ଅଭିତାଭ-ରେଖାଙ୍କ ପ୍ରଥମ ଫିଲ୍ମ ହୋଇନାହିଁ ରିଲିଜ, ଜାଣନ୍ତୁ କାରଣ…

ମୁମ୍ବାଇ: ବଲିଉଡ ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଏବଂ ରେଖାଙ୍କ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରନ୍ତି। ଏହି ଯୋଡି ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ପରଦାରେ ଅମିତାଭ ଏବଂ ରେଖାଙ୍କ କେମେଷ୍ଟ୍ରି ଚମତ୍କାର ଥିଲା। ଏହି ଦୁଇଜଣଙ୍କର ପ୍ରଥମ ୧୯୭୬ ଚଳଚ୍ଚିତ୍ର ‘ଦ ଅଞ୍ଜାନେ’ବୋଲି କୁହାଯାଏ। ହେଲେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ଏହାର ୪ ବର୍ଷ ପୂର୍ବରୁ ୧୯୭୨ରେ , ଉଭୟ ଏକାଠି ଏକ ଫିଲ୍ମ ପାଇଁ ସାଇନ୍‌ କରିଥିଲେ। ଯାହା କେବେ ବି ରିଲିଜ ହୋଇନାହିଁ। ଏକ ରିପୋର୍ଟ ଅନୁଯାୟୀ, ରେଖା ଏବଂ ଅମିତାଭ ପ୍ରଥମେ ନିର୍ମାତା ଜିଏମ ରୋଶନ ଏବଂ ନିର୍ଦ୍ଦେଶକ କୁନ୍ଦନ କୁମାରଙ୍କ ‘ଅପନେ ପରାୟା’ନାମକ ଏକ ଫିଲ୍ମରେ ଦସ୍ତଖତ କରିଥିଲେ। ଏହି ଚଳଚ୍ଚିତ୍ରର ଅନେକ ସିନ୍‌ ଶଟିଂ କରାଯାଇଥିଲା। କୁହାଯାଏ ଯେ ନିର୍ମାତାଙ୍କ ପାଖରେ ଅଧିକ ଟଙ୍କା ନ ଥିଲା ଏବଂ ଆସ୍ତେ ଆସ୍ତେ ଶୁଟିଂ କରୁଥିଲେ। ଏପଟେ ଅମିତାଭ ଏବଂ ରେଖା ମଧ୍ୟ ପ୍ରସିଦ୍ଧ ହେବାକୁ ଲାଗିଲେ। ଏହି ସମୟରେ ଅମିତାଭ ରେଖାଙ୍କୁ ଆହୁରି ଅନେକ ବଡ଼ ପ୍ରକଳ୍ପ ମିଳିଥିଲା, କିନ୍ତୁ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଅପନେ ପରାୟା’ବନ୍ଦ ହୋଇଗଲା। ନିର୍ଦ୍ଦେଶକ ଅମିତାଭଙ୍କୁ ଫିଲ୍ମରୁ ହଟାଇ ଦେଇଥିଲେ କିନ୍ତୁ ରେଖା ମୁଖ୍ୟ ଭୂମିକାରେ ରହିଥିଲେ। ଏହା ପରେ ସେ ଅମିତାଭ ବଚ୍ଚନଙ୍କ ସ୍ଥାନରେ ସଞ୍ଜୟ ଖାନଙ୍କୁ କାଷ୍ଟ କରି ଫିଲ୍ମ ନିର୍ମାଣ କରିଥିଲେ। କେବଳ ଏତିକି ନୁହେଁ ଫିଲ୍ମର ଟାଇଟଲ ‘ଅପନେ ପରାୟା’ରୁ ‘ଦୁନିୟା କା ମେଲା’ରେ ପରିବର୍ତ୍ତନ କରାଯାଇଥିଲା।

ଅମିତାଭ ଏବଂ ରେଖାଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ଦ ଅଞ୍ଜାନେ’ ଏବଂ ଶେଷ ଥର ୍‌‘ସିଲସିଲା’ରେ ରୂପା ପରଦାରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଯଦିଓ ଫିଲ୍ମ ‘ସିଲସିଲା’ ପରଦାରେ ଫ୍ଲପ୍‌ ହୋଇଥିଲା, କିନ୍ତୁ ଏହି ଚଳଚ୍ଚିତ୍ର ତାଙ୍କ କ୍ୟାରିୟରର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ହୋଇପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?