ଓଡ଼ିଆ ଜାତିର ବିକାଶ କଥା

ଜଗତୀକରଣ ପ୍ରକ୍ରିୟାରେ ଓଡ଼ିଆମାନେ ସମଗ୍ର ବିଶ୍ୱରେ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି। ପୃଥିବୀରେ ଏମିତି ଗୋଟିଏ ଦେଶ ନାହିଁ, ଯେଉଁଠିକୁ ଜଣେ ଓଡ଼ିଆ ବୃତ୍ତିଗତ ସନ୍ଧାନରେ ଯାଇନାହିଁ। ତେଣୁ ଗୋଟିଏ ଆଞ୍ଚଳିକ ଜାତି, ଯେତେବେଳେ ବୃତ୍ତିଗତ ଯାତ୍ରାରେ ସାରା ପୃଥିବୀ ମାନଚିତ୍ରର ଅଧିକାଂଶ ଅଂଶରେ ନିଜର ଅବସ୍ଥିତି ଜାହିର କରିସାରିଲାଣି, ତେବେ ଏହାଠାରୁ ଅଧିକ ଗୌରବର କଥା କ’ଣ ହୋଇପାରେ। ଏ ମାଟିର କଥା, ଏ ମାଟିର ଗାଥା ବହୁ ପୁରାତନ ସୁବିଦିତ। ପ୍ରାଚୀନ କାଳରେ ଓଡ଼ିଆ ସାଧବ ପୁଅ ଜାଭା, ସୁମାତ୍ରା ଓ ବାଲିଦ୍ୱୀପ ପରି ଦେଶକୁ ଯାଇ ସେଠାରେ ବାଣିଜ୍ୟ ବ୍ୟବସାୟ କରି ପୁଣି ନିଜ ଜନ୍ମମାଟିକୁ ଫେରି ଆସୁଥିଲା। କିନ୍ତୁ ଆଜିର ଦିନରେ ବିଦେଶ ଯାଉଥିବା ବହୁ ଓଡ଼ିଆ ଆଉ ନିଜ ଜନ୍ମମାଟିକୁ ଫେରିବାକୁ ପସନ୍ଦ କରୁନାହାନ୍ତି। ସମୟକ୍ରମେ ଏମାନଙ୍କ ଦାୟାଦମାନେ ସେଠାରେ ଓଡ଼ିଆ ଭାଷା, ସଂସ୍କୃତି, କଳା, କୌଶଳ ଓ ଜୀବନଶୈଳୀକୁ ଭୁଲି ଏକ ଭିନ୍ନ ପରିଚୟ ସୃଷ୍ଟି କରୁଛନ୍ତି। ଓଡ଼ିଆ ପଢ଼ିବା, ଲେଖିବା ଏମିତିକି କହିବାଠାରୁ ଏମାନେ କାହିଁ କେତେଦୂରକୁ ଚାଲି ଯାଉଛନ୍ତି। ଇଏ ହେଉଛି ଏକ ପ୍ରକାର ଓଡ଼ିଆମାନଙ୍କ ଜୀବନଯାତ୍ରା।
ଆଉ କିଛି ଓଡ଼ିଆ ଅର୍ଦ୍ଧଶିକ୍ଷିତ ହୋଇ କିମ୍ବା ସମ୍ପୂର୍ଣ୍ଣ ନିରକ୍ଷର ଭାବରେ ଆମ ଓଡ଼ିଶାରେ କାମ ନ ପାଇ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ ଓ ସୁରଟ ଆଦି ସହରକୁ ଚାଲି ଯାଉଛନ୍ତି। କିଛି ଅର୍ଥ ଉପାର୍ଜନ କରି ଏମାନେ ଘର ଚଳାଉଛନ୍ତି। ନିଜନିଜ କାର୍ଯ୍ୟରେ କୁଶଳୀ ହୋଇ ସ୍ବାବଲମ୍ବୀ ହୋଇ ପାରୁଛନ୍ତି। କିନ୍ତୁ ବୟସ ବେଶି ହୋଇଗଲେ ଏମାନେ ସ୍ବଳ୍ପ ଅର୍ଥ ରାଶି ଧରି ଅସୁସ୍ଥ ଅବସ୍ଥାରେ ନିଜ ମାଟିକୁ ଫେରି ଆସୁଛନ୍ତି। ଏହା ହେଉଛି ଆଉ ଏକ ପ୍ରକାର ଓଡ଼ିଆଙ୍କ ଜୀବନଯାତ୍ରା।
ଏଇ ଦୁଇ ପ୍ରକାର ଓଡ଼ିଆଙ୍କ ଛଡ଼ା ଆଉ ଯେଉଁମାନେ ରହିଲେ, ସେମାନେ ଗଁାରେ ବୁଲିବେ, ତାସ୍‌ ଖେଳିବେ, ପର ଆଲୋଚନା କରିବେ। ଟଙ୍କିକିଆ ମାଗଣା ଚାଉଳ ନେବାକୁ ଧାଡ଼ି ଲଗେଇବେ। ଆଉ କ’ଣ ସରକାର ମାଗଣାରେ ଯୋଗାଇ ଦେଉଛନ୍ତି, ସେ ବିଷୟରେ ରୀତିମତ ତଦାରଖ କରିବେ । କେବଳ ଚାରି ମାସ ପାଇଁ ଧାନ କିଛି ଅମଳ କରିବା ପରେ ଅନ୍ୟ ସମୟରେ ଏମାନେ କେବେ ବି ଜମି ମୁହଁକୁ ଚାହାନ୍ତି ନାହିଁ। କିନ୍ତୁ ନିଜକୁ ବିରାଟ ଚାଷୀର ପରିଚୟ ଦେଇ କାଳିଆ ଯୋଜନା ଟଙ୍କାଟି ଉଠାଇବାରେ ବ୍ୟଗ୍ର ଥାଆନ୍ତି। କେନାଲ ବ୍ୟବସ୍ଥା ସବୁଆଡ଼େ ନ ଥାଇପାରେ, କିନ୍ତୁ ବୋରଓ୍ବେଲ୍‌ ମାଧ୍ୟମରେ ବି ଚାଷବାସ କରାଯାଇପାରେ। ହେଲେ ଏମାନେ ଛକରେ, ବଜାରରେ ଚା ଓ ପାନ ଦୋକାନ ସାମ୍ନାରେ ସାମାଜିକ ଓ ରାଜନୈତିକ ଘଟଣାବଳୀ ସବୁର ପାଣ୍ଡିତ୍ୟ ବଖାଣନ୍ତି- ହେ ଜଳସେଚନ ନାହିଁ, ବିହନ ମିଳୁନି, ସାର ମିଳୁନି, ଏ ବର୍ଷ ପାଳକ ନାହିଁ ଇତ୍ୟାଦି। କଥାରେ ଅଛି, ଗାଲୁଆଙ୍କ ବାରବାଟି ଚାଷ। ଏହା ହେଉଛି ତୃତୀୟ ପ୍ରକାର ଓଡ଼ିଆଙ୍କ ଜୀବନଯାତ୍ରା।
ଚତୁର୍ଥରେ ଆଉ ଏକ ସ୍ବଳ୍ପ ଗୋଷ୍ଠୀ ରହିଲେ ଯେଉଁମାନେ କେବଳ ନେତା ଓ ମନ୍ତ୍ରୀଙ୍କ ପାଖେ ନସରପସର ହେଉଥିବେ। ରାସ୍ତାଘାଟ, ପୋଖରୀ ଆଦିର କାର୍ଯ୍ୟକୁ ହାତେଇ ନେଇ ଅତି ନିମ୍ନମାନର କାର୍ଯ୍ୟ କରି ସରକାରଙ୍କ ତରଫରୁ ବିଲ୍‌ ହେଉଥିବା ଟଙ୍କାର ସିଂହଭାଗ ଲୁଟି ନେଉଛନ୍ତି। ତା’ ଭିତରେ ବିଭିନ୍ନ ଆଳରେ ପିସି କାରବାର ଚାଲୁ ରହୁଛି। ଓଡ଼ିଆମାନଙ୍କର ଏପରି ଜୀବନଯାତ୍ରାର ପ୍ରକାରଭେଦକୁ ଆଲୋଚନା କରିବାର କାରଣ ଏହା ଯେ ଓଡ଼ିଆ ଜାତିର ବିକାଶଧାରାର ଅସଲ ଆଭିମୁଖ୍ୟ ଆଜି କେତେ ଉଚ୍ଚକୋଟୀର? ଚାରିଆଡ଼େ ରାସ୍ତାଘାଟ ଓ ଗମନାଗମନର ବ୍ୟବସ୍ଥାରେ ଉନ୍ନତି ଘଟିଛି। ଓଡ଼ିଆମାନେ ଉପାର୍ଜନକ୍ଷମ ହେଉଛନ୍ତି। ସୂଚନା ଓ ପ୍ରଯୁକ୍ତି ଜ୍ଞାନକୌଶଳର ବିଭିନ୍ନ ସ୍ତରରେ ଉପଯୋଗ ଓଡ଼ିଆମାନେ ପୂର୍ବାପେକ୍ଷା ବେଶି ଜାଣିଲେଣି। କିନ୍ତୁ ବାସ୍ତବରେ ବୌଦ୍ଧିକ ଓ ସାଂସ୍କୃତିକ ସ୍ତରରେ ଏମାନେ ବିକାଶଶୀଳ ନୁହନ୍ତି। ଗୋଟିଏ ଜାତିର ଅସଲ ପୂର୍ଣ୍ଣାଙ୍ଗ ବିକାଶ ସେତିକିବେଳେ ହୁଏ, ଯେତେବେଳେ ଏହାର ବୌଦ୍ଧିକ ଓ ସାଂସ୍କୃତିକ ବିକାଶ ହୁଏ। କିନ୍ତୁ ଏବେ ଓଡ଼ିଆମାନଙ୍କ ମଧ୍ୟରେ ସ୍ବାର୍ଥପରତା ଦେଖିବାକୁ ମିଳୁଛି। ଭାଇଚାରାର ଭାବନା ରହୁନାହିଁ। ଭାଇଚାରା, ଭଲପାଇବା ଓ ଭ୍ରାତୃତ୍ୱର ଭାବ ନ ରହିଲେ ଗୋଟିଏ ଜାତିର ବିକାଶ ହେବ କେମିତି? ଏ ଜାତିର ଦାୟାଦ ହିସାବରେ ଏହାର ଐତିହ୍ୟ, ପରମ୍ପରା ଓ ମୂଲ୍ୟବୋଧକୁ ଭଲ ଭାବରେ ନ ଜାଣିଲେ ଏ ଜାତି ଆଗକୁ ବଢ଼ିବ କେମିତି? ସାମଗ୍ରିକ ଭାବରେ ଦେଖିଲେ ବୌଦ୍ଧିକ, ସାଂସ୍କୃତିକ ଓ ନୈତିକ ସ୍ତରରେ ଓଡ଼ିଆମାନଙ୍କର ଅବକ୍ଷୟ ହୋଇଛି, ଏ କଥାକୁ ନିଶ୍ଚିତ ଭାବରେ ସ୍ବୀକାର କରିବାକୁ ହେବ। ଶେଷରେ ଏତିକି କହିବା ଠିକ୍‌ ହେବ, ଆସନ୍ତୁ ପରିବାରରୁ ଅସଲ ସଂସ୍କାର ଆରମ୍ଭ କରିବା। ନିଜକୁ ମାର୍ଜିତ କରି ଉତ୍ତମ ପନ୍ଥା ଆପଣାଇଲେ ଛୋଟ ପିଲାମାନେ ମଧ୍ୟ ଅନୁସରଣ କରିବେ। ତେବେ ଯାଇ ଏ ଜାତି ନିଜକୁ ଏକ ବିକଶିତ ଜାତି ବୋଲି ଗର୍ବରେ କହିପାରିବ।

  • ଅରୁଣ ଦାସ
    ପତରପଡ଼ା, ବରମୁଣ୍ଡଳୀ, ଜଗତ୍‌ସିଂହପୁର
    ମୋ-୭୯୭୮୯୧୮୫୮୬

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?