ଟାଟା ଷ୍ଟିଲ୍‌ରେ ଦୁର୍ଘଟଣା: ଗଲା କ୍ରେନ୍‌ ଅପରେଟରଙ୍କ ଜୀବନ

କଳିଙ୍ଗନଗର,୨୫ା୮(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍‌ କାରଖାନାରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କ୍ରେନ୍‌ ଅପରେଟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଝାଡ଼ଖଣ୍ଡ ରାଜ୍ୟର ରୋହିତ କୁମାର ପାଶ୍ୱାନ(୨୪)।
ରୋହିତ କାରଖାନା ପରିସରରେ କ୍ରେନ୍‌ ଲିଫ୍ଟରେ ଉପରକୁ ଯାଉଥିଲେ। ତେବେ କୌଣସିରୁ ତାଙ୍କ ବେକ ଚାପି ହୋଇଯାଇଥିଲୋ। କ୍ରେନ୍‌ଟି ଅଟୋମେଟିକ ସେନ୍‌ସର ସିଷ୍ଟମ ହୋଇଥିବାରୁ ତୁରନ୍ତ ବନ୍ଦ ହୋଇଯାଇଥିଲା। ଫଳରେ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କଳିଙ୍ଗନଗର ଥାନା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୧୪/୨୧) ରୁଜୁ ହୋଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆରେ ଟିକା ନାହିଁ, ବରିଷ୍ଠ ନାଗରିକ ନିରାଶ

ରାଇକିଆ,୬।୫(ଡି.ଏନ୍‌.ଏ.): ପ୍ରଥମ ଡୋଜ୍‌ ଟିକା ନେବା ପରେ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ହନ୍ତସନ୍ତ ହେଉଛନ୍ତି ଲୋକେ।  ପ୍ରଥମ ଡୋଜ୍‌ ଟିକା ନେବାର ପ୍ରାୟ ଦୁଇ...

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଓଡ଼ିଶାର ଛପାକ ଗର୍ଲ

ଜଗତସିଂହପୁର,୧।୩: ଓଡ଼ିଶାର ଛପାକ ଗର୍ଲ ପ୍ରମୋଦିନୀ ରାଉଳ ସେମବାର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ନିଜର ବନ୍ଧୁ ସରୋଜଙ୍କୁ ଜୀବନସାଥୀ ଭାବେ ଗ୍ରହଣ...

ଶ୍ରୀମନ୍ଦିର ସୁରକ୍ଷା ଜୋନ: ଭଙ୍ଗା ହେଲା ତିନିମହଲା କୋଠା,ବୁଧବାର ଗଡ଼ନ୍ତି ଛକରେ ହେବ ଉଚ୍ଛେଦ

ପୁରୀ ଅଫିସ, ୧୭ା୧୨: ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚୌହଦୀରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ୭୫ ମିଟରେ ଭିତରେ ଥିବା ମଠ ଏବଂ ବ୍ୟକ୍ତିଗତ ଘର...

ଫାଇଲ ତଳେ କହ୍ନେଇଜେନା ଇକୋ ଟୁରିଜିମ ପ୍ରକଳ୍ପ ଭାଗ୍ୟ: ନାହିଁ ଆନ୍ତରିକତା, ଆଗଉନି କାମ

ତାଳଚେର, ୬ା୯ (ନି.ପ୍ର.) – ଫାଇଲ ତଳେ ତାଳଚେର ସମଲ ବ୍ୟାରେଜଠାରେ ପ୍ରସ୍ତାବିତ କହ୍ନେଇଜେନା ଇକୋ ଟୁରିଜିମ ପ୍ରକଳ୍ପର ଭାଗ୍ୟ। କାଗଜକଲମରେ ସରିଛି ବ୍ୟୟ ଅଟକଳ,...

ନିର୍ବାଚନରେ ବ୍ୟବହୃତ ଗାଡି ଭଡା ମିଳିନି: ଭିକ୍ଷାଥାଳ ଧରି ଧାରଣାରେ ବସିଲେ ଗାଡି ମାଲିକ

ସୋନପୁର, ୨।୧୨(ନି.ପ୍ର.): ଗତ ସାଧାରଣ ନିର୍ବାଚନରେ ବ୍ୟବହୃତ ହୋଇଥିବା ବେସରକାରୀ ଗାଡିର ଭଡା ମିଳୁନି। ଗାଡି ମାଲିକ ମାନେ ବାରମ୍ବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ...

ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ଗଜପତି

ପାରଳାଖେମୁଣ୍ଡି,୨୫ା୪(ଡି.ଏନ୍‌.ଏ.): ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ଗଜପତି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ସାଧାରଣ ଜନଜୀବନ। ଗ୍ରୀଷ୍ମ ପ୍ରବାହ ଯୋଗୁ ନାହିଁ ନଥିବା ଅସୁବିଧାର...

ଶ୍ମଶାନ ସ୍ଥାନ, ନାଳରେ ଆବର୍ଜନାକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୩ା୩-ଫୁଲବାଣୀ ପୌର ପରିଷଦ ଅଧୀନ ପେଞ୍ଜିସାହିର ଶ୍ମଶାନ ସ୍ଥାନକୁ ଏବେ ପୌର ପରିଷଦ ନିଜ ଦଖଲକୁ ନେଇଛି। ଶ୍ମଶାନ ପାଇଁ ପୌର ପରିଷଦ...

ଚିକିତ୍ସା ଅବହେଳାରୁ ନର୍ସିଂହୋମରେ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

ନୟାଗଡ଼ ଅଫିସ,୧୦ା୮: ନୟାଗଡ଼ ଜିଲା ସଦର ମହକୁମାରେ ଥିବା ବିଭିନ୍ନ ନର୍ସିଂହୋମ୍‌ରେ ମାଲିକମାନଙ୍କ ରାଜୁତି ଦେଖିବାକୁ ମିଳୁଛି। ଦୁଇଦିନରେ ଦୁଇଟି ନର୍ସିଂହୋମରେ ଏଭଳି କିଛି ଘଟଣା...

Advertisement
Archives

Model This Week