Posted inଫୁରସତ

ଅଭୁଲା ଦଶହରା

ଆସିଛି ପାର୍ବଣର ଋତୁ। ମା’ଙ୍କ ଆଗମନରେ ଗାଁଠୁ ସହର ଉତ୍ସବମୁଖର। ସଭିଙ୍କ ମନରେ ଖେଳିଯାଇଛି ଅପୂର୍ବ ଆନନ୍ଦ। ତେବେ ଏମିତିରେ କେବେକେବେ ମନେପଡ଼ିଯାଏ ପିଲାଦିନ ଦଶହରା କଥା । ଯାହାକି ଏବେବି ଅଭୁଲା ଅନୁଭୂତି ହୋଇ ରହିଛି ମନ ଭିତରେ…

ଭସାଣିରେ ମିଳୁଥିଲା ଯାତ୍ରା ଖର୍ଚ୍ଚ
ସଞ୍ଜୟ ନାୟକ (ନିର୍ଦ୍ଦେଶକ)- ଦଶହରା ସମୟ ଆସିଲେ ମନ କେତେ ଖୁସି ହୋଇଯାଏ, ସେ କଥା ମୋ’ ଭଳିଆ ଜଣେ କଟକିଆ ହିଁ ବେଶ୍‌ ଭଲରେ ବୁଝିପାରିବ। ଯଦିଓ ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବେଶ୍‌ ଜାକଜମକରେ ମା’ ଦୁର୍ଗାଙ୍କ ପୂଜା କରାଯାଉଛି, ହେଲେ କଟକରେ ଦଶହରା ଦେଖିବାର ମଜା ଅଲଗା। ମନେପଡୁଛି ପିଲାଦିନ। କଟକ ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ହେଉଛି ଚାନ୍ଦିମେଢ଼ ଓ ସୁନା ମକୁଟରେ ସଜ୍ଜିତ ମା’ଙ୍କ ମୃଣ୍ମୟ ମୂର୍ତ୍ତି। ପୂଜା ଦେଖିବାକୁ ବାହାରୁ ଲୋକେ ଦିନରେ କିମ୍ବା ସଂଧ୍ୟାରେ ଆସନ୍ତି, ହେଲେ ଆମେ ବାହାରୁ ରାତିରେ। ରାତିସାରା କଟକ ସହରର ବିଭିନ୍ନ ସ୍ଥାନରେ ପୂଜାମଣ୍ଡପ ବୁଲିବା ସାଙ୍ଗକୁ ମେଲୋଡ଼ି ଦେଖାର ମଜା ଥିଲା ନିଆରା। ତେବେ ସବୁଠୁ ମଜା ଲାଗୁଥିଲା ଭସାଣି ଦିନ। କାହିଁକି ନା ସେଦିନ ନୂଆ ଡ୍ରେସ୍‌ ପିନ୍ଧା ହେଉଥିଲା ଆଉ ତା’ ସାଙ୍ଗକୁ ଜେଜେମା’ ଆଉ ପରିବାରର ଅନ୍ୟ ବଡ଼ ସଦସ୍ୟମାନଙ୍କଠାରୁ ଯାତ୍ରା ଖର୍ଚ୍ଚ ବି ମିଳୁଥିଲା। ସେ ଟଙ୍କାରେ ଅନ୍ୟ କିଛି କିଣୁ କି ନ କିଣୁ, ଖେଳନା ବନ୍ଧୁକ ଆଉ ରିଲ୍‌ ବାଣ ନିହାତି କିଣୁଥିଲୁ। ଘର ପାଖାପାଖି ଯେତେସବୁ ଘରେ ଛୋଟ ପିଲା ଥିଲେ ସମସ୍ତଙ୍କ ଘରୁ ଖାଲି ଠୋ ଠା ବାଣଶବ୍ଦ ହିଁ ଆସୁଥିଲା। ଆମ ଘର ବାଟ ଦେଇ ସହରର ସମସ୍ତ ମେଢ଼ ଦେବୀଗଡ଼ା ପର୍ଯ୍ୟନ୍ତ ଯାଉଥିଲା। ସବୁ ସାହି ମେଢ଼ ଏକାଠି ବକ୍ସିବଜାରରୁ ଚୌଧୁରୀ ବଜାର ପର୍ଯ୍ୟନ୍ତ ଯେତେବେଳେ ଏକାଠି ହେଉଥିଲେ ଦେଖିବାକୁ ଖୁବ୍‌ ମଜା ଲାଗୁଥିଲା। ମେଢ଼ ସାଙ୍ଗେ କମ୍ପିଟିଶନ୍‌ରେ ଅଲଗା ଅଲଗା ପ୍ରସେଶନ୍‌ ଆସୁଥିଲା ଓ ଆମେ ନିର୍ଧୂମ୍‌ ନାଚୁଥିଲୁ। ଭସାଣି ବେଳର ଘୋଡ଼ାନାଚ, ଶିଖରପୁର ମେଢ଼ ସହ ଆସିଥିବା ଶ୍ରୀକାକୁଲମ୍‌ ବାଜାର ମଜା ଆଜିକାଲିର ଡିଜେରେ କାହିଁ! ବର୍ଷ ପରେ ବର୍ଷ ବିତୁଛି ଏବଂ ଆହୁରି ନୂଆନୂଆ ଢଙ୍ଗରେ ପୂଜା କରାଯାଉଛି, ହେଲେ ସେତେବେଳର କଟକ ଦଶହରା ମଜା ସତରେ ନିଆରା ଆଉ ଅଭୁଲା।
ସେଦିନର ମେଢ଼ ଦେଖିବାର ମଜା ଭୁଲିନି: ଡା. ସରୋଜିନୀ ଷଡ଼ଙ୍ଗୀ
(ସ୍ତ୍ରୀ ରୋଗ ବିଶେଷଜ୍ଞା, କଟକ)-
ପାର୍ବଣର ଏ ପରମଲଗ୍ନରେ ସାରା ପୃଥିବୀ ଆଜି ପୁଲକିତ। ମା’ଦୁର୍ଗା ଏବଂ ଦେବୀ ମେଢ଼ର ସାଜସଜ୍ଜା, ଚଣ୍ଡୀପାଠର ବିରଳ ମନ୍ତ୍ରଧ୍ୱନି, ନବରାତ୍ରି ପୂଜା ସମସ୍ତଙ୍କ ହୃଦୟକୁ ଏକ ଦିବ୍ୟ ଆନନ୍ଦରେ ଭରିଦିଏ। ସବାଶେଷରେ ହୁଏ ମେଢ଼ବୁଲା ଓ ଦେବୀଦର୍ଶନ। ମନେପଡୁଛି ଅନେକ ଦିନ ତଳର କଥା। ମୁଁ ସ୍କୁଲ୍‌ରେ ପଢୁଥିଲି ଏବଂ ଆମେ ରହୁଥିଲୁ ବ୍ରହ୍ମପୁରରେ। ସେତେବେଳେ କଟକରେ ଦୁର୍ଗାପୂଜା ଭାରି ସୁନ୍ଦର ଭାବରେ ହେଉଥିଲା। ନନା (ମୋ ବାପା) ଛୁଟି ନେଇ ବୋଉ ଓ ଆମ ଭାଇଭଉଣୀଙ୍କୁ ନେଇ କଟକ ଦୁର୍ଗାପୂଜା ଦେଖିବାକୁ ଆସିଲେ। ଆମେ ଟ୍ରେନ୍‌ରେ ଆସି କଟକରେ ପିଉସୀଙ୍କ ଘରେ ରହି ସଂଧ୍ୟାବେଳେ ଦୁଇଟି ରିକ୍‌ସାରେ ବାହାରିଲୁ। ସେଦିନ ଥିଲା ଦୁର୍ଗାଷ୍ଟମୀ। ନନା ସବୁବେଳେ କୁହନ୍ତି, ସବୁବେଳେ ଦୁର୍ଗାଷ୍ଟମୀ ଦିନ ଦେବୀଙ୍କୁ ଦର୍ଶନ କରିବ, କାରଣ ସେଦିନ ଦେବୀଙ୍କ ମୁହଁରୁ ଏକ ଅଖଣ୍ଡ ତେଜ ବାହାରୁଥାଏ। ଆମେ ରିକ୍‌ସାରେ ଧକଡ଼ ଚକଡ଼ ହୋଇ ରାଣୀହାଟ ସହ କଲେଜଛକ ମେଢ଼ ଦେଖି ପହଞ୍ଚତ୍ଲୁ ଛତ୍ରବଜାର ଭିତରେ। କେଉଁଠି ମା’ଙ୍କର ମୃଣ୍ମୟ ମୂର୍ତ୍ତି ତ’ ଆଉ କେଉଁଠି ଶିବ-ପାର୍ବତୀ ମୂର୍ତ୍ତି। ଛତ୍ରବଜାର ହେଉଛି ପରିବାର ପେଣ୍ଠସ୍ଥଳୀ। ତା’ ଭିତରେ ଦେଖିଲୁ ଗୋଟିଏ ଜାଗାରେ ପ୍ରବଳ ଭିଡ଼ ହୋଇଛି। ଆମେ ରିକ୍‌ସାରୁ ଓହ୍ଲାଇ ସେଠିକି ଗଲାବେଳକୁ ବିଭିନ୍ନ ପ୍ରକାର ମୂର୍ତ୍ତି ଦେଖିଲୁ। ଉପରେ ଲେଖା ହୋଇଛି, ପରିବା କାଟ୍‌କାଟ୍‌, ମସଲା ବାଟ୍‌ବାଟ୍‌। ସ୍ତ୍ରୀଲୋକର ମୂର୍ତ୍ତିଟିଏ ପନିକି ଧରି ପରିବାଗୁଡ଼ିକ କାଟି ପକାଉଛି। ଆଉ ଗୋଟିଏ ଜାଗାରେ ଆଉ ଗୋଟିଏ ସ୍ତ୍ରୀଲୋକ ଶିଳ ଉପରେ ଶିଳପୁଆ ଧରି ମସଲାକୁ ବାଟି ପକାଉଛି। ସେଇଠି ଆଉ ଗୋଟିଏ ମୂର୍ତ୍ତି ଢିଙ୍କି ଉପରେ ପାଦ ରଖି କୁଟି ପକାଉଛି। ତା’ ପାଖକୁ ଲାଗି ଜଣେ ସ୍ତ୍ରୀଲୋକ କୂଅରୁ ଗରା ଗରା ପାଣି କାଢ଼ି ପକାଉଛି। ଏସବୁ ମୂର୍ତ୍ତିଙ୍କର ସାଜସଜ୍ଜା ସହ କାମ ଓ ହାବଭାବ ଦେଖି ଆମେ ହସିହସି ଗଡ଼ିଗଲୁ, ଯାହା ମୁଁ ଆଜିଯାଏଁ ଭୁଲି ନାହିଁ। ତା’ ପରେ ବକ୍ସିବଜାର ମେଢ଼ ଦେଖି ସମସ୍ତେ ଦହିବରା ଓ ଆଳୁଦମ୍‌ ଖାଇଲୁ, କିନ୍ତୁ ଚାନ୍ଦିନୀଚୌକ ମେଢ଼ ଦେଖିବାକୁ ଗଲାବେଳକୁ ଟ୍ରାଫିକ୍‌ ଜାମ୍‌ ହୋଇଗଲା। ସାରା ରାତି ବସିରହିଲୁ ରିକ୍‌ସା ଉପରେ। ଏବେ ମଧ୍ୟ ମେଢ଼ ଦେଖିବାର ମଜା ମୁଁ ଭୁଲିନି। ବର୍ତ୍ତମାନ ମେଢ଼ ଦେଖିବାର ସେ ଆନନ୍ଦ ଓ ପିଲାଳିଆମି ମୋ ଭିତରେ ବଞ୍ଚତ୍ଛି।
ଆନମନା କରେ ପିଲାବେଳର ମଉଳା ସ୍ମୃତି: ଗୋପାଳକୃଷ୍ଣ ଦାସ (ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ, ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା)- ପିଲାବେଳେ ଦୁର୍ଗାପୂଜା ସମୟ ପାଖେଇ ଆସିଲେ ମନରେ ଏକ ଅପୂର୍ବ ଉତ୍କଣ୍ଠା ଭରିଯାଏ। ବିଶେଷକରି ଆମ କରଣ ଜାତିରେ ଏହା ଏକ ମୁଖ୍ୟ ପର୍ବ କୁହାଯାଇପାରେ। ଦୁର୍ଗାଷ୍ଟମୀ ବେଳେ ଭିନ୍ନଭିନ୍ନ ଜାତି ପାଟକଙ୍କ କୌଳିକ ବୃତ୍ତିରେ ବ୍ୟବହୃତ ସାଜସରଞ୍ଜାମ ପୂଜା ହୁଏ। ଯୁଦ୍ଧରେ ଗୁରୁଦାୟିତ୍ୱ ତୁଲାଉଥିବା କରଣମାନଙ୍କ ଘରେ ଖଣ୍ଡା, ପୋଥି ବସାଯାଏ। ଅସି ଓ ମସି ସହ ସଂଶ୍ଳିଷ୍ଟ କୁଳୀନ କରଣଙ୍କ ଘରେ ତାଳପତ୍ର ପୋଥି, ବିଭିନ୍ନ ଆକୃତିର ଲେଖନୀ, ତାଳପତ୍ରଚିରା ବେଣ୍ଟଲଗା ଛୋଟ ଛୁରି, କୁଟିକାମକରା ପିଢ଼ାରେ ସାଲୁକନା ଉପରେ ରଖାଯାଏ। ଖଣ୍ଡା, ଢାଲ, ବାଙ୍କଛୁରି, କଟାବାଡି ଆଦି ଅସ୍ତ୍ରଶସ୍ତ୍ରରେ ସିନ୍ଦୂର, ଭାଗବତ, ରାମାୟଣ ଆଦି ପୁରାଣ ପୋଥିମାନଙ୍କରେ ଚନ୍ଦନ ଟୋପା ଦିଆଯାଏ। ଉଖୁଡ଼ା, ପିଠାପଣା, ଭୋଗରାଗ, ଧୂପଦୀପ, ଝୁଣାଧୂଅଁାରେ ଘର ମହକିଯାଏ। ସଞ୍ଜ ଗଡ଼ିଲେ କାଗଜରେ ‘ଓଁ ଶୁଭମସ୍ତୁ’ ଲେଖି ପୋଥି ଲେଖନି ଉଠାଯାଏ। ଖୋର୍ଦ୍ଧା ସନ୍ନିକଟ ହଳଦିଆ ଗଡ଼ରେ ଥିବା ବରୁଣେଇ ପୀଠରେ ଅଷ୍ଟଧାତୁର କନକଦୁର୍ଗା ପୂଜା ପାଆନ୍ତି। ବେଶ୍‌ ଧୁମ୍‌ଧାମରେ ପୂଜା ପାଳନ କରାଯାଏ। ଯଦିଓ ଏବେବି ପ୍ରତିବର୍ଷ ଦୁର୍ଗାପୂଜା ପାଳନ ହେଉଛି, ହେଲେ ଧୀରେ ଧୀରେ ଲିଭି ଲିଭି ଆସିଥିବା ବଉଳଫୁଲ ଭଳି ପିଲାବେଳର ସେ ମଉଳା ସ୍ମୃତି ଏବେବି ମନକୁ ଆନମନା କରେ।
ଆମ୍ବପତ୍ର ମାଳରେ ମଣ୍ଡପ ସଜାହେଉଥିଲା: ବଙ୍କିମ ଚନ୍ଦ୍ର ନାୟକ (ବିଶିଷ୍ଟ ଶିଶୁ ସାହିତି୍ୟକ)- ପିଲାଦିନେ ସବୁ ପର୍ବ ପର୍ବାଣିରେ ଏକ ଭିନ୍ନ ମଜାଥିଲା। ବିଶେଷ କରି ଦଶହରା ସମୟରେ ବୁଲା ବୁଲି କରିବା ସତରେ ଖୁବ୍‌ ଆନନ୍ଦ ଲାଗୁଥିଲା। ମନେ ପଡୁଛି ସେ ସମୟରେ ଭୁବନେଶ୍ୱରରେ ଓଲ୍ଡ ଟାଉନ, ଷ୍ଟେସନ୍‌ ବଜାର, ବାପୁଜୀ ନଗର ଆଦି ମାତ୍ର ୪-୫ଟି ସ୍ଥାନରେ ଦୁର୍ଗାପୂଜା ହେଉଥିଲା। ୬ଷ୍ଠ ଶ୍ରେଣୀରେ ପଢିବା ବେଳେ ବାପାଙ୍କ ସାଙ୍ଗେ ସାଇକେଲ୍‌ରେ ପୂଜା ଦେଖିବାକୁ ଆସିଥିଲି। ରଙ୍ଗିନ କାଗଜ ପତାକା ଆଉ ଆମ୍ବପତ୍ର ମାଳରେ ମଣ୍ଡପ ସଜାଯାଇଥିଲା। ରାତିରେ ମଣ୍ଡପରେ ପେଟ୍ରୋମାକ୍ସ ଲାଇଟ୍‌ ଜଳୁଥିଲା। ପାଖରେ ଛୋଟ ଛୋଟ ଖେଳନା ଦୋକାନ ବସିଥିଲା। ସେଠାରୁ ପ୍ଲାଷ୍ଟିକ୍‌ର ଖଣ୍ଡା କିଣିଥିଲି ଗାଁରେ ଯାତ୍ରା କରିବୁ ବୋଲି। ପାଖରେ ହେଉଥିବା କଣ୍ଡେଇ ନାଚ ଦେଖିଲୁ। ଏବେ ଭଳି ସେତେବେଳେ ରାତିରେ ଗହଳି ନ ଥିଲା। ରାତି ପ୍ରାୟ ୯ଟା ହେବାରୁ ଘରକୁ ଫେରିଯିବାକୁ ବାହାରିଲୁ। ହେଲେ ହଠାତ୍‌ ଟାୟାର୍‌ ଲିକ୍‌ ହୋଇଗଲା କଳ୍ପନା ଛକଠାରେ। ବାଧ୍ୟ ହୋଇ ବାପପୁଅ ସାଇକେଲ୍‌ ଗଡାଇ ଗଡାଇ କିଛି ବାଟ ଚାଲିଲୁ। ଥକିଯିବାରୁ ସେଠାକାର ଜଣେ ବାସିନ୍ଦାଙ୍କୁ ସାହାଯ୍ୟ ମାଗିଲୁ। ସାଇକେଲ୍‌ଟି ଧରି ଚାଲିବା କଷ୍ଟ ହୋଉଥିବାରୁ ଗୋଟିଏ ରାତି ପାଇଁ ତାଙ୍କ ଘରେ ରଖି ପରଦିନ ଆସି ନେଇଯିବୁ ବୋଲି କହିଲୁ। ଏକଥା ଶୁଣିବା ପରେ ସେ ତୁରନ୍ତ ସାଇକେଲ୍‌କୁ ତାଙ୍କ ବାରଣ୍ଡାରେ ରଖିଲେ। ଏତେରାତିରେ ଚାଲି ନ ଯିବା ପାଇଁ କହି ଆମକୁ ନିଜ ସ୍କୁଟରେ ଆଣି ଘରେ ଛାଡିଥିଲେ। ଏବେବି ଦଶହରା ଆସିଲେ ସେଦିନର କଥା ଆଖିଆଗରେ ନାଚିଉଠେ ଆଉ ସେ ହୃଦୟବାନ୍‌ ବ୍ୟକ୍ତିଙ୍କ କଥା ମନେ ପଡିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?