ଅତ୍ୟାଧୁନିକ ପରିମଳ ସେବାର ଶୁଭାରମ୍ଭ

ସୁନ୍ଦରଗଡ଼/ ରାଉରକେଲା ଅଫିସ୍‌, ୫।୧୨: ‘ସ୍ବଚ୍ଛତା ବିଷୟ ଉଠିଲେ ପ୍ରଥମେ ଗାନ୍ଧିଜୀଙ୍କ କଥା ମନକୁ ଆସିଥାଏ। ଗାନ୍ଧିଜୀ ସବୁବେଳେ ପରିମଳକୁ ଗୁରୁତ୍ୱ ଦେଉଥିଲେ। ବାସ୍ତବରେ ସୁସ୍ଥ ପରିବେଶ ହିଁ ଉନ୍ନତି ଏବଂ ଉନ୍ନତ ଜୀବନର ଆଧାର। ଶୁକ୍ରବାର ସୁନ୍ଦରଗଡ଼ ଜିଲା ପାଇଁ ଅତ୍ୟାଧୁନିକ ପରିମଳ ସେବାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ଜିଲାର ରାଉରକେଲା ମହାନଗର ନିଗମ, ବୀରମିତ୍ରପୁର ପୌରପାଳିକା, କୋଇଡ଼ା ଓ କୁତ୍ରା ବ୍ଲକ୍‌ ପାଇଁ ଏହି ଅତ୍ୟାଧୁନିକ ପରିମଳ ସେବାର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ସବୁଜ ପତାକା ଦେଖାଇ ଅତ୍ୟାଧୁନିକ ଗାଡ଼ିର ଶୁଭାରମ୍ଭ କରିଥିଲେ।
ପରିମଳ ସେବାକୁ ସୁଦୃଢ଼ କରିବା ପାଇଁ ୨୪ ପ୍ରକାରର ୧୯୦ଟି ମେଶିନ ଓ ଗାଡ଼ି ଯୋଗାଇ ଦିଆଯାଇଛି। ସେହିପରି ରାଉରକେଲା ସହରର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ପ୍ରସ୍ତାବିତ ୧୦ଟି ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର ମଧ୍ୟରୁ ୪ଟିର ଶୁଭ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଶୁଭାରମ୍ଭ ହୋଇଥିବା ପରିମଳ କାର୍ଯ୍ୟକ୍ରମ ଲାଗି ସୁନ୍ଦରଗଡ଼ ଜିଲା ଖଣିଜ ପ୍ରତିଷ୍ଠାନ ଏବଂ ରାଉରକେଲା ମହାନଗର ନିଗମ ପାଣ୍ଠିରୁ ୬୯ କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ କରାଯାଇଛି।
ଏହି ବ୍ୟାପକ ପରିମଳ କାର୍ଯ୍ୟକ୍ରମର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ସଫେଇ କର୍ମଚାରୀମାନେ ହେଉଛନ୍ତି ଆମ ସମାଜର ଶ୍ରେଷ୍ଠ ସେବକ। ତେଣୁ ସେମାନେ ସ୍ବଚ୍ଛତା ଓ ପରିବେଶର ବ୍ୟାପକ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣ ସ୍ବାଗତ ଭାଷଣ ଦେଇ କହିଛନ୍ତି, ଏହି ଅତ୍ୟାଧୁନିକ ସେବା ଲାଗୁ ହେବା ଫଳରେ ସ୍ମାର୍ଟ ସିଟି ରାଉରକେଲାର ଚିତ୍ର ବଦଳିବ। ବିଶେଷକରି ମେଶିନର ବ୍ୟବହାର ଫଳରେ ପରିମଳ ସେବା କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ।
ଭିଡିଓ କନ୍‌୍‌ଫରେନ୍ସି ଜରିଆରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ୍‌, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍‌ ପ୍ରମୁଖ ଯୋଗଦେଇଥିଲେ। ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ରାଉରକେଲା ଉଦିତ ନଗର ପଡ଼ିଆଠାରେ ରାଉରକେଲା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ପାନପୋଷ ଉପଜିଲାପାଳ ଦୌଲତ ଚନ୍ଦ୍ର କର, ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ, ରାଉରକେଲା ଏସ୍‌ପି କେ. ଶିବା ସୁବ୍ରମଣି, ରାଉରକେଲା ମହାନଗର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ସୀତାଦେବୀ ମାଝି, ଡ. ଗୌରବମୟ ପ୍ରଧାନଙ୍କ ସମେତ ଜିଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଏବଂ ଡିଏମ୍‌ଏଫ୍‌ର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି…

କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୮ ବର୍ଷରେ ଯୁବ କ୍ରିକେଟରଙ୍କ ପରଲୋକ

ଢ଼ାକା,୨୫।୧୦: ବାଂଲାଦେଶ କ୍ରିକେଟ୍‌ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯୁବ କ୍ରିକେଟର ମେହେଦୀ ହାସନ ହୃଦୟଙ୍କର ପରଲୋକ ହୋଇଛି । ସେ ଗତ…

ବାତ୍ୟା ଆଶଙ୍କା: ୫ IASଙ୍କୁ ମିଳିଲା ପରିଚାଳନା ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଜିଲା…

ଭୁବନେଶ୍ୱର,୨୫ା୧୦: ସମ୍ଭାବ୍ୟ ବାତ୍ୟା ଓ ଏହାର ପରବର୍ତ୍ତୀ ସ୍ଥିତିର ସଫଳ ପରିଚାଳନା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବାତ୍ୟା ଯୋଗୁ ଅଧିକ ପ୍ରଭାବିତ…

ଘର ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଲେ ୨୦ ଭରି ସୁନା ଅଳଙ୍କାର ସହ ସ୍କୁଟି

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ଓ୍ବାର୍ଡ ପୁଞ୍ଜିକୟଁା ଛକ ବିଷଧର ନଗରରେ ରହୁଥିବା ପ୍ରଧାନଶିକ୍ଷକ ପଦ୍ମନ ଶବରଙ୍କ ଘର ଗ୍ରୀଲ୍‌…

ପ୍ରାକୃତିକ ବିପର୍ଯ୍ୟୟରେ ମହିଳାଙ୍କ ସୁରକ୍ଷା ଓ ଅନ୍ତର୍ଭୁକ୍ତୀକରଣ ଉପରେ କର୍ମଶାଳା

ଭଞ୍ଜନଗର, ୨୫ା୧୦ (ବାବୁଲା ପ୍ରଧାନ): ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?