Posted inଜାତୀୟ

ଗାଜାରେ ଯୁଦ୍ଧବିରତି: ଚୁକ୍ତି ଅନୁଯାୟୀ ୩ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍‌

ଦେଇର୍‌ ଅଲ୍‌-ବଲାହ,୧୯।୧: ଗାଜାରେ ରବିବାରଠାରୁ ଯୁଦ୍ଧବିରତି ଆରମ୍ଭ ହୋଇଛି। ଚୁକ୍ତି ଅନୁଯାୟୀ ଗାଜାର ଶାସକ ହମାସ୍‌ ପ୍ରଥମ ଦିନରେ ୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ରବିବାର ରାତିରେ ମୁକ୍ତ କରିଛି। ସେମାନଙ୍କୁ ପ୍ରଥମେ ରେଡ୍‌କ୍ରସ୍‌କୁ ନିଆଯିବା ପରେ ଇସ୍ରାଏଲୀ ସେନାକୁ ଫେରୁଥିତ୍ବା ସୈନ୍ୟବାହିନୀ ପକ୍ଷରୁ ଘୋଷଣା କରାଯାଇଛି। ରବିବାର ସକାଳ ୮ଟା ୩୦ରୁ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାକୁ ଥିବାବେଳେ ହମାସ୍‌ ମୁକ୍ତ ହେବାକୁ ଥିବା ପଣବନ୍ଦୀଙ୍କ ନାମ ତାଲିକା ଦେଇ ନ ଥିବାରୁ ଏହା ୩ ଘଣ୍ଟା ବିଳମ୍ବ ହୋଇଥିଲା। ବିଳମ୍ବ ହେଲେ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିବ ବୋଲି କହିଥିଲା। ଅସ୍ତ୍ରବିରତି ପୂର୍ବରୁ ଇସ୍ରାଏଲ୍‌ର ବୋମାମାଡ଼ରେ ୧୯ ଜଣଙ୍କ ମୃତ୍ୟୁ ଘଟିବା ସହ ୨୫ ଜଣ ଆହତ ହୋଇଥିଲେ।
୧୫ ମାସ ପରେ ଯୁଦ୍ଧ ବନ୍ଦ ହେବାକୁ ଯାଉଛି। ଅସ୍ତ୍ରବିରତି ଲାଗୁ ହେବା ପରେ ମାନବୀୟ ସହାୟତା ସାମଗ୍ରୀ ନେଇ ଆସିଥିବା ପ୍ରଥମ ଟ୍ରକ୍‌ ପାଲେଷ୍ଟିନୀୟ ଅଞ୍ଚଳରେ ପ୍ରବେଶ କରିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ଆକ୍ରମଣ ସମୟରେ ଘରଦ୍ୱାର ଛାଡ଼ିଥିବା ପାଲେଷ୍ଟିନୀୟମାନେ ନିଜ ଅଞ୍ଚଳକୁ ଫେରିବା ଆରମ୍ଭ କରିଛନ୍ତି। ହଜାର ହଜାର ଲୋକେ ଟେଣ୍ଟ, ପୋଷାକ ଓ ନିଜର ବ୍ୟକ୍ତିଗତ ସାମଗ୍ରୀ ଧରି ଘରକୁ ଫେରୁଥିବା ଦେଖାଯାଇଛି। ତେବେ ଅଧିକାଂଶଙ୍କ ଘର ମାଟିରେ ମିଶି ଯାଇଥିବାରୁ ସେମାନେ ନିରାଶ ହୋଇଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଉତ୍ତର ଗାଜାର କେତେଜଣ ସବୁକିଛି ହରାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନରେ ଅଶ୍ଳୀଳ କଣ୍ଟେଣ୍ଟ ରୋକିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯ା୨:ୟୁଟ୍ୟୁବ୍‌ ଏବଂ ଅନ୍ୟାନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ‘ଅଶ୍ଳୀଳ କଣ୍ଟେଣ୍ଟ’ ପୋଷ୍ଟ ହେଉଥିବାରୁ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି...

କାମ ଦେଲାନି ମୋଦିଙ୍କ ଆଲୋଚନା: ଟ୍ରମ୍ପ ନେଲେ କଠୋର ନିଷ୍ପତ୍ତି, ବଡ଼ କ୍ଷତି ସହିବ ଭାରତ

ଓ୍‌ବାଶିଂଟନ୍‌.୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବରେ ଭାରତର ଚିନ୍ତା ବୃଦ୍ଧି କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦୁଇ ଦେଶ...

ବାଣିଜି୍ୟକ କାରବାର ବଢ଼ାଇବେ ଭାରତ, କାତାର

ନୂଆଦିଲ୍ଲୀ, ୧୯।୨: ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାତାରର ଅମିର ଶେଖ୍‌ ତମିମ ବିନ୍‌ ହମଦ୍‌ ଅଲ୍‌-ଥାନୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ...

ଅବସର ନେଲେ ସିଇସି ରାଜୀବ କୁମାର

ନୂଆଦିଲ୍ଲୀ,୧୯।୨: ୨୦୨୪ ଲୋକ ସଭା ନିର୍ବାଚନ ସମେତ ଗୁରୁତ୍ୱପୂର୍ଣ୍ଣ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରିଚାଳନାର ନେତୃତ୍ୱ ନେଇଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର...

Mamata Banerjee Controversial Remark: ମହାକୁମ୍ଭ ନା ମୃତ୍ୟୁକୁମ୍ଭ, ଯୋଗୀ ସରକାରଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ

କୋଲକାତା,୧୮।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭମେଳାର କଥିତ କୁପରିଚାଳନା ପାଇଁ କେନ୍ଦ୍ର ସରକାର...

ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ରୁଜୁ ହେବ ମାମଲା, ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୮।୨: ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ମୁସ୍କିଲ ବଢ଼ିଯାଇଛି। ଏବେ ତାଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ କରାଯିବ।...

Kumbh Mela ପରେ ଗଙ୍ଗାପାଣିରେ ମିଳିଲା କ୍ଷତିକାରକ ବ୍ୟାକ୍ଟେରିଆ, ସ୍ନାନ କରିଥିଲେ ହୋଇପାରେ…ଚମକାଇଦେବ ରିପୋର୍ଟ

ନୂଆଦିଲ୍ଲୀ,୧୮।୨: ନିକଟରେ କୁମ୍ଭମେଳା ସରିଥିବାବେଳେ ଗଙ୍ଗା-ଯମୁନାରେ ପ୍ରଦୂଷଣ ବୃଦ୍ଧି ପାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ ଏହାର ରିପୋର୍ଟ...

Video:ପ୍ରଥମଥର ବିମାନରେ ବସିଲେ ମୋନାଲିସା: ଷ୍ଟାଇଲିସ୍‌ ଲୁକ୍‌ ଦେଖି ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୨: ମହାକୁମ୍ଭର ଭାଇରାଲ ଗାର୍ଲ ମୋନାଲିସାଙ୍କ ଭାଗ୍ୟ ଫିଟିଛି। ସେ ଖୁବଶୀଘ୍ର ଫିଲ୍ମ ଜଗତରେ ପାଦ ଦେବାକୁ ଯାଉଛନ୍ତି। ପ୍ରତିଦିନ ମୋନାଲିସାଙ୍କ ନୂଆ ନୂଆ ଭିଡିଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri