ଅଭୟକାନ୍ତଙ୍କ ହଜାରେ କୋଟିର ଜାଲିଆତି ଗନ୍ଧ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗରେ ଗିରଫ ହୋଇ ରିମାଣ୍ଡରେ ଆସିଥିବା ପାଠକ ବାପପୁଅଙ୍କୁ ଶୁକ୍ରବାର ଭିଜିଲାନ୍ସ ମାରାଥନ ଜେରା କରିଛି। ଜେରାବେଳେ ଆଇଏଫ୍‌ଏସ୍‌ ଅଫିସର ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କ ହଜାରେ କୋଟିର ଦୁର୍ନୀତି ଗନ୍ଧ ପାଇଛି ଭିଜିଲାନ୍ସ। ଅତିରିକ୍ତ ପିସିସିଏଫ୍‌ ଥିବା ସମୟରେ ବହୁ ଦୁର୍ନୀତି ଅଭିଯୋଗକୁ ଅଭୟକାନ୍ତ ଚାପି ରଖିଥିବା ଜଣାପଡିବା ପରେ ଭିଜିଲାନ୍ସ ଟିମ୍‌ ଭୁବନେଶ୍ୱର ଅରଣ୍ୟଭବନସ୍ଥିତ ପିସିସିଏଫ୍‌ ଅଫିସକୁ ଯାଇ ତାହାର କପି ସଂଗ୍ରହ କରିଛି। ଅଭୟକାନ୍ତ କାର୍ଯ୍ୟ କରିଥିବା ବ୍ରହ୍ମପୁର, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି ଆଦି ୭ ଅଞ୍ଚଳରୁ ଉକ୍ତ ଅଭିଯୋଗ ରହିଛି।
ଖୋଳତାଡ଼ବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି ଯେ, ଅଭୟକାନ୍ତ ଅତିରିକ୍ତ ପିସିସିଏଫ୍‌ ଥିବାବେଳେ ତାଙ୍କ ଅଧୀନରେ ବନ ବିଭାଗର ହଜାରରୁ ଊର୍ଦ୍ଧ୍ୱ କୋଟିର କାରବାର ହୋଇଛି। ପିସି ନେଉଥିବାରୁ ପ୍ରକଳ୍ପଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇନି। ଜଙ୍ଗଲ ନ ଥାଇ ଜଙ୍ଗଲ ସୃଷ୍ଟି ହୋଇଥିବା ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ଅଭୟକାନ୍ତ ବିଭାଗକୁ ଦେଇଥିବା ଜଣାପଡିଛି। ଅଭୟଙ୍କ କଳା କାରନାମାର ପୂରା ପର୍ଦ୍ଦାଫାଶ ପାଇଁ ଭିଜିଲାନ୍ସ ବିଭାଗ ଲାଗିପଡିଛି। ଆଇଜି ଅମିତେନ୍ଦ୍ରନାଥ ସିହ୍ନାଙ୍କ ନେତୃତ୍ୱରେ ଭିଜିଲାନ୍ସ ଏସ୍‌ଆଇଟି ଏହାର ଖୋଳତାଡ଼ କରୁଛି। ଗ୍ରୀନ୍‌ ମହାନଦୀ ପ୍ରକଳ୍ପରେ ମଧ୍ୟ ଦୁର୍ନୀତିର ସୂଚନା ମିଳିଛି। ୨୦୧୮-୧୯, ୧୯-୨୦ ଓ ୨୦-୨୧ ଆର୍ଥିକ ବର୍ଷରେ ଗ୍ରୀନ୍‌ ମହାନଦୀ ପ୍ରୋଜେକ୍ଟ ପାଇଁ ତିନି ପର୍ଯ୍ୟାୟରେ ୬୦,୪୪, ୩୧ କୋଟି ଟଙ୍କା ଅଭୟକାନ୍ତଙ୍କ ତତ୍ତ୍ୱାବଧାନରେ ଖର୍ଚ୍ଚ ହୋଇଛି। ୧୩୫ କୋଟି ଟଙ୍କାର ଜାଲିଆତି କରିଥିବା ଭିଜିଲାନ୍ସ ଜାଣିବାପରେ ପ୍ରମାଣ ସଂଗ୍ରହ କରୁଛି। ଏହି ପ୍ରକଳ୍ପ ବାବଦ ଟଙ୍କାରୁ ଅଭୟକାନ୍ତ ୫ରୁ ୧୦ ପ୍ରତିଶତ ସ୍ପେଶାଲ୍‌ ରିଟର୍ଣ୍ଣ ମାଗୁଥିଲେ ବୋଲି ପିସିସିଏଫ୍‌ ପାଖରେ ମଧ୍ୟ ଅଭିଯୋଗ ରହିଛି। ବଲାଙ୍ଗୀର ବନ ବିଭାଗର ଅନେକ ଅଧିକାରୀ ଅଭୟକାନ୍ତଙ୍କ ଲିଙ୍କ୍‌ରେ ଥିବାବେଳେ କେନ୍ଦୁପତ୍ର ଫଡ଼ି, ବନୀକରଣରେ ଲକ୍ଷଲକ୍ଷ ଟଙ୍କା ହେରଫେର ହାଇଥିବା ଭିଜିଲାନ୍ସ ଏସ୍‌ଆଇଟି ହାତରେ ଲାଗିଛି। ୨୦୧୪ରୁ ୨୦୧୭ ମଧ୍ୟରେ ଏସବୁ ହେରଫେର ହୋଇଥିବା ଜଣାପଡ଼ିଛି। ସେ କାର୍ଯ୍ୟ କରୁଥିବା ୭ ଅଞ୍ଚଳରୁ ଆସିଥିବା ଅଭିଯୋଗର ତଥ୍ୟ ପ୍ରମାଣ ସଂଗ୍ରହ କରାଯାଉଛି। ଏସବୁ ଦୁର୍ନୀତିରେ ସଂପୃକ୍ତ ଅନ୍ୟମାନଙ୍କୁ ତଦନ୍ତ ପରିସରର୍ଭୁକ୍ତ କରାଯିବା ସହ ଏ ସଂକ୍ରାନ୍ତରେ ଅଭୟକାନ୍ତଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଜାମିନ ପାଇଁ ଅଭୟକାନ୍ତ ଶୁକ୍ରବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ତାଙ୍କ ଓକିଲଙ୍କ ଜରିଆରେ ଜାମିନ ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri