ଜାତୀୟ ସ୍ବାର୍ଥ ତ୍ୟାଗ

ଜୀବାଶ୍ମ ଇନ୍ଧନ ବାୟୁମଣ୍ଡଳରେ ପ୍ରଦୂଷଣ ବୃଦ୍ଧି କରିବା ସହ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ମୁଖ୍ୟ କାରଣ ପାଲଟିଥାଏ। ଏଥିଯୋଗୁ ସବୁଜଗୃହ ବାଷ୍ପ (ଜିଏଚ୍‌ଜି) ମାତ୍ରା ବଢ଼ିଥାଏ। ଏହାକୁ କମାଇବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ବିଶ୍ୱବ୍ୟାପୀ ଆଲୋଚନା ହେଉଛି। କିନ୍ତୁ ଦୁଃଖର ବିଷୟ ଯେ, ବ୍ରାଜିଲର ବେଲାମ୍‌ଠାରେ ନିକଟରେ ଶେଷ ହୋଇଥିବା କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌-୩୦(କପ୍‌ ୩୦) ଚୁକ୍ତିନାମାରୁ ଜୀବାଶ୍ମ ଇନ୍ଧନକୁ ବାଦ୍‌ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନ ଦ୍ୱାରା ସମଗ୍ର ପୃଥିବୀ ପ୍ରଭାବିତ ହେବ। କିନ୍ତୁ କେତୋଟି ଦେଶ ଉପରେ ଅଧିକ ପ୍ରଭାବ ଏବେଠାରୁ ଜଣାପଡ଼ିବା ଆରମ୍ଭ କଲାଣି। କ୍ଷତିଗ୍ରସ୍ତ ହେଉଥିବା ଦେଶଗୁଡ଼ିକୁ ଅଧିକ ଆର୍ଥିକ ସହାୟତା ଦିଆଯିବା ଲାଗି ସହମତି ମିଳିଥିବା ଜଣାପଡ଼ିଛିି। ହେଲେ କୋଇଲା, ପେଟ୍ରୋଲିୟମ୍‌ ଆଦି ଜୀବାଶ୍ମ ଇନ୍ଧନ ବ୍ୟବହାରଜନିତ ଉତ୍ତାପ ବୃଦ୍ଧିରୁ ପୃଥିବୀକୁ ମୁକ୍ତ କରିବା ନେଇ ସେ ସଂକ୍ରାନ୍ତରେ କୌଣସି ସହମତିରେ ନ ପହଞ୍ଚତ୍ପାରିବା କପ୍‌୩୦ର ଲକ୍ଷ୍ୟକୁ ଚ୍ୟୁତ କରିଛି। ପେଟ୍ରୋଲିୟମ୍‌ ତୈଳ ଉତ୍ପାଦନକାରୀ ଦେଶ ଏ ଦିଗରେ ପ୍ରତିବନ୍ଧକ ସାଜି ଥିବା କୁହାଯାଉଛି। ସେପଟେ ଆମେରିକା ଏହି ସମ୍ମିଳନୀକୁ ତା’ର କୌଣସି ପ୍ରତିନିଧି ପଠାଇ ନ ଥିବା ଯୋଗୁ ସ୍ଥିତିକୁ ଆହୁରି ଗୋଳିଆ କରିଛି। ସମସ୍ତେ ଜାଣନ୍ତି ଯେ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଆମେରିକା ବହୁ ପରିମାଣରେ ଦାୟୀ।

କ୍ଲାଇମେଟ ଚେଞ୍ଜ ପର୍‌ଫର୍ମାନ୍ସ ଇଣ୍ଡେକ୍ସ (ସିସିପିଆଇ) ଅନୁଯାୟୀ ଆମେରିକା ପୃଥିବୀକୁ ଅଧିକ ପ୍ରଦୂଷିତ କରୁଛି। ବିଶ୍ୱ ତାଲିକାରେ ଏହାର ସ୍ଥାନ ୬୫ରେ ଥିବା ବେଳେ ରୁଷିଆର ୬୪ ଓ ଚାଇନାର ୫୪ ରହିଛି। ସେହି ତୁଳନାରେ ଭାରତର ସ୍ଥିତି ଅପେକ୍ଷାକୃତ ଭଲ ଥିଲେ ମଧ୍ୟ ପୂର୍ବାପେକ୍ଷା ଖରାପ ସ୍ତରକୁ ଆସିଯାଇଛି। ୨୦୧୪ରେ ଭାରତର ସ୍ଥାନ ବିଶ୍ୱସ୍ତରରେ ୩୧ ଥିଲା ଓ ୨୦୧୯ରେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଥିଲା। ବେଲାମଠାରେ ହୋଇଥିବା କପ୍‌ ୩୦ ପୃଷ୍ଠଭୂମିରେ ଜର୍ମାନ ପରିବେଶ ଓ ବିକାଶ ସଙ୍ଗଠନ ‘ଜର୍ମାନଓ୍ବାଚ୍‌’ ଦ୍ୱାରା ଦେଶଗୁଡ଼ିକର ଜଳବାୟୁ ପ୍ରଦର୍ଶନକୁ ଅନୁଧ୍ୟାନ ସହ ତୁଳନା କରାଯାଇ ପ୍ରକାଶ ପାଇଥିବା ଉପରଲିଖିତ ରିପୋର୍ଟରୁ ଭାରତର ସ୍ଥାନ ୨୩କୁ ଖସିଆସିଥିବା ଜଣାପଡ଼ିଛି। ସୂଚନା ଦିଆଯାଇପାରେ ଯେ, ଜଳବାୟୁ ପ୍ରଦର୍ଶନ ସଂକ୍ରାନ୍ତରେ କରାଯାଉଥିବା ଅଧ୍ୟୟନରେ ସବୁଜଗୃହ ବାଷ୍ପ ନିର୍ଗମନ, ଶକ୍ତି ଉପଯୋଗ, ନବୀକରଣୀୟ ଶକ୍ତି ଓ ଜଳବାୟୁ ନୀତି ଆଦି ୪ କ୍ଷେତ୍ରକୁ ବିଚାରକୁ ନିଆଯାଇଥାଏ। ଏଥିରୁ ଜଣାପଡ଼ିଛି ଯେ, ଭାରତ ଜିଏଚ୍‌ଜି ପରିମାଣ ବଢ଼ାଇ ଚାଲିଛି। ସେହିପରି ପୂର୍ବାପେକ୍ଷା ଶକ୍ତି ଉପଯୋଗ ବଢ଼ିବା ସହ ଏହା ପ୍ରକୃତି ପ୍ରତି ଅବିଚାର କରୁଛି। ନିଜ ଭୂଖଣ୍ଡ ରକ୍ଷାର ଦାୟିତ୍ୱ ଦେଶବାସୀ ନେବା ଦରକାର।

୨୦୧୫ର ଐତିହାସିକ ପ୍ୟାରିସ୍‌ ଚୁକ୍ତିକୁ ଦଶ ବର୍ଷ ପୂରଣ ହେଲାଣି। ସେତେବେଳେ ପ୍ରାୟ ୨୦୦ଟି ଦେଶ ପୂର୍ବ-ଶିଳ୍ପଯୁଗୀୟ ସ୍ତରଠାରୁ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସ୍‌ ଭିତରେ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଦଶକ ପରେ ମଣିଷ ଏ ଦିଗରେ ସକ୍ରିୟ ପଦକ୍ଷେପ ନ ନେବାରୁ ଆଜି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ୨୪ ନଭେମ୍ବରରେ ଧରିତ୍ରୀ ପକ୍ଷରୁ ଆୟୋଜିତ ୟୁଥ୍‌ କନ୍‌କ୍ଲେଭ-୨୦୨୫ରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାର୍ନମେଣ୍ଟ(ସିଏସ୍‌ଇ)ର ମହାନିର୍ଦ୍ଦେଶିକା ତଥା ‘ଡାଉନ୍‌ ଟୁ ଆର୍ଥ’ର ସମ୍ପାଦକ ସୁନୀତା ନାରାୟଣ କହିଥିଲେ ଯେ, ବର୍ଷବ୍ୟାପୀ ପ୍ରତ୍ୟେକ ଦିନ ଭାରତବର୍ଷରେ କୌଣସି ନା କୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି। ତାଙ୍କ ସଂସ୍ଥାର ଗବେଷଣାରୁ ମିଳିଥିବା ତଥ୍ୟ ଆଧାରରେ ସେ ଏଭଳି ମତ ଦେଇଛନ୍ତି। ତେବେ ୟୁରୋପରୁ ଦକ୍ଷିଣ ଏସିଆ ପର୍ଯ୍ୟନ୍ତ ତାପପ୍ରବାହ, ଅଷ୍ଟ୍ରେଲିଆ ଓ ପଶ୍ଚିମ ଯୁକ୍ତରାଷ୍ଟ୍ର ଆମେରିକାରେ ବାରମ୍ବାର ଦେଖାଦେଉଥିବା ଜଙ୍ଗଲନିଆଁ ଏବଂ ଦକ୍ଷିଣ ଓ ଦକ୍ଷିଣପୂର୍ବ ଏସିଆରେ ଅନେକ ଲକ୍ଷ ଲୋକଙ୍କୁ ପ୍ରଭାବିତ କରୁଥିବା ବନ୍ୟା ଆଉ ଚେତାବନୀ ହୋଇ ରହିନାହିଁ, ଏହାର ବିଶାଳ ରୂପକୁ ଦେଖିଲେ ସେଗୁଡ଼ିକ ମଣିଷ ପାଇଁ ସତର୍କଘଣ୍ଟି ସାଜିଲେଣି।

କପ୍‌ ୩୦ରେ ବିଶ୍ୱର ପ୍ରମୁଖ ନିର୍ଗମନକାରୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନେତୃତ୍ୱାଧୀନ ଯୁକ୍ତରାଷ୍ଟ୍ର ଆମେରିକାର ଅନୁପସ୍ଥିତି ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ଏକ ଝଟକା ବୋଲି କୁହାଯାଉଛି। ଆମେରିକାର ଏଭଳି କାର୍ଯ୍ୟ ଅନ୍ୟ ଦେଶଗୁଡ଼ିକୁ ବାଧ୍ୟତାମୂଳକ ପ୍ରତିଶ୍ରୁତିଠାରୁ ପଛଘୁଞ୍ଚା ଦେବାକୁ ଉତ୍ସାହିତ କରୁଛି।
ବିଭିନ୍ନ ଶିଖର ବୈଠକରେ ବିକାଶଶୀଳ ଦେଶଗୁଡ଼ିକ ଯୁକ୍ତି କରିଥିଲେ ଯେ, ସେମାନଙ୍କୁ ନିର୍ଗମନ ହ୍ରାସର ବୋଝ ବୋହିବାକୁ କୁହାଯାଉଛି, ଯଦିଓ ଐତିହାସିକ ଭାବେ ଗ୍ରୀନହାଉସ୍‌ ଗ୍ୟାସ୍‌ର ବଡ଼ଭାଗ ପାଇଁ ଦାୟୀ ଧନୀ ଦେଶଗୁଡ଼ିକ ଦେଇଥିବା ପ୍ରତିଶ୍ରୁତି ଓ ସହାୟତା ଏପର୍ଯ୍ୟନ୍ତ ପୂରଣ କରିନାହାନ୍ତି। ତୈଳ ଓ ଗ୍ୟାସ ଉତ୍ପାଦନକାରୀ ଦେଶଗୁଡ଼ିକ ଜୀବାଶ୍ମ ଇନ୍ଧନ ପର୍ଯ୍ୟାୟକ୍ରମେ ବନ୍ଦ କରିବାର କଠୋର ଭାଷାକୁ ବିରୋଧ କରୁଛନ୍ତି। ଅର୍ଥନୈତିକ ନିର୍ଭରଶୀଳତା ଓ ଶକ୍ତି ନିରାପତ୍ତାକୁ କାରଣ ଭାବେ ଦର୍ଶାଉଛନ୍ତି।

ପୂର୍ବ ସମ୍ମିଳନୀଗୁଡ଼ିକ ପରି କପ୍‌ ୩୦ ମଧ୍ୟ ବିପୁଳ ପ୍ରତୀକାତ୍ମକ ଗୁରୁତ୍ୱ ବହନ କରିଥିଲା। କିନ୍ତୁ ପ୍ରତ୍ୟେକ ଶିଖର ବୈଠକ ବିଶ୍ୱ ଅଗ୍ରାଧିକାର ବିଷୟରେ ଆଲୋଚନା କରିଥାଏ। କିନ୍ତୁ ଦେଶଗୁଡ଼ିକ ଏକତ୍ରିତ ହୋଇ କାର୍ଯ୍ୟ କରିବେ ନା ନିଜ ଜାତୀୟ ସ୍ବାର୍ଥରେ ପଛକୁ ହଟିଯିବେ, ତାହା ହୋଇଯାଇଛି ସମସ୍ତଙ୍କ ପାଇଁ ବଡ଼ ଆହ୍ବାନ। ଆସନ୍ତା ଦିନଗୁଡ଼ିକରେ ଜାତୀୟ ସ୍ବାର୍ଥ ଓ ପୃଥିବୀର ସ୍ବାର୍ଥ ମୁହଁାମୁହିଁ ହେବାର ଯଥେଷ୍ଟ ଆଶଙ୍କା ଉପୁଜୁଛି। ଏହା ସମଗ୍ର ମନୁଷ୍ୟ ଜାତି ପାଇଁ ଏକ ବିପଦ ଭାବେ ଛିଡ଼ା ହେଲାଣି। ସମ୍ଭବତଃ ସମୟ ଆସିଲାଣି ଯେତେବେଳେ ଜାତୀୟତାବାଦକୁ ତ୍ୟାଗ କରିବା ପାଇଁ ମଣିଷ ଜାତି ବାଧ୍ୟ ହୋଇପାରେ। ତାହା ନ ହେଲେ ମଣିଷ ଜାତି ବଞ୍ଚତ୍ବା ଅସମ୍ଭବ ହୋଇପଡ଼ିବ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୬: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ…

NEET ମାମଲାରେ ଟେଲିଗ୍ରାମ ବନାମ ସରକାର: ସରକାର ହ୍ବାଟସଆପ-ଫେସବୁକକୁ ଛାଡି କେବଳ ଟେଲିଗ୍ରାମକୁ କାହିଁକି ବ୍ୟାନ କଲେ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୧୮।୬: NEET ପେପର୍‌ ଲିକ ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭାରତ ସରକାର ବୁଧବାର ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ୨୨…

ଭାଜପାରେ ଯୋଗଦେବେ ହେମନ୍ତ ସୋରେନ! NDA ବିଧାୟକ ଦେଲେ ବଡ଼ ଅଫର

ରାଞ୍ଚି,୧୮।୬: ଝାଡ଼ଖଣ୍ଡରେ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ପରେ, ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ପରିମଳ ନାଥୱାନୀ ବିଜୟୀ ହୋଇଥିଲେ। କଂଗ୍ରେସକୁ ଝଟକା ଲାଗିଥିଲା କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri