୭ ହଜାରରୁ ଊର୍ଦ୍ଧ୍ୱ କାରିଗରଙ୍କ ରୋଜଗାର ନାହିଁ

କେନ୍ଦ୍ରାପଡ଼ା ଅଫିସ, ୧ା୮: ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବି ଯାଇଛି। ଗତ ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ ବନ୍ଦ ହେବାକୁ ବସିଛି। ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ୱ କାରିଗର ରୋଜଗାର ହରାଇଛନ୍ତି। ସେମାନେ ହସ୍ତତନ୍ତ ମାଧ୍ୟମରେ ଉପତ୍ାଦ ଛାଡି ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲାର ଧୋତି, ଗାମୁଛା ଓ ଲୁଗାର ସାମଗ୍ରିକ ମୂଲ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଆଲୋଚନା ହେଉଥିଲେ ମଧ୍ୟ କାରିଗର ଏହି ବୃତ୍ତି ଛାଡିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ତନ୍ତ ବ୍ୟବସାୟ ସେବା ସମିତି ଏବେ ଇତିହାସ ହେବାକୁ ବସିଛି।
କୁଶିଆପାଳର କାରିଗର ତପନ ସାହୁ କହିଛନ୍ତି, କୁଶିଆପାଳ, ଡିହସାହି, ହରିପୁର, କୋରୁଆ, କୁତରଙ୍ଗ, କେଉଟଗଡା ଆଦି ଗ୍ରାମରେ ଜିଲାର ୧୦ ହଜାରରୁ ଅଧିକ କାରିଗର ତନ୍ତ ଉପରେ ନିର୍ଭର କରି ଚଳୁଥିଲେ। କସ୍ତା, ଗାମୁଛା, ଧୋତି, ଚାଦର ଆଦିର ଚାହିଦା ଦେଶ ବିଦେଶରେ ଥିଲା। ମହାତ୍ମା ଗାନ୍ଧୀଙ୍କ ସ୍ବାଧୀନତା ସଂଗ୍ରାମ କାଳରେ ସ୍ଥାନୀୟ ସଂଗ୍ରାମୀଙ୍କ ଉଦ୍ୟମରେ ଶିକ୍ଷାନୁଷ୍ଠାନରେ ଏହି କୌଳିକ ବୃତ୍ତିକୁ ସାମିଲ କରି ଏଠାରେ ମୌଳିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ସାମ୍ପ୍ରତିକ ସମୟରେ ହସ୍ତତନ୍ତ ସାମଗ୍ରୀର ଚାହିଦା ସତ୍ତ୍ୱେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି କୁଟୀରଶିଳ୍ପ ବନ୍ଦ ହୋଇଥିବା ପ୍ରକାଶ କରିଛନ୍ତି। କୋରୁଆ ଗ୍ରାମର ନାରାୟଣ ଭଦ୍ର କୁହନ୍ତି, ଏହି ସାମଗ୍ରୀ ରାଜ୍ୟ ସମେତ ଦେଶ ବିଦେଶରେ ଚାହିଦା ଅଛି। କୃଷି ପରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କେନ୍ଦ୍ରାପଡ଼ା ଜିଲାର ପ୍ରାୟ ୩ ହଜାର କାରିଗର ଏବେ ବି ହସ୍ତତନ୍ତ ସାମଗ୍ରୀ ନିର୍ମାଣରେ ପ୍ରତ୍ୟହ କର୍ମବ୍ୟସ୍ତ ଥାନ୍ତି। ଦୁଇବର୍ଷ ଧରି କରୋନା ସଂକ୍ରମଣ ଭୟ ଏହି ବ୍ୟବସାୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଥିଲା। ଏବେ କେତେକ କାରିଗର ତନ୍ତରେ ବୁଣାବୁଣି ଆରମ୍ଭ କରିଛନ୍ତି। ତେବେ କ୍ରାମାଗତ ଭାବେ ତନ୍ତ ଉପରେ କାରିଗରଙ୍କ ଭରସା ତୁଟୁଛି। ଏଥିରୁ ହେଉଥିବା ଆୟ ପରିବାର ଭରଣପୋଷଣ ଯୋଗ୍ୟ ହୋଇ ରହିନାହିଁ। ଯୁବବର୍ଗ ଏବେ କର୍ମନିଯୁକ୍ତି ପାଇଁ ତନ୍ତ ଛାଡି ବିଦେଶକୁ ଯାଉଛନ୍ତି। କୁଶିଆପାଳ ହସ୍ତତନ୍ତ ସମବାୟ ସମିତିର ସଭାପତି ହରେକୃଷ୍ଣ ଦାସ କହିଛନ୍ତି, ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ଲୁଗା ବହୁ ବିକ୍ରି ହେଉଥିବା ବେଳେ ହସ୍ତତନ୍ତରେ ନିର୍ମିତ ଶାଢ଼ିର ଚାହିଦା ଆଗପରି ଅଛି। ବିଶେଷକରି ବିବାହ, ବ୍ରତ, ପୂଜା ପାର୍ବଣରେ ହସ୍ତତନ୍ତ ସାମଗ୍ରୀର ବିକ୍ରି ଅଧିକ ଥାଏ। ଏଥିପାଇଁ ଜିଲାର ବିଭିନ୍ନ ସ୍ଥାନରୁ ବରାଦ କରି ତନ୍ତ ସାମଗ୍ରୀ କ୍ରୟ କରାଯାଉଛି। କୋରୁଆ ଗ୍ରାମର ଅଜୟ କୁମାର ବେହେରା କହିଛନ୍ତି, କାରିଗର ଆବଶ୍ୟକ କଞ୍ଚାମାଲ ପାଇ ପାରୁନାହାନ୍ତି। ସେହିପରି ରଙ୍ଗ ପାଇଁ ରାସାୟନିକ ଦ୍ରବ୍ୟର କଟକଣା ଯୋଗୁ ଉନ୍ନତମାନର ସାମଗ୍ରୀ ନିର୍ମାଣରେ ବାଧା ସୃଷ୍ଟି ହୋଇଛି। ସାମଗ୍ରୀ ଉତ୍ପାଦରେ ବ୍ୟୟ ହେଉଥିବା ଅର୍ଥ ବିକ୍ରି ପରେ ଲାଭ ହେଉନାହିଁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜର ଝେଲ ଶାଢ଼ି ପିନ୍ଧିବା ଅଥବା ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ପରି କେନ୍ଦ୍ରାପଡ଼ା ହସ୍ତତନ୍ତର ପ୍ରଚାର ପ୍ରସାର ନାହିଁ। ଚାହିଦା କମୁଥିବାରୁ ଏହି ପୁରାତନ କୁଟୀରଶିଳ୍ପ ନଷ୍ଟ ହେବାକୁ ବସିଛି ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ରାଜ୍ୟ ସରକାର ହସ୍ତତନ୍ତକୁ ଗୁରୁତ୍ୱ ଦେଇଛନ୍ତି। ଖଦିବୋର୍ଡ ଓ ବୟନିକା ମାଧ୍ୟମରେ ଏହାର ପ୍ରଚାର ପ୍ରସାର କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ବୟନିକାକୁ ୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଅର୍ଥରେ କାରିଗରଙ୍କଠାରୁ ହସ୍ତତନ୍ତ ସାମଗ୍ରୀ କିଣାଯାଉଛି। ଏହାଦ୍ୱାରା କାରିଗରମାନେ ଉପକୃତ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ରଘୁନାଥ ସାହୁଙ୍କୁ ମିଳିଲା ଏହି ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ତାଲିକାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ। ସେ ବଡ଼ଚଣାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri