ବିମାନ ଯାତ୍ରୀଙ୍କ ଘୃଣ୍ୟ କାର୍ଯ୍ୟ

ଓ୍ବାଶିଂଟନ୍‌,୪ା୧: ବିମାନ ଯାତ୍ରାବେଳେ ଆଚରଣ କିପରି ହେବା କଥା ତାହା ଅନେକ ଯାତ୍ରୀ ଭୁଲିଗଲେଣି। ସେମାନେ ନିଜ ନଖରେ ନେଲ୍‌ ପଲିସ୍‌ ଲଗାଇବାଠୁ ନେଇ ୩୫,୦୦୦ ଫୁଟ୍‌ ଉଚ୍ଚତାର ଫ୍ଲୋରରେ ଶୌଚହେବା ପର୍ଯ୍ୟନ୍ତ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ବିମାନରେ ଯାତ୍ରୀଙ୍କ ଶିଷ୍ଟାଚାର ବିଫଳତାର କେତେକ ନିକୃଷ୍ଟତମ ନମୁନା ଏଠାରେ ଉଲ୍ଲେଖ କରାଗଲା।

ଚେକ୍‌ ଗଣତନ୍ତ୍ରର ରାଜଧାନୀ ପ୍ରାଗ୍‌ ଅଭିମୁଖେ ଯାଉଥିବା ଏକ ବିମାନର ବଜେଟ କ୍ଲାସ୍‌ରେ ଯାତ୍ରୀମାନେ ବିବାହ ସେଲିବ୍ରେଶନ କରିବାକୁ ଯାଇ ଜଗରମେଇଷ୍ଟର ପାନ ପୂର୍ବକ ଅନ୍ୟମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଆଜିକାଲି ସୁଉଚ୍ଚ ଆକାଶରେ ଉଡ଼ାଣ ବେଳେ ଏଭଳି ଦୁର୍ବ୍ୟବହାର କରୁଥିବା ଲୋକଙ୍କ ତାଲିକା ଲମ୍ବିବାରେ ଲାଗିଛି। ଏହି ସୂଚୀରେ ସଦ୍ୟ ଯୋଡ଼ି ହୋଇଯାଇଛନ୍ତି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ରବର୍ଟ ଏଫ୍‌. କେନେଡି ଜୁନିୟର। ରବର୍ଟ ଏକ ବିମାନର ବାଥ୍‌ରୁମକୁ ଖାଲିପାଦରେ ଚାଲିକି ଯାଉଥିବାବେଳେ ଅନ୍ୟମାନଙ୍କୁ ଘୃଣିତ ବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଛି। ସେହିପରି ଜଣେ କମ୍‌ ଜଣାଶୁଣା ବ୍ୟକ୍ତି ଏକ ବିମାନ ବାହାରର ଫଟୋ ଉଠାଇବାକୁ ଯାଇ ଓ୍ବିଣ୍ଡୋ ସିଟ୍‌ରେ ବସିଥିବା ମହିଳାଙ୍କ ଉପରକୁ ଢଳିଯାଇଥିଲେ।
ଦଶନ୍ଧି ପୂର୍ବରୁ ଖରାପ ବ୍ୟବହାର ଦେଖାଉଥିବା ଯାତ୍ରୀଙ୍କ ବିରୋଧରେ ସହଯାତ୍ରୀମାନେ ଅଭିଯୋଗ କଲେ ହିଁ ତା’ର ବିଚାର ହେଉଥିଲା। ଆଜିକାଲି ଯାତ୍ରୀ ଘଟାଉଥିବା ଅପରାଧର ଫଟୋ ଓ ଭିଡିଓ ନିଆଯାଇପାରୁଛି। ସେଗୁଡ଼ିକ ସୋସିଆଲ ମିଡିଆ ଜରିଆରେ ଇଣ୍ଟରନେଟ୍‌ରେ ବହୁଳ ପ୍ରସାର ଲାଭ କରୁଥିବାରୁ ସମ୍ପୃକ୍ତ ଯାତ୍ରୀଙ୍କୁ ହଟହଟା ହେବାକୁ ପଡ଼ୁଛି। ସବୁଠୁ ଖରାପ ଅପରାଧ ବ୍ୟତୀତ ନିଶାସକ୍ତ ହୋଇ ମାରପିଟ କିମ୍ବା ଜାତିଆଣ ଆକ୍ଷେପ କରିବା ଏପରି କି କ୍ୟାବିନ୍‌ କ୍ରିଉଙ୍କୁ ଆକ୍ରମଣ କରିବା ଭଳି ଯାତ୍ରୀଙ୍କ ଦୁର୍ବ୍ୟବହାରର ଅଗଣିତ ଉଦାହରଣ ରହିଛି। ଏଭଳି ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯିବା ସମ୍ଭବ ହେଉ ନ ଥିବାରୁ ସେମାନଙ୍କ ସହ ଦୁର୍ଭାଗ୍ୟବଶତଃ ସମାନ କ୍ୟାବିନ୍‌ରେ ଯାତ୍ରା କରୁଥିବା ଅନ୍ୟମାନେ କ୍ରୋଧିତ ହୋଇଯାଆନ୍ତି। ଗତ କିଛି ବର୍ଷରେ ବିମାନ ଯାତ୍ରାବେଳେ ମାନବ ଜାତି ବିରୋଧରେ ସବୁଠୁ ନିକୃଷ୍ଟ ଅପରାଧଗୁଡ଼ିକୁ ଯୋଡ଼ି ଦେଖିଲେ ଭ୍ରୂକୁଞ୍ଚନ ସୃଷ୍ଟିକାରୀ ଅନେକ ଦୃଷ୍ଟାନ୍ତ ସାମ୍ନାକୁ ଆସିଥାଏ।

ହେୟାର ହାରାସ୍‌ମେଣ୍ଟ

ଲମ୍ବା ଚୁଟି ରଖିଥିବା ଯାତ୍ରୀମାନେ ନିଜ କେଶକୁ ସେମାନଙ୍କ ସିଟ୍‌ ପଛକୁ କରିଦେବା ଏକ ବିରକ୍ତିକର ବ୍ୟବହାର। ବିଶେଷକରି ଯାତ୍ରାବେଳେ ବାରମ୍ବାର ଏପରି ହେଲେ ଆହୁରି ଖରାପ ଲାଗିଥାଏ। ଏନେଇ ବିମାନ ଯାତ୍ରୀ ବେଞ୍ଜାମିନ୍‌ ପାର୍କର ନିଜ ତିକ୍ତ ଅନୁଭୂତିର ଅବତାରଣା କରିଛନ୍ତି। ବେଞ୍ଜାମିନ୍‌ କହିଛନ୍ତି, ଏକଦା ଯାତ୍ରାବେଳେ ସେ ଅନେକ ଥର ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଗ ସିଟ୍‌ରେ ବସିଥିବା ଯାତ୍ରୀଙ୍କ ଚୁଟିକୁ ହଟେଇଦେବା ବ୍ୟତୀତ ଅନ୍ୟ କିଛି ଉପାୟ ନ ଥିଲା ତାଙ୍କର। ବିମାନରେ ରାତ୍ରିଭୋଜନର ଚିକେନ୍‌ ଓ ଆଳୁରେ ଜଣେ ଯାତ୍ରୀଙ୍କ ଚୁଟି ଲାଗିଯାଇଥିଲା। ସେ ବାଧ୍ୟହୋଇ ବିରକ୍ତି ପ୍ରକାଶ କରିଥିଲେ। କିନ୍ତୁ ଟ୍ରେ ଉପରେ ଯାତ୍ରୀଙ୍କ କେଶ ପୁଣି ଥରେ ପଡ଼ିଯାଇଥିଲା।

ଫୁଟ୍‌ଲୁଜ୍‌ (ଦାୟିତ୍ୱହୀନ ଚାଲି)

ଆମେରିକୀୟ ରାଜନେତା ରବର୍ଟ ଏଫ୍‌ କେନେଡି ଜୁନିୟର ନିକଟରେ ଏକ ବିମାନ ଟଏଲେଟ୍‌କୁ ଖାଲିପାଦରେ ଯାଇ ବିବାଦୀୟ ହୋଇଥିଲେ। ଡେମୋକ୍ରାଟ୍‌ ରବର୍ଟ ହେଉଛନ୍ତି ଆମେରିକାର ୩୫ତମ ରାଷ୍ଟ୍ରପତି ଜନ୍‌ ଏଫ୍‌. କେନେଡିଙ୍କ ପୁତୁରା। ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ସେ ସ୍ବାଧୀନ ପ୍ରାର୍ଥୀ ରୂପେ ମଇଦାନକୁ ଓହ୍ଲାଇଛନ୍ତି। ସେ ବିନା ଜୋତାରେ ବିମାନ ଭିତରେ ବୁଲିବାବେଳର ଫଟୋ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି।
ଇନ୍‌ଷ୍ଟିଚ୍ୟୁଟ୍‌ର କାର୍ଯ୍ୟନିର୍ବାହୀ ସମ୍ପାଦକ ତଥା ଷ୍ଟପିଙ୍ଗ୍‌ସୋସିଆଲିଜମ୍‌ ଡଟ୍‌ କମ୍‌ ମୁଖ୍ୟ ସମ୍ପାଦକ ଜଷ୍ଟିନ୍‌ ହସ୍କିନ୍ସ ନିକଟରେ ଫାଷ୍ଟକ୍ଲାସ୍‌ ଟ୍ରିପ୍‌ରେ ଯାତ୍ରା ବେଳର ନିଜ ଅଡ଼ୁଆ ଅନୁଭୂତି ବଖାଣିଛନ୍ତି। ଜଷ୍ଟିନ୍‌ କହିଛନ୍ତି, ତାଙ୍କ ସାମ୍ନା ସିଟ୍‌ରେ ବସିଥିବା ଜଣେ ଯାତ୍ରୀଙ୍କୁ ସେ ରବର୍ଟ ବୋଲି ମନେକରିଥିଲେ। ବ୍ୟକ୍ତି ଜଣକ ବାଥ୍‌ରୁମ ଆଡ଼କୁ ଯାଉଥିବାବେଳେ ପାଦରେ ଜୋତା କି ମୋଜା ନ ଥିଲା। ଫ୍ଲୋର୍‌ରେ ଖାଦ୍ୟ ବିଛାଡ଼ିହୋଇ ପଡ଼ିଥିଲା। ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ବ୍ୟକ୍ତି ପ୍ଲେନ୍‌ର ଫାଷ୍ଟ କ୍ଲାସ୍‌ରେ ଏପରି କରିପାରନ୍ତି। ଏହା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ପଛରୁ ଗୋଇଠା

ବିମାନ ଯାତ୍ରୀ ନାଟାଲିଏ ଓ୍ବିଲ୍‌ସନ୍‌ ଝିଅଙ୍କ ଛୁଟିଦିନରେ ର଼୍ୟାନ୍‌ଏୟାର ପ୍ଲେନ୍‌ରେ ନିଜ ବାନ୍ଧବୀଙ୍କ ସହ କ୍ରୋଏସିଆକୁ ଯାଉଥିଲେ। ସେମାନଙ୍କୁ ସ୍ବଳ୍ପବୟସ୍କ ପିଲାଙ୍କ ଧାଡ଼ି ସାମ୍‌ନାରେ ବସାଯାଇଥିଲା। ୨ ଘଣ୍ଟା ୨୦ ମିନିଟ୍‌ର ଯାତ୍ରାବେଳେ ଭବିଷ୍ୟତରେ ଭଲ ଫୁଟ୍‌ବଲ ଖେଳାଳି ହେବାକୁ ଆଶା ରଖିଥିବା ଏହି ପିଲାମାନେ ସେମାନଙ୍କ ପିଠିରେ ମସାଜ୍‌ କରିବାରେ ଲାଗିଥିଲେ। ମନେହେଉଥିଲା, ମା’ମାନେ ସେମାନଙ୍କୁ ଶିଖାଇଥିବା ଭଦ୍ରାମିର କୌଣସି ପ୍ରଭାବ ପିଲାଙ୍କ ଉପରେ ପଡ଼ିନାହିଁ। ନାଟାଲିଏ ସମ୍ପୂର୍ଣ୍ଣ ଯାତ୍ରାବେଳେ ତାଙ୍କ ମୁଣ୍ଡକୁ ପଛରୁ ଗୋଇଠା ମାରୁଥିବା ପିଲା ଓ ସେମାନଙ୍କ ରିଙ୍ଗ୍‌ଲିଡର ‘ସେଲ୍‌ଓ୍ବିନ୍‌’ଙ୍କୁ ଅଭିଶାପ ଦେଇଚାଲିଥିଲେ।

ନେଲ୍‌ ପଲିସ୍‌

ନିକଟରେ ଜଣେ ମହିଳା ବିମାନ ଯାତ୍ରୀ ନିଜ ନଖରେ ନେଲ୍‌ ପଲିସ୍‌ ଲଗାଉଥିଲେ। ସେ ସାଙ୍ଗରେ ବିୟର ମଧ୍ୟ ନେଇଥିଲେ। ଜଣେ ସହଯାତ୍ରୀ ଏହାର ଫଟୋ ଉଠାଇଥିଲେ, ଯାହାକୁ ଆଭିଏଶନ୍‌ ରାଇଟର ଜେଟି ଜେଣ୍ଟର ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ଶେୟାର କରିଥିଲେ। ସେଥିରେ ସେ ଲେଖିଥିଲେ- ନେଲ୍‌ ପଲିସ୍‌ ୟୁଜର୍ସ, ଆପଣ ଏକ ଆବଦ୍ଧ ସ୍ଥାନରେ ଥିବା ଯାଏ ଦୟାକରି ଅପେକ୍ଷା କରନ୍ତୁ ନାହିଁ। ଆମ ମଧ୍ୟରୁ ଅନେକେ ଏଭଳି ବିଷାକ୍ତ ଗନ୍ଧକୁ ସହ୍ୟ କରିପାରୁ ନାହୁଁ। ଆପଣ ସାଙ୍ଗରେ ଏଫ୍‌ଓ୍ବାଇଆଇ ଆଲ୍‌କୋହଲ ଡ୍ରିଙ୍କ୍‌ସ ବିମାନକୁ ନେଇ ଯାଇଥିବା ମଧ୍ୟ ଆଇନ ସମ୍ମତ ନୁହେଁ। ତେବେ ଫଟୋଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସମ୍ପୃକ୍ତ ମହିଳା ଯାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ହଟହଟା ହେବାକୁ ପଡ଼ିଥିଲା।

ଧୂମପାନ

୨୦୨୨ ଡିସେମ୍ବରରେ ଜଣେ ବିମାନ ଯାତ୍ରୀ ପକେଟରୁ ସିଗାରେଟ୍‌ ଓ ଲାଇଟର ବାହାର କଲେ। ସେ ସିଗାରେଟ୍‌ରେ ନିଅଁା ଲଗାଇବାକୁ ଯାଉଥିବାବେଳେ ଜଣେ ସୁନ୍ଦରୀ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ତାଙ୍କ ହାତରୁ ସିଗାରେଟ୍‌ ଛଡ଼ାଇନେଇଥିଲେ। ଏହି ଦୃଶ୍ୟକୁ ଜଣେ ସହଯାତ୍ରୀ ନିଜ କ୍ୟାମେରାରେ କଏଦ୍‌ କରିଥିତ୍ଲେ। ଫଟୋଟି ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିଲା।

ଟଏଲେଟ୍‌ ଟ୍ରବୁଲ

ଗତ ଅକ୍ଟୋବରରେ ଲଣ୍ଡନ ଯାଉଥିବା ଇଜିଜେଟ୍‌ ବିମାନର ଟଏଲେଟ୍‌ ଫ୍ଲୋର୍‌ରେ ଜଣେ ଯାତ୍ରୀ ଝାଡ଼ା କରିଦେଇଥିଲେ। ଫଳରେ ଉକ୍ତ ବିମାନର ଉଡ଼ାଣକୁ ସ୍ଥଗିତ ରଖାଯାଇଥିବା ପାଇଲଟ୍‌ ଘୋଷଣା କରିଥିଲେ। କ୍ଷୁବ୍ଧ ଯାତ୍ରୀମାନେ ଟେନେରିଫେରେ ଅଧିକ ଗୋଟିଏ ରାତି ରହିବାକୁ ବାଧ୍ୟ ହୋଇଥିଲେ। ଏକ୍ସ’ରେ ଶେୟାର କରାଯାଇଥିବା ଏକ ଭିଡିଓରେ ଦେଖାଯାଇଥିଲା, ବିମାନର ପାଇଲଟ୍‌ କହୁଥିଲେ-ଆମକୁ ଏଠାରେ ରାତିଟିଏ ରହିବାକୁ ପଡ଼ିବ। ଯେଉଁମାନଙ୍କର ଶୌଚ ହେବାର ଅଛି ସେମାନେ ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?