ଓଡ଼ିଆ ଜାତିର ବିକାଶ କଥା

ଜଗତୀକରଣ ପ୍ରକ୍ରିୟାରେ ଓଡ଼ିଆମାନେ ସମଗ୍ର ବିଶ୍ୱରେ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି। ପୃଥିବୀରେ ଏମିତି ଗୋଟିଏ ଦେଶ ନାହିଁ, ଯେଉଁଠିକୁ ଜଣେ ଓଡ଼ିଆ ବୃତ୍ତିଗତ ସନ୍ଧାନରେ ଯାଇନାହିଁ। ତେଣୁ ଗୋଟିଏ ଆଞ୍ଚଳିକ ଜାତି, ଯେତେବେଳେ ବୃତ୍ତିଗତ ଯାତ୍ରାରେ ସାରା ପୃଥିବୀ ମାନଚିତ୍ରର ଅଧିକାଂଶ ଅଂଶରେ ନିଜର ଅବସ୍ଥିତି ଜାହିର କରିସାରିଲାଣି, ତେବେ ଏହାଠାରୁ ଅଧିକ ଗୌରବର କଥା କ’ଣ ହୋଇପାରେ। ଏ ମାଟିର କଥା, ଏ ମାଟିର ଗାଥା ବହୁ ପୁରାତନ ସୁବିଦିତ। ପ୍ରାଚୀନ କାଳରେ ଓଡ଼ିଆ ସାଧବ ପୁଅ ଜାଭା, ସୁମାତ୍ରା ଓ ବାଲିଦ୍ୱୀପ ପରି ଦେଶକୁ ଯାଇ ସେଠାରେ ବାଣିଜ୍ୟ ବ୍ୟବସାୟ କରି ପୁଣି ନିଜ ଜନ୍ମମାଟିକୁ ଫେରି ଆସୁଥିଲା। କିନ୍ତୁ ଆଜିର ଦିନରେ ବିଦେଶ ଯାଉଥିବା ବହୁ ଓଡ଼ିଆ ଆଉ ନିଜ ଜନ୍ମମାଟିକୁ ଫେରିବାକୁ ପସନ୍ଦ କରୁନାହାନ୍ତି। ସମୟକ୍ରମେ ଏମାନଙ୍କ ଦାୟାଦମାନେ ସେଠାରେ ଓଡ଼ିଆ ଭାଷା, ସଂସ୍କୃତି, କଳା, କୌଶଳ ଓ ଜୀବନଶୈଳୀକୁ ଭୁଲି ଏକ ଭିନ୍ନ ପରିଚୟ ସୃଷ୍ଟି କରୁଛନ୍ତି। ଓଡ଼ିଆ ପଢ଼ିବା, ଲେଖିବା ଏମିତିକି କହିବାଠାରୁ ଏମାନେ କାହିଁ କେତେଦୂରକୁ ଚାଲି ଯାଉଛନ୍ତି। ଇଏ ହେଉଛି ଏକ ପ୍ରକାର ଓଡ଼ିଆମାନଙ୍କ ଜୀବନଯାତ୍ରା।
ଆଉ କିଛି ଓଡ଼ିଆ ଅର୍ଦ୍ଧଶିକ୍ଷିତ ହୋଇ କିମ୍ବା ସମ୍ପୂର୍ଣ୍ଣ ନିରକ୍ଷର ଭାବରେ ଆମ ଓଡ଼ିଶାରେ କାମ ନ ପାଇ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ ଓ ସୁରଟ ଆଦି ସହରକୁ ଚାଲି ଯାଉଛନ୍ତି। କିଛି ଅର୍ଥ ଉପାର୍ଜନ କରି ଏମାନେ ଘର ଚଳାଉଛନ୍ତି। ନିଜନିଜ କାର୍ଯ୍ୟରେ କୁଶଳୀ ହୋଇ ସ୍ବାବଲମ୍ବୀ ହୋଇ ପାରୁଛନ୍ତି। କିନ୍ତୁ ବୟସ ବେଶି ହୋଇଗଲେ ଏମାନେ ସ୍ବଳ୍ପ ଅର୍ଥ ରାଶି ଧରି ଅସୁସ୍ଥ ଅବସ୍ଥାରେ ନିଜ ମାଟିକୁ ଫେରି ଆସୁଛନ୍ତି। ଏହା ହେଉଛି ଆଉ ଏକ ପ୍ରକାର ଓଡ଼ିଆଙ୍କ ଜୀବନଯାତ୍ରା।
ଏଇ ଦୁଇ ପ୍ରକାର ଓଡ଼ିଆଙ୍କ ଛଡ଼ା ଆଉ ଯେଉଁମାନେ ରହିଲେ, ସେମାନେ ଗଁାରେ ବୁଲିବେ, ତାସ୍‌ ଖେଳିବେ, ପର ଆଲୋଚନା କରିବେ। ଟଙ୍କିକିଆ ମାଗଣା ଚାଉଳ ନେବାକୁ ଧାଡ଼ି ଲଗେଇବେ। ଆଉ କ’ଣ ସରକାର ମାଗଣାରେ ଯୋଗାଇ ଦେଉଛନ୍ତି, ସେ ବିଷୟରେ ରୀତିମତ ତଦାରଖ କରିବେ । କେବଳ ଚାରି ମାସ ପାଇଁ ଧାନ କିଛି ଅମଳ କରିବା ପରେ ଅନ୍ୟ ସମୟରେ ଏମାନେ କେବେ ବି ଜମି ମୁହଁକୁ ଚାହାନ୍ତି ନାହିଁ। କିନ୍ତୁ ନିଜକୁ ବିରାଟ ଚାଷୀର ପରିଚୟ ଦେଇ କାଳିଆ ଯୋଜନା ଟଙ୍କାଟି ଉଠାଇବାରେ ବ୍ୟଗ୍ର ଥାଆନ୍ତି। କେନାଲ ବ୍ୟବସ୍ଥା ସବୁଆଡ଼େ ନ ଥାଇପାରେ, କିନ୍ତୁ ବୋରଓ୍ବେଲ୍‌ ମାଧ୍ୟମରେ ବି ଚାଷବାସ କରାଯାଇପାରେ। ହେଲେ ଏମାନେ ଛକରେ, ବଜାରରେ ଚା ଓ ପାନ ଦୋକାନ ସାମ୍ନାରେ ସାମାଜିକ ଓ ରାଜନୈତିକ ଘଟଣାବଳୀ ସବୁର ପାଣ୍ଡିତ୍ୟ ବଖାଣନ୍ତି- ହେ ଜଳସେଚନ ନାହିଁ, ବିହନ ମିଳୁନି, ସାର ମିଳୁନି, ଏ ବର୍ଷ ପାଳକ ନାହିଁ ଇତ୍ୟାଦି। କଥାରେ ଅଛି, ଗାଲୁଆଙ୍କ ବାରବାଟି ଚାଷ। ଏହା ହେଉଛି ତୃତୀୟ ପ୍ରକାର ଓଡ଼ିଆଙ୍କ ଜୀବନଯାତ୍ରା।
ଚତୁର୍ଥରେ ଆଉ ଏକ ସ୍ବଳ୍ପ ଗୋଷ୍ଠୀ ରହିଲେ ଯେଉଁମାନେ କେବଳ ନେତା ଓ ମନ୍ତ୍ରୀଙ୍କ ପାଖେ ନସରପସର ହେଉଥିବେ। ରାସ୍ତାଘାଟ, ପୋଖରୀ ଆଦିର କାର୍ଯ୍ୟକୁ ହାତେଇ ନେଇ ଅତି ନିମ୍ନମାନର କାର୍ଯ୍ୟ କରି ସରକାରଙ୍କ ତରଫରୁ ବିଲ୍‌ ହେଉଥିବା ଟଙ୍କାର ସିଂହଭାଗ ଲୁଟି ନେଉଛନ୍ତି। ତା’ ଭିତରେ ବିଭିନ୍ନ ଆଳରେ ପିସି କାରବାର ଚାଲୁ ରହୁଛି। ଓଡ଼ିଆମାନଙ୍କର ଏପରି ଜୀବନଯାତ୍ରାର ପ୍ରକାରଭେଦକୁ ଆଲୋଚନା କରିବାର କାରଣ ଏହା ଯେ ଓଡ଼ିଆ ଜାତିର ବିକାଶଧାରାର ଅସଲ ଆଭିମୁଖ୍ୟ ଆଜି କେତେ ଉଚ୍ଚକୋଟୀର? ଚାରିଆଡ଼େ ରାସ୍ତାଘାଟ ଓ ଗମନାଗମନର ବ୍ୟବସ୍ଥାରେ ଉନ୍ନତି ଘଟିଛି। ଓଡ଼ିଆମାନେ ଉପାର୍ଜନକ୍ଷମ ହେଉଛନ୍ତି। ସୂଚନା ଓ ପ୍ରଯୁକ୍ତି ଜ୍ଞାନକୌଶଳର ବିଭିନ୍ନ ସ୍ତରରେ ଉପଯୋଗ ଓଡ଼ିଆମାନେ ପୂର୍ବାପେକ୍ଷା ବେଶି ଜାଣିଲେଣି। କିନ୍ତୁ ବାସ୍ତବରେ ବୌଦ୍ଧିକ ଓ ସାଂସ୍କୃତିକ ସ୍ତରରେ ଏମାନେ ବିକାଶଶୀଳ ନୁହନ୍ତି। ଗୋଟିଏ ଜାତିର ଅସଲ ପୂର୍ଣ୍ଣାଙ୍ଗ ବିକାଶ ସେତିକିବେଳେ ହୁଏ, ଯେତେବେଳେ ଏହାର ବୌଦ୍ଧିକ ଓ ସାଂସ୍କୃତିକ ବିକାଶ ହୁଏ। କିନ୍ତୁ ଏବେ ଓଡ଼ିଆମାନଙ୍କ ମଧ୍ୟରେ ସ୍ବାର୍ଥପରତା ଦେଖିବାକୁ ମିଳୁଛି। ଭାଇଚାରାର ଭାବନା ରହୁନାହିଁ। ଭାଇଚାରା, ଭଲପାଇବା ଓ ଭ୍ରାତୃତ୍ୱର ଭାବ ନ ରହିଲେ ଗୋଟିଏ ଜାତିର ବିକାଶ ହେବ କେମିତି? ଏ ଜାତିର ଦାୟାଦ ହିସାବରେ ଏହାର ଐତିହ୍ୟ, ପରମ୍ପରା ଓ ମୂଲ୍ୟବୋଧକୁ ଭଲ ଭାବରେ ନ ଜାଣିଲେ ଏ ଜାତି ଆଗକୁ ବଢ଼ିବ କେମିତି? ସାମଗ୍ରିକ ଭାବରେ ଦେଖିଲେ ବୌଦ୍ଧିକ, ସାଂସ୍କୃତିକ ଓ ନୈତିକ ସ୍ତରରେ ଓଡ଼ିଆମାନଙ୍କର ଅବକ୍ଷୟ ହୋଇଛି, ଏ କଥାକୁ ନିଶ୍ଚିତ ଭାବରେ ସ୍ବୀକାର କରିବାକୁ ହେବ। ଶେଷରେ ଏତିକି କହିବା ଠିକ୍‌ ହେବ, ଆସନ୍ତୁ ପରିବାରରୁ ଅସଲ ସଂସ୍କାର ଆରମ୍ଭ କରିବା। ନିଜକୁ ମାର୍ଜିତ କରି ଉତ୍ତମ ପନ୍ଥା ଆପଣାଇଲେ ଛୋଟ ପିଲାମାନେ ମଧ୍ୟ ଅନୁସରଣ କରିବେ। ତେବେ ଯାଇ ଏ ଜାତି ନିଜକୁ ଏକ ବିକଶିତ ଜାତି ବୋଲି ଗର୍ବରେ କହିପାରିବ।

  • ଅରୁଣ ଦାସ
    ପତରପଡ଼ା, ବରମୁଣ୍ଡଳୀ, ଜଗତ୍‌ସିଂହପୁର
    ମୋ-୭୯୭୮୯୧୮୫୮୬

Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri