ଅଭୟକାନ୍ତଙ୍କ ହଜାରେ କୋଟିର ଜାଲିଆତି ଗନ୍ଧ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗରେ ଗିରଫ ହୋଇ ରିମାଣ୍ଡରେ ଆସିଥିବା ପାଠକ ବାପପୁଅଙ୍କୁ ଶୁକ୍ରବାର ଭିଜିଲାନ୍ସ ମାରାଥନ ଜେରା କରିଛି। ଜେରାବେଳେ ଆଇଏଫ୍‌ଏସ୍‌ ଅଫିସର ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କ ହଜାରେ କୋଟିର ଦୁର୍ନୀତି ଗନ୍ଧ ପାଇଛି ଭିଜିଲାନ୍ସ। ଅତିରିକ୍ତ ପିସିସିଏଫ୍‌ ଥିବା ସମୟରେ ବହୁ ଦୁର୍ନୀତି ଅଭିଯୋଗକୁ ଅଭୟକାନ୍ତ ଚାପି ରଖିଥିବା ଜଣାପଡିବା ପରେ ଭିଜିଲାନ୍ସ ଟିମ୍‌ ଭୁବନେଶ୍ୱର ଅରଣ୍ୟଭବନସ୍ଥିତ ପିସିସିଏଫ୍‌ ଅଫିସକୁ ଯାଇ ତାହାର କପି ସଂଗ୍ରହ କରିଛି। ଅଭୟକାନ୍ତ କାର୍ଯ୍ୟ କରିଥିବା ବ୍ରହ୍ମପୁର, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି ଆଦି ୭ ଅଞ୍ଚଳରୁ ଉକ୍ତ ଅଭିଯୋଗ ରହିଛି।
ଖୋଳତାଡ଼ବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି ଯେ, ଅଭୟକାନ୍ତ ଅତିରିକ୍ତ ପିସିସିଏଫ୍‌ ଥିବାବେଳେ ତାଙ୍କ ଅଧୀନରେ ବନ ବିଭାଗର ହଜାରରୁ ଊର୍ଦ୍ଧ୍ୱ କୋଟିର କାରବାର ହୋଇଛି। ପିସି ନେଉଥିବାରୁ ପ୍ରକଳ୍ପଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇନି। ଜଙ୍ଗଲ ନ ଥାଇ ଜଙ୍ଗଲ ସୃଷ୍ଟି ହୋଇଥିବା ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ଅଭୟକାନ୍ତ ବିଭାଗକୁ ଦେଇଥିବା ଜଣାପଡିଛି। ଅଭୟଙ୍କ କଳା କାରନାମାର ପୂରା ପର୍ଦ୍ଦାଫାଶ ପାଇଁ ଭିଜିଲାନ୍ସ ବିଭାଗ ଲାଗିପଡିଛି। ଆଇଜି ଅମିତେନ୍ଦ୍ରନାଥ ସିହ୍ନାଙ୍କ ନେତୃତ୍ୱରେ ଭିଜିଲାନ୍ସ ଏସ୍‌ଆଇଟି ଏହାର ଖୋଳତାଡ଼ କରୁଛି। ଗ୍ରୀନ୍‌ ମହାନଦୀ ପ୍ରକଳ୍ପରେ ମଧ୍ୟ ଦୁର୍ନୀତିର ସୂଚନା ମିଳିଛି। ୨୦୧୮-୧୯, ୧୯-୨୦ ଓ ୨୦-୨୧ ଆର୍ଥିକ ବର୍ଷରେ ଗ୍ରୀନ୍‌ ମହାନଦୀ ପ୍ରୋଜେକ୍ଟ ପାଇଁ ତିନି ପର୍ଯ୍ୟାୟରେ ୬୦,୪୪, ୩୧ କୋଟି ଟଙ୍କା ଅଭୟକାନ୍ତଙ୍କ ତତ୍ତ୍ୱାବଧାନରେ ଖର୍ଚ୍ଚ ହୋଇଛି। ୧୩୫ କୋଟି ଟଙ୍କାର ଜାଲିଆତି କରିଥିବା ଭିଜିଲାନ୍ସ ଜାଣିବାପରେ ପ୍ରମାଣ ସଂଗ୍ରହ କରୁଛି। ଏହି ପ୍ରକଳ୍ପ ବାବଦ ଟଙ୍କାରୁ ଅଭୟକାନ୍ତ ୫ରୁ ୧୦ ପ୍ରତିଶତ ସ୍ପେଶାଲ୍‌ ରିଟର୍ଣ୍ଣ ମାଗୁଥିଲେ ବୋଲି ପିସିସିଏଫ୍‌ ପାଖରେ ମଧ୍ୟ ଅଭିଯୋଗ ରହିଛି। ବଲାଙ୍ଗୀର ବନ ବିଭାଗର ଅନେକ ଅଧିକାରୀ ଅଭୟକାନ୍ତଙ୍କ ଲିଙ୍କ୍‌ରେ ଥିବାବେଳେ କେନ୍ଦୁପତ୍ର ଫଡ଼ି, ବନୀକରଣରେ ଲକ୍ଷଲକ୍ଷ ଟଙ୍କା ହେରଫେର ହାଇଥିବା ଭିଜିଲାନ୍ସ ଏସ୍‌ଆଇଟି ହାତରେ ଲାଗିଛି। ୨୦୧୪ରୁ ୨୦୧୭ ମଧ୍ୟରେ ଏସବୁ ହେରଫେର ହୋଇଥିବା ଜଣାପଡ଼ିଛି। ସେ କାର୍ଯ୍ୟ କରୁଥିବା ୭ ଅଞ୍ଚଳରୁ ଆସିଥିବା ଅଭିଯୋଗର ତଥ୍ୟ ପ୍ରମାଣ ସଂଗ୍ରହ କରାଯାଉଛି। ଏସବୁ ଦୁର୍ନୀତିରେ ସଂପୃକ୍ତ ଅନ୍ୟମାନଙ୍କୁ ତଦନ୍ତ ପରିସରର୍ଭୁକ୍ତ କରାଯିବା ସହ ଏ ସଂକ୍ରାନ୍ତରେ ଅଭୟକାନ୍ତଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଜାମିନ ପାଇଁ ଅଭୟକାନ୍ତ ଶୁକ୍ରବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ତାଙ୍କ ଓକିଲଙ୍କ ଜରିଆରେ ଜାମିନ ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri