Posted inଜାତୀୟ

ଜେଏନ୍‌ୟୁରେ ଏବିଭିପି-ବାମପନ୍ଥୀ ମୁହାଁମୁହିଁ

ନୂଆଦିଲ୍ଲୀ, ୧୧ା୪: ଛାତ୍ର ଅଶାନ୍ତିକୁ ନେଇ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପୁଣି ବିବାଦ ଘେରକୁ ଆସିଛି। ରାମ ନବମୀ ଉତ୍ସବ ପାଳନବେଳେ ଆମିଷ ଭୋଜନକୁ କେନ୍ଦ୍ରକରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ଛାତ୍ର ସଙ୍ଗଠନ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ କେତେଜଣ ଛାତ୍ରୀଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ଏବିଭିପି ଛାତ୍ରୀଛାତ୍ରଙ୍କ ଅଭିଯୋଗ ହେଲା, ରବିବାର ଅପରାହ୍ନରେ ସେମାନେ କ୍ୟାମ୍ପସ୍‌ର କାଭେରୀ ହଷ୍ଟେଲରେ ରାମ ନବମୀ ଉପଲକ୍ଷେ ପୂଜା କରୁଥିବାବେଳେ ବାମପନ୍ଥୀ ଛାତ୍ରଗୋଷ୍ଠୀ ଏଥିରେ ବାଧା ସୃଷ୍ଟି କରିଥିଲେ। ଅନ୍ୟପକ୍ଷେ ଲେଫ୍ଟ ଓ୍ବିଙ୍ଗ୍‌ ଛାତ୍ରୀଛାତ୍ର ଆମିଷ ଖାଉଥିବାବେଳେ ଏବିଭିପି ପକ୍ଷରୁ ସେମାନଙ୍କୁ ରୋକାଯାଇଥିବା ଅଭିଯୋଗ ଆଣିଛନ୍ତି। ଏପରି କି ଏବିଭିପି ସଦସ୍ୟ ହଷ୍ଟେଲ ମେସ୍‌ ସେକ୍ରେଟାରୀଙ୍କୁ ମାର୍‌ପିଟ କରିଛନ୍ତି। ଜେଏନ୍‌ୟୁ ଛାତ୍ର ସଙ୍ଗଠନ (ଜେଏନ୍‌ୟୁଏସ୍‌ୟୁ) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଏବିଭିପିର ଗୁଣ୍ଡାମାନେ ଘୃଣା ଓ ବିଭାଜନବାଦୀ ଏଜେଣ୍ଡା ରାଜନୀତି ପାଇଁ କାଭେରୀ ହଷ୍ଟେଲରେ ଆତଙ୍କର ବାତାବରଣ ସୃଷ୍ଟି କରିଛନ୍ତି। ସେମାନେ ମେସ୍‌ କମିଟିକୁ ରାତ୍ରିଭୋଜନ ମେନୁରେ ପରିବର୍ତ୍ତନ ପାଇଁ ବାଧ୍ୟ କରିଛନ୍ତି। ବାମପନ୍ଥୀ ବିଚାରଧାରା ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ଛାତ୍ରୀଛାତ୍ରମାନଙ୍କୁ ଏବିଭିପି ପକ୍ଷରୁ ମରଣାନ୍ତକ ଆକ୍ରମଣ କରାଯାଇଛି। ମେନୁରେ ଉଭୟ ଆମିଷ ଓ ନିରାମିଷ ଭୋଜନ ଥିଲା। ଛାତ୍ରୀଛାତ୍ର ନିଜ ପସନ୍ଦ ଅନୁଯାୟୀ ଖାଦ୍ୟ ଖାଇପାରିବେ। କିନ୍ତୁ ଏବିଭିପି କର୍ମୀମାନେ କେବଳ ନିରାମିଷ ଭୋଜନ ରୋଷେଇ କରିବା ପାଇଁ ବାଧ୍ୟ କରି ହଙ୍ଗାମା କରିଥିଲେ ବୋଲି ଜେଏନ୍‌ୟୁଏସ୍‌ୟୁ ସଭାନେତ୍ରୀ ଆଇଶି ଘୋଷ କହିଛନ୍ତି। ବିବୃତିରେ ଆହୁରି କୁହାଯାଇଛି, ହଷ୍ଟେଲଗୁଡ଼ିକ ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ସମାନ। ଏଠାକୁ ଦେଶର ବିଭିନ୍ନ ଭାଗରୁ ଆସୁଥିବା ପିଲାମାନେ ନିଜ ସଂସ୍କୃତି ଓ ଚାଲିଚଳଣ ଅନୁଯାୟୀ ପୋଷାକ ପରିଧାନ ତଥା ଖାଦ୍ୟ ଭୋଜନ କରିପାରିବେ। ଏହାକୁ ସମସ୍ତେ ସମ୍ମାନ ଦେବା ଉଚିତ। କିନ୍ତୁ ଦକ୍ଷିଣପନ୍ଥୀ ଛାତ୍ର ସଙ୍ଗଠନ ଏବିଭିପି ଜେଏନ୍‌ୟୁ ଭଳି ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ କ୍ୟାମ୍ପସଗୁଡ଼ିକରେ ଆଧିପତ୍ୟ ରାଜନୀତି ପାଇଁ ସବୁବେଳେ ବିଭ୍ରାଟ ସୃଷ୍ଟି କରିଆସିଛି। ଏହାର ବିଦ୍ୱେଷପୂର୍ଣ୍ଣ ରାଜନୀତି ଓ ହିଂସା ଆଗରେ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନି। ଏବିଭିପିର ଜେଏନ୍‌ୟୁ ଶାଖା ଅଧ୍ୟକ୍ଷ ରୋହିତ କୁମାର କହିଛନ୍ତି, ରାମ ନବମୀ ଅବସରରେ ୟୁନିଭର୍ସିଟିରେ ପୂଜା ସମୟରେ ବାମପନ୍ଥୀ ଏବଂ ନ୍ୟାଶନାଲ ଷ୍ଟୁଡେଣ୍ଟସ୍‌ ୟୁନିୟନ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ୟୁଆଇ) କର୍ମକର୍ତ୍ତାମାନେ ଗଣ୍ଡଗୋଳ ଭିଆଇଛନ୍ତି। ନନ୍‌-ଭେଜ୍‌ କଥା ଆଦୌ ଉଠିନାହିଁ।
ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଆସୋସିଏଶନ(ଏଆଇଏସ୍‌ଏ) ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା କେତେକ ଫଟୋରେ ବାମପନ୍ଥୀ ଛାତ୍ରୀଛାତ୍ରଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ଏବିଭିପି ମଧ୍ୟ ଏକ ଭିଡିଓ ଶେୟାର କରିଛି, ଯେଉଁଥିରେ ଜଣେ ଦକ୍ଷିଣପନ୍ଥୀ ଛାତ୍ର ଆହତ ହୋଇଥିବା ଦେଖାଯାଇଛି। ଇତିମଧ୍ୟରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ଡିସିପି ମନୋଜ ସି. କହିଛନ୍ତି, ସଂଘର୍ଷବେଳେ ଟେକାମାଡ଼ ହେବାରୁ ଉଭୟ ପକ୍ଷର ୬ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଉଭୟ ଗୋଷ୍ଠୀ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଛନ୍ତି। ଅଭିଯୋଗ ଆସିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଏବିଭିପି ସମର୍ଥକମାନେ ସ୍ଲୋଗାନ ଦେଇ କ୍ୟାମ୍ପସ୍‌ରେ ପହଞ୍ଚିବା ପରେ ମୁଖ୍ୟ ପ୍ରବେଶପଥକୁ ବନ୍ଦ କରିଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri