ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ ଧକ୍କାଦେଇଥିଲା କଲେଜ ବସ୍‌। ତେବେ ବସ୍‌ରେ ଥିବା ୧୫ରୁ ଊର୍ଦ୍ଧ୍ୱ ଛାତ୍ର ଆହତ ହୋଇଛନ୍ତି।  ସମସ୍ତଙ୍କୁ ପ୍ରଥମେ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ୨ଜଣ ଛାତ୍ରଙ୍କୁ କଟକ ଓ ଅନ୍ୟ ୨ଜଣଙ୍କୁ ଯାଜପୁର ଜିଲା  ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅବଶିଷ୍ଟ ୧୧ ଜଣ ଛାତ୍ରଙ୍କୁ କଳିଙ୍ଗନଗରସ୍ଥିତ ଟାଟା ମେଡିକାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ତେବେ ଆହତଙ୍କ ମଧ୍ୟରୁ ଜଣେ ଛାତ୍ର ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୂଚନା ମୁତାବକ, ରବିବାର ରାତିରେ କଲେଜର ଏକ ବସ୍‌ ଛାତ୍ର ମାନଙ୍କୁ ନେଇ ଯାଜପୁର ରୋଡ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣାରେ ସମ୍ମୁଖୀନ ହୋଇଛି। ଓଉପଦା ଛକ ନିକଟରେ ହଠାତ ଏକ ହାଇୱା ରଙ୍ଗ ରୁଟ୍‌ରେ ଆସି ବସ ଆଗକୁ ପଶିଆସିଥିଲା। ଭାରସାମ୍ୟ ହରାଇ ବସ୍‌ଟି ହାଇୱାକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପାଣିକୋଇଲି ଏବଂ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରିଥିଲେ।
Dharitri – Odisha’s No.1 Odia Daily

Share