ଆବାସ ଯୋଜନା ବାଟବଣା

ପଟ୍ଟାମୁଣ୍ଡାଇ, ୧।୨(ସ୍ବ.ପ୍ର.):  ଅସହାୟ ନିରୀହ ଗରିବ ଶ୍ରେଣୀର ଲୋକମାନଙ୍କ ଥଇଥାନ କରିବା ସରକାରଙ୍କ ପକ୍ଷରୁ ଆବାସ ଯୋଜନା ଚାଲିଛି। ପ୍ରଶାସନିକ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳୁ ନ ଥିବା ବେଳେ କୋଠା ଘରେ ରହୁଥିବା ଲୋକଙ୍କୁ ମିଳୁଛି। ଗରିବ ଲୋକ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇ ଝାଟିମାଟି ଘରେ ଦିନ କାଟୁଛନ୍ତି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଣ୍ଟା ଗଁାରେ ଜଣେ ମହିଳା ଝାଟିମାଟି ଭଙ୍ଗା ଘରେ ରହୁଥିଲେ ହେଁ ପ୍ରଶାସନ ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି। ଖଡିଅଣ୍ଟା ଗଁାର ବାସନ୍ତୀ ସେଠୀ ଜଣେ ଗରିବ ଶ୍ରେଣୀର ମହିଳା। ତାଙ୍କର ଆତ୍ମୀୟ କହିଲେ, ସ୍ବାମୀ ପ୍ରଭାକର ଓ ମାନସିକ ବିକାର ଦୁଇ ଝିଅ। ପ୍ରଭାକର ଗଁାରେ ପିଲାଙ୍କୁ ପଢାଇ ଚଳିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇଥାଏ। ଟିଉସନ ପଇସାରେ ସେମାନଙ୍କ ପେଟକୁ ଦାନା ଯାଏ। ଏ ପରିସ୍ଥିତିରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ମଧ୍ୟ ନାହିଁ। ବର୍ଷା ହେଲେ ବାର ଦ୍ୱାର ଶୁଣ୍ଢିପିଣ୍ଡା ହେବାକୁ ପଡୁଛି।
ଅନ୍ୟପକ୍ଷରେ ପଞ୍ଚାୟତ କାର୍ଯ୍ୟାଳୟରୁ ମାତ୍ର ଶହେ ମିଟର ଦୂରରେ ଏଭଳି ଦୟନୀୟ ଅବସ୍ଥାରେ ବାସନ୍ତୀ ରହୁଥିଲେ ହେଁ ପ୍ରଶାସନର ଦୃଷ୍ଟି ନ ପଡ଼ିବା ପରିତାପର ବିଷୟ ହୋଇଛି। ବାସନ୍ତୀ ଆବାସ ଯୋଜନାରେ ଘରଟିଏ ପାଇଁ ପ୍ରଶାସନକୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁ ନ ଥିବା ସେ କହିଛନ୍ତି। ଏ ସମ୍ପର୍କରେ ଖଡିଅଣ୍ଟା ପଞ୍ଚାୟତର ପିଇଓ ମମିତା ମଲିକଙ୍କୁ ପଚାରିବାରେ ସେ ତର୍ଜମା କରିବା ପରେ ଯାହା କିଛି ପଦକ୍ଷେପ ନେବେ ବୋଲି କହିଛନ୍ତି। ଯଦି ସେ ଆବେଦନ କରିଥିବେ ଏବଂ ଯୋଗ୍ୟ ହିତାଧିକାରୀ ହୋଇଥିବେ ନିଶ୍ଚିତ ସେ ଆବାସ ଯୋଜନାରେ ଘର ପାଇବେ ବୋଲି ସେ କହିଛନ୍ତି। ସେହିପରି ଉକ୍ତ ପଡାର ତଅପୋଇ ସେଠୀ ତାଙ୍କ ଅଭିଯୋଗରେ କହିଛନ୍ତି, ଆବାସ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀ ତାଲିକାରେ ତାଙ୍କର ନଁା ରହିଥିଲା। କିନ୍ତୁ ଲାଞ୍ଚ ବାବଦ ଟଙ୍କା ଦେଇ ନ ପାରିବାରୁ ଘର ମିଳିଲା ନାହିଁ। ଏହି ଗଁାର ଅଧିକାଂଶ ଗରିବ ଶ୍ରେଣୀର ଲୋକ ଦିନ ମଜୁରିଆ ଭାବେ କାମ କରି ପେଟ ପୋଷନ୍ତି। ହେଲେ ସେମାନଙ୍କର ଘର ଖଣ୍ଡିଏ ନ ଥିବାରୁ ବାଧ୍ୟ ହୋଇ ଭଙ୍ଗା ଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ଅସରାଏ ବର୍ଷା ହେଲେ ମୁଣ୍ଡ ଉପରେ ପାଣି ଗଳୁଛି। ହେଲେ କୋଠା ଘରେ ରହୁଥିବା ଲୋକେ ବାପା ନଁାରେ, ମା’ଙ୍କ ନଁାରେ, ପୁଣି କେହି କେହି ସ୍ତ୍ରୀ ନାମରେ ଆବାସ ନେବାର ନଜିର ରହିଛି। ପଟ୍ଟାମୁଣ୍ଡାଇ ବିଡିଓ ଭରତ ଚନ୍ଦ୍ର ପରିଡାଙ୍କୁ ପଚାରିବାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକାକୁ ନେଇ ଅଭିଯୋଗ ବାକ୍ସରେ ପଡିଥିବା ମତାମତ ଉପରେ ବିସ୍ତୃତ ଆଲୋଚନା ହେବ। ତା’ପରେ ଯାଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ କହିଛନ୍ତି, ଗରିବ ହିତାଧିକାରୀଙ୍କ ସ୍ବାର୍ଥ ପାଇଁ କଂଗ୍ରେସ ପ୍ରତ୍ୟେକ ସ୍ତରକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ଅଛି। ଦଳୀୟ ଭିତ୍ତିରେ ଘର ବଣ୍ଟିବା ରାଜନୀତି ସମ୍ପୂର୍ଣ୍ଣ ରୂପେ ଜନସ୍ବାର୍ଥ ବିରୋଧୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଆନ୍ଦୋଳନରେ କାମ କରୁନି ପ୍ରଶାସନ: ଜାତୀୟ ରାଜପଥ ଅବରୋଧ ପରେ ମରାମତି କାର୍ଯ୍ୟ ଆରମ୍ଭ

କୁଆଁରମୁଣ୍ଡା,୧୧।୮(ମହେନ୍ଦ୍ର କୁମାର ସାହୁ): ଏବେ ବିନା ଆନ୍ଦୋଳନ କିମ୍ବା ଧର୍ମଘଟରେ ଆଉ କୌଣସି କାର୍ଯ୍ୟ ହେଉନାହିଁ। ପ୍ରଶାସନ କେବଳ ପୂର୍ବରୁ ସବୁ ଦେଖି ଚୁପ୍ ବସୁଛି ଏବଂ…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଦିଗପହଣ୍ଡି ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ: ତାତିଲେ ଲୋକେ, ପୋଲିସ ହସ୍ତକ୍ଷେପ ପରେ…

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ପିତାମ୍ବରପୁର ଗ୍ରାମ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ମଙ୍ଗଳବାର ଜଣେ ଗ୍ରାହକଙ୍କ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ରାସ୍ତା ନା କାଦୁଅ ବିଲ…ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ରାସ୍ତା; ଆମ୍ବୁଲାନ୍ସ ଯିବା ବି କଷ୍ଟକର

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ଦୁରେଶପଦର ଶିବମନ୍ଦିର ଛକଠାରୁ ଡୁମୁଲି ନାଳ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି…

ହାତୀ-ମଣିଷ ସଂଘର୍ଷ ହ୍ରାସ ପାଇଁ ଉଦ୍ୟମ: ୭ଟି ବନଖଣ୍ଡରେ ଚାଲିଛି କଦଳୀ ଚାରା ରୋପଣ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ): ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ ନହେବାରୁ ହାତୀପଲ ସମେତ ବିଭିନ୍ନ ବନ୍ୟପ୍ରାଣୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି। ଫଳରେ ଜଙ୍ଗଲ…

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri