ଖାଲଖମାରେ ଭର୍ତ୍ତି ପୂର୍ତ୍ତ ବିଭାଗ ରାସ୍ତା, ବଢୁଛି ଦୁର୍ଘଟଣା

ବ୍ରହ୍ମପୁର ଅଫିସ, ୪।୧୧: ସରକାର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ମଧ୍ୟ ସହରର ଅନେକ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ରାସ୍ତା ମରାମତି କ୍ଷେତ୍ରରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। କିନ୍ତୁ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଲୋକମାନେ ଦୁର୍ଘଟଣାର ଶୀକାର ହେଉଛନ୍ତି। ଏ ନେଇ ସାଧାରଣ ଜନତାଙ୍କ ପକ୍ଷରୁ ଉନ୍ନତମାନର ରାସ୍ତା କାର୍ଯ୍ୟ ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ସହର ମଧ୍ୟରେ ପୂର୍ତ୍ତ ବିଭାଗ ଅଧୀନସ୍ଥ ଅନେକ ରାସ୍ତା ମରାମତିରେ ନିମ୍ନ ମାନର କାର୍ଯ୍ୟ କାରଣରୁ କମ ସମୟ ମଧ୍ୟରେ ରାସ୍ତା ଖରାପ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ସହରର ବିଜିପୁରଠାରୁ ଗୋଷାଇଁ ନୂଆଗାଁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଗତ କିଛି ଦିନ ତଳେ ପିଚୁ ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ଗୋଷାଇଁ ନୂଆଗାଁ ସ୍ଥିତ କେସି ହାଇସ୍କୁଲ ସମ୍ମୁଖ ରାସ୍ତାରେ ଏକ ବିରାଟ ଖାଲ ସୃଷ୍ଟି ହୋଇଛି। ହଳଦିଆପଦର ଓଭରବ୍ରିଜ ଓ ଜାତୀୟ ରାଜପଥକୁ ଯିବା ନିମନ୍ତେ ଲୋକମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ। ହେଲେ ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଶତାଧିକ ଭାରୀଯାନ ମଧ୍ୟ ଯାତାୟାତ କରିଥାଏ। କିନ୍ତୁ ରାସ୍ତା ମଝିରେ ବିରାଟ ଗର୍ତ୍ତ କାରଣରୁ ଅନେକ ସମୟରେ ବହୁ ଦୁର୍ଘଟଣା ଘଟୁଛି। ନିକଟରେ ଏକ ଶିକ୍ଷାନୁଷ୍ଠାନ ଥିବାରୁ ସ୍କୁଲ କର୍ତ୍ତୁପକ୍ଷ ଓ ଅଭିଭାବକଙ୍କ କ୍ଷେତ୍ରରେ ଚିନ୍ତାର କାରଣ ପାଲଟିଛି। ସୂଚନାଥାଉ କି, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ବାରମ୍ବାର ଦାବି ପରେ ପୂର୍ତ୍ତ ବିଭାଗ-୨ ପକ୍ଷରୁ ରାସ୍ତାର ମରାମତି କରାଯାଇଥିଲା। କିନ୍ତୁ ମରାମତିର କିଛି ଦିନ ନ ପୂରୁଣୁ ପୁଣି ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ପୂର୍ତ୍ତ ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିଭଳି ଆଙ୍କୁଲି ଓଭରବ୍ରିଜ ପାର୍ଶ୍ୱ ରାସ୍ତା ଉପରୁ ପିଚୁ ଉଠିଯାଇଛି। ଏ ନେଇ ସ୍ଥାନୀୟବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା କେବଳ ପ୍ରତିଶ୍ରୁତି ମିଳୁଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ-୨ ଅଧିକ୍ଷଣ ଯନ୍ତ୍ରୀ ଇଂ.ତପନ କୁମାର ପାଣିଗ୍ରାହୀଙ୍କୁ ସହ ଯୋଗାଯୋଗ ବେଳେ କହିଛନ୍ତି ଯେ, ଜନ ସ୍ବାସ୍ଥ୍ୟ ବିଭାଗର ପାଇପ ଲାଇନ କାରଣରୁ ପାଣି ଜମି ରହି ଗର୍ତ୍ତ ସୃଷ୍ଟି ହେଉଥିବା ସେ କହିଛନ୍ତି। ଜନ ସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଜଗଦିଶ ପାତ୍ରଙ୍କୁ ପଚାରିବାରୁ ଏଠାରେ ଥିବା ପାଇପ ଲାଇନର ମରାମତି କରାଯିବ। ଆଗାମୀ ଦିନରେ ଏଠାରେ ରହିଥିବା ପାଇପ ଲାଇନ ସଂଯୋଗୀକରଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଯାହାଦ୍ୱାରା ରାସ୍ତା ଖରାପ ହେବା ସମସ୍ୟା ଉପୁଜିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri