କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର ରାତିରେ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି। ଦୁଇ ଜଣ ଅସାମାଜିକ ଯୁବକ ରାସ୍ତାରେ ସେମାନଙ୍କ ସହ ଯୁକ୍ତିତର୍କ କରିବା ସହ ଅଶ୍ରାବ୍ୟ ଭାଷାରେ ଗାଲିଗୁଲଜ କରିଛନ୍ତି। ଏନେଇ ସତ୍ୟରଞ୍ଜନ ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, କୌଣସି କାମ ସାରି ରାତିରେ ଡିଆଇଜି ସତ୍ୟରଞ୍ଜନ ଓ ତାଙ୍କ ସ୍ତ୍ରୀ କାର୍‌ରେ ଘରକୁ ଫେରୁଥିଲେ। ରାତି ପ୍ରାୟ ୯ ଟା ୪୦ ବେଳେ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ଛକ ନିକଟରେ ୟୁ-ଟର୍ନ ନେବାକୁ ଗ୍ରିନ୍‌ ସିଗ୍‌ନାଲ ପାଇଁ ସତ୍ୟରଞ୍ଜନ ଅପେକ୍ଷା କରିଥିଲେ। ଏହି ସମୟରେ ଦୁଇ ଜଣ ଯୁବକ (ଓଡି୦୫ବିଏ୪୧୭୦) ନମ୍ବର ବିଶିଷ୍ଟ ଏକ ସ୍କୁଟିକୁ ଡିଆଇଜିଙ୍କ କାର୍‌ ଆଗରେ ଛିଡା କରିଦେଇଥିଲେ। ଟ୍ରାଫିକ୍‌ ସିଗନାଲ ପାଇ ସତ୍ୟରଞ୍ଜନ ତାଙ୍କ କାର୍‌କୁ ୟୁ-ଟର୍ନ କରିବାକୁ ଚାହୁଁଥିବା ବେଳେ ବଚସା ହୋଇଥିଲା। ଦୁଇ ଜଣ ଯୁବକ ତାଙ୍କ ସ୍କୁଟିକୁ ସତ୍ୟରଞ୍ଜନଙ୍କ କାର୍‌ ଆଗରୁ ହଟାଇ ନ ଥିଲେ। ଡିଆଇଜି ସତ୍ୟରଞ୍ଜନ ସ୍କୁଟି ହଟାଇବାକୁ କହିବାରୁ ଯୁବକଦ୍ୱୟ ଉତ୍‌କ୍ଷିପ୍ତ ହୋଇପଡ଼ି ଗାଳିଗୁଲଜ କରିଥିଲେ। ଏପରିକି ଉଭୟ ଯୁବକ କାର୍‌ ଡୋର୍‌ ନିକଟକୁ ଆସି ଶାରୀରିକ ଆକ୍ରମଣ କରିବାକୁ ଚାହିଁଥିଲେ। ଯୁବକଦ୍ୱୟ ନିଶାସକ୍ତ ଅବସ୍ଥାରେ ଏଭଳି ଆଚରଣ ଦେଖାଇଥିଲେ ବୋଲି ଡିଆଇଜି ତାଙ୍କ ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛନ୍ତି। ତେବେ ଘଟଣା ପରେ ସତ୍ୟରଞ୍ଜନ ପିସିଆର୍‌କୁ ଖବର ଦେଇଥିଲେ। ଏହାପରେ ପୋଲିସ କମିଶନର ଶୁରେସ ଦେବଦତ୍ତ ସିଂ ନୟାପଲ୍ଲୀ ଥାନାରେ ପହଞ୍ଚି ଡିଆଇଜିଙ୍କ ସହ କଥା ହେବା ସହ ଘଟଣା ବିଷୟରେ ଅନୁଧ୍ୟାନ କରିଛନ୍ତି। ତେବେ ଦୁର୍ବ୍ୟବହାର କରିଥିବା ଦୁଇ ଯୁବକଙ୍କୁ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିବା ସହ ପଚରାଉଚରା କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?