମି ଏକ ବିବୃତ୍ତି ଜାରି କରି କହିଛି ଯେ କିଛି ଘଣ୍ଟା ପୂର୍ବେ ନୋସ୍କିର RCD ହାଇୱେର ରାଖସାନ ମିଲ ନିକଟରେ ଏକ VBIED ଆତ୍ମଘାତୀ ଆକ୍ରମଣରେ ବାଲୁଚ ଲିବରେସନ ଆର୍ମି (BLA)ର ଏକ ଆତ୍ମଘାତୀ ୟୁନିଟ ମାଜିଦ ବ୍ରିଗେଡ କବ୍ଜାକାରୀ ପାକିସ୍ତାନୀ ସେନାର ଏକ କନଭଏକୁ ଟାର୍ଗେଟ କରିଥିଲା। ସେଥିରେ ୮ ବସ ଥିଲା, ଯେଉଁଥିରୁ ଗୋଟିଏ ବିସ୍ଫୋରଣରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ଆକ୍ରମଣର ଅଳ୍ପ ସମୟ ପରେ, BLAର ଫତେହ ସ୍କ୍ବାର୍ଡ ଅନ୍ୟ ଏକ ବସ୍‌କୁ ସମ୍ପୂର୍ଣ୍ଣ ଭାବରେ ଘେରିଯାଇଥିଲେ। ସେଥିରେ ଥିବା ସମସ୍ତ ସେନା କର୍ମଚାରୀଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିଥିଲେ। ଫଳରେ ଶତ୍ରୁପକ୍ଷର ମୋଟ ମୃତାହତ ସଂଖ୍ୟା ୯୦ ରେ ପହଞ୍ଚିଥିବା ବିଏଲ୍‌ଏ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

ଭୁବନେଶ୍ୱର, ୧୦।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରରୁ…

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

ଆଫଗାନିସ୍ତାନ-ଭାରତ ପ୍ରଥମ ମ୍ୟାଚ୍‌କୁ ନେଇ ହଟିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୧୦ା୯: ରାଜଧାନୀରେ ବ୍ରିକ୍ସ ସମିଟ କାରଣରୁ ଆସନ୍ତା ୧୩ରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଦିନକ ପାଇଁ ସ୍ଥଗିତ ରଖାଯିବାର…

BDAର ୩୫ ବର୍ଷରୁ ଊର୍ଦ୍ଧ୍ୱ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ୨୦୦ ହିତାଧିକାରୀଙ୍କୁ ଆଶ୍ୱସ୍ତି, ଦୂର ହେଲା…

ଭୁବନେଶ୍ୱର,୧୦।୯(ରବିନାରାୟଣ ଜେନା): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଠାରୁ ଦୀର୍ଘ ୩୫ ବର୍ଷ ତଳେ ପ୍ଲଟେଡ୍‌ ସ୍କିମରେ ନେଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ରାଜସ୍ବ ପର୍ଷଦ…

ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ, ସପ୍ତାହକୁ ଦୁଇଥର…

ଭୁବନେଶ୍ୱର,୧୦ା୯(ବନ୍ଦନା ସେଠୀ) – ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ। ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ୍‌…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

ବଙ୍ଗୋପସାଗରରେ ଲଘୁଚାପ: ୧୦ ଜିଲାରେ ଝଡ଼ବର୍ଷା, ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୧୦ା୯(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଗୁରୁବାର ସକାଳ ୫ଟା ୩୦ରେ ଲଘୁଚାପର ରୂପ ନେଇଛି। ଏହା ଅପରାହ୍ନ ୨ଟା ୩୦ ସୁଦ୍ଧା ଉତ୍ତର…

ଆମେରିକୀୟ ବାୟୁସେନା ଘାଟିରେ କ୍ଷେପଣାସ୍ତ୍ର ମାଡ଼

ତେହେରାନ,୧୦।୯: ଜୋର୍ଡାନସ୍ଥିତ ଏକ ଆମେରିକୀୟ ବାୟୁସେନା ଘାଟି ଉପରେ ଇରାନର ସାମରିକ ଆକ୍ରମଣରେ ଆମେରିକାର ଏକାଧିକ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି। ସିବିଏସ୍‌ ରିପୋର୍ଟ ଅନୁଯାୟୀ ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri