ଭାଇ ଜିଉଁନ୍ତିଆ ଓଷା ସାରି ଫେରୁଥିଲେ ଘରକୁ : ହାଇଓ୍ବା ଧକ୍କାରେ ଆଖିବୁଜିଲେ ସ୍ବାମୀ-ସ୍ତ୍ରୀ

ବଲାଙ୍ଗୀର ଅଫିସ,୧୧।୧୦: ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା ଆଖିବୁଜିଲେ ସ୍ବାମୀ-ସ୍ତ୍ରୀ। ମଙ୍ଗଳବାର ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର-ଟିଟିଲାଗଡ ରାସ୍ତାର ସିଂହଖମନ ଛକଠାରେ । ବାଇକରେ ବଲାଙ୍ଗୀରରୁ କଳାହାଣ୍ଡି ଯାଉଥିବା ସମୟରେ ହାଇୱା ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍ତ୍ରୀ ପ୍ରତିମା ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ, ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସ୍ବାମୀ ପ୍ରେମାନନ୍ଦ ସାହୁଙ୍କ ମୃତ୍ୟୁ ଘଟିଛି । ଦଶହରାରେ ଭାଇ ଜିଉଁନ୍ତିଆ ଓଷା କରିବା ପାଇଁ ବଲାଙ୍ଗୀର ରାମେଶ୍ୱର ନଗର ପଡାରେ ରହୁଥିବା ନିଜ ଭାଇ ଘରକୁ ଆସିଥିଲେ । ମଙ୍ଗଳବାର ସ୍ତ୍ରୀଙ୍କୁ ଧରି ନିଜ ଗାଁ କଳାହାଣ୍ଡି ଜିଲା ଜରାଡୁଗୁରାକୁ ଯାଉଥିଲେ ପ୍ରେମାନନ୍ଦ । ଅଧା ବାଟରେ ଜଗି ବସିଥିଲା ମୃତ୍ୟୁ। ସିଂହଖମନ ଛକ ଠାରେ ଦ୍ରୁତ ଗତିରେ ଆସୁଥିବା ହାଇୱା ଧକ୍କାରେ ସ୍ବାମୀ,ସ୍ତ୍ରୀଙ୍କ ଜୀବନ ଚାଲିଯାଇଛି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଥାନାରେ ଆତ୍ମ ସମର୍ପଣ କରିଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାକଟପୁରରେ କୌଣସି ଦଳ ଦେଇନାହାନ୍ତି ପ୍ରାର୍ଥୀ: ଚିନ୍ତାରେ ନେତା, କର୍ମୀ

ଭୁବନେଶ୍ୱର,୪।୧୨: ପୁରୀ ଜିଲା କାକଟପୁର ବିଧାନସଭା ଆସନ ପାଇଁ କୌଣସି ରାଜନୈତିକ ଦଳ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ। ବିଜେଡି ଚତୁର୍ଥ...

 ଚଡ଼କ ମେଳାରେ ଅଘଟଣ

ଜଳେଶ୍ୱର,୧୨।୪(ନବୀନ ସାହୁ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବତ୍ରଧାରୀ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ...

କ୍ଲବ ଘର ବାହାରେ ପଡ଼ିଛି ଖଣ୍ଡା, ଭିତରେ ପଡ଼ିଛି ଯୁବକଙ୍କ ମୃତଦେହ

ବାଙ୍କୀ,୧୨ା୪: କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ନୂଆସାହି କ୍ଲବ ଘର ଭିତରୁ...

ନିଜକୁ ପ୍ରାର୍ଥୀ ଘୋଷଣା କରି ମାହାଙ୍ଗାରୁ ନିର୍ବାଚନ ଲଢ଼ିବାକୁ କଲେ ଘୋଷଣା

ଭୁବନେଶ୍ୱର,୧୨।୪: ଦଳ ଟିକେଟ ଦେବା ପୂର୍ବରୁ ନିଜକୁ ପ୍ରାର୍ଥୀ ଘୋଷଣା କରିଛନ୍ତି ପିସିସି ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ। ଏକ ସାଧାରଣ ସଭାରେ କଟକ...

ଭାଜପାରେ କନ୍ଦଳ: ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ

ମାଣିଆବନ୍ଧ, ୧୨।୪(ଅଖିଳ କୁମାର ସାହୁ):କଟକ ଭାଜପା ଏମ୍‌ପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବଡ଼ମ୍ବା ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଗୁରୁବାର ଦଳୀୟ ଅସନ୍ତୁଷ୍ଟ କର୍ମୀଙ୍କ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢୁଛି

ସୋନପୁର,୧୨।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବତୀଯୁବକମାନେ ବାହାର ରାଜ୍ୟକୁ କାମ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri