ଏସି ଟ୍ରକ୍‌

ସଡ଼କ ପରିବହନ କ୍ଷେତ୍ରରେ ଟ୍ରକ୍‌ର ବଡ଼ ଭୂମିକା ଅଛି। ଏ ଦୃଷ୍ଟିରୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଚାଳକଙ୍କ ଭଲ ପାଇଁ ଏକ ଗେଜେଟ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ, ୨୦୨୫ ଅକ୍ଟୋବର ୧ ଏବଂ ଏହାପରେ ଯେଉଁସବୁ ଟ୍ରକ୍‌ ନିର୍ମାଣ କରାଯିବ ସେଥିରେ ଡ୍ରାଇଭରଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାବିନ୍‌କୁ ବାତାନୁକୂଳିତ (ଏସି) କରାଯିବା ବାଧ୍ୟତାମୂଳକ। ଏହି ଚିଠା ବିଜ୍ଞପ୍ତି ସମ୍ପର୍କରେ ଚଳିତବର୍ଷ ଜୁଲାଇରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ୍‌କରୀ ସୂଚନା ଦେବାର ୪ ମାସ ପରେ ପରେ ଏହା ଜାରି କରାଯାଇଛି। ସଡ଼କ ପରିବହନରେ ଟ୍ରକ୍‌ ଡାଇଭରମାନଙ୍କ କାର୍ଯ୍ୟ ଓ ମାନସିକ ସ୍ତରରେ ଥିବା ସମସ୍ୟାର ସମାଧାନ ହେବା ଦରକାର ବୋଲି ଗଡ୍‌କରୀ ଯୁକ୍ତି ବାଢ଼ିଥିଲେ। ଗଡ୍‌କରୀଙ୍କ ଏହି ନିଷ୍ପତ୍ତି କେତେ ସଫଳ ହେବ ତାହା ଏସି କ୍ୟାବିନ୍‌ ଥିବା ଟ୍ରକ୍‌ ରାସ୍ତାରେ ଗଡ଼ିଲେ ଜଣାପଡ଼ିବ। କିନ୍ତୁ ଏବେ ସେମାନେ ଯେଉଁ ମୌଳିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାର ବାସ୍ତବତାକୁ ଅନୁଭବ କରାଯିବା ଦରକାର। ସଡ଼କରେ ଦୀର୍ଘପଥ ଅତିକ୍ରମ କରୁଥିବା ଟ୍ରକ୍‌ ଚାଳକଙ୍କ ବିଶ୍ରାମ ପାଇଁ ଏଯାବତ୍‌ କୌଣସି ଉନ୍ନତ ଆଶ୍ରୟସ୍ଥଳ କାହା ଆଖିରେ ପଡ଼ି ନ ଥିବ। ନୂତନ ଭାବେ ଅନେକ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ରାଜପଥ (ନ୍ୟାଶନାଲ ହାଇଓ୍ବେ)ରେ କ୍ୱଚିତ ଶୌଚାଳୟ ବ୍ୟବସ୍ଥା, ଗାଡ଼ି ଖରାପ ହେଲେ ଅଟକିବାର ଲେ-ବାଇ ସ୍ଥାନ ଓ ଚାଳକଙ୍କ ବିଶ୍ରାମ ଗୃହ ବୋଲି କୌଣସି ବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳେ ନାହିଁ। କେବଳ ବିକଶିତ ଦେଶ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଛୋଟ ବଡ଼ ସବୁ ଦେଶରେ ଏହି ମୌଳିକ ସୁବିଧା ଚାଳକମାନଙ୍କୁ ମିଳିଥାଏ। ଭାରତରେ ଅନେକ ଜିଲାରେ ରାସ୍ତାକଡ଼ର ଢାବା ଏବଂ ଖାଦ୍ୟ ମିଳିବାର ସୁବିଧାକୁ ପୋଲିସ ଜୁଲମ୍‌ କରି ବନ୍ଦ କରିଦେଉଥିବାରୁ ଜାତୀୟ ରାଜପଥଗୁଡ଼ିକରେ ଖାଇବାକୁ ମିଳେ ନାହିଁ।
ଏହା ବ୍ୟତୀତ ଟ୍ରକ୍‌ ପାର୍କିଂ ସ୍ଥାନ କଥା ନ କହିଲେ ଭଲ। ଯେଉଁଠି ରହଣି ଲାଗି ସ୍ଥାନ ନିର୍ଦ୍ଧାରିତ ହୁଏ ତାହା ପ୍ରାୟତଃ କିଛିଦିନ ପରେ ଜବରଦଖଲକୁ ଚାଲିଯାଏ। ଫଳରେ ବିଳମ୍ବିତ ରାତିରେ ରାସ୍ତା କଡ଼ରେ ଟ୍ରକ୍‌ଗୁଡ଼ିକ ଧାଡ଼ି ହୋଇ ଠିଆ ହେବା ଦୃଶ୍ୟ ଦେଖିବାକୁ ମିଳେ। ଏତିକିରେ ସେମାନଙ୍କ ଦୁର୍ଦ୍ଦଶା ସରେ ନାହିଁ, ବରଂ ସ୍ଥାନୀୟ ପୋଲିସ ଜୁଲମ୍‌ର ଶିକାର ହେବା ବହୁ ସମୟରେ ସୋସିଆଲ ମିଡିଆରୁ ସାମ୍ନାକୁ ଆସେ। ଭାରତରେ ଏବେ ୬୦-୭୦ ଲକ୍ଷ କମର୍ସିଆଲ ଟ୍ରକ୍‌ ଅଛି ଓ ପ୍ରତିବର୍ଷ ବିଭିନ୍ନ ବର୍ଗର ପାଖାପାଖି ୯ ଲକ୍ଷ ନୂଆ ଟ୍ରକ୍‌ ଏଥିରେ ଯୋଡ଼ି ହେଉଛି। ଏଥିରୁ ପ୍ରତିଦିନ ୨୦-୩୦ ପ୍ରତିଶତ ଟ୍ରକ୍‌ ରାସ୍ତାରେ ଚାଲୁଥିବାବେଳେ ଅନ୍ୟଗୁଡ଼ିକ ଲୋଡିଂ, ଅନଲୋଡିଂ, ବ୍ରେକ୍‌ଡାଉନ କିମ୍ବା ଚାଳକ ଅଭାବରୁ ଅଟକି ରହିଥାନ୍ତି। ଟ୍ରକ୍‌ କ୍ଷେତ୍ରରେ ବିଶେଷକରି ଚାଳକମାନଙ୍କ ଦକ୍ଷତା ଓ ପ୍ରଶିକ୍ଷଣ ଗୁରୁତ୍ୱ ବହନ କରେ। କିନ୍ତୁ ଭାରତରେ ଏହାର ଅଭାବ ପରିଲକ୍ଷିତ ହୁଏ। ସଡ଼କ ପରିବହନ ସହ ଜଡ଼ିତ ଅନେକ ସଂଗଠନ ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ଭାରତରେ ପ୍ରତି ୧୦୦ ଟ୍ରକ୍‌ ପାଇଁ ୮୦-୮୫ ଜଣ ଚାଳକ ଅଛନ୍ତି। ଏହି ଚାଳକଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷ ନୁହନ୍ତି କିମ୍ବା ନିଜେ ଶିଖି ଗାଡ଼ିଚଳାଉଛନ୍ତି। ଏହାବାଦ୍‌ ଏବେ ପରିବହନ କ୍ଷେତ୍ରରେ କାର୍ବନ ନିର୍ଗମନ ହ୍ରାସ ଏକ ଚ୍ୟାଲେଞ୍ଜ ହୋଇଛି। ଏପରିସ୍ଥଳେ ଭାରତ ଆମଦାନୀ କରୁଥିବା ତୈଳର ଏକ ଚତୁର୍ଥାଂଶ କେବଳ ଟ୍ରକ୍‌ରେ ଇନ୍ଧନ ଭାବେ ବ୍ୟବହାର ହେଉଥିବାର ଜଣାପଡ଼ିଛି। ଫଳରେ ସଡ଼କ ପରିବହନ କ୍ଷେତ୍ରରେ ଅତ୍ୟଧିକ ଅଙ୍ଗାରକ ନିର୍ଗମନ ହେଉଛିି। ଏହାକୁ ହ୍ରାସ କରିବାକୁ ହେଲେ ବିଦ୍ୟୁତ୍‌ କିମ୍ବା ଉଦ୍‌ଜାନ ଚାଳିତ ଟ୍ରକର ଭୂମିକା ଅଧିକ ରହିବ। କିନ୍ତୁ ଗତ ସେପ୍ଟେମ୍ବରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ଇଣ୍ଡିଆ ଗେଟ ନିକଟରେ ଦେଶର ପ୍ରଥମ ସବୁଜ ଉଦ୍‌ଜାନ ଚାଳିତ ବସ୍‌ର ଶୁଭାରମ୍ଭ କରିବା ପରେ ଏଯାବତ୍‌ ଏଭଳି ଟ୍ରକ୍‌ ବିଷୟରେ କିଛି କୁହାଯାଇନାହିଁ। ସମାନ ଭାବେ ଗଡ୍‌କରୀ ଉଦ୍‌ଜାନ ଚାଳିତ କାର ଚଢ଼ି ପାର୍ଲାମେଣ୍ଟକୁ ଯିବା ପରେ ଟ୍ରକ ବିଷୟରେ ପଦୁଟିଏ କହିଥିବା କେହି ଶୁଣି ନ ଥିବେ । ଦେଖାଯାଉଛି ସବୁ ବିଷୟକୁ ଜାକଜମକରେ ଘୋଷଣା କରାଉଥିବାବେଳେ ତାହାର ଅଗ୍ରଗତି ପୂରା ଧିମା। ହେଲେ ଏବେ ବାତାନୁକୂଳିତ କ୍ୟାବିନ ଥିବା ଟ୍ରକ ବିଷୟ ଯାହା କୁହାଯାଉଛି ତାହା ଜୈବ ଇନ୍ଧନ କିମ୍ବା ବିିଦ୍ୟୁତ ବା ଉଦ୍‌ଜାନ କି ଇଥାନଲରେ ଚାଲିବ ତାହା ସ୍ପଷ୍ଟ କରାଯାଇନାହିଁ। ଏସି କ୍ୟାବିନ ହୁଏତ ଚାଳକଙ୍କ ପାଇଁ ଭବିଷ୍ୟତରେ କିଛି ଆରାମ ଦେଇପାରେ କିନ୍ତୁ ସେମାନେ ସମ୍ମୁଖୀନ ହେଉଥିବା ମୌଳିକ ସମସ୍ୟାର ସମାଧାନ ନ ହେଲେ ପରିବହନରେ ସୁଧାର ଆସିବା ଅସମ୍ଭବ ହୋଇଯିବ।
କେନ୍ଦ୍ରମନ୍ତ୍ରୀଙ୍କର ଏସି ବାତାବରଣରେ ରହିବାର ଅଭ୍ୟାସ ଅଛି। ଟ୍ରକ୍‌ ଡ୍ରଇଭରଙ୍କୁ ଏସି ବାତାବରଣରେ ଗାଡ଼ି ଚଳାଇବାର ସୁବିଧା ଯୋଗାଇଦେବା ପାଇଁ ଗଡ୍‌କରୀଙ୍କ ଚିନ୍ତାଧାରା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ତେବେ ଦୀର୍ଘସମୟ ଗାଡ଼ି ଚଳାଉଥିବା ଭାରତୀୟ ଟ୍ରକ୍‌ ଚାଳକମାନେ ଏସି କ୍ୟାବିନ୍‌ରେ ଶୋଇପଡ଼ିବାର ଭୟ ମଧ୍ୟ ବୃଦ୍ଧି ପାଇପାରେ। ସୁବିଧା ଯୋଗାଇବା ସହିତ ସଡ଼କ ଦୁର୍ଘଟଣା ହ୍ରାସ କରିବା ସମ୍ପର୍କରେ କେନ୍ଦ୍ର ସରକାରଙ୍କର ଅଧିକ ଚିନ୍ତା ଓ ପଦକ୍ଷେପ ରହିଲେ ଜୀବନ ହାନି ହୁଅନ୍ତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri