Posted inଖେଳ

ସ୍ମିଥ୍‌ଙ୍କ ମତରେ କୋହଲି ଶ୍ରେଷ୍ଠ

ମାଞ୍ଚେଷ୍ଟର, ୧୧।୯(ପି.ଟି.)-
ସାମ୍ପ୍ରତିକ ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ ଦୁଇ ସମକକ୍ଷ ବ୍ୟାଟ୍ସମ୍ୟାନ। ଉଭୟ ଖେଳାଳି ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ମାତ୍ର ବର୍ତ୍ତମାନ ବିଶ୍ୱ ଏକଦିବସୀୟ କ୍ରିକେଟରେ କୋହଲି ଶ୍ରେଷ୍ଠ ବୋଲି ସ୍ମିଥ ପ୍ରକାଶ କରିଛନ୍ତି। ଚଳିତମାସ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଏବଂ ଏହାପରେ ଭାରତ-ଅଷ୍ଟ୍ରେଲିଆ ସିରିଜରେ ଉଭୟ ବ୍ୟାଟ୍ସମ୍ୟାନ ପରସ୍ପର ବିପକ୍ଷରେ ଖେଳିବେ। ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବା ପାଇଁ ସ୍ମିଥ ଏବେ ଇଂଲଣ୍ଡରେ ଅଛନ୍ତି। ଗୁରୁବାର ପ୍ରଶଂସକଙ୍କ ସହ ଇନ୍‌ଷ୍ଟାଗ୍ରାମ ସେସନ ଅବସରରେ ଏକଦିବସୀୟ ପାଇଁ କୋହଲି ଶ୍ରେଷ୍ଠ ବୋଲି କହିଛନ୍ତି ସ୍ମିଥ। ୩୧ ବର୍ଷୀୟ ସ୍ମିଥଙ୍କୁ ଜଣେ ପ୍ରଶଂସକ ବର୍ତ୍ତମାନ ଦିନିକିଆ କ୍ରିକେଟରେ କିଏ ଶ୍ରେଷ୍ଠ ବୋଲି ପ୍ରଶ୍ନ କରିଥିଲେ। କାଳ ବିଳମ୍ବ ନ କରି କୋହଲିଙ୍କ ନାମ ନେଇଥିଲେ ସ୍ମିଥ।
ଭାରତୀୟ ଅଧିନାୟକ ବର୍ତ୍ତମାନ ସକ୍ରିୟ ଥିବା ଏକଦିବସୀୟ କ୍ରିକେଟରଙ୍କ ମଧ୍ୟରେ ସର୍ବାଧିକ ରନ ସ୍କୋରର ଅଛନ୍ତି। ସେ ୫୯.୩୪ ଆଭରେଜରେ ୧୧୮୬୭ ରନ ସ୍କୋର କରିଛନ୍ତି। ୪୩ଟି ଶତକ ହାସଲ କରି ସାରିଛନ୍ତ। ଏକଦିବସୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ ସେ ଆଉ ୭ ଶତକ ଆବଶ୍ୟକ କରୁଛନ୍ତି। ଆଗାମୀ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ସ୍ମିଥ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଲୋକେଶ ରାହୁଲ ଓ ସଞ୍ଜୁ ସାମସନଙ୍କ ଉପରେ ନଜର ରହିବ ବୋଲି ପ୍ରକାଶ କରିଛନ୍ତି। ଗତ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଇଂଲଣ୍ଡର ଜୋସ ବଟଲର ଚମତ୍କାର ଫର୍ମର ପରିଚୟ ଦେଇଥିଲେ। ଆଇପିଏଲରେ ମଧ୍ୟ ତାଙ୍କର ସେହି ଫର୍ମ ଜାରି ରହିବ ବୋଲି ସ୍ମିଥ ଆଶା ରଖିଛନ୍ତି। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଚଳିତ ମାସ ୧୬ ତାରିଖରେ ଶେଷ ହେବାପରେ ସ୍ମିଥ ୟୁନାଇଟେଡ ଆରବ ଏମିରେଟ୍ସରେ ରାଜସ୍ଥାନ ରୟାଲ୍ସ ଦଳସହ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri