ରାସ୍ତା ନିର୍ମାଣ ନକରି ଅର୍ଥ ଆତ୍ମସାତ ଅଭିଯୋଗ, ସ୍ମାରକପତ୍ର ଦେବା ପରେ ବିଡିଓ କହିଲେ…

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡାପଲ୍ଲି ଗ୍ରାମ ଖାରି ପୋଖରୀ ଓ କୁମୁଟି ପୋଖରୀ ରାସ୍ତା ନିର୍ମାଣ କରାନଯାଇ ଏମଜିଏନଆରଜିଏସ ଯୋଜନାରେ ୨ ଲକ୍ଷ ୯୬ ହଜାର ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗର ଭିଜିଲାନ୍ସସ୍ତରୀୟ ତଦନ୍ତ ନିମନ୍ତେ ସୋମବାର ଗ୍ରାମର ସନାତନ ସ୍ବାଇଁ, ସମୀର ବିଷୋୟୀ, ଭୋଳା ନାଥ ସ୍ବାଇଁ, ପପୁନ ଜେନା,ଚନ୍ଦନ ବିଷୋୟୀ, ଶୁଭମ ବିଷୋୟୀ, ସିମାଞ୍ଚଳ ସ୍ବାଇଁ, ଲିଙ୍ଗରାଜ ବିଷୋୟୀ, ରାଜେନ୍ଦ୍ର ବିଷୋୟୀ,ବାସୁଦେବ ମହାରଣା,ସଞ୍ଜୟ ବିଷୋୟୀ ପ୍ରମୁଖ ବହୁ ସଂଖ୍ୟକ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଅନାମିକା ପାଣ୍ଡେଙ୍କୁ ସାକ୍ଷାତ କରି ସବିଶେଷ ଆଲୋଚନା କରିବାସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପୂର୍ବତନ ସରପଞ୍ଚ ଉସନ୍ତ ସାହୁଙ୍କ ସମୟରେ ଖାରିବନ୍ଧ ପୋଖରୀକୁ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ଖରାପ ହୋଇନଥିବା ବେଳେ ପୁଣି ରାସ୍ତା ନିର୍ମାଣ ନିମନ୍ତେ ୨୦୨୫- ୨୬ ଆର୍ଥିକବର୍ଷରେ ରାସ୍ତା ନିର୍ମାଣ ପାଇଁ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କେବଳ ନାମ ଫଳକ ସ୍ତମ୍ଭ କରାଯାଇଛି। ସେଥିରେ କିଛି ଉଲ୍ଲେଖ କରାଯାଇନାହିଁ। କୌଣସି କାମ କରାନଯାଇ ଗ୍ରାମର କିଛି ବ୍ୟକ୍ତି ବିଭିନ୍ନ ବ୍ୟକ୍ତିଙ୍କ ଜବକାର୍ଡ ସଂଗ୍ରହ କରି ସୁଚିନ୍ତିତ ଉପାୟରେ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ମଜୁରୀ ବାବଦରେ ସମୁଦାୟ ୨ ଲକ୍ଷ ୯୬ ହଜାର ଟଙ୍କା ପଠାଇଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଏନେଇ ବିଡ଼ିଓଙ୍କୁ ପଚାରିବାରୁ ଅଭିଯୋଗ ହସ୍ତଗତ ହୋଇଛି। ବ୍ୟକ୍ତିଗତ ଭାବେ କାର୍ଯ୍ୟସ୍ଥଳକୁ ଯାଇ ଅନୁଧ୍ୟାନ କରିବା ପରେ ଅଭିଯୋଗରେ ଯଦି ସତ୍ୟତା ଥାଏ ତା’ ହେଲେ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଇଂ.ତୁଷାର କାନ୍ତ ଦାସଙ୍କୁ ପଚାରିବାରୁ ସେ ବହୁଦିନ ପୂର୍ବେ କାର୍ଯ୍ୟସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଲଟାବୁଦା ସଫା କରାଯିବା ସହ ମେଟାଲ ମୋରମ ପକ୍କା
ପକାଇ ରାସ୍ତା ନିର୍ମାଣ ପାଇଁ ବ୍ୟୟ ଅଟକଳ କରାଯାଇଛି। ସେଥି ନିମନ୍ତେ ସେ ଗ୍ରାମ ରୋଜଗାର ସେବିକା ପିଙ୍କି ପାଇକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲଗାଣ ବର୍ଷା ଯୋଗୁ କାମ କରାଯାଇନାହିଁ। ଉକ୍ତ କାମ ପାଇଁ ଅର୍ଥ ଉଠାଣ କରାଯାଇଥିବା ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି। ଏମଜିଏନଆରଇଜିଏସ ଯୋଜନାର ବ୍ଲକ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ରାସ୍ତା ପ୍ରକଳ୍ପ ନିର୍ମାଣ କାମ କରାଯାଇଥିବା କହିଛନ୍ତି। ଗ୍ରାମ ରୋଜଗାର ସେବିକାଙ୍କୁ ପଚାରିବାରୁ ଗ୍ରାମର କୁମୁଟିବନ୍ଧ ଏବଂ ଖାରିବନ୍ଧ ରାସ୍ତା ୨ ଟି ପ୍ରକଳ୍ପ ନିମନ୍ତେ ସମୁଦାୟ ୧୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଖାରିବନ୍ଧ ରାସ୍ତା ଲଟାବୁଦା ସଫା ନିମନ୍ତେ ୫୫ ହଜାର ଏବଂ କୁମୁଟିବନ୍ଧ ରାସ୍ତାର ଉଭୟ କଡକୁ ସଫେଇ ପାଇଁ ୧ ଲକ୍ଷ ୫୫ ହଜାର ଟଙ୍କା ମଜୁରୀ ଦିଆଯାଇଥିବା ସେ ସ୍ବୀକାର କରିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

LPG Cylinder Price: ବଜେଟ ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୨: ରବିବାର (୧ ଫେବୃଆରୀ) କେନ୍ଦ୍ର ବଜେଟ ଉପସ୍ଥାପନ ପୂର୍ବରୁ, ସରକାର ସାଧାରଣ ଜନତା ଏବଂ ବ୍ୟବସାୟ ଉଭୟଙ୍କୁ ଏକ ଝଟକା ଦେଇଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ…

ନାବାଳିକା ପ୍ରେମିକା ଉଦ୍ଧାର : ବଳାତ୍କାର ଅଭିଯୋଗରେ ପ୍ରେମିକ ଗିରଫ

ଦେବଗଡ, ୧।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ଜଣେ ନାବାଳିକା ପ୍ରେମିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ଦେବଗଡ ପୋଲିସ…

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri