ଠେଙ୍ଗାରେ ମରଣାନ୍ତକ ଆକ୍ରମଣ:ଜେଲଗଲେ ମା , ପୁଅ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ମାର୍କଣ୍ଡ ସେଠୀ(୬୭) ନାମକ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ ସୋମବାର ନରେନ୍ଦ୍ରପୁର ଗ୍ରାମର ପି. କୁରି ରେଡ୍ଡୀ ଏବଂ ତାଙ୍କ ପୁଅ ପି.କହ୍ନେଇ ରେଡ୍ଡୀ ଓରଫ କାହ୍ନାଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୬୭/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମା,ପୁଅଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ରାଜ କିଶୋର ପାତ୍ରଙ୍କ ସୂଚନାନୁସାରେ, ଗତ ଗୁରୁବାର ସକାଳ ପ୍ରାୟ ୬ଟାରେ କାହ୍ନା ତାଙ୍କ ଜମି ହିଡରୁ ମାଟିଖୋଳି ପଡ଼ିଶା ଜମିରେ ଥିବା ମାର୍କଣ୍ଡଙ୍କ ଧାନ ଗଛ ଉପରେ ପକାଇଥିବାସେ ଜାଣିବାକୁ ପାଇଥିଲେ। ସକାଳ ପ୍ରାୟ ୯ଟାରେ ମାର୍କଣ୍ଡ କାହ୍ନାଙ୍କ ଘରକୁ ଯାଇ ପଚାରିବାରୁ ଏଥିରେ ଉତ୍ତେଜିତ ହୋଇ ସେ ତାଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ।
ପ୍ରତିବାଦ କରିବାରୁ କାହ୍ନାଙ୍କ ମା’ କୁରି ମାର୍କଣ୍ଡଙ୍କୁ ଠେଲାପେଲା କରି ଜାବୁଡ଼ି ଧରିଥିଲେ। କାହ୍ନା ଘର ଭିତରୁ ଏକ ବାଉଁଶ ଠେଙ୍ଗା ଆଣି ମାର୍କଣ୍ଡଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। କାହ୍ନା ତାଙ୍କ ବାରି ପଟେ ଲୁଚାଇ ରଖିଥିବା ବାଉଁଶ ଠେଙ୍ଗକୁ ପୋଲିସ ଜବତ କରିଥିବା ଜଣାପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଲେ ଅଧିନାୟକ ଶୁଭମନ, କହିଲେ…

ନୂଆଦିଲ୍ଲୀ, ୨୧।୬: ତୃତୀୟ ଦିନିକିଆ ମ୍ୟାଚରେ ଭାରତ, ଆଫଗାନିସ୍ତାନକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ, ଆଫଗାନିସ୍ତାନକୁ ଦିନିକିଆ ସିରିଜରେ କ୍ଲିନ ସ୍ବିପ୍‌…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ବଡ଼ ନିଷ୍ପତ୍ତି: ସେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ପରିବର୍ତ୍ତେ ଗସ୍ତ କରିବେ ଏହି ଦେଶ

ଢାକା,୨୧।୬: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ମାଲେସିଆ ଏବଂ ଚାଇନାକୁ ବାଛିଛନ୍ତି। ଏହି ନିଷ୍ପତ୍ତିକୁ ତାଙ୍କର ନୂତନ ବୈଦେଶିକ ନୀତି…

ଆରାବଳୀ ରାୟ ସମୀକ୍ଷା କମିଟିର ପରିବର୍ତ୍ତନ ଦାବି, ସିଜେଆଇଙ୍କୁ ପତ୍ର ଲେଖିଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୧।୬: ଆରାବଳୀ ପର୍ବତମାଳାର ସୁରକ୍ଷା ଲକ୍ଷ୍ୟରେ ଦିଆଯାଇଥିବା ପୂର୍ବ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ପରିବର୍ତ୍ତନ ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ…

ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ: ଉଦ୍ଧବ

ମୁମ୍ବାଇ,୨୧।୬: ଶିବସେନା (ୟୁବିଟି)ରେ ବିଦ୍ରୋହ ଅଧିକ ଗମ୍ଭୀର ହେଉଥିବାବେଳେ ଦଳ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା ନେଇ ଉଦ୍ଧବ ଠାକ୍‌ରେ ଶୁକ୍ରବାର କହିଛନ୍ତି। ତାଙ୍କ ନେତୃତ୍ୱ…

ଜୁନ୍‌ ସରିବାକୁ ବସିଲା, ହେଉନି ବର୍ଷା: ଚାଷ କାମରେ ବାଧା

ଅମରପଲି,୨୧ା୬(ପୀତାମ୍ବର ସାହୁ): ସାଧାରଣତଃ ଜୁନ୍‌ ମାସର ପ୍ରଥମ ସପ୍ତାହରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଏ। ଏହାସହ ଚାଷୀମାନେ ଜମି ହଳ କରି ଧାନ ବୁଣା ଓ ତଳି…

ରକ୍ଷକ ପାଲଟିବେ ଲୁଟେରା! ପ୍ରଥମେ କହିଥିଲେ ହର୍ମୁଜ ପ୍ରଣାଳୀ ମୁକ୍ତ ରହିବ, ଏବେ ଟ୍ରମ୍ପ କହୁଛନ୍ତି…

ଓ୍ବାଶିଂଟନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଚାଲିଛି, କିନ୍ତୁ ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ପଦକ୍ଷେପ…

ମନ୍ଥର ଗତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ଲୋଇସିଂହା,୨୧।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତ ସାନଟିକା ଗ୍ରାମର ଏମଆଇପି କଟାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଜୁନ୧୫ ତାରିଖ ଗଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri