ଏନ୍‌ଏଚ୍‌ଏଆଇ ଅବହେଳାରୁ ଦୁର୍ଘଟଣା ବୃଦ୍ଧି

ଯାଜପୁର ଅଫିସ,୧୬ା୫: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ବ୍ୟୟବରାଦ କରି ଜାତୀୟ ରାଜପଥ (ଏନ୍‌ଏଚ୍‌) ନିର୍ମାଣ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ସାଲିସ ଯୋଗୁ ରାଜପଥ ନିର୍ମାଣରେ ବ୍ୟାପକ ହରିଲୁଟ ହେଉଛି। ଏଥିଯୋଗୁ ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହେଉ ନ ଥିବାବେଳେ ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡ଼ୁଛି। ରାଜ୍ୟରେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରାୟ ୪୫ ହଜାର ଲୋକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଭାରତ ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଅସହଯୋଗ ଏବଂ ଅବହେଳା କାରଣରୁ ଅଧିକାଂଶ ଦୁର୍ଘଟଣା ବିଭିନ୍ନ ଜାତୀୟ ରାଜପଥରେ ଘଟୁଛି ବୋଲି ଦାୟୀ କରାଯାଇଛି। ଏହିକ୍ରମରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସଡ଼କ ସୁରକ୍ଷା ଅଭିଯାନରେ ଉପଯୁକ୍ତ ଭାବେ ସାମିଲ ହୋଇ ସହଯୋଗ କରିବାକୁ ଏନଏଚ୍‌ଏଆଇର ଚିଫ୍‌ ଜେନେରାଲ ମ୍ୟାନେଜର (ସିଜିଏମ) ଏବଂ ରିଜିଓନାଲ ଅଫିସର(ଆର୍‌ଓ)ଙ୍କୁ ପତ୍ର ଲେଖିଛନ୍ତି।
ଓଡ଼ିଶାର ସିଆଇଡି ଓ କ୍ରାଇମବ୍ରାଞ୍ଚ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୨୦୨୦ ଅପେକ୍ଷା ୨୦୨୧ରେ ଦୁର୍ଘଟଣାଜନିତ ମୃତ୍ୟୁହାର ୭.୨୪% ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ୨୦୨୧ରେ ରାଜ୍ୟରେ ୧୦,୯୮୪ଟି ଦୁର୍ଘଟଣା ହୋଇଥିବାବେଳେ ୫୦୮୧ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୦ରେ ୯୮୧୭ଟି ଦୁର୍ଘଟଣାରେ ୪୭୩୮ ଜଣଙ୍କ ମୃତ୍ୟୁ ହୋଇଥିଲା। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲା ରୋଡ ସେଫ୍ଟି କମିଟି(ଡିଆର୍‌ଏସ୍‌ସି) ଗଠନ କରାଯାଇଛି। କିନ୍ତୁ ଏହି ଡିଆରଏସ୍‌ସି ବୈଠକକୁ ଏନ୍‌ଏଚ୍‌ଏଆଇ ବାଲେଶ୍ୱର ପ୍ରୋଜେକ୍ଟ ଡାଇରେକ୍ଟର(ପିଡି) ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରି ଆସୁଛନ୍ତି। ଏହିମର୍ମରେ ସଚିବ ସେଠୀ ତାଙ୍କ ପତ୍ରରେ ଆହୁରି ଦର୍ଶାଇଛନ୍ତି ଯେ, ସଡ଼କ ଦୁର୍ଘଟଣା ମୃତ୍ୟୁହାର ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଦୁର୍ଘଟଣା ମୃତକଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଏବଂ ପ୍ରାୟତଃ ସେମାନେ ପରିବାରର ରୋଜଗାରକ୍ଷମ ବ୍ୟକ୍ତି। ବାଲେଶ୍ୱର ଏନ୍‌ଏଚ୍‌ଏଆଇ ପିଡିଙ୍କ ଅଧୀନରେ ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲା ଦେଇ ଯାଇଥିବା ୪୯, ୧୬ ଓ ୧୮ ନମ୍ବର ଜାତୀୟ ରାଜପଥ ରହିଛି। ସଡ଼କ ସୁରକ୍ଷା ଦୃଷ୍ଟିରୁ ମୟୂରଭଞ୍ଜ ହେଉଛି ଅନ୍ୟତମ ଅସୁରକ୍ଷିତ ଜିଲା। ୨୦୨୧ରେ ଏହି ଜିଲାରେ ୫୪୦ ଦୁର୍ଘଟଣାରେ ୩୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ତଥ୍ୟ ଅନୁଯାୟୀ ଏହି ଜିଲାର ୧୩ଟି ବ୍ଲାକ ସ୍ପଟ୍‌ ଅଛି। ସେଥିମଧ୍ୟରୁ ଦ୍ୱାରସୁନିଘାଟ ଜିଲାର ଏକ ବିପଜ୍ଜନକ ସ୍ଥାନ। ଏଠାରେ ପ୍ରତି ମାସରେ ୨/୩ ଦୁର୍ଘଟଣା ଘଟେ। ଏହି ପ୍ରସଙ୍ଗ ଡିଆରଏସ୍‌ସି ବୈଠକରେ ନିୟମିତ ଆଲୋଚନା କରାଯାଇଥାଏ। କିନ୍ତୁ ବାଲେଶ୍ୱର ଏନ୍‌ଏଚ୍‌ଏଆଇ ପିଡି ଏହି ବୈଠକରେ ଯୋଗଦେବା ଆବଶ୍ୟକ ବୋଲି ଅନୁଭବ କରନ୍ତି ନାହିଁ। ଏହା ସଡ଼କ ସୁରକ୍ଷା ପ୍ରତି ଅବହେଳା ମନୋଭାବ ବୋଲି ସ୍ପଷ୍ଟ ମନେହେଉଛି ବୋଲି ସଚିବ କହିଛନ୍ତି। ପୂର୍ବରୁ ଯାଜପୁର ଜିଲାରେ ହେଉଥିବା ବୈଠକରେ ମଧ୍ୟ ଏନଏଚ୍‌ଏଆଇ କର୍ତ୍ତୃପକ୍ଷ ଯୋଗ ଦେଇ ନ ଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷେ ୧୬ ନମ୍ବର ଏନ୍‌ଏଚ୍‌ ସମ୍ପ୍ରସାରଣ ଶେଷ କରିବାରେ ବିଳମ୍ବ ଏବଂ ଗୋଟିଏ ରାସ୍ତାରେ ଉଭୟ ପାର୍ଶ୍ୱରୁ ଗମନାଗମନ ଦୁର୍ଘଟଣା ବୃଦ୍ଧିର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ତେଣୁ ଉପଯୁକ୍ତ ଯୋଜନାରେ ଜାତୀୟ ରାଜପଥ ସମ୍ପ୍ରସାରଣ ହେଉ ନ ଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ଏନ୍‌ଏଚ୍‌ଏଆଇ ବାଲେଶ୍ୱର ପିଡି ଜେ.ପି. ବର୍ମାଙ୍କୁ ପଚାରିବାରେ ସେ କହିଛନ୍ତି, ତାଙ୍କ ବିଭାଗ ଅଧୀନରେ ତାଙ୍କୁ ମିଶାଇ ମାତ୍ର ୨ ଜଣ ଅଧିକାରୀ ରହିଛନ୍ତି। ଏଥିରେ ରାଜପଥ ନିର୍ମାଣ ପରିଚାଳନା ସହ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ରହିଛି। ଇତିମଧ୍ୟରେ ମୟୂରଭଞ୍ଜ ଜିଲାରେ ଅନୁଷ୍ଠିତ ୯ଟି ବୈଠକରୁ ୨ ବୈଠକରେ ସେ ଯୋଗ ଦେଇଛନ୍ତି। ବିଭାଗୀୟ କାର୍ଯ୍ୟରେ ବ୍ୟସ୍ତତାରୁ ସମସ୍ତ ବୈଠକରେ ଯୋଗଦେବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ପୋଲିସର ଚଢ଼ାଉ, ଏତେ ଲିଟର ଦେଶୀ ମଦ ଜବତ

ବ୍ରାହ୍ମଣୀଗାଁ , ୨୯ ।୩ (ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉବେଳେ ୨୨...

‘ବିଜେଡି ସରକାରଙ୍କ ଇଞ୍ଜିନକୁ ୨୪ ବର୍ଷ ହେଲାଣି, କେବଳ ପଲ୍ୟୁସନ କରୁଛି’

ଭୁବନେଶ୍ୱର, ୨୯।୩(ସୁନିତ୍‌ ମିଶ୍ର): ମୋଦି ଗ୍ୟାରେଣ୍ଟି ପାଇଁ ବର୍ତ୍ତମାନ ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତ୍ତନ ଆସିଛି। ଗରିବ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା...

ଘୋଷଣା ହେଲା ବିଜେଡିର ତୃତୀୟ ପ୍ରାର୍ଥୀ ତାଲିକା! ଏହି ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର…

ଭୁବନେଶ୍ୱର,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ନବୀନ ନିବାସରେ ଭିଡ ସେତିକି ଜମୁଛି। ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ହୋଲିରେ...

‘ଡବଲ ଇଞ୍ଜିନ ସରକାର ଲାଗି ଶପଥପାଠ କରାଇଲା ଭାଜପା’

ଛତ୍ରପୁର,୨୮।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ଠାରେ ଭାଜପା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଛି l...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ଆଗକୁ ନିର୍ବାଚନ: ବଦଳିଲେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ଭଦ୍ରକ,୨୯।୩(ସନାତନ ରାଉତ): ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦରେ ବଦଳ କରାଯାଇଛି। ଭଦ୍ରକ ବ୍ଲକ ଅଧୀନ କୋରକୋରା ପଞ୍ଚାୟତ ନୂଆସାହିର...

ତାତି ଛୁଇଁଲା ୪୦

ଭୁବନେଶ୍ୱର,୨୯।୩: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ...

ଦ୍ୱିତୀୟ ଥର ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଷ୍ଣୁବ୍ରତ

ବାସୁଦେବପୁର,୨୯ା୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପୁନର୍ବାର ଏହି ନିର୍ବାଚନ ମଣ୍ଡଳୀରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri