ଦୁର୍ଘଟଣା ପରେ ଦୁର୍ଘଟଣା

ଜୁଲାଇ ୩୦ ସକାଳେ ଝାଡ଼ଖଣ୍ଡର ଷଢ଼େଇକଳା-ଖରସୁଆଁ ଜିଲା ବାରାମାମ୍ବୋ ନିକଟରେ ହାଓଡା-ମୁମ୍ବାଇ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇ ୨ ଜଣଙ୍କ ମୃତ୍ୟୁ ହେବା ସହ ୨୦ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଉପରେ ପୂର୍ବତନ ରେଳମନ୍ତ୍ରୀ ତଥା ଏବକାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ସବୁ ସପ୍ତାହରେ ଏମିତି ଘଟଣା ଘଟିଚାଲିଛି, ଏହା କ’ଣ ଶାସନ। ଦେଖିବାକୁ ଗଲେ ଗତ ବର୍ଷ ଜୁନ୍‌ ୨ରେ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ବାହାନଗା ରେଳ ଦୁର୍ଘଟଣା ପରେ ନିୟମିତ ବ୍ୟବଧାନରେ ରେଳ ଦୁର୍ଘଟଣା ଘଟିଚାଲିଛି । ଏହା ଯାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ସରକାରୀ ସୂତ୍ର ଅନୁଯାୟୀ ବାହାନଗା ରେଳ ଦୁର୍ଘଟଣାରେ ୨୯୬ରୁ ଅଧିକ ଲୋକଙ୍କର ମୃତ୍ୟୁ, ୧୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏହା ପରଠାରୁ ଯାତ୍ରୀବାହୀ ଟ୍ରେନ୍‌ ମୁହଁାମୁହିଁ ଧକ୍କାହେବା, ଲାଇନଚ୍ୟୁତ ହେବା ଘଟଣାରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏପରିକି ଚଳିତ ବର୍ଷ ଏଯାବତ୍‌ ଘଟିଥିବା ୫ଟି ଦୁର୍ଘଟଣା ମଧ୍ୟରୁ ଜୁନ୍‌ – ଜୁଲାଇ ମାସ ମଧ୍ୟରେ ଘଟିଥିବା ୪ଟି ଟ୍ରେନ୍‌ ଦୁର୍ଘଟଣାରେ ୧୭ଜଣଙ୍କର ମୃତ୍ୟୁ ହୋଇଛି ଓ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ବାରମ୍ବାର ମାଲବାହୀ ଟ୍ରେନ୍‌ଗୁଡ଼ିକ ବିଭିନ୍ନ ସ୍ଥାନରେ ଲାଇନଚ୍ୟୁତ ହେଉଛି। ଓଡ଼ିଶାରେ ଏହାର ଜ୍ୱଳନ୍ତ ପ୍ରମାଣ ମିଳିଛି। ଏଇ ନିକଟରେ ଜୁଲାଇ ୨୮ ତାରିଖରେ ମଞ୍ଚେଶ୍ୱର ରେଲଓ୍ବେ ଷ୍ଟେଶନରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା। ଏହାର ୩ ଦିନ ପୂର୍ବରୁ ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହେବା ସହ ମଙ୍ଗଳବାର ସମ୍ବଲପୁର ସରଲାରେ ମାଲଗାଡ଼ିର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର ମୁଖ୍ୟ କାରଣ ବହୁ ସମୟରେ ସିଗ୍‌ନାଲ ମ୍ୟାନ୍‌ କିମ୍ବା ଅନ୍ୟ ଅଧିକାରୀଙ୍କ ଉପରେ ଲଦି ଦିଆଯିବା ଦେଖାଯାଏ। କିନ୍ତୁ କାରଣର ଗମ୍ଭୀର ଅନୁସନ୍ଧାନ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ସୁରକ୍ଷା ‘କବଚ’ ବ୍ୟବସ୍ଥା ସମ୍ପର୍କରେ ଅନେକ କଥା କୁହାଯାଉଛି। ଟେଲିଭିଜନ ଆଲୋଚନାରେ ସରକାରଙ୍କୁ ସମର୍ଥନ ଜଣାଇବା ପାଇଁ ଧାଡ଼ି ଲଗାଇ ଲୋକେ ବକର ବକର ହେଉଛନ୍ତି। ଅନ୍ୟପଟେ ୨୦୨୪-୨୫ ବଜେଟରେ ରେଳପଥ ଦୁର୍ଘଟଣା ରୋକିବା ପାଇଁ ଏବଂ କବଚ ବ୍ୟବସ୍ଥା ବିସ୍ତାର କରାଯିବା ସକାଶେ କୌଣସି ବିଶେଷ ବ୍ୟୟ ବରାଦ କରାଯିବାର ଉଦାହରଣ ଦେଖାଯାଉନାହିଁ। ଯେଉଁ ୧ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ତାହା କେବେ ଖର୍ଚ୍ଚ ହୋଇ ସାଧାରଣ ଯାତ୍ରୀଙ୍କୁ ତାହାର ଜୀବନ ସୁରକ୍ଷିତ ରଖିବାରେ ସଫଳ ହେବ କେହି ଜାଣିନାହାନ୍ତି।
ଉଲ୍ଲେଖଯୋଗ୍ୟ, ଭାରତୀୟ ରେଳସେବା ସମ୍ଭବତଃ ପୃଥିବୀର ସର୍ବବୃହତ୍‌। ଭାରତୀୟ ରେଳ ଏକ ସଫଳ ଏବଂ ଲାଭଦାୟକ ସଂସ୍ଥା, ଯାହାକୁ ବଞ୍ଚାଇ ରଖିବା ସବୁ ରାଜନୈତିକ ଦଳଙ୍କର ଦାୟିତ୍ୱ। କେବଳ କର୍ମଚାରୀଙ୍କ ଉପରେ ଦୋଷ ଲଦିଦେଇ ରାଜନୈତିକ ଲୋକ ଖସିଯିବା ଉଚିତ ନୁହେଁ। ଆଜି ଭାରତୀୟ ରେଳ ଯେଉଁ ସ୍ତରରେ ପହଞ୍ଚିଛି , ତାହା ରେଳ କର୍ମଚାରୀଙ୍କ ନିଷ୍ଠାପରତା ଯୋଗୁ ସମ୍ଭବ ହୋଇଛି। କିନ୍ତୁ ନୂତନ ବୈଷୟିକ ଜ୍ଞାନକୌଶଳ (ଟେକ୍ନୋଲୋଜି) ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଲାଣି । ରାଜନୈତିକ ଚାପରେ ବିଭିନ୍ନ ନୂତନ ରେଳଗାଡ଼ି ଆରମ୍ଭ କଲାବେଳେ କର୍ମଚାରୀମାନଙ୍କର ମତ ଲୋଡ଼ାଯାଉନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ହୁଏତ ସେଥିପାଇଁ ଓଡ଼ିଶା, ବଙ୍ଗଳା ଏବଂ ଆନ୍ଧ୍ର ଭଳି ରାଜ୍ୟରେ ଅଧିକ ଦୁର୍ଘଟଣା ଘଟୁଛି। କାରଣ ଏହି ଅଞ୍ଚଳରେ କ୍ଷତି ଘଟାଉଥିବା ଯାତ୍ରୀବାହୀ ଗାଡ଼ି ତୁଳନାରେ ବିପୁଳ ଲାଭ କରୁଥିବା ମାଲବାହୀ ରେଳଗାଡ଼ି ଅଧିକ ଯାତାୟାତ କରୁଛି। ଅର୍ଥାତ୍‌ ଭାରତୀୟ ରେଳର ସର୍ବାଧିକ ଲାଭ ଏହି ଅଞ୍ଚଳରୁ ହେଉଥିବାବେଳେ ଏଠାରେ ଅର୍ଥ ବିନିଯୋଗ କରାଯାଉନାହିଁ। ଫଳସ୍ବରୂପ, ଏହି ଅଞ୍ଚଳରେ ଅଧିକ ଦୁର୍ଘଟଣା ହେବା ସହ ଅଧିକ ମୃତ୍ୟୁ ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri