ପରିତ୍ୟକ୍ତ ପୋଖରୀ ସାଜିଛି ମଶାଙ୍କ ଅନ୍ତୁଡ଼ିଶାଳ

ଖଣ୍ଡପଡ଼ା,୨୩ା୧୨(ସ୍ବ.ପ୍ର.): ରାଜରାଜୁଡା ଅମଳରୁ କୁମ୍ଭାରପଡ଼ା ଗ୍ରାମରେ ଥିବା ଜଗନ୍ନାଥ ପୋଖରୀଟି ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁଷ୍କରିଣୀଟି ମଶା, ମାଛି, ଡାଉଁଶଙ୍କ ଅନ୍ତୁଡ଼ିଶାଳ ପାଲଟିଛି। ମଶାବଂଶ ବୃଦ୍ଧି ଘଟିଲେ ଡେଙ୍ଗୁ ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଏକଦା ଉକ୍ତ ପୁଷ୍କରିଣୀର ଜଳକୁ ଗ୍ରାମବାସୀ ବିଭିନ୍ନ କାମରେ ବ୍ୟବହାର କରୁଥିଲେ। ମାତ୍ର ଏବେ ସେହି ପୋଖରୀଟି ଅଞ୍ଚଳବାସୀଙ୍କ ପାଇଁ ଅଲୋଡା ହୋଇ ପଡିଛି। ପୁଷ୍କରିଣୀର ଜଳ ପ୍ରଦୂଷିତ ଅବସ୍ଥାରେ ରହିଛି। ଅନାବନା ଦଳରେ ପୁଷ୍କରିଣୀଟି ପୋତି ହୋଇପଡିଛି। ପୋଖରୀର ଚାରିପାଖରେ ସ୍ଥାନୀୟ ବାସିନ୍ଦା ସ୍ଥାୟୀ ଭାବେ ବାସଗୃହ ନିର୍ମାଣ କରି ରହୁଛନ୍ତି। ସେମାନେ ପୁଷ୍କରିଣୀକୁ ପ୍ଲାଷ୍ଟିକ ବୋତଲ ଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପକାଇ ଦେଉଛନ୍ତି। ଏଥିପାଇଁ ପୁଷ୍କରିଣୀର ଜଳ ଦୂଷିତ ଅବସ୍ଥାରେ ଦୀର୍ଘ ଦିନ ହେବ ରହିବା ପରେ ଏବେ ସେଥିରୁ ଦୁର୍ଗନ୍ଧ ବାହାରୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ସୂଚନା ଅନୁଯାୟୀ, ଖଣ୍ଡପଡ଼ା ରାଜ ପରିବାରଙ୍କ ଅଧୀନରେ ଥିବା ସେହି ପୁଷ୍କରିଣୀଟି ମାଛଚାଷ ପାଇଁ ନିଲାମ ସୁତ୍ରରେ ଦିଆଯାଇଛି। ହେଲେ ସେହି ପୋଖରୀ ଏତେ ପ୍ରଦୂଷିତ ହୋଇଛି ଯେ, ତାହା ରୋଗ ବାହାକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ସରକାର ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ପ୍ରତି ପଞ୍ଚାୟତରେ ଏହି ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି। ହେଲେ ଉକ୍ତ ପୁଷ୍କରିଣୀ ପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ, ବ୍ଳକ ପ୍ରଶାସନ ନତୁବା ଜିଲା ପ୍ରଶାସନ କେହି ଦୃଷ୍ଟି ନ ଦେବା ପରିତାପର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି। ସ୍ଥାନୀୟ ସରପଞ୍ଚ ଚିନ୍ମୟ କୁମାର ପଣ୍ଡାଙ୍କ କହିବା ଅନୁଯାୟୀ, ଉକ୍ତ ପୋଖରୀଟି ରାଜପରିବାର ଅଧୀନରେ ରହିଥିବାରୁ ଏମ୍‌ଜିଏନ୍‌ଆରଇଜିଏସ ଯୋଜନାରେ ପୁନରୁଦ୍ଧାର କରିବା ସମ୍ଭବ ହେଉନାହିଁ। ଅପରପକ୍ଷେ ଏ ସମ୍ପର୍କରେ ଖଣ୍ଡପଡ଼ା ରାଜା ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କୁହନ୍ତି, ପୋଖରୀ ନିଲାମ ନେଇଥିବା ବ୍ୟକ୍ତିଙ୍କ ଦାୟିତ୍ୱ ରହିଛି ପୋଖରୀ ସଫା କରି ମାଛ ଚାଷ କରିବେ। ଯଦି ପଞ୍ଚାୟତ କିମ୍ବା ବ୍ଳକ ପକ୍ଷରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଉକ୍ତ ପୋଖରୀ ପୁନରୁଦ୍ଧାର କରିବାକୁ ଚାହଁୁଛନ୍ତି ତେବେ ପଞ୍ଚାୟତ ପକ୍ଷରୁ ଆମର ଅନୁମତି ନେଇ ଏ ସମ୍ପର୍କରେ ଏକ ଚୁକ୍ତିନାମା କରି କାର୍ଯ୍ୟ କରିବାରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ। ସରପଞ୍ଚ ପଣ୍ଡା ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri