ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ ଶେଷ ସୁଦ୍ଧା ୫ ଉଇକେଟ ହରାଇ ୩୦୦ ରନ କରିଛି। ଏହା ପଡିକଲଙ୍କର କ୍ରମାଗତ ଦ୍ୱିତୀୟ ଟେଷ୍ଟ ଶତକ। ଷ୍ଟମ୍ପ ଅପସାରଣ ବେଳକୁ ଧ୍ରୁବ ଜୁରେଲ ୭ ଓ ପଦାର୍ପଣକାରୀ ସାଂରାଶ ଜୈନ ୪ ରନରେ ବ୍ୟାଟିଂ କରୁଛନ୍ତି। ଏହି ମ୍ୟାଚ୍‌ ଜରିଆରେ ଅଫ୍‌ ସ୍ପିନର ସାରାଂଶ ଜୈନ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି।

ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯଶସ୍ବୀ ଜୟସ୍ବାଲ (୪୫ ରନ, ୯ ଚୌକା) ଓ ଲୋକେଶ ରାହୁଲ (୧୮ ରନ, ୨ ଚୌକା ଓ ୧ ଛକା) ଭଲ ଆରମ୍ଭ କରିଥିଲେ। ହେଲେ ମିଳିଥିବା ଆରମ୍ଭକୁ ଦୁହେଁ ବଡ଼ ସ୍କୋରରେ କନଭର୍ଟ କରିପାରି ନ ଥିଲେ। ନଂ.୩ରେ ଆସିଥିବା ପଡିକଲ ୧ ରନ କରିବା ମଧ୍ୟରେ ଦୁଇ ଥର ଜୀବନଦାନ ପାଇଥିଲେ। ଏହାର ପରିଣାମ ସ୍ବରୂପ ପଡିକଲ, ଅଧିନାୟକ ଶୁବମନ ଗିଲଙ୍କ ସହ ମିଶି ତୃତୀୟ ଉଇକେଟରେ ୧୨୦ ରନ ଯୋଡ଼ିଥିଲେ। ଅର୍ଦ୍ଧଶତକ ପୂରଣ କରିବା ପରେ ଗିଲ (୫୦) ପାଭିଲିଅନ ଫେରିଥିଲେ।

ଉଇକେଟକିପର ବ୍ୟାଟର ରିଷଭ ପନ୍ତ ୩ ରନ କରିଥିବା ବେଳେ ଘରୋଇ ପେସର ଲାହିରୁ କୁମାରାଙ୍କ ଏକ ଶର୍ଟ ପିଚ୍‌ ବଲକୁ ପୁଲ କରିବା ଯାଇ ବାମହାତରେ ଆଘାତ ପାଇଥିଲେ। ଏଥିଯୋଗୁ ସେ ରିଟାୟର୍ଡ ହର୍ଟ ହୋଇ ପାଭିଲିଅନ ଫେରିଥିଲେ। ଏହାପରେ ପଡ଼ିକଲ ଓ ରବୀନ୍ଦ୍ର ଜାଡେଜା ୭୪ ରନ ଯୋଡ଼ି ଦଳୀୟ ସ୍କୋରକୁ ୨୮୦ ରନ ଅତିକ୍ରମ କରାଇଥିଲେ। ଶତକୀୟ ଇନିଂସ ଖେଳିଥିବା ପଡ଼ିକଲ (୧୧୭ ରନ, ୧୨ ଚୌକା) ଘରୋଇ ପେସର କେଶରା ନୁଓ୍ବାନ୍ଥାଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଶ୍ରୀଲଙ୍କା ଦଳ ନୂଆ ବଲ ବ୍ୟବହାର କରିବା ପରେ ଜାଡେଜା (୪୩ ରନ, ୪ ଚୌକା)ଙ୍କୁ ଆଶିଥା ଫର୍ନାଣ୍ଡୋ ବୋଲ୍ଡ କରିଥିଲେ। ଘରୋଇ ଶ୍ରୀଲଙ୍କା ପାଇଁ ଆଶିଥା ଫର୍ନାଣ୍ଡୋ ୩ ଉଇକେଟ ନେଇଥିବା ବେଳେ ଲାହିରୁ କୁମାରା ଓ କେଶରା ନୁଓ୍ବାନ୍ଥା ଗୋଟିଏ ଲେଖାଏ ଉଇକେଟ ହାତେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?