ଏନ୍‌ଏଚ୍‌ଏଆଇ ଅବହେଳାରୁ ଦୁର୍ଘଟଣା ବୃଦ୍ଧି

ଯାଜପୁର ଅଫିସ,୧୬ା୫: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ବ୍ୟୟବରାଦ କରି ଜାତୀୟ ରାଜପଥ (ଏନ୍‌ଏଚ୍‌) ନିର୍ମାଣ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ସାଲିସ ଯୋଗୁ ରାଜପଥ ନିର୍ମାଣରେ ବ୍ୟାପକ ହରିଲୁଟ ହେଉଛି। ଏଥିଯୋଗୁ ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହେଉ ନ ଥିବାବେଳେ ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡ଼ୁଛି। ରାଜ୍ୟରେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରାୟ ୪୫ ହଜାର ଲୋକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଭାରତ ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଅସହଯୋଗ ଏବଂ ଅବହେଳା କାରଣରୁ ଅଧିକାଂଶ ଦୁର୍ଘଟଣା ବିଭିନ୍ନ ଜାତୀୟ ରାଜପଥରେ ଘଟୁଛି ବୋଲି ଦାୟୀ କରାଯାଇଛି। ଏହିକ୍ରମରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସଡ଼କ ସୁରକ୍ଷା ଅଭିଯାନରେ ଉପଯୁକ୍ତ ଭାବେ ସାମିଲ ହୋଇ ସହଯୋଗ କରିବାକୁ ଏନଏଚ୍‌ଏଆଇର ଚିଫ୍‌ ଜେନେରାଲ ମ୍ୟାନେଜର (ସିଜିଏମ) ଏବଂ ରିଜିଓନାଲ ଅଫିସର(ଆର୍‌ଓ)ଙ୍କୁ ପତ୍ର ଲେଖିଛନ୍ତି।
ଓଡ଼ିଶାର ସିଆଇଡି ଓ କ୍ରାଇମବ୍ରାଞ୍ଚ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୨୦୨୦ ଅପେକ୍ଷା ୨୦୨୧ରେ ଦୁର୍ଘଟଣାଜନିତ ମୃତ୍ୟୁହାର ୭.୨୪% ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ୨୦୨୧ରେ ରାଜ୍ୟରେ ୧୦,୯୮୪ଟି ଦୁର୍ଘଟଣା ହୋଇଥିବାବେଳେ ୫୦୮୧ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୦ରେ ୯୮୧୭ଟି ଦୁର୍ଘଟଣାରେ ୪୭୩୮ ଜଣଙ୍କ ମୃତ୍ୟୁ ହୋଇଥିଲା। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲା ରୋଡ ସେଫ୍ଟି କମିଟି(ଡିଆର୍‌ଏସ୍‌ସି) ଗଠନ କରାଯାଇଛି। କିନ୍ତୁ ଏହି ଡିଆରଏସ୍‌ସି ବୈଠକକୁ ଏନ୍‌ଏଚ୍‌ଏଆଇ ବାଲେଶ୍ୱର ପ୍ରୋଜେକ୍ଟ ଡାଇରେକ୍ଟର(ପିଡି) ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରି ଆସୁଛନ୍ତି। ଏହିମର୍ମରେ ସଚିବ ସେଠୀ ତାଙ୍କ ପତ୍ରରେ ଆହୁରି ଦର୍ଶାଇଛନ୍ତି ଯେ, ସଡ଼କ ଦୁର୍ଘଟଣା ମୃତ୍ୟୁହାର ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଦୁର୍ଘଟଣା ମୃତକଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଏବଂ ପ୍ରାୟତଃ ସେମାନେ ପରିବାରର ରୋଜଗାରକ୍ଷମ ବ୍ୟକ୍ତି। ବାଲେଶ୍ୱର ଏନ୍‌ଏଚ୍‌ଏଆଇ ପିଡିଙ୍କ ଅଧୀନରେ ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲା ଦେଇ ଯାଇଥିବା ୪୯, ୧୬ ଓ ୧୮ ନମ୍ବର ଜାତୀୟ ରାଜପଥ ରହିଛି। ସଡ଼କ ସୁରକ୍ଷା ଦୃଷ୍ଟିରୁ ମୟୂରଭଞ୍ଜ ହେଉଛି ଅନ୍ୟତମ ଅସୁରକ୍ଷିତ ଜିଲା। ୨୦୨୧ରେ ଏହି ଜିଲାରେ ୫୪୦ ଦୁର୍ଘଟଣାରେ ୩୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ତଥ୍ୟ ଅନୁଯାୟୀ ଏହି ଜିଲାର ୧୩ଟି ବ୍ଲାକ ସ୍ପଟ୍‌ ଅଛି। ସେଥିମଧ୍ୟରୁ ଦ୍ୱାରସୁନିଘାଟ ଜିଲାର ଏକ ବିପଜ୍ଜନକ ସ୍ଥାନ। ଏଠାରେ ପ୍ରତି ମାସରେ ୨/୩ ଦୁର୍ଘଟଣା ଘଟେ। ଏହି ପ୍ରସଙ୍ଗ ଡିଆରଏସ୍‌ସି ବୈଠକରେ ନିୟମିତ ଆଲୋଚନା କରାଯାଇଥାଏ। କିନ୍ତୁ ବାଲେଶ୍ୱର ଏନ୍‌ଏଚ୍‌ଏଆଇ ପିଡି ଏହି ବୈଠକରେ ଯୋଗଦେବା ଆବଶ୍ୟକ ବୋଲି ଅନୁଭବ କରନ୍ତି ନାହିଁ। ଏହା ସଡ଼କ ସୁରକ୍ଷା ପ୍ରତି ଅବହେଳା ମନୋଭାବ ବୋଲି ସ୍ପଷ୍ଟ ମନେହେଉଛି ବୋଲି ସଚିବ କହିଛନ୍ତି। ପୂର୍ବରୁ ଯାଜପୁର ଜିଲାରେ ହେଉଥିବା ବୈଠକରେ ମଧ୍ୟ ଏନଏଚ୍‌ଏଆଇ କର୍ତ୍ତୃପକ୍ଷ ଯୋଗ ଦେଇ ନ ଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷେ ୧୬ ନମ୍ବର ଏନ୍‌ଏଚ୍‌ ସମ୍ପ୍ରସାରଣ ଶେଷ କରିବାରେ ବିଳମ୍ବ ଏବଂ ଗୋଟିଏ ରାସ୍ତାରେ ଉଭୟ ପାର୍ଶ୍ୱରୁ ଗମନାଗମନ ଦୁର୍ଘଟଣା ବୃଦ୍ଧିର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ତେଣୁ ଉପଯୁକ୍ତ ଯୋଜନାରେ ଜାତୀୟ ରାଜପଥ ସମ୍ପ୍ରସାରଣ ହେଉ ନ ଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ଏନ୍‌ଏଚ୍‌ଏଆଇ ବାଲେଶ୍ୱର ପିଡି ଜେ.ପି. ବର୍ମାଙ୍କୁ ପଚାରିବାରେ ସେ କହିଛନ୍ତି, ତାଙ୍କ ବିଭାଗ ଅଧୀନରେ ତାଙ୍କୁ ମିଶାଇ ମାତ୍ର ୨ ଜଣ ଅଧିକାରୀ ରହିଛନ୍ତି। ଏଥିରେ ରାଜପଥ ନିର୍ମାଣ ପରିଚାଳନା ସହ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ରହିଛି। ଇତିମଧ୍ୟରେ ମୟୂରଭଞ୍ଜ ଜିଲାରେ ଅନୁଷ୍ଠିତ ୯ଟି ବୈଠକରୁ ୨ ବୈଠକରେ ସେ ଯୋଗ ଦେଇଛନ୍ତି। ବିଭାଗୀୟ କାର୍ଯ୍ୟରେ ବ୍ୟସ୍ତତାରୁ ସମସ୍ତ ବୈଠକରେ ଯୋଗଦେବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆଦିବାସୀ ଝିଅ ପୂର୍ଣ୍ଣିମା, ସମଗ୍ର କୋକସରା ଅଞ୍ଚଳରେ ଖୁସିର ଲହରୀ

କୋକସରା,୨୫।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ମେଧାବୀ ଆଦିବାସୀ ଝିଅ ପୂର୍ଣ୍ଣିମା ପୁଝାରୀ ସର୍ବଭାରତୀୟ ନିଟ୍ (NEET UG) ପରୀକ୍ଷାରେ ସଫଳତା…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

କାମ କରୁଥିବା ବେଳେ ହେଲା ଛାତିରେ ଯନ୍ତ୍ରଣା, ହୃଦଘାତରେ ଚାଲିଗଲା କ୍ୟାସିୟର ଅରବିନ୍ଦଙ୍କ ଜୀବନ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କ୍ୟାସିୟର (କୋଷାଧ୍ୟକ୍ଷ) ଅରବିନ୍ଦ ପଣ୍ଡାଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ପରଲୋକ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ବିନା କୋଚିଂରେ ନିଟ୍‌ରେ ସଫଳ ହେଲେ ସୁବ୍ରତ, ଭୀମ ଭୋଇ ମେଡିକାଲ କଲେଜରେ ପଢ଼ିବେ…

କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରେଙ୍ଗାଲି ଗ୍ରାମର ମେଧାବୀ ଛାତ୍ର ସୁବ୍ରତ ଶେଖର ରଣା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri