ସୁନା: ଦର ବୃଦ୍ଧିରୁ ଚାହିଦା ହ୍ରାସ

ନୂଆଦିଲ୍ଲୀ,୩୧।୭: କ୍ରମାଗତ ଭାବେ ଘରୋଇ ବଜାର(ଭାରତ)ରେ ସୁନା ଦର ବୃଦ୍ଧି ପାଇ ଉଭୟ କାରବାର ଓ ଚାହିଦାରେ ମାନ୍ଦାବସ୍ଥା ଜାରି ରହିଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲରୁ ଜୁନ୍‌ ଶେଷ) ମଧ୍ୟରେ ଘରୋଇ ବଜାରରେ ସୁନାର ଚାହିଦା ୫% ହ୍ରାସ ଘଟି ୧୪୯.୭ ଟନ୍‌ରେ ପହଞ୍ଚତ୍ଛି ବୋଲି ୱାର୍ଲଡ ଗୋଲ୍ଡ କାଉନସିଲ (ଡବ୍ଲ୍ୟୁଜିସି)ର ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ଡବ୍ଲ୍ୟୁଜିସି ୨୦୨୪-୨୫ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟ ମଙ୍ଗଳବାର ଉନ୍ମୋଚନ କରିଛି। ଉକ୍ତ ରିପୋର୍ଟରେ ମୋଟ ଅନ୍ତର୍ଜାତୀୟ ସୁନା ଚାହିଦା ବାର୍ଷିକ ଆଧାରରେ ୪% ବୃଦ୍ଧି ହୋଇ ୧୨୫୮ ଟନ୍‌ରେ ପହଞ୍ଚତ୍ଛି, ଯାହା ଡବ୍ଲ୍ୟୁଜିସି ଡାଟା ସିରିଜରେ ସବୁଠାରୁ ଶକ୍ତିଶାଳୀ ୨ୟ ତ୍ରୈମାସିକକୁ ଚିହ୍ନିତ କରୁଛି। ଏପରିକି ମୋଟ ଚାହିଦା ସୁସ୍ଥ ଓଭର-ଦ-କାଉଣ୍ଟର (ଓଟିସି) ଟ୍ରାଞ୍ଜାକ୍ସନ ଦ୍ୱାରା ସମର୍ଥିତ ରହିଥିଲାବେଳେ ଯାହା ବାର୍ଷିକ ଆଧାରରେ ୫୩% ବୃଦ୍ଧି ହୋଇ ୩୨୯ ଟନ୍‌ରେ ପହଞ୍ଚତ୍ଛି। ବର୍ଦ୍ଧିତ ଓଟିସି ଚାହିଦା,କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକରୁ ନିରନ୍ତର କ୍ରୟ ଓ ଇଟିଏଫ୍‌ ଆଉଟ୍‌ଫ୍ଲୋରେ ମନ୍ଥରତା ୨ୟ ତ୍ରୈମାସିକରେ ସୁନାର ରେକର୍ଡ ଉଚ୍ଚଦରକୁ ପରିଚାଳିତ କରିଛି। ଆଉନ୍ସ ପିଛା ୨୩୩୮ ଡଲାରର ହାରାହାରି ସୁନା ଦର ବାର୍ଷିକ ଆଧାରରେ ୧୮% ବୃଦ୍ଧି ହୋଇଛି। ଏହା ୨ୟ ତ୍ରୈମାସିକ ସମୟରେ ଆଉନ୍ସ ପିଛା ୨୪୨୭ ଡଲାରରେ ପହଞ୍ଚତ୍ଛି। କେନ୍ଦ୍ରୀୟ ବ୍ୟାଙ୍କ ଓ ସରକାରୀ ଅନୁଷ୍ଠାନଗୁଡ଼ିକ ଗ୍ଲୋବାଲ ଗୋଲ୍ଡ ହୋଲ୍ଡିଂକୁ ୧୮୩ ଟନ୍‌ ବୃଦ୍ଧି କରିଛନ୍ତି, ଯାହା ପୂର୍ବ ତ୍ରୈମାସିକ ତୁଳନାରେ ହ୍ରାସ ପାଇଛି। କିନ୍ତୁ ବର୍ତ୍ତମାନ ବି ଏହା ବାର୍ଷିକ ଆଧାରରେ ୬% ବୃଦ୍ଧିକୁ ପ୍ରତିଫଳନ କରୁଛି। ବହୁମୁଖୀ ଚାହିଦା ଟ୍ରେଣ୍ଡଗୁଡିକୁ ଗୁପ୍ତ ରଖି ଅନ୍ତର୍ଜାତୀୟ ସୁନା ନିବେଶ ସ୍ଥିର ରହିଛି, ଯାହା ବାର୍ଷିକ ଆଧାରରେ ସାମାନ୍ୟ ବୃଦ୍ଧି ପାଇ ୨୫୪ ଟନ୍‌ ରହିଛି। ବାର୍‌ ଓ କଏନ୍‌ ନିବେଶ ଗୋଲ୍ଡ କଏନ ପାଇଁ ଚାହିଦାରେ ହ୍ରାସ କାରଣରୁ ୨ୟ ତ୍ରୈମାସିକରେ ୫% ହ୍ରାସ ପାଇ ୨୬୧ ଟନ ରହିଛି। ଏସିଆରେ ମଜଭୁତ ଖୁଚୁରା ନିବେଶ, ୟୁରୋପ ଓ ଉତ୍ତର ଆମେରିକାରେ ଶୁଦ୍ଧ ଚାହିଦାର ନିମ୍ନସ୍ତର ଦ୍ୱାରା ସନ୍ତୁଳିତ ରହିଥିଲା ବେଳେ ଲାଭ କିଛି ବଜାରରେ ବୃଦ୍ଧି ପାଇଛି।
ଏ ସମ୍ପର୍କରେ ୱାଲର୍‌ଡ ଗୋଲ୍ଡ କାଉନ୍‌ସିଲର ଭାରତର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସଚିନ ଜୈନ କହିଛନ୍ତି, ଭାରତର ସୁନା ଚାହିଦା ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ସାମାନ୍ୟ ହ୍ରାସ ହୋଇଛି, ଯାହା ବାର୍ଷିକ ଆଧାରରେ ୫% ହ୍ରାସ ପାଇ ୧୪୯.୭ ଟନ୍‌ରେ ପହଞ୍ଚତ୍ଛି। ଏହା ସୁଲଭତାକୁ ପ୍ରଭାବିତ ଓ ଉପଭୋକ୍ତାଙ୍କ କ୍ରୟରେ ମନ୍ଥରତା ସୃଷ୍ଟି କରୁଥିବା ସୁନାର ରେକର୍ଡ ଉଚ୍ଚଦର କାରଣରୁ ହୋଇଥାଇପାରେ ବୋଲି ଆକଳନ କରାଯାଇଛି। ତେବେ ଚାହିଦାର ମୋଟ ମୂଲ୍ୟ ୧୪% ବୃଦ୍ଧି ହୋଇ ମଜଭୁତ ରହିଛି। ଏହା ଭାରତୀୟ ଉପଭୋକ୍ତାଙ୍କ ପାଇଁ ସୁନାର ସ୍ଥାୟୀ ମୂଲ୍ୟକୁ ଦର୍ଶାଉଛି। ଅଳଙ୍କାର ଚାହିଦା ସ୍ଥାନୀୟ ଉଚ୍ଚ ଦର, ସାଧାରଣ ନିର୍ବାଚନ ଓ ପ୍ରବଳ ଗ୍ରୀଷ୍ମତାପ କାରଣରୁ ୧୭% ହ୍ରାସ ହୋଇ ୧୦୭ ଟନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri