ଖାଲିପଡ଼ିଥିବା ଏକାଡେମୀ ପଦବୀ ପୂରଣ ହେବ: ସଭାପତି, ଉପସଭାପତି ଦୌଡ଼ରେ ରହିବେନି ୬୦ରୁ କମ୍‌ ବୟସ୍କ ବ୍ୟକ୍ତି

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସମସ୍ତ ଏକାଡେମୀର ଖାଲି ପଦପଦବୀ ପୂରଣ ହେବ। ଏନେଇ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି, ଉପସଭାପତି ଓ ସଚିବ, ଓଡ଼ିଶା ଲଳିତକଳା ଏକାଡେମୀର ଉପସଭାପତି ଓ ସଚିବ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଓ ଉପସଭାପତି ଏବଂ ଓଡ଼ିଶା ଉର୍ଦ୍ଦୁ ଏକାଡେମୀରେ ସଚିବ ପଦବୀରେ ନୂଆ ନିଯୁକ୍ତି କରାଯିବ। ଏସବୁ ପଦବୀ ପାଇଁ ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଚାରୁ ଓ କାରୁକଳା, ଚିତ୍ରକଳା, ସ୍ଥାପତ୍ୟ, ନାଟ୍ୟ ଓ ସଙ୍ଗୀତ, ଉର୍ଦ୍ଦୁ ଭାଷା ଓ ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତିବିଶେଷମାନେ ଏଥିଲାଗି ଆବେଦନ କରିପାରିବେ। ଆସନ୍ତା ୧୧ତାରିଖ ଅପରାହ୍ନ ୫ଟା ସୁଦ୍ଧା ଇଚ୍ଛୁକ ପ୍ରାର୍ଥୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିକଟରେ ଆବେଦନ କରିପାରିବେ ବୋଲି କୁହାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ସମସ୍ତ ଏକାଡେମୀରେ ସଭାପତି ଓ ଉପସଭାପତି ପଦବୀ ପାଇଁ ଆବେଦନକାରୀଙ୍କ ବୟସ ୬୦ ବର୍ଷରୁ କମ୍‌ ଓ ୮୦ବର୍ଷରୁ ଅଧିକ ହୋଇ ନ ଥିବା ଆବଶ୍ୟକ। ପୂର୍ବରୁ ଏହି ପଦବୀ ପାଇଁ ୬୦ବର୍ଷରୁ କମ୍‌ ବୟସ୍କମାନେ ଆବେଦନ କରିପାରୁଥିଲେ। ତେବେ ଆବେଦନ କରୁଥିବା ବ୍ୟକ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ କଳା କ୍ଷେତ୍ରରେ ଲବ୍ଧ ପ୍ରତିଷ୍ଠିତ ହୋଇଥିବା ଆବଶ୍ୟକ। ଏକାଡେମୀଗୁଡ଼ିକର ସଚିବ ପଦବୀ ପାଇଁ ଆବେଦନ କରୁଥିବା ବ୍ୟକ୍ତି ୪୫ରୁ କମ୍‌ ଏବଂ ୬୫ବର୍ଷରୁ ଉର୍ଦ୍ଧ୍ୱ ହୋଇ ନ ଥିବା ଆବଶ୍ୟକ। ଓଡ଼ିଶା ଲଳିତକଳା ଏକାଡେମୀର ଉପସଭାପତି ପଦବୀ ପାଇଁ ଆବେଦନକାରୀ ଦୃଶ୍ୟକଳା, ଚାରୁ ଓ କାରୁକଳା, ଚିତ୍ରକଳା କିମ୍ବା ସ୍ଥାପତ୍ୟ କ୍ଷେତ୍ରରେ ଖ୍ୟାତିସମ୍ପନ୍ନ ହୋଇଥିବା ଆବଶ୍ୟକ। ସେହିଭଳି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଓ ଉପସଭାପତି ପଦବୀ ପାଇଁ ଆବେଦନକାରୀଙ୍କର ନୃତ୍ୟ, ସଙ୍ଗୀତ କିମ୍ବା ନାଟକ ଭଳି କ୍ଷେତ୍ରରେ ଖ୍ୟାତି ରହିଥିବା ଓ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପାଇଁ ସଚିବ ପଦବୀ ପାଇଁ ଉର୍ଦ୍ଦୁ ଭାଷା ଓ ସାହିତ୍ୟରେ ଆଗ୍ରହ ରଖିଥିବା ବ୍ୟକ୍ତି ଆବେଦନ କରିପାରିବେ ବୋଲି ବିଭାଗ ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri