ଦେଶରୁ ଊର୍ଦ୍ଧ୍ୱ

ଆଜିର ଦିବସରେ ‘ଧରିତ୍ରୀ’ ତା’ର ୪୭ ବର୍ଷ ପୂରଣ କରି ୪୮ତମ ବର୍ଷରେ ପଦାର୍ପଣ କରୁଛି। ଆଜି ହେଉଛି ଯୋଗୀ ଶ୍ରୀଅରବିନ୍ଦଙ୍କ ସମାଧି ଦିବସ। ଗତ ୪୭ ବର୍ଷ ମଧ୍ୟରେ ଧରିତ୍ରୀ ନିଷ୍ଠାର ସହ ରାଜ୍ୟ, ଦେଶ ଓ ପୃଥିବୀର ଘଟଣାଗୁଡ଼ିକୁ ଯଥାସମ୍ଭବ ସଚ୍ଚୋଟ ଏବଂ ସ୍ପଷ୍ଟ ଭାବେ ପ୍ରକାଶ କରିଆସିଛି। ଅତୀତରେ ଏବଂ ଏବେ ମଧ୍ୟ ଧରିତ୍ରୀ ତା’ର ସ୍ୱର ପୀଡ଼ିତ, ଅସହାୟ ଓ ବଞ୍ଚିତଙ୍କ ପାଇଁ ଉଠାଇଆସିଛି। ସ୍ୱାଭାବିକ ଭାବେ ଏଥିପାଇଁ ଅନେକ ଶକ୍ତି ଧରିତ୍ରୀ ବିରୋଧରେ କାର୍ଯ୍ୟ କରୁଛନ୍ତି। ଏହା ସତ୍ତ୍ୱେ ଆମର ପାଠିକାପାଠକଙ୍କ ବିଶ୍ୱାସ ଏବଂ ଭରସା ଯୋଗୁ ଧରିତ୍ରୀ କେବଳ ବଞ୍ଚି ରହିନାହିଁ, ଓଡ଼ିଶାରେ ତାହା ଏକ ସାମାଜିକ ପ୍ରଭାବ ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇଚାଲିଛି। ବିଗତ କିଛି ବର୍ଷରେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଉଠୁଥିବା ବିପଦକୁ ଲୋକଲୋଚନକୁ ଆଣିବାରେ ଧରିତ୍ରୀ ସବୁବେଳେ ନିର୍ଭୀକ ପ୍ରୟାସ କରିଆସିଛି।
ଆଜିର ପୃଥିବୀ ଅନେକ ବିପଦର ସମ୍ମୁଖୀନ ହେଉଛି। ପୂର୍ବରୁ ଚିନ୍ତା କରାଯାଉଥିଲା ଯେ, ବିପଦ କେବଳ ରାଜନୈତିକ ରୂପରେ ଆସିବ। ଏବେ ଜଣାପଡ଼ୁଛି ଯେ ଅର୍ଥନୈତିକ ଓ ରାଜନୈତିକ ବିପଦରୁ ଅଧିକ ଗୁରୁତ୍ୱ ଧାରଣ କରିଛି ସ୍ବାସ୍ଥ୍ୟଗତ ସଂକଟ। କରୋନା ମହାମାରୀକୁ ପ୍ରାୟ ଦୁଇବର୍ଷ ହେବାକୁ ଯାଉଛି। ଏହା ସତ୍ତ୍ୱେ ଆମେ ଯେଉଁମାନେ ଆଜି ବଞ୍ଚିରହିଛୁ, ଆମକୁ ମନେରଖିବାକୁ ହେବ ଯେ, ପ୍ରକୃତିର ଅଶେଷ ଆଶୀର୍ବାଦ ଯୋଗୁ ଏହା ସମ୍ଭବପର ହୋଇଛି। ସଚେତନ ନାଗରିକ ଭାବେ ନିଜର ଜୀବନଶୈଳୀ ଓ ମାନସିକତାକୁ ପରିବର୍ତ୍ତନ କରି ବାକି ରହିଥିବା ଜୀବନରେ ନୂତନ ମଣିଷ ରୂପେ ବଞ୍ଚତ୍ଲେ ହୁଏତ ପୃଥିବୀ ପାଇଁ ଆମେ ସମସ୍ତେ ସହଯୋଗୀ ଭାବେ କାର୍ଯ୍ୟ କରିପାରନ୍ତୁ। ବର୍ତ୍ତମାନ ଯେଭଳି ଭାବରେ ଜଳବାୟୁ ପରିବର୍ତ୍ତନ ଘଟୁଛି, ତାହାର କୁପ୍ରଭାବ ବିଶେଷକରି ଓଡ଼ିଶାରେ ଅନୁଭବ କରିହେଉଛି। ମନେପଡ଼େ ୧୯୯୮ରେ ପ୍ରଥମ ଥର ପାଇଁ ଅଂଶୁଘାତଜନିତ ମୃତ୍ୟୁ ସମ୍ପର୍କରେ ଶୁଣିବାକୁ ପାଇଥିଲୁ। ତା’ପରେ ୧୯୯୯ରେ ମହାବାତ୍ୟା ଇତିହାସ ରଚିଗଲା। ଆଶ୍ଚର୍ଯ୍ୟଜନକ ଭାବେ ପ୍ରତିବର୍ଷ ବଜ୍ରାଘାତରେ ଅନେକ ଶହ ଲୋକଙ୍କର ମୃତ୍ୟୁ ଆମ ରାଜ୍ୟରେ ଘଟିଚାଲିଛି। ଫାଇଲିନ୍‌ଠାରୁ ଆରମ୍ଭ କରି ହୁଡ୍‌ହୁଡ୍‌, ତିତ୍‌ଲି, ଫନୀ, ଅମ୍ଫନ୍‌ ଓ ୟସ୍‌ ପର୍ଯ୍ୟନ୍ତ ସବୁ ପ୍ରକୃତିର କ୍ରୋଧ ଦର୍ଶାଇଲେ। ୨୦୨୦ରୁ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ସମସ୍ତଙ୍କୁ ସଚେତନ କରାଇଦେଲା ଯେ, ମଣିଷକୃତ ଏହିଭଳି ବିପଦ ରାଜ୍ୟକୁ ଅନେକ କ୍ଷତି ପହୁଞ୍ଚାଉଛି।
କୌତୂହଳର ବିଷୟ ହେଉଛି ଯେ, ଅନେକ ରାଜନୈତିକ ଚିନ୍ତାଧାରା ଆମକୁ ଧର୍ମ ଓ ଜାତୀୟତାବାଦ ବିଷୟରେ ଉଗ୍ର କରାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏବକାର ପରିବେଶ ପ୍ରତି ଉପୁଜିଥିବା ବିପଦ କୌଣସି ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡ ବା ରାଜନୀତି ଦ୍ୱାରା ସୃଷ୍ଟି କରାଯାଇଥିବା ମାନଚିତ୍ରରେ ସୀମିତ ରହୁନାହିଁ। ମାଡ଼ ଯେତେବେଳେ ଆରମ୍ଭ ହେଲାଣି ତାହା ଧର୍ମ କିମ୍ବା ଦେଶକୁ ଦେଖୁ ନାହିଁ। ତେଣୁ ଦେଶପ୍ରେମର ସଂଜ୍ଞାରେ ପରିବର୍ତ୍ତନ ଆଣି ବିଶ୍ୱପ୍ରେମ କଥା ଭାବିବାର ସମୟ ଆସିଗଲାଣି। ଏହାକୁ ଆମେ ଭାରତୀୟ ଏବଂ ବିଶେଷକରି ଓଡ଼ିଆ ଯଦି ବୁଝିବାକୁ ଅସ୍ବୀକାର କଲେ, ଆମେ ସବୁଠାରୁ ଅଧିକ କ୍ଷତିର ସମ୍ମୁଖୀନ ହେବା।
ଓଡ଼ିଆରେ ଢଗ ଅଛି ‘ଆପେ ବଞ୍ଚିଲେ ବାପର ନାଁ’। ଏବକାର ପରିବେଶ ସ୍ଥିତିକୁ ଦେଖିଲେ ମନେହେଉଛି ବାପାଙ୍କ ନାମ ବଞ୍ଚାଇରଖିବାକୁ ହେଲେ କେବଳ ଆପେ ନୁହେଁ, ସମସ୍ତ ମାନବଜାତିର ମଙ୍ଗଳ ପାଇଁ ଚିନ୍ତା ଓ କାର୍ଯ୍ୟ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri