ରାସ୍ତା ନିର୍ମାଣ ନକରି ଅର୍ଥ ଆତ୍ମସାତ ଅଭିଯୋଗ, ସ୍ମାରକପତ୍ର ଦେବା ପରେ ବିଡିଓ କହିଲେ…

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡାପଲ୍ଲି ଗ୍ରାମ ଖାରି ପୋଖରୀ ଓ କୁମୁଟି ପୋଖରୀ ରାସ୍ତା ନିର୍ମାଣ କରାନଯାଇ ଏମଜିଏନଆରଜିଏସ ଯୋଜନାରେ ୨ ଲକ୍ଷ ୯୬ ହଜାର ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗର ଭିଜିଲାନ୍ସସ୍ତରୀୟ ତଦନ୍ତ ନିମନ୍ତେ ସୋମବାର ଗ୍ରାମର ସନାତନ ସ୍ବାଇଁ, ସମୀର ବିଷୋୟୀ, ଭୋଳା ନାଥ ସ୍ବାଇଁ, ପପୁନ ଜେନା,ଚନ୍ଦନ ବିଷୋୟୀ, ଶୁଭମ ବିଷୋୟୀ, ସିମାଞ୍ଚଳ ସ୍ବାଇଁ, ଲିଙ୍ଗରାଜ ବିଷୋୟୀ, ରାଜେନ୍ଦ୍ର ବିଷୋୟୀ,ବାସୁଦେବ ମହାରଣା,ସଞ୍ଜୟ ବିଷୋୟୀ ପ୍ରମୁଖ ବହୁ ସଂଖ୍ୟକ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଅନାମିକା ପାଣ୍ଡେଙ୍କୁ ସାକ୍ଷାତ କରି ସବିଶେଷ ଆଲୋଚନା କରିବାସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପୂର୍ବତନ ସରପଞ୍ଚ ଉସନ୍ତ ସାହୁଙ୍କ ସମୟରେ ଖାରିବନ୍ଧ ପୋଖରୀକୁ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ଖରାପ ହୋଇନଥିବା ବେଳେ ପୁଣି ରାସ୍ତା ନିର୍ମାଣ ନିମନ୍ତେ ୨୦୨୫- ୨୬ ଆର୍ଥିକବର୍ଷରେ ରାସ୍ତା ନିର୍ମାଣ ପାଇଁ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କେବଳ ନାମ ଫଳକ ସ୍ତମ୍ଭ କରାଯାଇଛି। ସେଥିରେ କିଛି ଉଲ୍ଲେଖ କରାଯାଇନାହିଁ। କୌଣସି କାମ କରାନଯାଇ ଗ୍ରାମର କିଛି ବ୍ୟକ୍ତି ବିଭିନ୍ନ ବ୍ୟକ୍ତିଙ୍କ ଜବକାର୍ଡ ସଂଗ୍ରହ କରି ସୁଚିନ୍ତିତ ଉପାୟରେ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ମଜୁରୀ ବାବଦରେ ସମୁଦାୟ ୨ ଲକ୍ଷ ୯୬ ହଜାର ଟଙ୍କା ପଠାଇଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଏନେଇ ବିଡ଼ିଓଙ୍କୁ ପଚାରିବାରୁ ଅଭିଯୋଗ ହସ୍ତଗତ ହୋଇଛି। ବ୍ୟକ୍ତିଗତ ଭାବେ କାର୍ଯ୍ୟସ୍ଥଳକୁ ଯାଇ ଅନୁଧ୍ୟାନ କରିବା ପରେ ଅଭିଯୋଗରେ ଯଦି ସତ୍ୟତା ଥାଏ ତା’ ହେଲେ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଇଂ.ତୁଷାର କାନ୍ତ ଦାସଙ୍କୁ ପଚାରିବାରୁ ସେ ବହୁଦିନ ପୂର୍ବେ କାର୍ଯ୍ୟସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଲଟାବୁଦା ସଫା କରାଯିବା ସହ ମେଟାଲ ମୋରମ ପକ୍କା
ପକାଇ ରାସ୍ତା ନିର୍ମାଣ ପାଇଁ ବ୍ୟୟ ଅଟକଳ କରାଯାଇଛି। ସେଥି ନିମନ୍ତେ ସେ ଗ୍ରାମ ରୋଜଗାର ସେବିକା ପିଙ୍କି ପାଇକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲଗାଣ ବର୍ଷା ଯୋଗୁ କାମ କରାଯାଇନାହିଁ। ଉକ୍ତ କାମ ପାଇଁ ଅର୍ଥ ଉଠାଣ କରାଯାଇଥିବା ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି। ଏମଜିଏନଆରଇଜିଏସ ଯୋଜନାର ବ୍ଲକ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ରାସ୍ତା ପ୍ରକଳ୍ପ ନିର୍ମାଣ କାମ କରାଯାଇଥିବା କହିଛନ୍ତି। ଗ୍ରାମ ରୋଜଗାର ସେବିକାଙ୍କୁ ପଚାରିବାରୁ ଗ୍ରାମର କୁମୁଟିବନ୍ଧ ଏବଂ ଖାରିବନ୍ଧ ରାସ୍ତା ୨ ଟି ପ୍ରକଳ୍ପ ନିମନ୍ତେ ସମୁଦାୟ ୧୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଖାରିବନ୍ଧ ରାସ୍ତା ଲଟାବୁଦା ସଫା ନିମନ୍ତେ ୫୫ ହଜାର ଏବଂ କୁମୁଟିବନ୍ଧ ରାସ୍ତାର ଉଭୟ କଡକୁ ସଫେଇ ପାଇଁ ୧ ଲକ୍ଷ ୫୫ ହଜାର ଟଙ୍କା ମଜୁରୀ ଦିଆଯାଇଥିବା ସେ ସ୍ବୀକାର କରିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଇଟାଲୀର ଲୋକପ୍ରିୟତା ଆମେରିକା ସହିତ ସମ୍ପର୍କ ଉପରେ ନିର୍ଭର କରେ ନାହିଁ’: ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

ରୋମ,୨୧।୬: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଆଜି, ଶନିବାର, ଟ୍ରମ୍ପ ପୁଣି ଥରେ ମେଲୋନିଙ୍କ…

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

ମହାସଂଯୋଗ! ଆଜିଠୁ ଏହି ୫ଟି ରାଶିକୁ ମିଳିବ ଭାଗ୍ୟର ସାଥ୍‌, ଖୋଲିଯିବ ଉନ୍ନତିର ରାସ୍ତା

୨୧ ଜୁନ, ୨୧୨୬ ରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ସପ୍ତମୀ ତିଥି ଏବଂ ରବିବାର ଦିନ ଅଟେ। ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏହା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ସାବଧାନ! ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ,୨୧।୬: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ପୋଲାଣ୍ଡର ସର୍ବୋଚ୍ଚ ସମ୍ମାନ ଫେରାଇଲେ ଜେଲେନସ୍କି, ରାଷ୍ଟ୍ରପତି କରୋଲ ନାଭ୍ରୋକିଙ୍କ ଘୋଷଣା ପରେ…

କ୍ୱିଭ,୨୧।୬: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶନିବାର ପୋଲାଣ୍ଡର ସର୍ବୋଚ୍ଚ ନାଗରିକ ସମ୍ମାନ, ହ୍ବାଇଟ ଇଗଲ ଅର୍ଡର ଫେରାଇ ଦେଇଛନ୍ତି। ପୋଲାଣ୍ଡ ଅଧିକାରୀ କାରୋଲ ନାୱରୋକିଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri