ଅବଦୁଲ୍‌ କଲାମ ଓ ଓଡ଼ିଶା

ଅଲେଖ ଚନ୍ଦ୍ର ସାମଲ

ମହାନ୍‌ ବୈଜ୍ଞାନିକ ତଥା ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ କିଏ କହୁଥିଲା ଅଗ୍ନିପୁରୁଷ, କିଏ କହୁଥିଲା ପୃଥ୍ବୀର ପାର୍ଥ। ଆକାଶ ଥିଲା ତାଙ୍କ ହାତ ପାଆନ୍ତାରେ। ତାଙ୍କ ମସ୍ତିଷ୍କ ଥିଲା ବୈଜ୍ଞାନିକର, ମନ ଥିଲା ଦାର୍ଶନିକର, ହୃଦୟ ଏକ ଚଞ୍ଚଳ ବାଳକର। ପିଲାଦିନେ ସମୁଦ୍ର କୂଳରେ ବସି ସେ ସ୍ବପ୍ନ ଦେଖିଥିଲେ ଆକାଶର। ତାଙ୍କ କାର୍ଯ୍ୟ ଦକ୍ଷତା ଓ କର୍ମବୀରତା ତାଙ୍କୁ ପହଞ୍ଚାଇ ପାରିଥିଲା ଅନ୍ତରୀକ୍ଷର ଅଭ୍ୟନ୍ତରରେ। ପରମାଣୁ ବୋମା ଭିତରେ ଶାନ୍ତି ଓ ସବୁଜିମାର ସ୍ବପ୍ନ ଦେଖୁଥିବା ଡ. କଲାମଙ୍କର ୨୦୧୫ ଜୁଲାଇ ୨୭ ତାରିଖରେ ଆଇଆଇଏମ୍‌ ଶିଲଂର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ସମୟରେ ହୃଦ୍‌ଘାତରେ ପରଲୋକ ହୋଇଥିଲା। ଡକ୍ଟର କଲାମଙ୍କ ଓଡ଼ିଶା ସହିତ ସମ୍ପର୍କ ଥିଲା ଅତ୍ୟନ୍ତ ଘନିଷ୍ଠ। ତାମିଲନାଡୁରେ ସେ ଜନ୍ମ ହୋଇଥିଲେ ବି ତାଙ୍କର ଅନ୍ୟତମ କର୍ମଭୂମି ଥିଲା ଓଡ଼ିଶା। ଡିଆରଡିଓ ବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନରେ ଜଣେ ଆଗ ଧାଡ଼ିର ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବାବେଳେ ଦୁଇ ଦଶନ୍ଧି ଧରି ଏହି ଅନୁଷ୍ଠାନ ସହିତ ତାଙ୍କର ସମ୍ପର୍କ ରହିଥିଲା। ୧୯୮୯ରେ ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌) ପ୍ରତିଷ୍ଠା ହେବା ପରଠାରୁ ଅଗ୍ନି, ନାଗ ଓ ବ୍ରହ୍ମୋସ୍‌ ଭଳି ସ୍ବଦେଶୀ କ୍ଷେପଣାସ୍ତ୍ର ଗବେଷଣା ଓ ପରୀକ୍ଷଣ କାର୍ଯ୍ୟରେ ସେ ବାରମ୍ବାର ଏହି ସ୍ଥାନକୁ ଆସିଛନ୍ତି। ତେବେ ହ୍ବିଲର ଦ୍ୱୀପରେ କ୍ଷେପଣାସ୍ତ୍ର ପରୀକ୍ଷାବେଳେ ବିରଳ ଓ ଲୁପ୍ତପ୍ରାୟ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଏହି ଅନ୍ତୁଡିଶାଳ ଆଇଟିଆର୍‌ର ଉଜ୍ଜ୍ୱଳ ଆଲୋକ ଯୋଗୁଁ ବିପଦରେ ପଡ଼ିଯାଇଥିବା ଏହି କଇଁଛଙ୍କ ପାଇଁ ସେ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ତାହା ପରବର୍ତ୍ତୀ ସମୟରେ ୨୦୦୭ରେ ହାଇଦ୍ରାବାଦରେ ବିଲୁପ୍ତପ୍ରାୟ ପ୍ରାଣୀଙ୍କ ସଂରକ୍ଷଣ ପାଇଁ ପରୀକ୍ଷାଗାରକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କଲାବେଳେ ସେ ନିଜ ହ୍ବିଲର ଦ୍ୱୀପରେ ଅନୁଭୂତି ବର୍ଣ୍ଣନା କରିଥିଲେ। କଇଁଛଙ୍କ ସୁରକ୍ଷା ପାଇଁ ଆଇଟିଆର୍‌ର ଆଲୋକମାଳାକୁ ନିୟନ୍ତ୍ରିତ କରାଯିବା ସହ ଆବଶ୍ୟକବେଳେ ବନ୍ଦ ରଖାଗଲା ଓ ମାଛଧରା ଟ୍ରଲରକୁ ମଧ୍ୟ ନିଷେଧ କରାଗଲା। ସେହିପରି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ବନୀକରଣ ପାଇଁ ଅଗ୍ନି କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ଚାନ୍ଦିପୁର ଆସିଥିବା ତତ୍କାଳୀନ ପ୍ରତିରକ୍ଷାମନ୍ତ୍ରୀ କେ.ସି.ପନ୍ଥଙ୍କୁ ପ୍ରସ୍ତାବ ଦେଇ ତାହା କାର୍ଯ୍ୟକାରୀ କରାଇଥିଲେ। ସେହିପରି ଚାନ୍ଦିପୁରରେ ଏକ ପକ୍ଷୀବିହାର ‘ନିସର୍ଗ’ ସୃଷ୍ଟି କରିବାରେ ସେ ଥିଲେ ଅନ୍ୟତମ ବିନ୍ଧାଣୀ। ସେ ଭାରତର ରାଷ୍ଟ୍ରପତି ଥିବାବେଳେ କେନ୍ଦ୍ରାପଡ଼ା ଜିଲାର ଦୁଇଜଣ ଏଡ୍‌ସ ଆକ୍ରାନ୍ତ ପିଲାଙ୍କ ପୋଷ୍ଟକାର୍ଡ଼ ଚିଠି ପାଇ ସେମାନଙ୍କୁ ତୁରନ୍ତ ସହଯୋଗର ହାତ ବଢ଼ାଇଥିଲେ। ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କ ‘ଆଇ ଆମ୍‌ କଲାମ୍‌’ ଦେଖିଲା ପରେ ସେ ଧନ୍ୟବାଦ ଜଣାଇଥିଲେ।
୨୦୦୮ ମେ ୧୧ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ପିଲାମାନଙ୍କୁ ରାଷ୍ଟ୍ର ନିର୍ମାଣରେ ନିଜ ଜୀବନ ସମର୍ପିତ ପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ସେହିପରି ୨୦୧୧ ଜାନୁୟାରୀ ୫ରେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ୨୦୦୫ ନଭେମ୍ବର ୧୯ରେ ଚାନ୍ଦିପୁର ପକ୍ଷୀ ବିହାର ଉଦ୍‌ଘାଟନ, ୨୦୧୪ ନଭେମ୍ବର ୨୯ରେ ସମ୍ବଲପୁରସ୍ଥିତ ଚନ୍ଦ୍ରଶେଖର ବେହେରା ଜିଲା ସ୍କୁଲର ୧୫୦ତମ ପ୍ରତିଷ୍ଠା ଦିବସରେ ଯୋଗଦେଇଥିଲେ। ୨୦୧୫ ମାର୍ଚ୍ଚ ୨ତାରିଖରେ ରାଜଗାଙ୍ଗପୁର ଡାଲମିଅଁା ବିଦ୍ୟାମନ୍ଦିରରେ ଛାତ୍ରୀଛାତ୍ରଙ୍କ ସହ ସ୍ମରଣୀୟ ମୁହୂର୍ତ୍ତ ବିତାଇଥିଲେ, ୨୦୧୨ ଜାନୁୟାରୀ ୫ ତାରିଖରେ ଭୁବନେଶ୍ୱରସ୍ଥିତ ଜାଭିୟର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟରେ ଦୀକ୍ଷାନ୍ତ ଭାଷଣ ଦେବା ସହ ୨୦୧୨ ଜାନୁୟାରୀ ୪ରେ ଭୁବନେଶ୍ୱରସ୍ଥିତ କିସ୍‌ ଅନୁଷ୍ଠାନର ପିଲାଙ୍କ ବିଜ୍ଞାନ କଂଗ୍ରେସ ଉଦ୍‌ଘାଟନ କରିଥିଲେ। ୨୦୧୪ ଜାନୁୟାରୀ ୨୫ରେ ଭୁବନେଶ୍ୱରରେ ସ୍ବାମୀ ଚିଦାନନ୍ଦ ଜନ୍ମଶତବାର୍ଷିକୀ ମହୋତ୍ସବ, ୨୦୧୨ ଜାନୁୟାରୀ ୫ ବାଲେଶ୍ୱର ଜିଲା ଲଙ୍ଗଳେଶ୍ୱରରେ ସଚିତ୍ରକୁମାର ହାଇସ୍କୁଲର ଉତ୍ସବରେ ଯୋଗଦେଇଥିଲେ। ୨୦୦୫ ଡିସେମ୍ବର ମାସରେ ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ସେ ରାଷ୍ଟ୍ରପତି ପରି ଗୁରୁଦାୟିତ୍ୱ ନିର୍ବାହ କରୁଥିବାବେଳେ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ସତ୍ତ୍ୱେ ସେ ଶିକ୍ଷାନୁଷ୍ଠାନ ଓ ପିଲାଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସ୍ବତଃ ଆଗ୍ରହ ରଖିଥିଲେ। ରାଷ୍ଟ୍ରପତି ଦାୟିତ୍ୱ ପରବର୍ତ୍ତୀ ସମୟରେ ମଧ୍ୟ ସେ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇ କେବଳ ପିଲାମାନେ ନୁହନ୍ତି ଲୋକମାନଙ୍କ ସହ ସେମାନଙ୍କ ସୁଖଦୁଃଖରେ ସାମିଲ ହେବାପାଇଁ ଶ୍ରଦ୍ଧା ରଖୁଥିଲେ। ଦେଶକୁ ଦୁର୍ନୀତି ମୁକ୍ତ ଓ ଉତ୍ତମ ନାଗରିକଙ୍କ ଦେଶ ଭାବେ ଗଢ଼ି ତୋଳିବା ପାଇଁ ତିନିଜଣଙ୍କ ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଅନୁଭବ କରୁଥିଲେ। ତାଙ୍କ ମତରେ ସେ ତିନିଜଣ ଥିଲେ ବାପା, ମାଆ ଓ ଶିକ୍ଷକ। ସେ ଥିଲେ ବହୁ ସ୍ବପ୍ନର ନାୟକ। ମାଟିରୁ ମହାକାଶ ପର୍ଯ୍ୟନ୍ତ ତାଙ୍କ ସ୍ବପ୍ନ ଥିଲା ପରିବ୍ୟାପ୍ତ। ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମବିଭୂଷଣ ଓ ୧୯୯୭ରେ ସେ ଭାରତ ରତ୍ନ ପାଇଥିଲେ। ୧୯୩୧, ୧୫ ଅକ୍ଟୋବରରେ ଜନ୍ମ ଗ୍ରହଣ କରିଥିବା କଲାମ୍‌ଙ୍କ ସ୍ମୃତି ଓଡିଶା ପାଇଁ ଚିରସ୍ମରଣୀୟ। ବିଶେଷକରି ବିଦ୍ୟାର୍ଥୀମାନଙ୍କୁ ସେ ଯେଉଁ ଜୀବନର ସ୍ବପ୍ନ ଦେଖାଇ ଯାଇଛନ୍ତି ତାହାକୁ ସାକାର କରିପାରିଲେ ତାଙ୍କ ପାଇଁ ତାହା ହେବ ଏକ ମୂଲ୍ୟବାନ ସ୍ମୃତି ଅର୍ଘ୍ୟ।

ପୂର୍ବତନ ଡିଏଫ୍‌ଓ (କେନ୍ଦୁଲିଫ୍‌), ରାୟଗଡ଼ା ଡିଭିଜନ, ମୋ: ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?