୭ ହଜାରରୁ ଊର୍ଦ୍ଧ୍ୱ କାରିଗରଙ୍କ ରୋଜଗାର ନାହିଁ

କେନ୍ଦ୍ରାପଡ଼ା ଅଫିସ, ୧ା୮: ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବି ଯାଇଛି। ଗତ ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ ବନ୍ଦ ହେବାକୁ ବସିଛି। ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ୱ କାରିଗର ରୋଜଗାର ହରାଇଛନ୍ତି। ସେମାନେ ହସ୍ତତନ୍ତ ମାଧ୍ୟମରେ ଉପତ୍ାଦ ଛାଡି ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲାର ଧୋତି, ଗାମୁଛା ଓ ଲୁଗାର ସାମଗ୍ରିକ ମୂଲ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଆଲୋଚନା ହେଉଥିଲେ ମଧ୍ୟ କାରିଗର ଏହି ବୃତ୍ତି ଛାଡିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ତନ୍ତ ବ୍ୟବସାୟ ସେବା ସମିତି ଏବେ ଇତିହାସ ହେବାକୁ ବସିଛି।
କୁଶିଆପାଳର କାରିଗର ତପନ ସାହୁ କହିଛନ୍ତି, କୁଶିଆପାଳ, ଡିହସାହି, ହରିପୁର, କୋରୁଆ, କୁତରଙ୍ଗ, କେଉଟଗଡା ଆଦି ଗ୍ରାମରେ ଜିଲାର ୧୦ ହଜାରରୁ ଅଧିକ କାରିଗର ତନ୍ତ ଉପରେ ନିର୍ଭର କରି ଚଳୁଥିଲେ। କସ୍ତା, ଗାମୁଛା, ଧୋତି, ଚାଦର ଆଦିର ଚାହିଦା ଦେଶ ବିଦେଶରେ ଥିଲା। ମହାତ୍ମା ଗାନ୍ଧୀଙ୍କ ସ୍ବାଧୀନତା ସଂଗ୍ରାମ କାଳରେ ସ୍ଥାନୀୟ ସଂଗ୍ରାମୀଙ୍କ ଉଦ୍ୟମରେ ଶିକ୍ଷାନୁଷ୍ଠାନରେ ଏହି କୌଳିକ ବୃତ୍ତିକୁ ସାମିଲ କରି ଏଠାରେ ମୌଳିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ସାମ୍ପ୍ରତିକ ସମୟରେ ହସ୍ତତନ୍ତ ସାମଗ୍ରୀର ଚାହିଦା ସତ୍ତ୍ୱେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି କୁଟୀରଶିଳ୍ପ ବନ୍ଦ ହୋଇଥିବା ପ୍ରକାଶ କରିଛନ୍ତି। କୋରୁଆ ଗ୍ରାମର ନାରାୟଣ ଭଦ୍ର କୁହନ୍ତି, ଏହି ସାମଗ୍ରୀ ରାଜ୍ୟ ସମେତ ଦେଶ ବିଦେଶରେ ଚାହିଦା ଅଛି। କୃଷି ପରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କେନ୍ଦ୍ରାପଡ଼ା ଜିଲାର ପ୍ରାୟ ୩ ହଜାର କାରିଗର ଏବେ ବି ହସ୍ତତନ୍ତ ସାମଗ୍ରୀ ନିର୍ମାଣରେ ପ୍ରତ୍ୟହ କର୍ମବ୍ୟସ୍ତ ଥାନ୍ତି। ଦୁଇବର୍ଷ ଧରି କରୋନା ସଂକ୍ରମଣ ଭୟ ଏହି ବ୍ୟବସାୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଥିଲା। ଏବେ କେତେକ କାରିଗର ତନ୍ତରେ ବୁଣାବୁଣି ଆରମ୍ଭ କରିଛନ୍ତି। ତେବେ କ୍ରାମାଗତ ଭାବେ ତନ୍ତ ଉପରେ କାରିଗରଙ୍କ ଭରସା ତୁଟୁଛି। ଏଥିରୁ ହେଉଥିବା ଆୟ ପରିବାର ଭରଣପୋଷଣ ଯୋଗ୍ୟ ହୋଇ ରହିନାହିଁ। ଯୁବବର୍ଗ ଏବେ କର୍ମନିଯୁକ୍ତି ପାଇଁ ତନ୍ତ ଛାଡି ବିଦେଶକୁ ଯାଉଛନ୍ତି। କୁଶିଆପାଳ ହସ୍ତତନ୍ତ ସମବାୟ ସମିତିର ସଭାପତି ହରେକୃଷ୍ଣ ଦାସ କହିଛନ୍ତି, ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ଲୁଗା ବହୁ ବିକ୍ରି ହେଉଥିବା ବେଳେ ହସ୍ତତନ୍ତରେ ନିର୍ମିତ ଶାଢ଼ିର ଚାହିଦା ଆଗପରି ଅଛି। ବିଶେଷକରି ବିବାହ, ବ୍ରତ, ପୂଜା ପାର୍ବଣରେ ହସ୍ତତନ୍ତ ସାମଗ୍ରୀର ବିକ୍ରି ଅଧିକ ଥାଏ। ଏଥିପାଇଁ ଜିଲାର ବିଭିନ୍ନ ସ୍ଥାନରୁ ବରାଦ କରି ତନ୍ତ ସାମଗ୍ରୀ କ୍ରୟ କରାଯାଉଛି। କୋରୁଆ ଗ୍ରାମର ଅଜୟ କୁମାର ବେହେରା କହିଛନ୍ତି, କାରିଗର ଆବଶ୍ୟକ କଞ୍ଚାମାଲ ପାଇ ପାରୁନାହାନ୍ତି। ସେହିପରି ରଙ୍ଗ ପାଇଁ ରାସାୟନିକ ଦ୍ରବ୍ୟର କଟକଣା ଯୋଗୁ ଉନ୍ନତମାନର ସାମଗ୍ରୀ ନିର୍ମାଣରେ ବାଧା ସୃଷ୍ଟି ହୋଇଛି। ସାମଗ୍ରୀ ଉତ୍ପାଦରେ ବ୍ୟୟ ହେଉଥିବା ଅର୍ଥ ବିକ୍ରି ପରେ ଲାଭ ହେଉନାହିଁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜର ଝେଲ ଶାଢ଼ି ପିନ୍ଧିବା ଅଥବା ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ପରି କେନ୍ଦ୍ରାପଡ଼ା ହସ୍ତତନ୍ତର ପ୍ରଚାର ପ୍ରସାର ନାହିଁ। ଚାହିଦା କମୁଥିବାରୁ ଏହି ପୁରାତନ କୁଟୀରଶିଳ୍ପ ନଷ୍ଟ ହେବାକୁ ବସିଛି ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ରାଜ୍ୟ ସରକାର ହସ୍ତତନ୍ତକୁ ଗୁରୁତ୍ୱ ଦେଇଛନ୍ତି। ଖଦିବୋର୍ଡ ଓ ବୟନିକା ମାଧ୍ୟମରେ ଏହାର ପ୍ରଚାର ପ୍ରସାର କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ବୟନିକାକୁ ୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଅର୍ଥରେ କାରିଗରଙ୍କଠାରୁ ହସ୍ତତନ୍ତ ସାମଗ୍ରୀ କିଣାଯାଉଛି। ଏହାଦ୍ୱାରା କାରିଗରମାନେ ଉପକୃତ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ) – ସିନେ ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri